ESIC ର ବଡ଼ ନିଷ୍ପତ୍ତି: ବେକାରୀ ଭତ୍ତା ପାଇଁ କ୍ଲେମର ସମୟସୀମା ବୃଦ୍ଧି ହେଲା, କିନ୍ତୁ ଜାଣନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କଥା

ଯେଉଁମାନେ ୨୪ ମାର୍ଚ୍ଚରୁ ୩୧ ଡିସେମ୍ବର ୨୦୨୦ ମଧ୍ୟରେ ନିଜର ଚାକିରି ହରାଇଛନ୍ତି ସେମାନେ ଏହି ଯୋଜନା ଅନ୍ତର୍ଗତ ତିନିମାସ ପାଇଁ ୫୦% ବେତନର ହକଦାର ହେବେ । ପୁନର୍ବାର ଚାକିରି କରି ସାରିଥିବା ଶ୍ରମିକ (workers) ମାନଙ୍କୁ ମଧ୍ୟ ଏହି ସୁବିଧା ମିଳିବ ।

ବେକାରୀ ଭତ୍ତା ପାଇଁ କ୍ଲେମର ସମୟସୀମା ବୃଦ୍ଧି ହେଲା

ବେକାରୀ ଭତ୍ତା ପାଇଁ କ୍ଲେମର ସମୟସୀମା ବୃଦ୍ଧି ହେଲା

  • Share this:
News18 Odia Digital
ନୂଆ ଦିଲ୍ଲୀ: କରୋନା ସଂକ୍ରମଣ ଓ ଲକଡାଉନ୍ କାରଣରୁ ଯେଉଁମାନଙ୍କର ଚାକିରୀ ହରାଇଛନ୍ତି ସେମାନଙ୍କୁ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ । କାରଣ କେନ୍ଦ୍ର ସରକାର ବେକାରୀ ଭତ୍ତା କ୍ଲେମ ପାଇଁ ଶେଷ ତାରିଖ ୩୦ ଜୁନ୍ ୨୦୧୧ ସ୍ଥିର କରିଛନ୍ତି । ଅର୍ଥାତ କରୋନା ଅବଧିରେ ଚାକିରି ହରାଇଥିବା କର୍ମଚାରୀ ଯେଉଁମାନେ ଅଟଳ ବୀମାଭୁକ୍ତ ବ୍ୟକ୍ତି କଲ୍ୟାଣ ଯୋଜନା ଅଧୀନରେ ବୀମାଭୁକ୍ତ ହୋଇଛନ୍ତି ସେମାନେ ବର୍ତ୍ତମାନ ୩୦ ଜୁନ୍ ୨୦୧୧ ସୁଦ୍ଧା ତିନିମାସ ପାଇଁ ୫୦% ଦରମା ପାଇବାକୁ ଆବେଦନ କରିପାରିବେ ।

ଅନ୍ୟପକ୍ଷରେ ଯେଉଁମାନେ ୨୪ ମାର୍ଚ୍ଚରୁ ୩୧ ଡିସେମ୍ବର ୨୦୨୦ ମଧ୍ୟରେ ଚାକିରି ହରାଇଛନ୍ତି ସେମାନଙ୍କୁ ଏହି ଯୋଜନା ଅନ୍ତର୍ଗତ ତିନିମାସ ୫୦% ଦରମା ମିଳିବ । ସେହି ଶ୍ରମିକମାନେ ଯେଉଁମାନେ ପୁନର୍ବାର ଚାକିରି ପାଇଛନ୍ତି ସେମାନେ ମଧ୍ୟ ଏହାର ଲାଭ ପାଇବେ । ଦେଶରେ ଅଟଳ ବୀମାଭୁକ୍ତ ବ୍ୟକ୍ତି କଲ୍ୟାଣ ଯୋଜନାର ମନ୍ଥର ଗତିକୁ ଦୃଷ୍ଟିରେ ରଖି କର୍ମଚାରୀ ରାଜ୍ୟ ବୀମା ନିଗମ (ESIC) ଆବେଦନ କରିବାର ଶେଷ ତାରିଖ ବଢ଼ାଇବାକୁ ନିଷ୍ପତ୍ତି ନେଇଛି ।

ESIC ଅଧୀନରେ ଯିଏ କେହି ବୀମା ପାଇଁ ଆବେଦନ କରିପାରିବେ
ESIC ଅଧୀନରେ ବୀମାଭୁକ୍ତ ଯେ କୌଣସି କର୍ମଚାରୀ ବେରୋଜଗାର ଭତ୍ତା ପାଇଁ ନିଜର କ୍ଲେମ ଉପସ୍ଥାପନ କରିପାରିବେ । ଏହି ଭତ୍ତା ତିନିମାସ ପାଇଁ ଅଧା ବେତନ ଭାବରେ ଦିଆଯିବ । ଏଥିପାଇଁ ESIC ୪୪ ହଜାର କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ଯାଉଛି । ୧୯ ସେପ୍ଟେମ୍ବରରେ ESIC ତରଫରୁ ଏହି ବେକାରୀ ଭତ୍ତା ପାଇଁ ବେକାରୀ ସହାୟତା ୨୫ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । କିନ୍ତୁ ବେକାରୀ ଭତ୍ତା ପାଇଁ ଆବେଦନ କରୁଥିବା ଲୋକଙ୍କ ସଂଖ୍ୟା ଆଶା କରାଯାଉଥିବା ଠାରୁ ବହୁତ କମ୍ ଅଟେ । ଶ୍ରମ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା କାରଣରୁ ବେକାର ଥିବା ୫ ଲକ୍ଷ କର୍ମଚାରୀ ଏହି ଭତ୍ତା ପାଇଁ ଆବେଦନ କରିନାହାଁନ୍ତି । ଏହାକୁ ଦୃଷ୍ଟିରେ ରଖି ଆବେଦନ ତାରିଖ ବୃଦ୍ଧି କରାଯାଇଛି ।

ଏହିପରି ଭାବେ କରିପାରିବେ କ୍ଲେମ
୫୦% ବେତନ ଦାବି ପାଇଁ କର୍ମଚାରୀମାନଙ୍କୁ ESIC ପୋର୍ଟାଲରେ ଅନଲାଇନ୍ ଦାବିପତ୍ର ଦାଖଲ କରିବାକୁ ପଡିବ ଓ ଏହାକୁ ଦାଖଲ କରିବାକୁ ପଡିବ ଓ ଭରାଯାଇଥିବା ଫର୍ମ, ଆଫିଡେଭିଟ୍, ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଓ ଆଧାର କାର୍ଡର କପି ସଂପୃକ୍ତ ESIC ଶାଖାରେ ଦାଖଲ କରିବାକୁ ପଡିବ । ଯଦି ଆପଣ ଚାହାଁନ୍ତି ଆପଣ ଏହାକୁ ପୋଷ୍ଟ ମାଧ୍ୟମରେ କିମ୍ବା ନିଜେ ଯାଇ ଦାଖଲ କରିପାରିବେ । ଦେଶରେ ESIC ରେ ୩.୪୯ କୋଟି ପରିବାର ପଞ୍ଜିକୃତ ହୋଇଛନ୍ତି ଯେଉଁଥିରେ ୧୩.୫୬ କୋଟି ଲୋକ ଏହା ସହ ଜଡିତ ସ୍ୱାସ୍ଥ୍ୟ ସେବା ପାଇଛନ୍ତି ।
Published by:Jagdish Barik
First published: