ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ମାସକ ମଧ୍ୟରେ ମୁମ୍ବାଇର ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ ଚାରି ଜଣ ସେଲିବ୍ରିଟି ଆତ୍ମହତ୍ୟା କଲେଣି । ମାନସିକ ଅବସାଦ ଏମାନଙ୍କ ମୃତ୍ୟୁର କାରଣ ବୋଲି କୁହାଯାଉଛି । କିନ୍ତୁ ଏହି ମୃତ୍ୟୁଗୁଡ଼ିକୁ ଲୋକେ ଯୋଡ଼ି କରି ଦେଖୁଛନ୍ତି ।

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?
ଚାରିଟି ଆତ୍ମହତ୍ୟା: ଦିଶା ସାଲିଆନ୍, ପ୍ରେକ୍ଷା ମେହଟା, ମନମୀତ ଗ୍ରେୱାଲ୍ ଓ ସୁଶାନ୍ତ ସିଂ ରାଜପୁତ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ମଇ ୧୫ରେ SAB ଟିଭିର ସୋ’ ‘ଆଦତ ସେ ମଜବୁର’ (Adat se Majboor)ରେ ଅଭିନୟ କରିଥିବା ମନମୀତ ଗ୍ରେୱାଲ୍ (Manmeet Grewal) ଆତ୍ମହତ୍ୟା କରିଥିଲେ । ୩୨ ବର୍ଷୀୟ ମନମୀତ ମୁମ୍ବାଇରେ ନିଜ ଘରେ ଦଉଡ଼ି ଲଗାଇ ନିଜ ଜୀବନ ଶେଷ କରିଥିଲେ । ତାଙ୍କର ଜଣେ ବନ୍ଧୁ ଗଣମାଧ୍ୟମକୁ କହିଛନ୍ତି ଯେ ଲକଡାଉନ୍‌ ଯୋଗୁଁ ମନମୀତଙ୍କର ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା ଓ ଏହି ଚିନ୍ତା ଯୋଗୁଁ ସେ ଡିପ୍ରେସନର (depression) ଶିକାର ହୋଇଥିଲେ । ମନମୀତ ପୂର୍ବରୁ ଅନେକ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଲକଡାଉନ ତାଙ୍କୁ ପୂର୍ବରୁ ମିଳୁଥିବା ଛୋଟ ଛୋଟ କାମ ଓ ପ୍ରଜେକ୍ଟ୍‌ ମିଳିବା ବନ୍ଦ ହୋଇଯାଇଥିଲା । ଏଭଳି ପରିସ୍ଥିତିରେ ମନମୀତଙ୍କ ଆର୍ଥିକ ଅବସ୍ଥା ଏତେ ଖରାପ ହୋଇ ଯାଇଥିଲା ଯେ ଘର ଭଡ଼ା ଦେବା ବି ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡ଼ିଥିଲା । ଏହା ପରେ ସେ ଆତ୍ମହତ୍ୟା କରିଥିଲେ ।

ମେ ୨୬ରେ ୨୫-ବର୍ଷୀୟା ଟିଭି ଅଭିନେତ୍ରୀ ପ୍ରେକ୍ଷା ମେହଟା (TV actress Preksha Mehta) ମଧ୍ୟ ପ୍ରଦେଶର ଇନ୍ଦୋରରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ । ପୋଲିସର ସୂଚନା ଅନୁସାରେ ଆତ୍ମହତ୍ୟା ପୂର୍ବରୁ ଲେଖିଥିବା ଏକ ଚିଠିରେ ସେ ନିଜ କରିୟରର, ଅଧୁରା ସ୍ୱପ୍ନ ଏବଂ ସମ୍ପର୍କକୁ ନେଇ ଗଭୀର ନିରାଶା ବ୍ୟକ୍ତ କରିଥିଲେ । ହିରାନଗର ପୋଲିସ ଷ୍ଟେସନରେ ତଦନ୍ତ ଦାୟିତ୍ୱରେ ଥିବା ରାଜୀବ ଭଦୋରିଆ କହିଛନ୍ତି, ‘‘ପ୍ରାରମ୍ଭିକ ତଦନ୍ତରୁ ଆମେ ଅନୁଭବ କରୁଛୁ ଯେ ଟିଭି ଅଭିନେତ୍ରୀ ଗଭୀର ଅବସାଦର ଶିକାର ହୋଇଥିଲେ । ପ୍ରଥମ ଦେଖାରେ ଏହା ଆତ୍ମହତ୍ୟା ମାମଲା ମନେହେଉଛି ।’’

ଜୁନ୍ ୯ରେ ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ପୂର୍ବତନ ମ୍ୟାନେଜର ଦିଶା ସାଲିଆନ୍ (Disha Salian) ଏକ ବହୁ-ମହଲା କୋଠା ଭିତରୁ ତଳକୁ ଡେଇଁପଡି ବା ଖସି ପଡ଼ି ମୃତ୍ୟୁ ବରଣ କରିଥିଲେ । ପୋଲିସର ସୂଚନା ଅନୁସାରେ ଦିଶା ସାଲିଆନ ମୁମ୍ବାଇର ମାଲାଡର ଏକ ୧୪-ମହଲା କୋଠାର ଦ୍ୱାଦଶ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ । ଦିଶା ନିଜ ଫିଆନ୍ସଙ୍କ ସହ ମାଲାଡରେ ରହୁଥିଲେ। ତାଙ୍କ ମୃତ୍ୟୁ ପଛରେ ଅବସାଦ ମଧ୍ୟ ମୁଖ୍ୟ କାରଣ ବୋଲି କୁହାଯାଇଥିଲା ।

ସୁଶାନ୍ତ ସିଂ ରାଜପୁତ ୨୦୧୩ରେ ଟିଭି ଛାଡ଼ି ଦେଇଥିଲେ ଆଉ ତା’ ପରେ ସେ ଟେଲିଭିଜନକୁ ଫେରି ନ ଥିଲେ ।


ଏବେ ଜୁନ୍ ୧୪ରେ ସୁଶାନ୍ତ ସିଂ ରାଜପୁତ (Sushant Singh Rajput Suicide) ମୁମ୍ବାଇର ବାନ୍ଦ୍ରାରେ ଥିବା ନିଜ ଭଡ଼ା ଫ୍ଲାଟରେ ଦଉଡ଼ି ଲଗାଇ ଆତ୍ମହତ୍ୟା କଲେ । ତାଙ୍କର ଦେହାନ୍ତ ହେବାର ମୁଖ୍ୟ କାରଣ ତାଙ୍କର ମାନସିକ ଅବସାଦ ବୋଲି କୁହାଯାଉଛି । ସେ ପ୍ରାୟ ଛଅ ମାସ ଧରି ଡିପ୍ରେସନ ପାଇଁ ଚିକିତ୍ସିତ ହେଉଥିଲେ ।

ବର୍ତ୍ତମାନ ଏହି ଚାରୋଟି ମୃତ୍ୟୁକୁ ସୋସିଆଲ ମିଡିଆରେ ସଂଯୋଗ କରାଯାଉଛି ଓ ଏହା ଏମିତି ଭାଇରାଲ ହେବାରେ ଲାଗିଛି ଯେମିତି ଏମାନଙ୍କ ପଛରେ କିଛି ଆପରାଧିକ ଶକ୍ତି କାମ କରୁଛି । ଅନେକ ପ୍ରସିଦ୍ଧ ବ୍ୟକ୍ତି ମଧ୍ୟ ଏ ବିଷୟରେ ଟ୍ୱିଟ୍ କରୁଛନ୍ତି । ଏମିତି ଆଶଙ୍କା ଆସୁଛି ଯେ ଏହି ଚାରି ଜଣ ବ୍ୟକ୍ତିଙ୍କ ଆତ୍ମହତ୍ୟା କେବଳ ମାନସିକ ଅବସାଦ କାରଣରୁ ବା ସଂଯୋଗବସତଃ ନୁହେଁ, ବରଂ ସେମାନଙ୍କ ମଧ୍ୟରେ ନିଶ୍ଚିତ ଭାବରେ ଏକ ସମ୍ପର୍କ ରହିଛି ।

ସୋସିଆଲ ମିଡିଆରେ କୁହାଯାଉଥିବା ଏହି ସମ୍ପର୍କ ଅନୁସାରେ ସୁଶାନ୍ତଙ୍କ ପୂର୍ବରୁ ଆତ୍ମହତ୍ୟା କରିଥିବା ତିନି ଜଣ ବ୍ୟକ୍ତିଙ୍କର ସୁଶାନ୍ତଙ୍କ ସହ ସିଧାସଳଖ ସମ୍ପର୍କ ଥିଲା । ଟିଭି ଅଭିନେତା ମନମୀତ ଗ୍ରେୱାଲ ସୁଶାନ୍ତଙ୍କ ବନ୍ଧୁ ଥିଲେ । ଟିଭି ଅଭିନେତ୍ରୀ ପ୍ରେକ୍ଷା ମେହେଟା ମଧ୍ୟ ସୁଶାନ୍ତଙ୍କ ବନ୍ଧୁ ଥିଲେ। ଆଉ ଦିଶା ସାଲିଆନ୍ ତାଙ୍କର ପୂର୍ବତନ ମ୍ୟାନେଜର ଥିଲେ ।

ସୁଶାନ୍ତ ସିଂ ରାଜପୁତଙ୍କ ସହ ତାଙ୍କ ପୂର୍ବ ଗର୍ଲଫ୍ରେଣ୍ଡ ଓ ସହ-ଅଭିନେତା ଅଙ୍କିତା ଲୋଖଣ୍ଡେ


ଅବଶ୍ୟ ଯେତେବେଳେ ଆମେ ଏହି କଥାକୁ ଫ୍ୟାକ୍ଟ-ଚେକ୍ କରିବା ଆରମ୍ଭ କରିଥିଲୁ ଆମେ ଜାଣିଲୁ ଯେ ସୁଶାନ୍ତ ସିଂ ରାଜପୁତଙ୍କର ଟିଭି ଅଭିନେତା ମନମୀତ୍ ଗ୍ରେୱାଲ୍ ଓ ଟିଭି ଅଭିନେତ୍ରୀ ପ୍ରେକ୍ଷା ମେହେଟାଙ୍କ ସହ କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନ ଥିଲା । ବାସ୍ତବରେ ସୁଶାନ୍ତଙ୍କୁ ଏହି ଅଭିନେତାମାନଙ୍କ ସହ ଯୋଡ଼ିବାର କାରଣ ଥିଲା ସୁଶାନ୍ତଙ୍କ ଜଣେ ପ୍ରସିଦ୍ଧ ଟିଭି ଅଭିନେତା ଥିଲେ । ହେଲେ ସେ ସାତ ବର୍ଷ ପୂର୍ବେ ୨୦୧୩ରେ ଟିଭି ଛାଡ଼ି ଦେଇଥିଲେ ଆଉ ତା’ ପରେ ସେ ଆଉ ଟେଲିଭିଜନକୁ ଫେରି ନ ଥିଲେ ।

ସୁଶାନ୍ତ ଟିଭି ଇଣ୍ଡଷ୍ଟ୍ରି ଛାଡ଼ିବା ପରେ ହିଁ ମନମୀତ ଓ ପ୍ରେକ୍ଷାଙ୍କ ଟିଭି କରିୟର ଆରମ୍ଭ ହୋଇଥିଲା । ଦିଶା ସାଲିଆନଙ୍କ କଥା କହିଲେ ସେ ତ ଅନେକ ମାସ ପୂର୍ବରୁ ସୁଶାନ୍ତଙ୍କ ସହ କାମ କରିବା ଛାଡ଼ି ଦେଇଥିଲେ । ଦିଶା କେବଳ ସୁଶାନ୍ତଙ୍କ ମ୍ୟାନେଜର ନ ଥିଲେ, ବରଂ ଇଣ୍ଡଷ୍ଟ୍ରିର ଅନ୍ୟ ଅନେକ ସେଲିବ୍ରିଟିଙ୍କର ମଧ୍ୟ ମ୍ୟାନେଜର୍‌ ଥିଲେ । ତାଣୁ ଏହି ସବୁ ତଥ୍ୟ କୌଣସି ପ୍ରକାରେ ପ୍ରମାଣ କରୁ ନାହିଁ ଯେ ଏହି ଚାରିଟି ଆତ୍ମହତ୍ୟା ପଛରେ ଏକ ଆପରାଧିକ ଷଡ଼ଯନ୍ତ୍ର କିମ୍ବା ଅପରାଧିକ ଶକ୍ତି ଅଛି ବୋଲି ।

ହଁ, ଏହି ଚାରୋଟି ଆତ୍ମହତ୍ୟା ମଧ୍ୟରେ ସଂଯୋଗ ହେଉଛି ଅବସାଦ । ସୁଶାନ୍ତଙ୍କୁ ଛାଡ଼ି ଅନ୍ୟ ତିନି ଜଣଙ୍କର ଆର୍ଥିକ ଅସୁବିଧା ଥିଲା । ଏହି ତିନି ଜଣଙ୍କ ଜୀବନରେ ଲକଡାଉନ୍‌ ଯୋଗୁଁ କାମର ଅଭାବ ଓ ପ୍ରୋଜେକ୍ଟଗୁଡ଼ିକ ଅଟକି ରହିବା ଦେଖାଦେଇଥିଲା । ଲକଡାଉନ୍ ସମୟରେ ସେମାନଙ୍କୁ ନିଜ କରିଅର୍ ବିଷୟରେ ଚିନ୍ତା କରିବାର ସୁଯୋଗ ମିଳିଲା, ଆଉ ସେମାନେ ନିଜ କାର୍ଯ୍ୟର ମୂଲ୍ୟାଙ୍କନ କଲେ ଓ ନିରାଶ ହେଲେ ।

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପଛରେ କୌଣସି ସ୍ପଷ୍ଟ କାରଣ ନ ଥିବା ବେଳେ ତାଙ୍କ ପରିବାର, ସହଯୋଗୀ, ମନୋଜ ବାଜପେୟୀ ବା ଶେଖର କପୁର ମଧ୍ୟ ସ୍ପଷ୍ଟ ଭାବେ କିଛି ଜାଣି ନାହାଁନ୍ତି । ସୋସିଆଲ ମିଡ଼ିଆରେ ଫିଲ୍ମ ଇଣ୍ଡଷ୍ଟ୍ରିର ବଡ଼ବଡ଼ିଆ ଲୋକଙ୍କ ଉପରେ ଏକ ବିତର୍କ ଚାଲିଛି । କିନ୍ତୁ କୌଣସି ଆପରାଧିକ ଷଡ଼ଯନ୍ତ୍ରର ମାମଲା କୌଣସି ସ୍ଥାନରେ ସାମନାକୁ ଆସୁନାହିଁ ।

ଏହା ବି ପଢ଼ନ୍ତୁ: 

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 16, 2020, 9:16 PM IST
corona virus btn
corona virus btn
Loading