ସାମ୍ନାକୁ ଆସିଲା ରାଜ୍ୟରେ ନକଲି COVID ଔଷଧ କାରବାର; କଟକରୁ ସାରା ରାଜ୍ୟକୁ ପଠାଯାଉଥିଲା

ଚଢାଉ ସମୟରେ ହୋଲସେଲର୍ ଜଣକ କଟକ ସମେତ ଭୁବନେଶ୍ବର, ରାଉରକେଲା, ଭଦ୍ରକ, ବାଲେଶ୍ବର, ବରଗଡ଼, ଜୟପୁର ଓ ମାଲକାନାଗିରି ଆଦି ଅଞ୍ଚଳକୁ ନକଲି ଔଷଧଗୁଡ଼ିକୁ ପଠାଇଥିବା ଜଣା ପଡ଼ିଛି ।

ଜବତ ହୋଇଥିବା ନକଲି ଔଷଧର ପେଟିସବୁ

ଜବତ ହୋଇଥିବା ନକଲି ଔଷଧର ପେଟିସବୁ

  • Share this:
News18 Odia Digital

କଟକ: ଦେଶ ସାରା କୋଭିଡ ଔଷଧର ଚାହିଦା ବୃଦ୍ଧି ପାଉଥିବା ଖବର ମଧ୍ୟରେ ରାଜ୍ୟରେ ପ୍ରଥମ ଥର ବିପୁଳ ପରିମାଣର ନକଲି କୋଭିଡ ଔଷଧ ଠାବ ହୋଇଛି । କଟକ ଜିଲ୍ଲା ଡ୍ରଗ୍‌ କଣ୍ଟ୍ରୋଲ ବିଭାଗର ସ୍ବତନ୍ତ୍ର ସ୍ବାର୍ଡ ଏକ ମେଡିସିନ୍ ହୋଲସେଲ୍‌ ଗୋଦାମ ଉପରେ ଚଢ଼ାଉ କରି ପାଖାପାଖି ୭୦ ଲକ୍ଷ ଟଙ୍କାର ନକଲି କରୋନା ଔଷଧ ଜବତ କରିଛି ।

ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଦୁଇ ଦିନ ଧରି କଟକ କନିକାଛକ ନିକଟରେ ଥିବା ଏକ ମେଡିସିନ୍ ହୋଲସେଲ୍‌ ଗୋଦାମ ଉପରେ ଚଢାଉ କରିଥିଲା ଜିଲ୍ଲା ଡ୍ରଗ୍ କଣ୍ଟ୍ରୋଲ ବିଭାଗ । ସେଠାରୁ ୬୯ ଲକ୍ଷ ୬୯ ହଜାର ଟଙ୍କାର ନକଲି କରୋନା ଔଷଧ ଜବତ କରାଯାଇଛି ବୋଲି ଶୁକ୍ରବାର ଦିନ ସୂଚନା ଦେଇଛନ୍ତି ଅଧିକାରୀମାନେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ବେଙ୍ଗଲ୍ରେଖେଲାହେଲା! BJP ଛାଡ଼ି ନିଜ ପୁଅ ସହ ତୃଣମୂଳ କଂଗ୍ରେସକୁ ଫେରିଲେ ମୁକୁଲ ରାୟ

ଜବତ ହୋଇଥିବା ଔଷଧଗୁଡ଼ିକର ତାଲିକାରେ ଗୋଟିଏ ନିର୍ଦ୍ଦିଷ୍ଟ କମ୍ପାନୀର ୧୦ ପ୍ରକାରର ଔଷଧ ରହିଛି । ସେଥିରେ କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ଫାବିଫିରାବିର୍‌ ବି ଅଛି । ଏହି ସବୁ ନକଲି ଔଷଧ ଜବତ ହେବା ପରେ ସମ୍ପୃକ୍ତ ହୋଲସେଲରଙ୍କ ବିରୁଦ୍ଧରେ ଡ୍ରଗ୍ ଆଣ୍ଡ୍ କସମେଟିକ୍ସ ଆଇନ ଅଧୀନରେ ଏକ ମାମଲା ରୁଜୁ କରିଛି କଟକ ଜିଲ୍ଲା ଡ୍ରଗ୍‌ କଣ୍ଟ୍ରୋଲ କାର୍ଯ୍ୟାଳୟ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପ୍ରାୟ ‘ନଗ୍ନ’ ପୋଷାକରେ ରାଖୀ ସାୱନ୍ତଙ୍କ ବ୍ୟାୟାମର VIDEO ପ୍ରଶ୍ନ ଠିଆ କଲା

