ଭୁବନେଶ୍ୱରର ୧୯୨୯ କୋଭିଡ କଲ୍ ସେଣ୍ଟରରେ ଅଭିଜ୍ଞ ଡାକ୍ତରମାନେ ବସିବା ଆରମ୍ଭ କଲେ

କୋଭିଡ କଲ୍ ସେଣ୍ଟରକୁ ପ୍ରତି ଦିନ ଅନେକ କଲ୍ ଆସୁଛି । ଏହି କଲ୍ ସେଣ୍ଟର୍ ବିଏମସି, ବିଡିଏ, ସ୍ମାର୍ଟ ସିଟି ଓ ସ୍ୱାସ୍ଥ୍ୟ ବିଭାଗର ସହଯୋଗରେ ଚାଲିଛି । ଏଥିରେ ଡାକ୍ତରଙ୍କ ବ୍ୟତୀତ ମନସ୍ତତ୍ବବିତ ଓ ମନୋ-ସାମାଜିକ କର୍ମୀ ବି କାମ କରୁଛନ୍ତି ।

ଭୁବନେଶ୍ୱରର ୧୯୨୯ କୋଭିଡ କଲ୍ ସେଣ୍ଟରରେ ଅଭିଜ୍ଞ ଡାକ୍ତରମାନେ ବସିବା ଆରମ୍ଭ କଲେ
ହୋମ ଆଇସୋଲେସନରେ ଥିବା ଜଣେ ଆକ୍ରାନ୍ତଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କିତ ପରାମର୍ଶ ଦେଉଛନ୍ତି ଜଣେ ଡାକ୍ତର ।
  • News18 Odia
  • Last Updated: September 13, 2020, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବିଏମସିର କୋଭିଡ କଲ୍‌ ସେଣ୍ଟରରେ ଅଭିଜ୍ଞ ଡାକ୍ତରମାନେ ବସିବା ଆରମ୍ଭ କରିଛନ୍ତି । ଭୁବନେଶ୍ୱରରେ ଥିବା ୧୯୨୯ କଲ୍‌ ସେଣ୍ଟରରେ କୋଭିଡ-୧୯ ଜନିତ ପରାମର୍ଶ ଦେବା ପାଇଁ ଡାକ୍ତରଙ୍କ ବ୍ୟବସ୍ଥା କରିଛନ୍ତି ମହାନଗର ନିଗମ କର୍ତ୍ତୃପକ୍ଷ । କରୋନା ସଂକ୍ରମଣରେ ଥିବା ବ୍ୟକ୍ତିବିଶେଷ ପରାମର୍ଶ ପାଇଲେ ସନ୍ତୋଷ ଲାଭ କରନ୍ତି କାରଣ ଏହା ତାଙ୍କୁ ମାନସିକ ସାନ୍ତ୍ବନା ଆଣିଦେବା ସହ ତାଙ୍କ ସ୍ବାସ୍ଥ୍ୟବସ୍ଥାର ଯତ୍ନ ନେବାରେ ସହାୟକ ହୋଇଥାଏ । ଏହା ବ୍ୟତୀତ ସମ୍ପୃକ୍ତ ବ୍ୟକ୍ତିଙ୍କ ମନୋବଳ ବଢିଥାଏ ବୋଲି ବିଏମସି କହିଛି।

‘‘ଯଦି ଜଣେ ବ୍ୟକ୍ତି ସ୍ୱଳ୍ପ ଲକ୍ଷଣଯୁକ୍ତ କିମ୍ବା ଲକ୍ଷଣବିହୀନ କୋଭିଡ ପଜିଟିଭ ହୋଇ ହୋମ୍‌ ଆଇସୋଲେସନରେ ଅଛନ୍ତି, ବା ଘରେ ଯଦି ଅଲଗା ଭାବେ ଚଳିବାର ସମସ୍ତ ସୁବିଧା ରହିଛି, ତେବେ କୌଣସି କୋଭିଡ କେୟାର ସେଣ୍ଟରକୁ ଯିବାର ଆବଶ୍ୟକତା ନାହିଁ । ସେମାନେ ଘରେ ରହି ୧୯୨୯କୁ କଲ୍‌ କରି ଡାକ୍ତରଙ୍କ ପରାମର୍ଶ ନେଇ ପାରିବେ,’’ କହିଛନ୍ତି କଲ୍‌ ସେଣ୍ଟରକୁ ଡେପୁଟେସନରେ ଆସିଥିବା ଆୟୁର୍ବେଦିକ ମେଡିକାଲ ଅଫିସର ଡାକ୍ତର ଗୋପାଳ କୃଷ୍ଣ କର ।

କୋଭିଡ କଲ୍‌ ସେଣ୍ଟରକୁ ପ୍ରତି ଦିନ ଅନେକ କଲ୍‌ ଆସୁଛି । ପଜିଟିଭ ଥିବା ବ୍ୟକ୍ତିଙ୍କ ଧାରଣା ଥାଏ ଯେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିବ। ଏନେଇ ଏକ ପ୍ରକାର ଭୟ ସେମାନଙ୍କ ମନରେ ବସା ବାନ୍ଧି ନେଇଥାଏ । ମାତ୍ର କଲ୍‌ ସେଣ୍ଟରକୁ କଲ୍‌ କରିବା ପରେ ସେମାନଙ୍କୁ ଆବଶ୍ୟକୀୟ ସୂଚନା ଓ ପରାମର୍ଶ ମିଳୁଛି ଓ ସେମାନଙ୍କ ମନୋଭାବରେ ପରିବର୍ତ୍ତନ ଆସୁଥିବା ଦେଖିବାକୁ ମିଳିଛି । ପରେ ହସ୍ପିଟାଲ ପରିବର୍ତେ ହୋମ ଆଇସୋଲେସନକୁ ସେମାନେ ପସନ୍ଦ କରିବା ଦେଖାଯାଇଥିବା କହିଛନ୍ତି କଲ ସେଣ୍ଟରରେ ନିୟୋଜିତ ସଦସ୍ୟମାନେ।

ହୋମ ଆଇସୋଲେସନରେ ରହିବା ଦ୍ୱାରା ରୋଗୀଙ୍କୁ ଘରୋଇ ପରିବେଶ ଓ ଘରୋଇ ଖାଦ୍ୟ ସହ ଏକ ସ୍ବାସ୍ଥ୍ୟକର ବାତାବରଣ ମିଳୁଛି । ଏହା ରୋଗୀଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖୁଛି ବୋଲି ଡାକ୍ତର କହିଛନ୍ତି ।

ମହାନଗର ନିଗମ ପକ୍ଷରୁ ହୋମ ଆଇସୋଲେସନର ଗାଇଡ଼ଲାଇନ କାର୍ଯ୍ୟକାରୀ କରାଯାଇଥିବା ବେଳେ ଏହାକୁ ସଠିକ ଭାବେ ମାନି ଚଳିବା ଓ ଭୂତାଣୁ ପ୍ରତିରୋଧର ସମସ୍ତ ନିୟମ ପାଳନ କରିବାକୁ ମଧ୍ୟ କୁହାଯାଇଛି। ଏହାକୁ ମାନି ଚଳିବା ଦ୍ୱାରା ପରିବାରର ଅନ୍ୟମାନଙ୍କୁ ରୋଗ ସଂକ୍ରମଣର ଭୟ କମ ହୋଇଥାଏ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

‘‘ଆମେ ପଜିଟିଭ ରୋଗୀମାନଙ୍କୁ ୧୦ ଦିନ ହୋମ ଆଇସୋଲେସନରେ ରହିବାକୁ କହୁଛୁ । ଏହାପରେ ଆଉ ସାତ ଦିନ ହୋମ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଉଛି । ଫଳରେ ସମ୍ପୃକ୍ତ ବ୍ୟକ୍ତି ସୁସ୍ଥ ହୋଇ ନିଜ କାର୍ଯ୍ୟକ୍ଷେତ୍ରକୁ ଯାଇ ପାରିବେ। ତେବେ ସାତ ଦିନର କ୍ୱାରେଣ୍ଟାଇନ ସମୟକୁ ରୋଗୀଙ୍କର ସ୍ୱାସ୍ଥ୍ୟବସ୍ଥା ଦେଖି ଧାର୍ଯ୍ୟ କରାଯାଏ । ଆବଶ୍ୟକ ସ୍ଥଳେ ଏହାକୁ ବୃଦ୍ଧି କରାଯାଇପାରିବ,’’ କହିଛନ୍ତି ୧୯୨୯ କଲ୍‌ ସେଣ୍ଟରରେ ନିୟୋଜିତ ଅନ୍ୟତମ ଡାକ୍ତର ଆନନ୍ଦ ମିଶ୍ର ।

ଏହା ବି ପଢ଼ନ୍ତୁ | ରାଜ୍ୟରେ ଆହୁରି ଲମ୍ବା ସମୟ ରହିପାରେ କରୋନା; କମ୍ ଲୋକଙ୍କ ଦେହରେ ଅଛି ଆଣ୍ଟିବଡି

ଏହା ବି ପଢ଼ନ୍ତୁ | ବଲିଉଡ୍ ଅଭିନେତା ଅକ୍ଷୟ କୁମାର କହିଛନ୍ତି ଯେ ସେ ପ୍ରତି ଦିନ ଗୋ ମୂତ୍ର ପିଅନ୍ତି

ବର୍ତ୍ତମାନ ଦୁଇ ଜଣ ଡାକ୍ତର କଲ୍‌ ସେଣ୍ଟରରେ ଯୋଗ ଦେଇଛନ୍ତି । ଆଗକୁ ରୋଗୀ ସଂଖ୍ୟା ବୃଦ୍ଧି ହେଲେ ତଥା କଲ୍‌ ଅଧିକ ଆସିଲେ ଅଧିକ ଡାକ୍ତର ନିୟୋଜିତ ହେବେ ବୋଲି କହିଛନ୍ତି ବିଏମସି ଅତିରିକ୍ତ କମିଶନର ପାରୁଲ ପଟୱରୀ ।



ଭୁବନେଶ୍ୱରର ୧୯୨୯ କଲ୍‌ ସେଣ୍ଟର୍‌ ବିଏମସି, ବିଡିଏ, ସ୍ମାର୍ଟ ସିଟି ଓ ସ୍ୱାସ୍ଥ୍ୟ ବିଭାଗର ସହଯୋଗରେ ଚାଲିଥିବା ବେଳେ ଏଥିରେ ଡାକ୍ତରଙ୍କ ବ୍ୟତୀତ ମନସ୍ତତ୍ବବିତ ଓ ମନୋ-ସାମାଜିକ କର୍ମୀ ବି କାମ କରୁଛନ୍ତି । ଡାକ୍ତରଙ୍କ କହିବା ଅନୁଯାୟୀ ହୋମ୍‌ ଆଇସୋଲେସନରେ ଥିବା ବେଳେ ଯଦି କିଛି ଲକ୍ଷଣ ଯଥା ଅଧିକ ତାପମାତ୍ରାର ଜ୍ଵର, ଦୁର୍ବଳତା, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଓ ବାରମ୍ବାର ବାନ୍ତି ଆଦି ଦେଖାଦିଏ ସେ କ୍ଷେତ୍ରରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କୋଭିଡ କେୟାର ହସ୍ପିଟାଲରେ ଆଡ଼ମିଟ କରିବାକୁ ପଡ଼ିଥାଏ।
Published by: Anand Shankar Thankur Das
First published: September 13, 2020, 11:59 PM IST
corona virus btn
corona virus btn
Loading