କରୋନା ଲାଗି ସାରା ଓଡ଼ିଶାରେ ଲାଗୁ ହେଲା ଲକଡାଉନ୍; ଘରେ ଦିଆଯିବ କଣ୍ଟ୍ରୋଲ ସାମଗ୍ରୀ

ରାଜ୍ୟରେ ଆଗାମୀ ୧୦ ଦିନ ପାଇଁ ରାଜ୍ୟରେ ସବୁ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଲୋକଙ୍କ ଘରେ କଣ୍ଟ୍ରୋଲ ସାମଗ୍ରୀ ଓ ଭତ୍ତା ପହଞ୍ଚାଇବେ ସରକାରୀ କର୍ମଚାରୀ ।

କରୋନା ଲାଗି ସାରା ଓଡ଼ିଶାରେ ଲାଗୁ ହେଲା ଲକଡାଉନ୍; ଘରେ ଦିଆଯିବ କଣ୍ଟ୍ରୋଲ ସାମଗ୍ରୀ
ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ
  • News18 Odia
  • Last Updated: March 24, 2020, 2:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସର ମୁକାବିଲା ପାଇଁ କଟକଣାକୁ ଆହିରି ବ୍ୟାପ୍ତ କରି ସରକାର ଆଜି ସାରା ଓଡ଼ିଶାରେ ଲାଗୁ କରିଛନ୍ତି ଲକଡାଉନ୍ । ଆଜି ମଧ୍ୟ ରାତ୍ରରୁ ରାଜ୍ୟର ଅବଶିଷ୍ଟ ୧୬ଟି ଜିଲ୍ଲାରେ ଲାଗୁ ହୋଇଯିବ ଏହି ଲକଡାଉନ୍ । ଏହି ସମୟରେ ଲୋକଙ୍କୁ ନିଜ ନିଜ ଘରେ ରହିବାକୁ କୁହାଯାଇଥିବାରୁ ସେମାନଙ୍କ ଘରେ କଣ୍ଟ୍ରୋଲ ସାମଗ୍ରୀ ଓ ଭତ୍ତା ପହଞ୍ଚାଇବେ ସରକାରୀ କର୍ମଚାରୀ । ଏ ନେଇ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ ।

ପ୍ରଥମେ ୫ଟି ଓ ଗତକାଲି ଆଉ ୯ଟି ଜିଲ୍ଲାରେ ଲକଡାଉନ୍ ଲାଗୁ କରିବା ପରେ ସରକାର ଆଜି ସାରା ଓଡ଼ିଶାରେ ଏହାକୁ ଲାଗୁ କରିଛନ୍ତି । ଏହି ସମୟରେ ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରାଯାଇଛି । ନିହାତି ଜରୁରୀ କାମ ନ ଥିଲେ ଲୋକେ ଘରୁ ନ ବାହାରି ସରକାରଙ୍କୁ କରୋନା ଭାଇରସ ଜନିତ ସ୍ଥିତିର ମୁକାବିଲାରେ ସହଯୋଗ କରନ୍ତୁ ବୋଲି ସରକାର କହିଛନ୍ତି।

ପୋଲିସ ଓ ସ୍ଥାନୀୟ ପ୍ରଶାସନକୁ ଲୋକେ ସହଯୋଗ କରିବାକୁ ସରକାର କହିଛନ୍ତି । ଆବଶ୍ୟକ କ୍ଷେତ୍ରରେ ଜିଲ୍ଲା ପ୍ରଶାସନର ଅନୁମତି ନେଇ ଲୋକେ ବାହାରକୁ ବାହାରିବା ଉଚିତ । ଯଦି କୌଣସି ବ୍ୟକ୍ତି ନିୟମ ଉଲ୍ଲଙ୍ଘନ କରିବେ ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ଗିରଫ କରାଯିବା ସାଙ୍ଗକୁ ଜରିମାନା ମଧ୍ୟ ଆଦାୟ କରାଯିବ ।

‘‘ଲକଡାଉନ ସମୟରେ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିବ । ତେଣୁ ଲୋକେ ଭୟଭୀତ ନହୋଇ ସରକାରଙ୍କୁ ସହଯୋଗ କରନ୍ତୁ,’’ କହିଛନ୍ତି ଆଇ.ଇ.ସି. ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ଆସନ୍ତ ୨୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବଳବତ୍ତର ରହିବ ଏହି ଲକଡାଉନ୍ ।

ରାଜ୍ୟ କରୋନା ପ୍ରତିଷେଧକ ସିମିତିର ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚି ସାମ୍ବାଦିକମାନଙ୍କୁ ସୂଚନା ଦେଉଛନ୍ତି ।


ରାଜ୍ୟରେ ଆଗାମୀ ୧୦ ଦିନ ପାଇଁ ରାଜ୍ୟରେ ସବୁ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଅଭାବ ଆଶଙ୍କାରେ ଲୋକେ ଆବଶ୍ୟକତାରୁ ଅଧିକ ସାମଗ୍ରୀ ନ କିଣିବାକୁ ସେ ପରାମର୍ଶ ଦେଇଛନ୍ତି ।

‘‘କେହି ଯଦି ଏହି ଲକଡାଉନ ସମୟରେ ଆବଶ୍ୟକତାଠାରୁ ଅଧିକ ସାମଗ୍ରୀ ମହଜୁଦ କରନ୍ତି ତାହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଲୋକେ ସାଧ୍ୟମତେ ମୁଖ୍ୟ ମନ୍ତ୍ରୀଙ୍ର କିଲିଫ ପାଣ୍ଠିକୁ ଦାନ କରନ୍ତୁ,’’ କହିଛନ୍ତି ସ୍ୱାଇଁ ।

ଏହି ସମୟରେ ଲୋକଙ୍କ ଘରେ ବିଭିନ୍ନ ଭତ୍ତା ଓ କଣ୍ଟ୍ରୋଲ ସାମଗ୍ରୀ ଦିଆଯିବ ବୋଲ୍ ମଧ୍ୟ ସେ କହିଛନ୍ତି । ଏ ନେଇ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ କର୍ମଚାରୀମାନେ ସବୁ ହିତାଧିକାରୀଙ୍କ ଘରେ ଭତ୍ତା ଟଙ୍କା ଓ କଣ୍ଟ୍ରୋଲ ସାମଗ୍ରୀ ପହଞ୍ଚାଇବେ । ସହରାଞ୍ଚଳରେ ସଂପୃକ୍ତ ପୌର ସଂସ୍ଥାକୁ ଏ ଦିଗରେ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଲକ୍‌ଡାଉନ୍ ହୋଇଥିବା ସମସ୍ତ ଜିଲ୍ଲାରେ ଯାତ୍ରୀ ପରିବହନ ବନ୍ଦ ରହିବ । ବସ୍‌, ଟ୍ୟାକ୍ସି ଓ ଅଟୋ ରିକ୍ସା ଚଳାଚଳ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ତେବେ ଏହି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିବ ।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି ସେଠାକାର ସ୍ଥାନୀୟ ସରକାରମାନେ । ମହାରାଷ୍ଟ୍ର, ପଞ୍ଜାବ ଓ ପୁଡୁଚାରୀରେ କର୍ଫ୍ୟୁ ଜାରି କରାଯାଇଛି । ଦିଲ୍ଲୀ ସମତେ ଅନେକ ରାଜ୍ୟ ନିଜ ସୀମାକୁ ସିଲ୍‌ କରିଦେଇଛନ୍ତି । ବସ ଚଳାଚଳ ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡିଦେଲେ ଅନ୍ୟ ସମସ୍ତ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନକୁ ବନ୍ଦ ରହିଛି । ରେଳ ସେବାକୁ ମଧ୍ୟ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ଆଜି ମଧ୍ୟରାତ୍ରିରୁ ଘରୋଇ ବିମାନ ଚଳାଚଳ ବନ୍ଦ ରହିବ ।
First published: March 24, 2020, 2:57 PM IST