‘‘ହୋଲସେଲର୍‌ ଜଣକ ଏହି ସବୁ ଔଷଧ ଉତ୍ତର ପ୍ରଦେଶରୁ କିଣୁଥିଲେ । ହିମାଚଳ ପ୍ରଦେଶର ସୋଲନରେ ଥିବା ‘ମାକ୍ସ ରିଲିଫ୍ ହେଲଥ୍ କେୟାର୍’ ନାମକ କମ୍ପାନୀ ଏହି ଔଷଧକୁ ପ୍ରସ୍ତୁତ କରୁଥିବା ଦର୍ଶାଯାଉଥିଲା । କିନ୍ତୁ ହିମାଚଳ ପ୍ରଦେଶରେ ସେଭଳି କୌଣସି କମ୍ପାନୀ ନ ଥିବା ତଦନ୍ତରୁ ଜଣା ପଡ଼ିଛି । ଯେହେତୁ କମ୍ପାନୀ ନକଲି, ତେଣୁ ଔଷଧଗୁଡ଼ିକ ମଧ୍ୟ ନକଲି । ତଥାପି ଜବତ ହୋଇଥିବା ଏହି ଔଷଧଗୁଡ଼ିକର ନମୁନା ପରୀକ୍ଷା ପାଇଁ ଆମେ ପଠାଇଛୁ । ରିପୋର୍ଟ ଆସିବା ଏଥିରେ କେତେ ମାତ୍ରାରେ କେଉଁ କେଉଁ ଉପାଦାନ ମିଶିଛି ତାହା ଜଣା ପଡ଼ିବ,’’ କହିଛନ୍ତି କଟକ ଜିଲ୍ଲା ଡ୍ରଗ୍ସ ଇନ୍ସପେକ୍ଟର୍ ଜଗନ୍ନାଥ ମଲ୍ଲିକ ।

ହୋଲସେଲରଙ୍କ କାର୍ଯ୍ୟାଳୟରେ ନକଲି ଔଷଧ ବିଷୟରେ ତଦନ୍ତ ସମୟର ଏକ ଦୃଶ୍ୟ


ଏହି ‘ମାକ୍ସ ରିଲିଫ୍ ହେଲଥ୍ କେୟାର୍’ ନାମକ କମ୍ପାନୀର କୋଟି କୋଟି ଟଙ୍କାର ଔଷଧ କିଛି ଦିନ ତଳେ ମହାରାଷ୍ଟରେ ଜବତ ହୋଇଥିଲା ବୋଲି କହିଛନ୍ତି କଟକ ଜିଲ୍ଲା ଡ୍ରଗ୍ସ ନିୟନ୍ତ୍ରଣ କାର୍ଯ୍ୟାଳୟର ଜଣେ ଅଧିକାରୀ । ମହାରାଷ୍ଟ ଡ୍ରଗ୍ କଣ୍ଟ୍ରୋଲର ବିଭାଗ ଏହାର ତଦନ୍ତ କରି କମ୍ପାନୀର ଅସ୍ଥିତ୍ବ ନ ଥିବା ଜାଣିବାକୁ ପାଇଥିଲା । ଏହା ସହିତ ଏହା ପଛରେ ଏକ ବଡ଼ ରାକେଟ୍ କାମ କରୁଛି ଏବଂ କଟକ କନିକା ଛକରେ ଥିବା ସମ୍ପୃକ୍ତ ହୋଲସେଲରଙ୍କ ପାଖକୁ ଏହି ନକଲି ଔଷଧ ପଠାଯାଇଥିବା ତଦନ୍ତରୁ ଜଣା ପଡ଼ିବା ପରେ ମହାରାଷ୍ଟ୍ର ଡ୍ରଗ୍ କଣ୍ଟ୍ରୋଲରଙ୍କ କାର୍ଯ୍ୟାଳୟ ଓଡ଼ିଶା ଡ୍ରଗ୍ କଣ୍ଟ୍ରୋଲରଙ୍କୁ ଏ ନେଇ ସୂଚନା ଦେଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | କ୍ୟାମେରା ଦେଖିବା ମାତ୍ରେ ମୁହଁ ଲୁଚାଇଲେ ଏହି ସୁନ୍ଦରୀ ଅଭିନେତ୍ରୀ; ଟିକେ ପରେ ପୋଜ୍ ଦେଲେ

