ଯୁକ୍ତ୨ରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଉପରେ ମ୍ୟାଟ୍ରିକ୍ ପରୀକ୍ଷା ଫଳ ବାହାରିବା ପରେ ନିଷ୍ପତ୍ତି

ଶିକ୍ଷାବିତମାନେ କହିଛନ୍ତି ଯେ ମାଟ୍ରିକ୍ ପରୀକ୍ଷାର ୫୦% ମାର୍କ ଓ ପ୍ରବେଶିକା ପରୀକ୍ଷାର ୫୦% ମାର୍କକୁ ଆଧାର କରି ଯୁକ୍ତ୨ରେ ନାମଲେଖା ହେଲେ ମେଧାବୀ ଛାତ୍ରଛାତ୍ରୀମାନେ ଉପକୃତ ହେବେ ।

ଯୁକ୍ତ୨ରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଉପରେ ମ୍ୟାଟ୍ରିକ୍ ପରୀକ୍ଷା ଫଳ ବାହାରିବା ପରେ ନିଷ୍ପତ୍ତି
ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ (ଡାହାଣ) ଏକ ସରକାରୀ ସ୍କୁଲର ଛାତ୍ରଛାତ୍ରୀମାନେ (ଫାଇଲ୍ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମାଟ୍ରିକ୍‌ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବନ୍ଦ୍ୱ ଦୂର କରିଛି, ହେଲେ ଯୁକ୍ତ୨ରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ହେବା ସମ୍ଭାବନାକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପୁଣି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଏ ଯାଏଁ ଗଣ ଶିକ୍ଷା ବିଭାଗ ପ୍ରବେଶିକା ପରୀକ୍ଷା ନେଇ କୌଣସି ନିଷ୍ପତ୍ତି ନେଇ ନାହିଁ ।

ଶିକ୍ଷାବିତମାନେ ଯୁକ୍ତ୨ରେ ଆଡମିଶନ ପାଇଁ ପ୍ରବେଶିକା ପରୀକ୍ଷାର ଆୟୋଜନ ହେଲେ ଭଲ ହେବ ବୋଲି କହିଛନ୍ତି । ମାଟ୍ରିକ୍‌ ପରୀକ୍ଷାର ୫୦% ମାର୍କ ଓ ପ୍ରବେଶିକା ପରୀକ୍ଷାର ୫୦% ମାର୍କକୁ ଆଧାର କରି ଯୁକ୍ତ୨ରେ ନାମଲେଖା ହେଲେ ମେଧାବୀ ଛାତ୍ରଛାତ୍ରୀମାନେ ଉପକୃତ ହେବେ ବୋଲି କହିଛନ୍ତି ସେମାନେ ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

‘‘ମାଟ୍ରିକ୍‌ ପରୀକ୍ଷା ତ ହୋଇପାରିଲା ନାହିଁ । ଯଦି ସରକାର ଯୁକ୍ତ୨ରେ ନାମଲେଖା ପାଇଁ ଏଣ୍ଟ୍ରାନ୍ସ କଥା ଚିନ୍ତା କରୁଛନ୍ତି ତେବେ ବହୁତ ଭଲ ହେବ । ପରୀକ୍ଷା ହେବା ଦରକାର, ତାହା ଅବଜେକ୍ଟିଭ୍‌ ପରୀକ୍ଷା ହେଉ ନା କାହିଁକି । ଉଭୟ ବୋର୍ଡ଼ ପରୀକ୍ଷାର ରେଜଲ୍ଟ ଓ ଏଣ୍ଟ୍ରାନ୍ସର ରେଜଲ୍ଟକୁ ଆସେସମେଣ୍ଟ କରିବା ପରେ ପିଲାମାନଙ୍କ ଆଡ଼ମିଶନ୍‌ ହେଲେ ସ୍ଵଚ୍ଛତା ଆସିବ,’’ କହିଛନ୍ତି ଶିକ୍ଷାବିତ୍‌ ପ୍ରୀତିଶ ଆଚାର୍ଯ୍ୟ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS ଯୋଗୀ ଆଦିତ୍ୟନାଥଙ୍କୁ ମୃତ୍ୟୁ ଧମକ ମିଳିଲା; କହିଲା ‘‘ଆପଣଙ୍କ ଜୀବନର ଆଉ ଦିନ ବାକି ଅଛି’’

ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଯୁକ୍ତ୨ରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା କରିବା ନେଇ ବର୍ତ୍ତମାନ କୌଣସି ବିଚାର ବିମର୍ଶ ବା ନିଷ୍ପତ୍ତି ହୋଇନାହିଁ । ଜୁନ୍‌ ୩୦ ତାରିଖରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏ ସମ୍ପର୍କରେ ବିଚାର କରାଯିବ ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | କର୍ଫ୍ୟୁ ବେଳେ ଗର୍ଲଫ୍ରେଣ୍ଡକୁ ଭେଟିବାକୁ ମୁମ୍ବାଇ ପୋଲିସକୁ ଅନୁରୋଧ କଲା ଯୁବକ; ମିଳିଲା ଏହି ଜବାବ

‘‘ଇତିହାସରେ ପ୍ରଥମ ଥର ପାଇଁ ଏଭଳି ସ୍ଥିତି ଆସିଛି । ଆମ ପାଖରେ ଅଧିକ ସାଧନ କିମ୍ବା ବିକଳ୍ପ ନାହିଁ । ତେଣୁ ଯାହା ଅଛି ତାକୁ ଆଧାର କରି ବିକଳ୍ପ ପନ୍ଥା ଆପଣେଇଛି ବୋର୍ଡ଼ । ସେଥି ପାଇଁ ଏହି ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପିଲାମାନଙ୍କ ମଧ୍ୟରେ ଅସନ୍ତୋଷ ରହିବ ନାହିଁ ବୋଲି ଆମେ ଆଶା କରୁଛୁ । ନଚେତ୍‌ ପରବର୍ତ୍ତୀ ସମୟରେ ସ୍ଥିତି ସୁଧୁରିଲେ ସେମାନେ ପୁଣି ପରୀକ୍ଷା ଦେଇପାରିବେ,’’ କହିଛନ୍ତି ଦାଶ ।

ଏହା ବି ପଢ଼ନ୍ତୁ | ତାମିଲ ନାଡ଼ୁରେ ଥିବା ମନ୍ଦିରଗୁଡ଼ିକର ବାହ୍ୟ ଅଡ଼ିଟ୍ ଦାବି କରି ମାଡ୍ରାସ୍ HCରେ PIL କଲେ ସଦଗୁରୁ

ମାଟ୍ରିକ ପରୀକ୍ଷାର ଫଳ ପ୍ରକାଶ କରିବା ପାଇଁ ବୋର୍ଡ଼ ଆପଣେଇଥିବା ସ୍ୱତନ୍ତ୍ର ପନ୍ଥା ଅନୁସାରେ ନବମ ଓ ଦଶମ ଶ୍ରେଣୀର ପରୀକ୍ଷାରେ ଛାତ୍ରଛାତ୍ରୀମାନେ ପାଇଥିବା ମାର୍କକୁ ଆଧାର କରାଯିବ । ନବମ ଶ୍ରେଣୀରେ ମିଳଥିବା ମୋଟ ମାର୍କରୁ ୪୦ ପ୍ରତିଶତ ଓ ଦଶମ ଶ୍ରେଣୀରୁ ୬୦ ପ୍ରତିଶତ କରି ମୋ’ଟ ମାର୍କ ଦିଆଯିବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ସ୍ୱାମୀ ଘରୁ ଯିବା ମାତ୍ରେ Loverକୁ ଘରକୁ ଡାକିଆଣୁଥିଲେ ସ୍ତ୍ରୀ; Hidden କ୍ୟାମେରାରେ ଧରାପଡ଼ିଲା

ନବମ ଶ୍ରେଣୀର ଅର୍ଦ୍ଧବାର୍ଷିକ ଓ ବାର୍ଷିକ ପରୀକ୍ଷାର ପ୍ରତି ବିଷୟରେ ପରୀକ୍ଷାର୍ଥୀମାନେ ରଖିଥିବା ସର୍ବାଧିକ ମାର୍କକୁ ଅଗ୍ରାଧିକାର ଦିଆଯିବାକୁ ଥିବା ବେଳେ ଦଶମ ଶ୍ରେଣୀର ଅଭ୍ୟାସ ପରୀକ୍ଷାଗୁଡିକର ମୋଟ ମାର୍କ ବି ହିସାବକୁ ନିଆଯିବ । ହେଲେ ବୋର୍ଡର ଏହି ନିଷ୍ପତ୍ତିକୁ ନେଇ ଦ୍ଵନ୍ଦ୍ୱରେ ପଡ଼ିଛନ୍ତି ଅନେକ ଛାତ୍ରଛାତ୍ରୀ ।

ଏହା ବି ପଢ଼ନ୍ତୁ | ମୋଦି ଜୋ ବାଇଡେନ୍ ଫୋନରେ କଥା ହେଲେ; COVID ମୁକାବିଲାରେ ଭାରତକୁ USA ସାହାଯ୍ୟ କରିବ

"ନବମ ଶ୍ରେଣୀ ପରୀକ୍ଷାରେ ଆମର ସେତେ ଭଲ ନମ୍ବର୍‌ ଆସିନାହିଁ । ଯଦି ସେହି ମାର୍କକୁ ମିଶାଇ ବୋର୍ଡ଼ ରେଜଲ୍ଟ ଆସିବ ତେବେ ପରସେଣ୍ଟଜ୍‌ କମିଯିବ । ତାହା ଆମ କରିଅର ପାଇଁ ଭଲ ନୁହେଁ,’’ କହିଛନ୍ତି ମାଟ୍ରିକ ପରୀକ୍ଷାର୍ଥୀ ପିନାକୀ ମିଶ୍ର ।



ଚଳିତ ବର୍ଷ ୬.୨୦ ଲକ୍ଷ ଛାତ୍ରଛାତ୍ରୀ ବୋର୍ଡ଼଼ ପରୀକ୍ଷା ଦେବା ପାଇଁ ଆବେଦନ କରିଥିଲେ । ଉଭୟ ନବମ ଓ ଦଶମ ଶ୍ରେଣୀର ମାର୍କ ଆଧାରରେ ଫଳ ପ୍ରକାଶ ପାଇଲେ ପାସ୍‌ ହାର କ’ଣ ହେବ ତା’ ଉପରେ ଏବେ ସଭିଙ୍କ ନଜର ।
Published by: Anand ST Das
First published: May 8, 2021, 8:36 PM IST