ପିଲାମାନଙ୍କୁ କରୋନା ହେବା ସମ୍ଭାବନା ବିଷୟରେ ଭ୍ରମିତ ହୁଅନ୍ତୁ ନାହିଁ, କହିଲେ ବଡ଼ ବିଶେଷଜ୍ଞମାନେ

Experts dispel fears about Coronavirus for children | ପିଲାମାନଙ୍କର ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମିର ବ୍ୟବସ୍ଥା କରାଯାଇଛି ବୋଲି କହି ନୀତି ଆୟୋଗ ସଦସ୍ୟ ଡଃ ଭି.କେ. ପଲ୍ ପିଲାମାନଙ୍କୁ ହେଉଥିବା ଓ ହେବାକୁ ଯାଉଥିବା କରୋନା ସଂକ୍ରମଣ ସହ ଜଡିତ ଅନେକ ଭୁଲ ଧାରଣା ଉପରେ ବାସ୍ତବ ସୂଚନା ଦେଇଛନ୍ତି ।

  • News18 Odia
  • | June 30, 2021, 19:50 IST
    facebookTwitterLinkedin
    LAST UPDATED A YEAR AGO

    AUTO-REFRESH

    HIGHLIGHTS

    News18 Odia Digital

    ନୂଆ ଦିଲ୍ଲୀ: କରୋନା ମହାମାରୀ (COVID-19) ସହିତ ଜଡି଼ତ ଅନେକ ବିଭ୍ରାନ୍ତିକର ଖବର ସମାଜରେ ବ୍ୟାପକ ହେଉଥିବାରୁ ଏବେ କେନ୍ଦ୍ର ସରକାର ଏହାର ଜବାବ ଦେଇଛନ୍ତି । ନୀତି ଆୟୋଗ (NITI Aayog) ସଦସ୍ୟ ଡକ୍ଟର ଭି.କେ. ପଲ୍‌ ପିଲାମାନଙ୍କୁ ହେଉଥିବା ଓ ହେବାକୁ ଥିବା କରୋନା ସଂକ୍ରମଣ ସହ ଜଡିତ ଅନେକ ଭୁଲ ଧାରଣା ଉପରେ ବାସ୍ତବ ସୂଚନା ଦେଇଛନ୍ତି ।

    ସେ କହିଛନ୍ତି ଯେ ଦେଶରେ ପିଲାମାନଙ୍କର ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମିର ବ୍ୟବସ୍ଥା କରାଯାଇଛି । ସେ ଏହା ବି ସ୍ପଷ୍ଟ କରିଛନ୍ତି ଯେ ସାଧାରଣତଃ ପିଲାମାନଙ୍କଠାରେ କରୋନା ଲକ୍ଷଣବିହୀନ ହୋଇଥାଏ ଓ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାର ଆବଶ୍ୟକତା ଖୁବ୍‌ କମ୍‌ ପଡ଼େ ।

    ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଆସିଲା ନୂଆ ନିୟମ: ୧୬ ଯାଏଁ ଆଂଶିକ ଲକ୍‌ଡାଉନ୍‌; ୨୦ଟି ଜିଲ୍ଲାରେ ସନ୍ଧ୍ୟା ୬ଟା ଯାଏଁ ଦୋକାନ ଖୋଲିପାରିବ

    ଅନ୍ୟ ପକ୍ଷରେ ଏ.ଆଇ.ଆଇ.ଏମ୍.ଏସ୍. (AIIMS Delhi) ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ସୂଚନା ଦେଇଛନ୍ତି ଯେ ଦେଶ ତଥା ବିଶ୍ୱରେ ଏପରି କୌଣସି ତଥ୍ୟ ଆସିନାହିଁ ଯେଉଁଥିରେ କୁହାଯାଇଛି ଯେ କରୋନା ସଂକ୍ରମଣର ତୃତୀୟ ଲହରୀରେ (Corona Thurd Wave) ପିଲାମାନଙ୍କ ଉପରେ ଗୁରୁତର ପ୍ରଭାବ ପଡ଼ିବ ।

    ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଗଞ୍ଜାମରେ ବର୍ବରତା: ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟିଲେ, ଦାନ୍ତ ଭାଙ୍ଗିଲେ, ବିଷ୍ଠା ଖୁଆଇଲେ

    ‘‘କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ସମୟରେ ପିଲାମାନେ କରୋନାରେ ସଂକ୍ରମିତ ହେବା ପରେ ସାଧାରଣ ଭାବେ ଏହି ରୋଗରୁ ମୁକ୍ତି ପାଇଥିଲେ । ଯେଉଁମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡୁଥିଲା, ସେମାନେ ନିଶ୍ଚିତ ଭାବରେ ପୂର୍ବରୁ କିଛି ରୋଗରେ ଆକ୍ରାନ୍ତ ଥିଲେ ବା ସେମାନଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲା,’’ କହିଛନ୍ତି ଡଃ ଗୁଲେରିଆ ।

    ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଆକାଶବାଣୀ... ଖବର ପଢ଼ୁଛନ୍ତି... ନା, ଆଉ ଖବର ପଢ଼ିବେନି ଉପେନ୍ଦ୍ର କୁମାର ପାହାଡ଼ ସିଂ

    ଇତି ମଧ୍ୟରେ ପିଲାମାନଙ୍କ ଦେହରେ କୋଭାକ୍ସିନ୍ ଟିକାର ପରୀକ୍ଷା ଆରମ୍ଭ ହୋଇଯାଇଛି ଓ ଏହାର ଫଳାଫଳ ସେପ୍ଟେମ୍ବର ବା ଅକ୍ଟୋବରରେ ଆସିପାରେ ବୋଲି ଜଣାପଡ଼ିଛି । କୋଭିଡ ୱାର୍କିଂ ଗୃ‌ର ଚେୟାରମ୍ୟାନ୍ ଡଃ ଏନ.କେ. ଚୋପ୍ରା କହିଛନ୍ତି ଯେ ଜୁନ୍ ୨୫ ତାରିଖରୁ ପିଲାମାନଙ୍କ ମଧ୍ୟରେ କୋଭାକ୍ସିନ୍‌ ଟିକାର (Covaxin) ପରୀକ୍ଷା ଆରମ୍ଭ ହୋଇଛି । ଏହି ପରୀକ୍ଷା ୨ରୁ ୧୮ ବର୍ଷ ବୟସର ପିଲାମାନଙ୍କଠାରେ କରାଯାଉଛି । ଏହାର ଫଳାଫଳ ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ଆସିପାରେ । ସେ ଏହା ମଧ୍ୟ କହିଛନ୍ତି ଯେ ପିଲାମାନଙ୍କୁ କରୋନା ସଂକ୍ରମଣ ହୋଇପାରେ, କିନ୍ତୁ ତାହା ସାଧାରଣତଃ ଗୁରୁତର ହେବ ନାହିଁ ।

    ଏହା ବି ପଢ଼ନ୍ତୁ | ହାତ କାଟିଲେ ଛାତ୍ରୀ; ମ୍ୟାଟ୍ରିକ୍ପରୀକ୍ଷା ଫଳକୁ ନେଇ ବଢ଼ିଲା ଅସନ୍ତୋଷ; ରାସ୍ତାକୁ ଓହ୍ଲାଇଲେ ପିଲାମାନେ

    ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥା ଦେଶର ବଡ଼ ବିଶେଷଜ୍ଞମାନେ କହିଛନ୍ତି ଯେ ଆଗାମୀ କରୋନା ଲହରୀ ପାଇଁ ବି ସମସ୍ତଙ୍କୁ କରୋନା ଉପଯୁକ୍ତ ଆଚରଣ ଗ୍ରହଣ କରିବାକୁ ପଡି଼ବ। ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ଓ ସାମାଜିକ ଦୂରତା ବଜାୟ ରଖିବା ଭଳି ନିୟମ ମାନିବା ହିଁ ପ୍ରଭାବଶାଳୀ ହେବ । ଦେଶରେ ବଢ଼ୁଥିବା ଡେଲଟା ପ୍ଲସ୍‌ ଭ୍ୟାରିଆଣ୍ଟ୍‌ (Delta Plus) ମାମଲା ମଧ୍ୟରେ ଏବେ ତୃତୀୟ ଲହରୀର ସମ୍ଭାବନା ମଧ୍ୟ ପ୍ରକାଶ କରାଯାଉଛି ।



    ଜୁନ୍ ମାସରେ ଦେଶରେ କରୋନା ଟିକାକରଣର ବେଗରେ ଉଲ୍ଲେଖନୀୟ ପ୍ରଗତି ଘଟିଛି । କେନ୍ଦ୍ର ସରକାର କହିଛନ୍ତି ଯେ ଡିସେମ୍ବର ମାସ ସୁଦ୍ଧା ଦେଶର ସମସ୍ତ ଜନସଂଖ୍ୟାକୁ ଟିକାକରଣ କରାଯିବ ।