ନକଲି କୋଭିଡ୍ ଔଷଧ କାରବାରର ମାଷ୍ଟରମାଇଣ୍ଡ୍ ଶିବ ଜେନାଙ୍କୁ ଗିରଫ କରି ଜେଲ୍ ପଠାଇଲା STF

ଭୁବନେଶ୍ବରର ଏକ ପ୍ରତିଷ୍ଠିତ ହସ୍ପିଟାଲ ପରିସରରେ ଔଷଧ ଦେକାନ କରିଥିବା ଜଣେ ବ୍ୟବସାୟୀ ଶିବ ଜେନାଙ୍କଠାରୁ ବିପୁଳ ପରିମାଣର ଔଷଧ କିଣିଛନ୍ତି । ସେଗୁଡ଼ିକ ସେହି ହସ୍ପିଟାଲରେ ରୋଗୀ ଚିକିତ୍ସାରେ ବ୍ୟବହାର ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନି ।

ନକଲି କୋଭିଡ୍ ଔଷଧ କାରବାରର ମାଷ୍ଟରମାଇଣ୍ଡ୍ ଶିବ ଜେନାଙ୍କୁ ଗିରଫ କରି ଜେଲ୍ ପଠାଇଲା STF
ଗିରଫ ହେବା ପରେ ଶିବ ଜେନାଙ୍କୁ (ଡାହାଣ) କୋର୍ଟକୁ ନିଆଯାଉଛି ।
  • News18 Odia
  • Last Updated: June 24, 2021, 11:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ରାଜ୍ୟରେ ନକଲି କୋଭିଡ୍‌ ଔଷଧ କାରବାରର କଥିତ ମାଷ୍ଟରମାଇଣ୍ଡ୍‌ ଶିବ ଜେନା ଏସ୍.ଟି.ଏଫ୍. ସହିତ ଖେଳୁଥିବା ଲୁଚକାଳି ଖେଳ ଶେଷ ହୋଇଛି । ତାଙ୍କ ସ୍ତ୍ରୀ ତଥା ତାଙ୍କ କମ୍ପାନୀ ‘ମେଡିଲଏଡ୍ ମେଡ଼ିକାମେଣ୍ଟ୍‌’ର ଅନ୍ୟତମ ପରିଚାଳନା ନିର୍ଦ୍ଦେଶିକା ଶୁଭଲକ୍ଷ୍ମୀ ଜେନା ଗିରଫ ହେବାର ଦିନକ ପରେ ଏସ୍‌.ଟି.ଏଫ୍‌. ହାତରେ ଧରା ପଡ଼ି ଜେଲ୍‌ ଯାଇଛନ୍ତି ଶିବ ଜେନା ।

ଏହି ମାମଲାର ତଦନ୍ତ କରୁଥିବା କ୍ରାଇମ୍‌ ବ୍ରାଞ୍ଚର ଏସ୍‌.ଟି.ଏଫ୍‌. ବୁଧବାର ଦିନ ଶୁଭଲକ୍ଷ୍ମୀ ଓ ତାଙ୍କ ହୋଲସେଲିଂ କମ୍ପାନୀର ଦୁଇ ଜଣ କର୍ମଚାରୀଙ୍କୁ ଗରିଫ କରିଥିଲା । ହେଲେ ଫେରାର୍‌ ହୋଇଯାଇଥିଲେ ଶିବ ଜେନା । ତାଙ୍କୁ ଗିରଫ କରିବା ସମୟରେ ନକଲି ଓ ବିଷାକ୍ତ ଔଷଧ କାରବାର ମାମଲାର ମାଷ୍ଟରମାଇଣ୍ଡ୍‌ ବୋଲି ଦର୍ଶାଇଥିଲା ପୋଲିସ । ଶିବ ଜେନାଙ୍କୁ ଗିରଫ କରିବା ପରେ ଏସ୍‌.ଟି.ଏଫ୍‌. ତାଙ୍କୁ କଟକ ସ୍ଥିତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହାଜର କରିଥିଲା । ତାଙ୍କୁ ରିମାଣ୍ଡରେ ନେବାକୁ କ୍ରାଇମ୍‌ ବ୍ରାଞ୍ଚ୍‌ ଆବେଦନ କରି ନ ଥିଲା । ତାଙ୍କ ଜାମିନ ଆବେଦନର ଶୁଣାଣି ସୋମବାରକୁ ଧାର୍ଯ୍ୟ କରି ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ କୋର୍ଟ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ‘‘ଜଣେ ପ୍ରଡ୍ୟୁସର୍ ମୋତେ ହିରୋଙ୍କ ସହ ଶୋଇବାକୁ କହିଥିଲେସବୁ ଇଣ୍ଡଷ୍ଟ୍ରୀରେ ଏମିତି ହୁଏ…’’

‘‘ଶିବ ଜେନା ଜଣେ ଔଷଧ ଡିଷ୍ଟ୍ରିବ୍ୟୁଟର୍‌ । ସେ ଔଷଧଗୁଡ଼ିକ ତିଆରି କରୁ ନ ଥିଲେ । କେବଳ ଔଷଧଗୁଡ଼ିକୁ ଆମଦାନୀ କରି ବିକ୍ରି କରୁଥିଲେ । ତେଣୁ ସେହି ଔଷଧ ନକଲି ବୋଲି ସେ କେମିତି ଜାଣିବେ?’’ କହିଛନ୍ତି ତାଙ୍କ ଓକିଲ ସତ୍ୟରଞ୍ଜନ ମୁଳିଆ ।

ଏହା ବି ପଢ଼ନ୍ତୁ | ବର୍ଷା ଋତୁ ପୂର୍ବରୁ ସବୁ ପିଲା ଇନ୍‌ଫ୍ଲୁଏଞ୍ଜା ଟିକା ନେବା ଉଚିତ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି

ରାଜ୍ୟ ଔଷଧ ବିକ୍ରେତା ସଙ୍ଘର ସମ୍ପାଦକ ପ୍ରଶାନ୍ତ ମହାପାତ୍ର


ନକଲି ତଥା ବିଷାକ୍ତ ଔଷଧ କାରବାରର କରୁଥିବା ଅଭିଯୋଗର ସାମନା କରୁଥିବା ହିମାଚଳ ପ୍ରଦେଶର କମ୍ପାନୀ ‘ମାକ୍ସ ରିଲିଫ ହେଲ୍ଥ କେୟାର୍‌’ର ମାଲିକ ସନ୍ଦୀପ ମିଶ୍ର ଓ ଏହାର ପ୍ରମୁଖ ଡିଷ୍ଟିବ୍ୟୁଟର ସପନ ମୁଖାର୍ଜିଙ୍କୁ ପୂର୍ବରୁ ମୁମ୍ବାଇ ପୋଲିସ ଗରିଫ କରି ସାରିଛି । ଏହି ଲିଙ୍କରେ ଶିବ ଜେନାଙ୍କୁ ମିଶାଇ ଓଡ଼ିଶାରେ ଏ ପର୍ଯ୍ୟନ୍ତ ମୋଟ ଚାରି ଜଣ ଗିରଫ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ | Dr SP Mukherjee: “ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ହେଉଛନ୍ତି ଭାରତୀୟ ଜାତୀୟତାର ଅଲିଭା ବହ୍ନି