ରାଜ୍ୟ ଡ୍ରଗ୍ କଣ୍ଟୋଲରଙ୍କ କାର୍ଯ୍ୟାଳୟ ପକ୍ଷରୁ କଟକ କନିକାଛକରେ ଥିବା ଏହି ହୋଲସେଲରଙ୍କ ଗୋଦାମରେ ଦୁଇ ଦିନ ଧରି ଚଢାଉ କରାଯାଇଥିଲା । ଏହି ଚଢାଉ ସମୟରେ ହୋଲସେଲର୍ ଜଣକ କୋଲକାତା ଓ ଗ୍ୱାଲିୟରକୁ ଏହି ନକଲି ଔଷଧ ପଠାଉଥିବା ବେଳେ ଓଡ଼ିଶାରେ କଟକ ସମେତ ଭୁବନେଶ୍ବର, ରାଉରକେଲା, ଭଦ୍ରକ, ବାଲେଶ୍ବର, ବରଗଡ଼, ଜୟପୁର ଓ ମାଲକାନାଗିରି ଆଦି ଅଞ୍ଚଳକୁ ବି ସେ ସବୁ ପଠାଇଥିବା ଜଣା ପଡ଼ିଛି । ଯେଉଁ ଯେଉଁ ରିଟେଲରଙ୍କୁ ଏହି ନକଲି ଔଷଧ ଯୋଗାଣ ହୋଇଛି ସେମାନଙ୍କ ଠାରୁ ସେହି ସବୁ ଔଷଧ ଜବତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଛନ୍ତି ଜଣେ ଅଧିକାରୀ ।

ଏହା ବି ପଢ଼ନ୍ତୁ | କରୋନା ଟିକା ନେଲେଣି କି ନା? ପଢ଼ନ୍ତୁସଞ୍ଜିବନୀ ଗାଡ଼ି ଆତ୍ମକାହାଣୀ: କେତେ ଗାଁ, କେତେ ପ୍ରଶ୍ନ

କନିକାଛକରେ ଥିବା ସମ୍ପୃକ୍ତ ବ୍ୟବସାୟୀ ଜଣକ ପ୍ରାୟ ତିନି ମାସ ହେଲା ଏହି ନକଲି ଔଷଧ ସବୁ ବିକ୍ରି କରି ଚାଲିଥିବା ଜଣାପଡ଼ିଛି । ମୁଖ୍ୟତଃ ଥଣ୍ଡା, କାଶ, ଜ୍ବର, ୟୁରିନ୍ ଇନଫେକ୍ସନ୍, ପେନ୍‌-କିଲର୍, ଆଇଣ୍ଟିବାୟୋଟିକର ମଲିକ୍ୟୁଲ୍ ଥିବା ଏହି ଔଷଧଗୁଡ଼ିକରେ ଅଛି ବୋଲି ପ୍ୟାକେଟଗୁଡ଼ିକରେ ଉଲ୍ଲେଖ କରାଯାଇଛି । ଏକ ଆକଳନ ମୁତାବକ ତିନି ମାସ ମଧ୍ୟରେ ପ୍ରାୟ ପାଞ୍ଚ କୋଟି ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ନକଲି ଔଷଧକୁ କଟକରୁ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ପଠାଯାଇଛି ।

ଏହା ବି ପଢ଼ନ୍ତୁ | ଏବେ ହଜାରେ ବର୍ଷ ବଞ୍ଚିବ ମଣିଷ! ବୈଜ୍ଞାନିକ କହିଲେ ଲ୍ୟାବରେ ତିଆରି ହେବ ଅମରତ୍ୱର ଇଞ୍ଜେକ୍ସନ୍

ସେହି ନକଲି ଔଷଧ ମଧ୍ୟରୁ କେତେ ପରିମାଣର ଔଷଧକୁ ଲୋକେ ସିଧାସଳଖ ଔଷଧ ଦୋକାନରୁ କିଣିଛନ୍ତି ଓ ସେଥିରୁ କେତେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ବ୍ୟବହାର କରାଯାଇଛି ତାହା ଜାଣିବା ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବ । ନକଲି ବୋଲି ଜାଣି ମଧ୍ୟ ଏହି ସବୁ ଔଷଧ ରାଜ୍ୟର କୋଭିଡ ରୋଗୀଙ୍କୁ ଦିଆଯାଇଛି କି ନା ତାହା ସଠିକ ତଦନ୍ତ ହେଲେ ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଉଛି ।



ଦେଶରେ କରୋନା ସଂକ୍ରମଣର ଔଷଧର ଚାହିଦା ଖୁବ୍‌ ବଢ଼ିଥିବାରୁ ଏହାର ସୁଯୋଗ କେତେକ ଅସାଧୁ ବ୍ୟବସାୟୀ ଉଠାଉଛନ୍ତି । କିଛି ବ୍ୟବସାୟୀ ଔଷଧଗୁଡ଼ିକର କଳାବଜାରୀ କରୁଥିବା ବେଳେ ଅନ୍ୟମାନେ ନକଲି ଔଷଧ ବିକ୍ରି କରୁଥିବା ଜଣାପଡ଼ିଛି ।
Published by:Anand S.T. Das
First published: