ଆଜି ସନ୍ଧ୍ୟା ୫:୩୦ରେ କମ୍ପିବ ଓଡ଼ିଶା, ପ୍ରତ୍ୟେକ ଓଡ଼ିଆ ଗାଇବେ ‘ବନ୍ଦେ ଉତ୍କଳ ଜନନୀ’ ଗୀତ
ରାଜ୍ୟରେ କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଆହ୍ୱାନକୁ ବିରୋଧୀ ଦଳମାନେ ସ୍ୱାଗତ କରିଛନ୍ତି । ଆଜି ସାରା ରାଜ୍ୟ ଏହି ମହାମାରୀ ବିରୋଧରେ ସଂକଳ୍ପ ନେବ ।
ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଗାଁରୁ ସହର ସବୁଠି ଶୁଭିବ ‘ବନ୍ଦେ ଉତ୍କଳ ଜନନୀ’ ଗୀତ।
- News18 Odia
- Last Updated: May 30, 2020, 12:31 AM IST
ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ କମ୍ପିବ ଓଡ଼ିଶା । ସାରା ରାଜ୍ୟରେ ଶୁଭିବ ‘ବନ୍ଦେ ଉତ୍କଳ ଜନନୀ’ ଗୀତ । ଶନିବାର ସନ୍ଧ୍ୟା ୫:୩୦ରେ ସାମାଜିକ ଦୂରତା ନିୟମ ମାନି ସମ ସ୍ୱରରେ ଗାଁରୁ ସହର ସବୁଠି ଶୁଭିବ ସୁନ୍ଦର ଦେଶାତ୍ମବୋଧକ ଗୀତ ‘ବନ୍ଦେ ଉତ୍କଳ ଜନନୀ’ (Bande Utkala Janani)। ମୁଖ୍ୟ ମନ୍ତ୍ରୀଙ୍କ ଆହ୍ୱାନରେ ଦଳ ମତ ନିର୍ବିଶେଷରେ ସମସ୍ତେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ।
କରୋନା ମୁକାବିଲାରେ ଅଗ୍ରଣୀ ଭୂମିକା ନିଭାଉଥିବା ଯୋଦ୍ଧାଙ୍କ ସମ୍ମାନାର୍ଥେ ଏକ ହେବ ସାରା ରାଜ୍ୟ । ଓଡ଼ିଶାର ମାଟି, ପାଣି ଓ ପବନକୁ ନେଇ ରଚିତ ଏହି ଗୀତଟିକୁ କରୋନା ଯୋଦ୍ଧାଙ୍କ ପାଇଁ ସାରା ରାଜ୍ୟ ଗାଇବ। ଏହାକୁ ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ସମସ୍ତେ ଏକାଠି ଏକ ସ୍ୱରରେ ସାମାଜିକ ଦୂରତା ରଖି ଗାଇବେ । ଗୀତଟି ଗାଇବା ବେଳେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି ।
କରୋନା ମୁକାବିଲାରେ ଡାକ୍ତର, ନର୍ସ, ଅଙ୍ଗନବାଡ଼ି ଆଶାକର୍ମୀଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀ, ପୋଲିସ, ଶିକ୍ଷକ ଓ ସରପଞ୍ଚ ସମେତ ସେହି ସବୁ ଲୋକ ଯେଉଁମାନଙ୍କ ନିରନ୍ତର ଉଦ୍ୟମରେ କରୋନା ମୁକବିଲା କରିବାରେ ରାଜ୍ୟ ସଫଳ ହୋଇଛି ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ମୁଖ୍ୟ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

‘ବନ୍ଦେ ଉତ୍କଳ ଜନନୀ’ ଗୀତଟିର ଶବ୍ଦାବଳୀ
ମୁଖ୍ୟ ମନ୍ତ୍ରୀଙ୍କ ଆହ୍ୱାନରେ ସବୁ ରାଜନୈତିକ ଦଳ ବି ସାମିଲ ହେବାକୁ ସମ୍ମତି ଜଣାଇଛନ୍ତି । ଗତ କାଲି ମୁଖ୍ୟ ମନ୍ତ୍ରୀ ପିସିସି ସଭାପତି, ରାଜ୍ୟ ବିଜେପି ସଭାପତି ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ମୁଖିଆଙ୍କ ସହିତ ଏ ନେଇ ଫୋନ ଯୋଗେ କଥା ହୋଇଛନ୍ତି । ସମସ୍ତେ ସହମତି ଜଣାଇବା ସହ ସହଭାଗୀତା ଦେବେ ବୋଲି କହିଛନ୍ତି ।
