News18 Odia Digital
ନୂଆ ଦିଲ୍ଲୀ: ଏବେ ବି ରାଜ୍ୟ ସମେତ ସାରା ଦେଶରେ ଦ୍ରୁତ ଗତିରେ ବଢ଼ିଚାଲିଛି କରୋନା ସଂକ୍ରମଣ (Coronavirus infection) । କିନ୍ତୁ ଆରୋଗ୍ୟ ହାର ବି ଦ୍ରୁତ ଗତିରେ ବଢୁଛି । ଏମିତିରେ ପ୍ରଶ୍ନ ଉଠିଛି ଯେ ଅନଲକ୍ ୫ରେ (Unlock 5) ଏବେ ସବୁ ପ୍ରକାର କଟକଣା ଉଠାଇ ଦିଆଯିବ କି? ଛୋଟ ପିଲାଙ୍କ ସ୍କୁଲ (school in Corona time) ବି ଖୋଲିବାକୁ ଅନୁମତି ଦିଆଯିବ କି? ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ (Narendra Modi) ସରକାର ଏ ସବୁ ପ୍ରଶ୍ନ ଉପରେ ଏବେ ଗଭୀର ମନ୍ଥନ କରୁଛନ୍ତି ।
ଗତ ଛଅ ମାସ ହେଲା ଲୋକଙ୍କ ପାଦରେ ଯେମିତି ବେଡ଼ି ପଡ଼ିଛି । କିନ୍ତୁ ଏବେ ପର୍ବପର୍ବାଣିର ଋତୁ ଆସୁଥିବାରୁ କରୋନା କଟକଣାରେ ରିହାତି ଦିଆଯିବାର ସମ୍ଭାବନା ଅଛି ବୋଲି ଲାଗୁଛି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଗତ ବୁଧବାର ସେହି ସାତଟି ରାଜ୍ୟର ମୁଖ୍ୟ ମନ୍ତ୍ରୀମାନଙ୍କ ସହ ବୈଠକ କରିଥିଲେ ଯେଉଁଠି କରୋନାର ପ୍ରକୋପ ସବୁ ଠାରୁ ଅଧିକ ରହିଛି ।
ପ୍ରଧାନ ମନ୍ତ୍ରୀ ମୋଦି ସେହି ରାଜ୍ୟମାନଙ୍କୁ ସ୍ଥାନୀୟ ଲକଡାଉନ୍ର ପ୍ରଭାବ ଆକଳନ କରିବାକୁ କହିଥିଲେ । ତା' ପର ଠାରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଉପରେ ଚର୍ଚ୍ଚା ଜୋରଦାର ହୋଇଥିଲା । ହେଲେ ଏହି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କଣ ? ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ପ୍ରକୃତରେ ସେହି ଅଞ୍ଚଳକୁ କୁହାଯାଏ ଯେଉଁଠି ନିକଟରେ କୋଭିଡ-୧୯ ସଂକ୍ରମଣର ବହୁ ସଂଖ୍ୟାରେ ମାମଲା ସାମ୍ନାକୁ ଆସିଛି ।
ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଏକ ଅଟ୍ଟାଳିକା ବି ହୋଇପାରେ, ଯେଉଁଠି ସଂକ୍ରମିତ ଲୋକେ ବା ପରିବାର ରହୁଛନ୍ତି । ଏମିତି ସ୍ଥାନ ଚିହ୍ନଟ କରିବା ଓ ପୂରା ଅଞ୍ଚଳରେ କେବଳ ସେହି ସ୍ଥାନକୁ ଆଇସୋଲେଟ୍ କରିବା ଦ୍ୱାରା ସେହି ଅଞ୍ଚଳର ଆର୍ଥିକ ଗତିବିଧି ଉପରେ ପ୍ରଭାବ ପଡ଼େ ନାହିଁ । ଅର୍ଥାତ୍ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ବାହାରେ ବାକି ସବୁ କାମ ପୂର୍ବ ଭଳି ଚାଲୁ ରହେ ।

ଗତ ଛଅ ମାସ ହେଲା ଲୋକେ ଅନେକ ଅସୁବିଧା ଦଇ ଗତି କରୁଛନ୍ତି ।
ଦେଶରେ ଅନ୍ଲକ୍ ୪ର ସମୟ ସୀମା ଶେଷ ହେବାକୁ ଯାଉଛି । ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୩୦ ଯାଏଁ ଅନଲକ୍ ୪ (Unlock 4) ଅନୁସାରେ ବହୁ ମାମଲାରେ ରିହାତି ଦିଆଯାଇଥିଲା । ଏବେ ପାଳି ଅକ୍ଟୋବର ୧ରୁ ଆରମ୍ଭ ହେଉଥିବା ଅନଲକ୍ ୫ର (Unlock 5)। ବିଶେଷଜ୍ଞମାନଙ୍କ ମତରେ ଅକ୍ଟୋବରରୁ ଆହୁରି ଆର୍ଥିକ ଗତିବିଧିରେ କୋହଳତା ଦିଆଯାଇପାରେ ।
ମାର୍ଚ୍ଚ ୨୫ରୁ ଦେଶରେ ସବୁ ସିନେମା ହଲ୍ (cinema halls) ବନ୍ଦ ରହିଛି । ମଲ୍ଟିପ୍ଲେକ୍ସ ଆସୋସିଏସନ୍ ବହୁ ଥର ଆବେଦନ କରିଛି, କିନ୍ତୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସେପ୍ଟେମ୍ବର ୨୧ରୁ କେବଳ ଓପନ୍ ଥିଏଟର ଖୋଲିବାକୁ ଅନୁମତି ଦେଇଛି । ସରକାର ଆଗାମୀ ଦିନ ପାଇଁ ଥିଏଟର୍ସରେ ମିଟିଂ ପାଇଁ ପ୍ଲାନ୍ର ଫର୍ମୁଲା ପଠାଇଥିଲା । ଏହା ଅନୁସାରେ ପ୍ରଥମ ଧାଡ଼ିରେ ଗୋଟିଏ ସିଟ୍ ଛାଡ଼ି ଦର୍ଶକ ବସିବେ ଓ ତା' ପର ସିଟକୁ ଖାଲି ରଖିବେ। ଏହା ଫଳରେ ସୋସିଆଲ୍ ଡିଷ୍ଟାନ୍ସିଂ ବଜାୟ ରହିବ ।
ଶନିବାର ଦିନ ପଶ୍ଚିମ ବଙ୍ଗ (West Bengal) ସରକାର ଅକ୍ଟୋବର ୧ରୁ ସିନେମା ହଲ୍ ଖୋଲିବାକୁ ଅନୁମତି ଦେଇଛନ୍ତି । ତେଣୁ ଏହା ସମ୍ଭବ ଯେ କେନ୍ଦ୍ର ସରକାର ସାରା ଦେଶରେ ସିନେମା ଥିଏଟର୍ସଗୁଡ଼ିକୁ ସାବଧାନତାର ସହ ଖୋଲିବାକୁ ଅନୁମତି ଦେଇପାରନ୍ତି ।
କରୋନା ଭାଇରସ୍ ଫଳରେ ସବୁ ଠାରୁ ଅଧିକ ପ୍ରଭାବିତ କ୍ଷେତ୍ର ମଧ୍ୟରୁ ଗୋଟିଏ ହେଉଛି ପର୍ଯ୍ୟଟନ (tourism) । ନିକଟରେ ତାଜମହଲ (Taj Mahal) ସମେତ କେତେକ ପର୍ଯ୍ୟଟନ ସ୍ଥଳକୁ ଖୋଲିଦିଆଯାଇଛି । ତେଣୁ ଆଶା କରାଯାଉଛି ଯେ ଅନଲକ୍-୫ରେ ଆହୁରି ପର୍ଯ୍ୟଟନ କ୍ଷେତ୍ର ଖୋଲାଯିବାକୁ ଅନୁମତି ମିଳିବ ।
ଏହା ବି ପଢ଼ନ୍ତୁ | କରୋନାରୁ ସୁସ୍ଥ ହେବା ପରେ କେମିତି ଅନୁଭବ ହୁଏ? ଅନେକ ଦିନ ଯାଏଁ ଅନବରତ ଥକାପଣଏହା ବି ପଢ଼ନ୍ତୁ | ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ଅଶ୍ଳୀଳ କମେଣ୍ଟ୍ ମାରିଥିଲା ଟ୍ୟାକ୍ସି ଡ୍ରାଇଭର୍; ସେ ତାକୁ ଶିକ୍ଷା ଦେଲେଏବେ ଇନ୍ଷ୍ଟିଚ୍ୟୁସନାଲ୍ କ୍ବାରେଣ୍ଟାଇନ୍ ନିୟମ ଫଳରେ ପର୍ଯ୍ୟଟକମାନେ ଯାତ୍ରା କରିବାକୁ ଦ୍ବିଧା ପ୍ରକାଶ କରୁଛନ୍ତି । ସେହି ପରି ଅନଲକ୍ ୪ରେ (Unlock 4) ସେପ୍ଟେମ୍ବର ୨୧ରୁ ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଥିଲା । ଯଦିଓ ମାତ୍ର କେତେକ ରାଜ୍ଯରେ ହିଁ ସ୍କୁଲ ଖୋଲିଛି, କିନ୍ତୁ ଏବେ ବି ପ୍ରାଇମେରୀ କ୍ଲାସର ସ୍କୁଲ ସମ୍ପୂର୍ଣ୍ଣ ବନ୍ଦ ରଖାଯିବାର ସମ୍ଭାବନା ରହିଛି ।
ଯଦିଓ ୟୁନିଭର୍ସିଟି ଓ କଲେଜଗୁଡ଼ିକରେ ଆଡମିଶନ (college admission process) ପ୍ରକ୍ରିୟା ଆରମ୍ଭ ହୋଇଯାଇଛି, ଏ ସବୁ ପ୍ରକ୍ରିୟା ଏବେ ଅନଲାଇନରେ (online admission) ହିଁ କରାଯାଉଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।