ଆସନ୍ତା ସପ୍ତାହରୁ ପୁଣି ଆରମ୍ଭ ହେବ କଟକରେ SCBର ନବ ନିର୍ମାଣ ପାଇଁ ଉଚ୍ଛେଦ ପ୍ରକ୍ରିୟା

ଏହି ଦ୍ବିତୀୟ ପର୍ଯ୍ୟୟ ଉଚ୍ଛେଦରୁ ପ୍ରାୟ ୧୦୦ ଏକର ଜମି ପ୍ରଶାସନର ଦଖଲକୁ ଆସିବ, ହେଲେ ବାସହରା ହେବାକୁ ଥିବା ଲୋକେ ବର୍ତ୍ତମାନର କରୋନା ସଂକ୍ରମଣ ସମୟରେ କୁଆଡ଼େ ଯିବେ ଓ କ’ଣ କରିବେ ବୋଲି ପଚାରିଛନ୍ତି ।

ଆସନ୍ତା ସପ୍ତାହରୁ ପୁଣି ଆରମ୍ଭ ହେବ କଟକରେ SCBର ନବ ନିର୍ମାଣ ପାଇଁ ଉଚ୍ଛେଦ ପ୍ରକ୍ରିୟା
ଏସ.ସି.ବି. ମେଡ଼ିକାଲ କଲେଜ ଓ ହସପିଟାଲ ନିକଟବର୍ତ୍ତୀ ଜନବସତିରେ ଉଚ୍ଛେଦ ଏବେ ନ କରିବାକୁ ସରକାରଙ୍କୁ ଗୁହାରୀ କରୁଥିବା ଜଣେ ମହିଳା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଦୀର୍ଘ ଅଢେ଼ଇ ମାସର ନୀରବତା ପରେ ଏସ.ସି.ବି. ମେଡ଼ିକାଲ କଲେଜ ଓ ହସପିଟାଲ ନିକଟବର୍ତ୍ତୀ ଜନବସତି ଅଞ୍ଚଳରେ ପୁଣି ବୁଲିବ ବୁଲଡୋଜର । ପୁଣି ଧରାଶାୟୀ ହେବ ଶତାଧିକ ଘର ଓ ବାସହରା ହେବେ ହଜାର ହଜାର ଲୋକ। ଲକଡ଼ାଉନ ଯୋଗୁଁ ବନ୍ଦ ହୋଇ ରହିଥିବା ଏସ.ସି.ବି.ର ସମ୍ପ୍ରସାରଣ କାର୍ଯ୍ୟ ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ।

ଏହି ଉଚ୍ଛେଦ କାର୍ଯ୍ୟ ଆସନ୍ତା ସପ୍ତାହରୁ ଆରମ୍ଭ ହେବ ବୋଲି ସୂଚନା ପାଇବା ପରେ ଉଚ୍ଛେଦ ହେବାକୁ ଥିବା ଅଞ୍ଚଳରେ ବିରୋଧର ସ୍ୱର ଉଠିଛି । କରୋନା ପରିସ୍ଥିତି ମଧ୍ୟରେ ଆମେ କୁଆଡ଼େ ଯିବୁ ବୋଲି ପ୍ରଶ୍ନ କରିଛନ୍ତି ବିସ୍ଥାପିତ ହେବାକୁ ଥିବା ଲୋକେ ।

‘‘କରୋନା କାଳରେ ଆମେ ହସପିଟାଲରେ କାମ କରୁଥିବାରୁ ଆମକୁ କିଏ ଘର ଭଡ଼ା ଦେବ? ୪ ମାସ ହେଲା ମୋ’ ସ୍ୱାମୀଙ୍କ ଦେହ ଖରାପ ଅଛି । ଘରେ ଛୋଟ ଛୋଟ ପିଲା ଅଛନ୍ତି । ଏତେ ଶୀଘ୍ର ପରିବାରକୁ ନେଇ କୋଉଠିକି ଯିବି?’’ ପ୍ରଶ୍ନ କରିଛନ୍ତି ବେହେରାସାହିରେ ରହୁଥିବା SCBର ଜଣେ ମହିଳା ସୁଇପର ।

ଏସ.ସି.ବି.ର ଚତୁର୍ଥ ଶ୍ରେଣୀ କର୍ମଚାରୀ ନେତା ଶଶୀ ଭୂଷଣ ଦାସ କହିଛନ୍ତି: ‘‘ଗୋଟିଏ ପଟେ ସରକାର ଲକଡ଼ାଉନ ଘୋଷଣା କରିଛନ୍ତି । ଆଉ ଶନିବାର ରବିବାର ସଟଡାଉନ । ଆମକୁ ଏଠୁ ବିଦା କଲେ ଆମେ କୋଉଠିକୁ ଯିବୁ? ସେଠୁ ମେଡିକାଲ ପର୍ଯ୍ୟନ୍ତ କେମିତି ଆସିବୁ? ମେଡ଼ିକାଲ କାମ କେମିତି ହେବ? ରୋଗୀ ତ ହଇରାଣ ହେବେ ।’’

କରୋନା ସଂକ୍ରମଣ ଯୋଗୁଁ ରୋଜଗାର ହରେଇଥିବା ଲୋକେ ଉଚ୍ଛେଦ ପ୍ରକ୍ରିୟା ପୁଣି ଆରମ୍ଭ ହେବ ଜାଣି ଚିନ୍ତାରେ ପଡ଼ିଛନ୍ତି ।


କରୋନା ଭାଇରସ୍‌ ସଂକ୍ରମଣ ଆରମ୍ଭ ହେବାର କିଛି ସପ୍ତାହ ତଳେ ଏସ.ସି.ବି. ମେଡ଼ିକାଲକୁ ଏକ ବିଶ୍ଵସ୍ତରୀୟ ହସ୍ପିଟାଲରେ ପରିଣତ କରିବା ପାଇଁ ଏକ ବୃହତ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ରାଜ୍ୟ ସରକାର । ଏହି ପ୍ରକଳ୍ପ କ୍ରମରେ ମେଡିକାଲ ଚତୁଃପାର୍ଶ୍ୱରେ ଥିବା ଉଭୟ ସରକାରୀ ଓ ବେସରକାରୀ ଜମିକୁ ଅଧିଗ୍ରହଣ କରିବା ଲକ୍ଷ ରଖିଛନ୍ତି ସରକାର । ପ୍ରଥମ ପର୍ଯ୍ୟାୟରେ କେବଳ ସରକାରୀ ଜମିରେ ଥିବା ବସ୍ତି ଓ ବିଭିନ୍ନ ବିଭାଗର ସରକାରୀ କ୍ୱାଟର୍ସକୁ ଉଚ୍ଛେଦ କରିବା କାର୍ଯ୍ୟ ଗତ ଫେବୃଆରୀ ମାସରେ ଆରମ୍ଭ ହୋଇଥିଲା । କିନ୍ତୁ ଲକଡାଉନ ଯୋଗୁଁ ତାହା ପ୍ରାୟ ଅଢେ଼ଇ ମାସ ଧରି ବନ୍ଦ ରହିଥିଲା ।

ସୋମବାର ଦିନ ପୂର୍ତ୍ତ ବିଭାଗର ସଚିବ ଡକ୍ଟର କିଶନ କୁମାରଙ୍କ ସହ କେନ୍ଦ୍ରାଞ୍ଚଳ ଆର.ଡି.ସି. କଟକ ଜିଲ୍ଲାପାଳ ଓ ସି.ଏମ.ସି. କମିଶନରଙ୍କ ସହ ବହୁ ପ୍ରଶାସନିକ ଅଧିକାରୀ ଉଚ୍ଛେଦ ହେବାକୁ ଥିବା ସ୍ଥାନ ପରିଦର୍ଶନ କରିଛନ୍ତି ।

‘‘ତାଳଦଣ୍ଡା କେନାଲ ରାସ୍ତାର ସମ୍ପ୍ରସାରଣ କାମ ଯାହା ଅଧା ରହିଛି ତାକୁ ସମୂର୍ଣ୍ଣ କରିବା ପାଇଁ ପୂର୍ତ୍ତ ବିଭାଗର ସଚିବ ନିର୍ଦ୍ଦେଶ ଦେଇ ଯାଇଛନ୍ତି । ଏହା ସହିତ ଉଚ୍ଛେଦ ପରେ ଥଇଥାନ କାମ ମଧ୍ୟ କରାଯିବ,’’ କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି।

ପୂର୍ବରୁ ହୋଇଥିବା ଉଚ୍ଛେଦ ପରେ ପ୍ରାୟ ୫୦ ଏକର ସରକାରୀ ଜମିକୁ ପ୍ରଶାସନ ନିଜ କବଜାକୁ ନେଇ ସାରିଥିବା ବେଳେ ଦ୍ବିତୀୟ ପର୍ଯ୍ୟୟ ଉଚ୍ଛେଦରୁ ପ୍ରାୟ ଶହେ ଏକର ଜମି ପ୍ରଶାସନର ଦଖଲକୁ ଆସିବ ବୋଲି କୁହାଯାଇଛି ।

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 10, 2020, 8:32 PM IST
corona virus btn
corona virus btn
Loading