‘‘ରାଜ୍ୟ ବାସୀ କରୋନାକୁ ମୁକାବିଲା କରୁଥିବା ବେଳେ କରୋନ ଯୋଦ୍ଧାମାନଙ୍କୁ ସମ୍ମାନିତ କରିବା ପାଇଁ ଦେଶ ଭିତରେ ରହୁଥିବା ଓଡ଼ିଆମାନେ କୋଭିଡ୍ ଯୋଦ୍ଧାମାନଙ୍କ ମନୋବଳ ବୃଦ୍ଧି ପାଇଁ ‘ବନ୍ଦେ ଉତ୍କଳ ଜନନୀ’କୁ ସାମୁହିକ ଗାନ କରିବେ । ଏହା ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଙ୍ଗଠନ ସହ ବିଜେଡିର ୩୦ଟି ସାଙ୍ଗଠନିକ ଜିଲ୍ଲାରେ ଅକ୍ଷରେ ଅକ୍ଷରେ ପାଳନ କରାଯିବ । ୩୦ଟି ଜିଲ୍ଲା ସହ ଦୁଇଟି ସାଙ୍ଗଠନିକ ଜିଲ୍ଲା ସହ ସମସ୍ତ ଆଇକନିକ ସ୍ତାନରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯିବ,’’ କହିଛନ୍ତି ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସ ବର୍ମା ।
ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି: ‘‘ଦେଶ ମାତୄକାର ବନ୍ଦନ ସମସ୍ତଙ୍କୁ ପ୍ରେରଣା ଯୋଗାଇବ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ସ୍ୱାଗତ କରିଛନ୍ତି । ଆମେ ସମସ୍ତେ ସହମତ ଅଛୁ । ସହଭାଗୀତା ରହିବ । ଆଗାମୀ ଦିନରେ ଏହା ଭଲ ପ୍ରେରଣା ଯୋଗାଇବ।’’
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି: ‘‘କରୋନା ଓ ବାତ୍ୟା ପାଇଁ ଓଡ଼ିଶା ବଡ଼ ସଙ୍କଟର ସମ୍ମୁଖୀନ ହୋଇଛି । ଗତ ୨୦ ବର୍ଷ ଭିତରେ ବିରୋଧୀଙ୍କୁ ପ୍ରଥମ ଥର ପାଇଁ ନବୀନ ବିଶ୍ଵାସକୁ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ସବୁ ବିରୋଧୀ ଦଳଙ୍କ ସହଯୋଗ ଲୋଡ଼ିଛନ୍ତି । ଏହା ସ୍ୱାଗତଯୋଗ୍ୟ । ଆଶା କରେ ମୁଖ୍ୟ ମନ୍ତ୍ରୀ ଆଗକୁ ମଧ ବିରୋଧୀ ଦଲଙ୍କ ସହଯୋଗ ଲୋଡିବେ ।’’
ମୁଖ୍ୟ ମନ୍ତ୍ରୀଙ୍କ ଏହି ଟ୍ୱିଟରେ ଶୁଣନ୍ତୁ ଏହି ସୁନ୍ଦର ଗୀତଟିକୁ ଆଉ ଗାଇବାର ଅଭ୍ୟାସ କରିନିଅନ୍ତୁ:
'ବନ୍ଦେ ଉତ୍କଳ ଜନନୀ' ଓଡ଼ିଆ ଜାତୀୟତା, ଓଡ଼ିଆ ସ୍ୱାଭିମାନର ପରିଚୟ। ସମସ୍ତଙ୍କ ସହଯୋଗରେ କରୋନାର ସଫଳ ମୁକାବିଲାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ସାଜିଛି। ଏହା ପଛରେ ଥିବା ଲକ୍ଷ ଲକ୍ଷ କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଓ ନିଷ୍ଠାକୁ ସମ୍ମାନ ଜଣାଇ ଆସନ୍ତୁ ଆସନ୍ତାକାଲି ସନ୍ଧ୍ୟା ୦୫.୩୦ରେ #BandeUtkalaJanani ଗାଇବା। #OdishaHonorsCovidWarriors pic.twitter.com/CZXXvO1B5p
— CMO Odisha (@CMO_Odisha) May 29, 2020
ଏହା ବି ପଢ଼ନ୍ତୁ:
ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ
ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ
‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ
ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ
ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ
ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ
ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍
ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍
ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା
କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ
କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ






