ସତ ନା ମିଛ? ଚ଼ୀନରେ ୧୯୮୧ରେ ଏକ ଉପନ୍ୟାସରେ କରୋନାଭାଇରସ ବିଷୟରେ ପୂର୍ବାନୁମାନ ହୋଇଥିଲା?

୩୯ ବର୍ଷ ତଳେ ପ୍ରକାଶିତ ଏହି ଉପନ୍ୟାସରେ ‘ଉହାନ-୪୦୦’ ଭାଇରସର ବର୍ଣ୍ଣନା ଅଛି, ଯାହା ‘‘ଚ଼ୀନର ସବୁଠାରୁ ବିପଜ୍ଜନକ ନୂତନ ଜୈବିକ ଅସ୍ତ୍ର’’ ବୋଲି ଲେଖକ କହିଛନ୍ତି । ଚ଼ୀନର ଉହାନ ସହର ବାହାରେ ଥିବା ଲ୍ୟାବଗୁଡ଼ିକରେ ତାହା ବିକଶିତ ହୋଇଥିବା କଥା ସେ ବହିରେ ଅଛି ।

ସତ ନା ମିଛ? ଚ଼ୀନରେ ୧୯୮୧ରେ ଏକ ଉପନ୍ୟାସରେ କରୋନାଭାଇରସ ବିଷୟରେ ପୂର୍ବାନୁମାନ ହୋଇଥିଲା?
(ସୌଜନ୍ୟ: ଆମାଜନ୍‌ ଓ ଗୁଗଲ୍‌ ବୁକ୍ସ୍‌)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସୋସିଆଲ ମିଡ଼ିଆରେ ଏ କଥା ବହୁଳ ଭାବେ ସେୟାର ହୋଇଛି ଯେ ଆମେରିକୀୟ ଲେଖକ ଡିନ କୁଣ୍ଟଜ୍ ୧୯୮୧ ମସିହାରେ କରୋନାଭାଇରସ ରୋଗ ୨୦୧୯-୨୦୨୦ରେ ହେବ ବୋଲି ପୂର୍ବାନୁମାନ କରିଥିଲେ । ତାଙ୍କ ଉପନ୍ୟାସ ‘‘ଦି ଆଇଜ୍ ଅଫ୍ ଡାର୍କନେସ୍’’ର ମଲାଟ ଓ ସେ ବହିରେ କୁଣ୍ଟଜ୍ କରୋନାଭାଇରସ ବିଷୟରେ କଥିତ ରୂପେ ବର୍ଣ୍ଣନା କରିଥିବା କିଛି ପୃଷ୍ଠା ହଜାର ହଜାର ସଂଖ୍ୟାରେ ସେୟାର ହେଉଛି ଓ ରିଟ୍ବିଟ କରାଯାଉଛି ।

ସୋସିଆଲ ମିଡିଆରେ ପୁସ୍ତକର ସେହି ପୃଷ୍ଠା ପ୍ରସାରିତ ହେଉଛି ଯେଉଁଥିରେ ‘‘ଉହାନ-୪୦୦’’ ନାମକ ଏକ ଜୀବାଣୁ ବିଷୟରେ ଦର୍ଶାଯାଇଛି । କୁଣ୍ଟଜଙ୍କ ବହିର ବହୁଳ ଭାବେ ପ୍ରସାରିତ ପୃଷ୍ଠାରେ ଥିବା ଫଟୋରେ କିଛି ହାଇଲାଇଟ ଟେକ୍ସଟ୍ ରହିଛି । ସେଥିରେ ଲେଖା ଅଛି: ‘‘ସେମାନେ ଏହି ପଦାର୍ଥକୁ ‘ଉହାନ-୪୦୦’ ବୋଲି କହିଛନ୍ତି କାରଣ ଏହା ଉହାନ ସହର ବାହାରେ ଥିବା ସେମାନଙ୍କ RDNA ଲ୍ୟାବରେ ବିକଶିତ ହୋଇଥିଲା, ଆଉ ଏହା ସେହି ରିସର୍ଚ୍ଚ ସେଣ୍ଟରରେ ସୃଷ୍ଟି କରାଯାଇଥିବା ମନୁଷ୍ୟକୃତ ଅଣୁଜୀବର ୪୦୦ତମ କାର୍ଯ୍ୟକ୍ଷମ ଷ୍ଟ୍ରେନ୍‌ ଥିଲା ।’’

କେତେକ ଲୋକେ ଏହା ବି ଦାବି କରିଛନ୍ତି ଯେ ସେହି ବହିର ଏକ ପୃଷ୍ଠାରେ ୨୦୨୦ ବର୍ଷ ଓ ଏକ ‘‘ଭୟଙ୍କର ନିମୋନିଆ ଭଳି ରୋଗ’’ ବିଷୟରେ ଉଲ୍ଲେଖ ରହିଛି ।

ଏହା ଆଂଶିକ ମିଥ୍ୟା ଅଟେ । ଯଦିଓ କୁଣ୍ଟଜ୍‌ ତାଙ୍କ ଉପନ୍ୟାସରେ ଏକ କାଳ୍ପନିକ ଜୀବାଣୁ ବିଷୟରେ ଲେଖିଥିଲେ ଓ ତା’ର ନାମ ‘‘ଉହାନ-୪୦୦’’ ଚ଼ୀନର ସେହି ସହରକୁ ବୁଝାଉଛି ଯେଉଁଠି ୨୦୧୯ର କରୋନାଭାଇରସ୍ (COVID-୧୯) ଆରମ୍ଭ ହୋଇଥିଲା, ସେହି ବହିରେ ଥିବା ରୋଗର COVID-୧୯ ସହିତ ଆଉ ଅଧିକ ସମାନତା ନାହିଁ ।

କୁଣ୍ଟଜ ତାଙ୍କ ଉପନ୍ୟାସରେ ‘‘ଉହାନ-୪୦୦’’କୁ ‘‘ଏକ ଦଶନ୍ଧି ମଧ୍ୟରେ ଚ଼ୀନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ବିପଜ୍ଜନକ ନୂତନ ଜୈବିକ ଅସ୍ତ୍ର’’ ବୋଲି ବର୍ଣ୍ଣନା କରିଛନ୍ତି । ଉହାନ ସହର ବାହାରେ ଥିବା ଲ୍ୟାବଗୁଡ଼ିକରେ ଏହା ବିକଶିତ ହୋଇଥିବା ଲେଖିଛନ୍ତି କୁଣ୍ଟ୍‌ଜ୍‌ ।

କୌଣସି ପ୍ରମାଣ ନାହିଁ ଯେ ଏହି ନୂଆ ଭାଇରସ ଏକ ଲ୍ୟାବରେ ସୃଷ୍ଟି ହୋଇଛି । ଗତ ବର୍ଷ ଶେଷ ଆଡ଼କୁ ବେଆଇନ ଭାବେ ବନ୍ୟ ଜନ୍ତୁ ବିକ୍ରି କରୁଥିବା ଉହାନର ଏକ ଖାଦ୍ୟ ବଜାରରେ ଏହି ଭୁତାଣୁ ଉତ୍ପନ୍ନ ହୋଇଥିଲା ବୋଲି ବିଶ୍ୱାସ କରାଯାଉଛି। ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ହୁଏତ ଏହି ଭୂତାଣୁ ବାଦୁଡ଼ିରୁ ଉତ୍ପନ୍ନ ହେବା ପରେ ଅନ୍ୟ ପ୍ରଜାତି ମାଧ୍ୟମରେ ମନୁଷ୍ୟମାନଙ୍କ ପାଖକୁ ଯାଇଥିଲା ।

ରଏଟର୍ସ କୁଣ୍ଟଜଙ୍କ ଉପନ୍ୟାସରେ ‘‘ଉହାନ-୪୦୦’’ ବିଷୟରେ ଆଉ କେଉଁଠି କଣ ଲେଖାଯାଇଛି ତାହା ଦେଖିବାକୁ ଚ଼େଷ୍ଟା କରିଥିଲା । ସେହି ଉପନ୍ୟାସରେ ‘‘ଉହାନ-୪୦୦’’ର  ଯେଉଁ ସବୁ ଲକ୍ଷଣ ଓ ଗତିବିଧି ବର୍ଣ୍ଣିତ ଅଛି ସେସବୁ COVID-୧୯ ଠାରୁ ବହୁତ ଭିନ୍ନ । ଉପନ୍ୟାସରେ ଏହି ଜୀବାଣୁଗୁଡ଼ିକର ଇନକ୍ୟୁବେସନ ସମୟ ମାତ୍ର ଚ଼ାରି ଘଣ୍ଟା କୁହାଯାଇଛି, ହେଲେ COVID-୧୯ର  ଇନକ୍ୟୁବେସନ୍‌ ସମୟ ଦିନକରୁ ୧୪ ଦିନ ମଧ୍ୟରେ ରହିଛି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ ସବୁ ଠାରୁ ସାଧାରଣ ଇନକ୍ୟୁବେସନ ସମୟ ପ୍ରାୟ ପାଞ୍ଚ ଦିନ ।

‘ଉହାନ-୪୦୦’ରେ ସଂକ୍ରମିତ ୧୦୦ ପ୍ରତିଶତ ଲୋକଙ୍କ ମୃ୍ତ୍ୟୁ ହେଉଥିବା କୁଣ୍ଟଜ ନିଜ ଉପନ୍ୟାସରେ ଲେଖିଛନ୍ତି । ସେ ଭୂତାଣୁରେ ଥରେ ଆକ୍ରାନ୍ତ ହେଲେ ଚ଼ବିଶ ଘଣ୍ଟାରୁ ଅଧିକ ସମୟ କେହି ବଞ୍ଚନ୍ତି ନାହିଁ ଓ ଅଧକାଂଶ ବାର ଘଣ୍ଟା ଭିତରେ ମରିଯାଆନ୍ତି ବୋଲି ସେ ଲେଖିଛନ୍ତି । ହେଲେ WHO ଅନୁଯାୟୀ COVID-୧୯ର ମୃତ୍ୟୁ ହାର ଏହା ଠାରୁ ବହୁତ କମ୍‌ । ଉହାନ ସହରରେ ଏଥି ଯୋଗୁଁ ହୋଇଥିବା ମୃତ୍ୟୁ ହାର ୨ ପ୍ରତିଶତରୁ ୪ ପ୍ରତିଶତ ମଧ୍ୟରେ ଥିବା ବେଳେ ଉହାନ ବାହାରେ ଏହା ୦.୭ ପ୍ରତିଶତ ରହିଛି ।

କୁଣ୍ଟଜଙ୍କ ଉପନ୍ୟାସରେ ଥିବା ସଂକ୍ରମଣର ଲକ୍ଷଣଗୁଡ଼ିକ COVID-୧୯ର ଲକ୍ଷଣ ଠାରୁ ଭିନ୍ନ । ତାଙ୍କ ଉପନ୍ୟାସରେ ‘ଉହାନ-୪୦୦’ ଦ୍ୱାରା ଏକ ‘‘ବିଷାକ୍ତ ପଦାର୍ଥର ସ୍ରୋତ ସୃଷ୍ଟି କରେ ଯାହା ମସ୍ତିଷ୍କର ଥିବା ଟିସୁକୁ ଖାଇଯାଏ’’ ବୋଲି ଲେଖା ଅଛି । ହେଲେ COVID-୧୯ ସଂକ୍ରମଣର ବିଭିନ୍ନ ପ୍ରକାରର ଲକ୍ଷଣ ରହିଛି, ଯଥା ଜ୍ବର, କାଶ ଓ ନିଶ୍ବାସ ପ୍ରଶ୍ବାସରେ ଅସୁବିଧା । ସାମାନ୍ୟ ସଂକ୍ରମଣରେ ଥଣ୍ଡା ଭଳି ଲକ୍ଷଣ ଦେଖାଯାଇଥାଏ, ଆଉ ସଂକ୍ରମଣ ଗୁରୁତର ହେଲେ ନିମୋନିଆ, ଶ୍ବାସକ୍ରିୟା ରୋଗ, କିଡନୀ ବିଫଳତା ଓ ପରେ ମୃତ୍ୟୁ ହୋଇପାରେ ।

ଉପନ୍ୟାସରେ, ‘ଉହାନ-୪୦୦’କୁ ଇବୋଲା (EVD) ଅପେକ୍ଷା ଅଧିକ ବିପଦପୂର୍ଣ୍ଣ ବୋଲି ବର୍ଣ୍ଣନା କରାଯାଇଛି, କିନ୍ତୁ COVID-୧୯ ଇବୋଲା ଅପେକ୍ଷା କମ୍ ବିପଦପୂର୍ଣ୍ଣ ବୋଲି ଦର୍ଶାଯାଇଛି । WHO ଅନୁଯାୟୀ EVD ମାମଲାରେ ହାରାହାରି ମୃତ୍ୟୁ ହାର ପ୍ରାୟ ୫୦ ପ୍ରତିଶତ ଥିବା ବେଳେ ପୂର୍ବରୁ ଏହି ମୃତ୍ୟୁ ହାର ୨୫ ପ୍ରତିଶତରୁ ୯୦ ପ୍ରତିଶତ ମଧ୍ୟରେ ଥିଲା । ହେଲେ କରୋନାଭାଇରସର ମୃତ୍ୟୁ ହାର ଉହାନରେ ଦୁଇ ପ୍ରତିଶତରୁ ଚ଼ାରି ପ୍ରତିଶତ ଓ ଉହାନ ବାହାରେ ୦.୭ ପ୍ରତିଶତ ମଧ୍ୟରେ ଅଛି ।

ସୂଚନାଯୋଗ୍ୟ ଯେ ୧୯୮୧ ମସିହାରେ ‘‘ଦି ଆଇଜ୍ ଅଫ୍ ଡାର୍କନେସ୍’’ ର ପ୍ରଥମ ସଂସ୍କରଣରେ କାଳ୍ପନିକ ଜୀବାଣୁ ଚ଼ୀନର ସହରର ନାମରେ ନୁହେଁ, ବରଂ ‘ଗୋର୍କି’ (ଗୋର୍କି-400) ନାମକ ଏକ ଋଷିଆନ ସ୍ଥାନ ଉପରେ ନାମିତ ହୋଇଥିଲା। ଉପନ୍ୟାସର ମୂଳ ସଂସ୍କରଣରେ ଏହି ଭୂତାଣୁ ଗୋର୍କି ସହର ବାହାରେ ବିକଶିତ ହୋଇଥିଲା ଓ ଏହା “ଦଶନ୍ଧିର ସୋଭିଏତର ସବୁ ଠାରୁ ଗୁରୁତ୍ୱପୂର୍ଣ୍ଣ ଓ ବିପଜ୍ଜନକ ନୂତନ ଜୈବିକ ଅସ୍ତ୍ର’’ ଥିଲା ।

ସାଉଥ ଚ଼ାଇନା ମର୍ଣ୍ଣିଂ ପୋଷ୍ଟ ଖବରକାଗଜ ଅନୁଯାୟୀ ଶୀତଳ ଯୁଦ୍ଧ ୧୯୮୯ରେ ଶେଷ ହେବା ସମୟ ଆଡ଼କୁ ଉପନ୍ୟାସଟିର ପୁନଃପ୍ରକାଶନ ବେଳେ ଏହି ଜୀବାଣୁଙ୍କ ନାମ ପରିବର୍ତ୍ତନ କରାଯାଇଥିଲା । ଏହି ସଂସ୍କରଣରେ କୁଣ୍ଟଜ ତାଙ୍କର ଉପନ୍ୟାସକୁ ଛଦ୍ମ ନାମ ‘ଲେ ନିକୋଲାସ’ ପରିବର୍ତ୍ତେ ତାଙ୍କ ନିଜ ପ୍ରକୃତ ନାମରେ ପ୍ରକାଶିତ କରିଥିଲେ ।

ରାୟ:

ଏହି କଥାଟି ଆଂଶିକ ମିଥ୍ୟା । ଡିନ୍ କୁଣ୍ଟ୍‌ଜ୍ ‘ୱୁହାନ୍-400’ ନାମକ ଏକ କାଳ୍ପନିକ ଜୀବାଣୁ ବିଷୟରେ ଲେଖିଥିଲେ, କିନ୍ତୁ ତା’ର ବର୍ଣ୍ଣନା ଓ କରୋନାଭାଇରସର ଲକ୍ଷଣ ଓ ପ୍ରଭାବ ମଧ୍ୟରେ କୌଣସି ସମ୍ପର୍କ ନାହିଁ ।
First published: March 5, 2020, 9:25 PM IST
corona virus btn
corona virus btn
Loading