ଶିବ ଜେନାଙ୍କଠାରୁ ଔଷଧ କିଣିଥିବା ଓଡ଼ିଶାର ଔଷଧ ବ୍ୟବସାୟୀମାନେ ଏବେ କ୍ରାଇମ୍‌ ବ୍ରାଞ୍ଚର ସ୍କାନରକୁ ଆସିଛନ୍ତି । ଏକ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଭୁବନେଶ୍ବରର ଏକ ପ୍ରତିଷ୍ଠିତ ହସ୍ପିଟାଲ ପରିସରରେ ଔଷଧ ଦେକାନ କରିଥିବା ଜଣେ ବ୍ୟବସାୟୀ ଶିବ ଜେନାଙ୍କଠାରୁ ବିପୁଳ ପରିମାଣର ଔଷଧ କିଣିଛନ୍ତି । ସେହି ଔଷଧଗୁଡ଼ିକ ସମ୍ପୃକ୍ତ ହସ୍ପିଟାଲରେ ରୋଗୀ ଚିକିତ୍ସାରେ ବ୍ୟବହାର ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ରୋଗୀଙ୍କୁ ଡିସକାଉଣ୍ଟ୍‌ ଦରରେ ଔଷଧ ବିକ୍ରି କରିବା ପାଇଁ ସମ୍ପୃକ୍ତ ବ୍ୟବସାୟୀ ଜଣକ ରାଜ୍ୟ ସରକାରଙ୍କ ସହିତ ଚୁକ୍ତି କରିଥିବାରୁ ଶିବ ଜେନାଙ୍କ ଠାରୁ କିଣାଯାଇଥିବା ଔଷଧଗୁଡ଼ିକ ରୋଗୀଙ୍କୁ ଦିଆଯାଇଥିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ଏହା ବି ପଢ଼ନ୍ତୁ | ଡ୍ରାଇଭିଂ ଲାଇସେନ୍ସ ଏକ୍ସପାୟାର୍ ହୋଇଯାଇଥିଲେ ବି ପୋଲିସ ଆପଣଙ୍କ ଚାଲାଣ କାଟିପାରିବ ନାହିଁ

ଝାରସୁଗୁଡ଼ାର ଚାରି ଜଣ ଔଷଧ ବ୍ୟବସାୟୀ ମଧ୍ୟ ଶିବ ଜେନାଙ୍କ ଠାରୁ ଔଷଧ କିଣିଥିବା ସ୍ପଷ୍ଟ ହୋଇଛି । ଝାରସୁଗୁଡ଼ାର କେତେକ ଡାକ୍ତର ମଧ୍ୟ ସେହି ଔଷଧ ଦେକାନୀମାନଙ୍କ ଠାରୁ ଔଷଧ କିଣି ସେଗୁଡ଼ିକୁ ନିଜ ଘରୋଇ ହସ୍ପିଟାଲରେ ବ୍ୟବହାର କରିଥିବା ଜଣାପଡ଼ିଛି । ତେବେ ଶିବ ଜେନା ନକଲି ଫାଭିମାକ୍ସ-୪୦୦ ଔଷଧକୁ ରାଜ୍ୟ ଭିତରେ ବିକ୍ରି କରି ନ ଥିଲେ । ତାଙ୍କର ଅନ୍ୟ ଔଷଧଗୁଡ଼ିକ ବିପୁଳ ସଂଖ୍ୟାରେ ବିକ୍ରି ହୋଇଥିବା ଜଣାପଡ଼ିଛି । ରାଜ୍ୟର ୧୪ଟି ଜିଲ୍ଲାର ଥିବା ଡାକ୍ତର ଓ ଔଷଧ ଦେକାନୀମାନଙ୍କୁ ପ୍ରଲୋଭିତ କରି ସେ ନିଜର ଔଷଧ ବିକ୍ରି କରିଥିବା ତଦନ୍ତରୁ ସାମନାକୁ ଆସିଛି ।



‘‘ନିଜ ପାଖରେ ଔଷଧ ରଖି ରୋଗୀ ଚିକିତ୍ସା କରୁଥିବା କିଛି ଡାକ୍ତର ମଧ୍ୟ ଷ୍ଟକିଷ୍ଟମାନଙ୍କଠାରୁ ଏହି ଔଷଧଗୁଡ଼ିକ ନେଇ ବ୍ୟବହାର କରିଛନ୍ତି । ଏମିତି କିଛି ଖବର ଆମ ପାଖରେ ପହଞ୍ଚିଛି । ତେଣୁ ସଠିକ୍‌ ଭାବେ ତଦନ୍ତ ହେଲେ ସବୁ କିଛି ସ୍ପଷ୍ଟ ହୋଇଯିବ,’’ କହିଛନ୍ତି ରାଜ୍ୟ ଔଷଧ ବିକ୍ରେତା ସଙ୍ଘର ସମ୍ପାଦକ ପ୍ରଶାନ୍ତ ମହାପାତ୍ର ।
Published by: Anand ST Das
First published: June 24, 2021, 11:25 PM IST