ବିନା ଟେଷ୍ଟିଂରେ ଭୁବନେଶ୍ଵରକୁ ପ୍ରବେଶ ନିଷେଧ ହେଲା; ଖୋର୍ଦ୍ଧା ପାଇଁ ସ୍ଵତନ୍ତ୍ର ପ୍ଲାନ ପ୍ରସ୍ତୁତ

ବାଲିଅନ୍ତା ଓ ବାଲିପାଟଣାରୁ ପ୍ରତି ଦିନ ଭୁବନେଶ୍ୱରକୁ ଆସୁଛନ୍ତି ପରିବା ଓ କ୍ଷୀର ବ୍ୟବସାୟୀମାନେ l ସେମାନଙ୍କ ଯିବା ଆସିବା ଯୋଗୁଁ ଅଧିକ ସଂକ୍ରମଣ ହେଉଛି l ଏବେ ଗାଁରୁ ସହର ସବୁଠି ଟେଷ୍ଟିଂ ଓ ଟ୍ରେସିଙ୍ଗ ଉପରେ ଅଧିକ ଗୁରୁତ୍ଵ ଦିଆଯାଉଛି ।

ବିନା ଟେଷ୍ଟିଂରେ ଭୁବନେଶ୍ଵରକୁ ପ୍ରବେଶ ନିଷେଧ ହେଲା; ଖୋର୍ଦ୍ଧା ପାଇଁ ସ୍ଵତନ୍ତ୍ର ପ୍ଲାନ ପ୍ରସ୍ତୁତ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 8, 2020, 8:29 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ଖୋର୍ଦ୍ଧା ପାଇଁ ପ୍ରସ୍ତୁତ ହୋଇଛି ନୂଆ ମାଷ୍ଟର ପ୍ଲାନ l ଆଗକୁ କଣ୍ଟlକ୍ଟ ଟ୍ରେସିଂ ଓ ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ଵ ଦିଆଯିବ l ରାଜ୍ୟ ବାହାରୁ ଆସୁଥିବା ଲୋକ ବିନା ଟେଷ୍ଟିଂରେ ସହର ଭିତରକୁ ପଶିପାରିବେ ନାହିଁ l ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କୁ ଟେଷ୍ଟିଂ କରିବା ପରେ ସହର ଭିତରକୁ ଛାଡିବାକୁ ନିଷ୍ପତ୍ତି ନିଆଯାଇଛି l

ଖୋର୍ଦ୍ଧାରେ କରୋନା ସଂକ୍ରମଣ ବ୍ୟାପୁଥିବାରୁ ବଢିଛି ସରକାରଙ୍କ ଚିନ୍ତା l ସଂକ୍ରମଣ କମାଇବାକୁ ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ରବିବାର ବସିଥିବା ଏକ ଗୁରୁତ୍ଵପୂର୍ଣ୍ଣ ବୈଠକରେ ଅନେକ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ବାଲିଅନ୍ତା ଓ ବାଲିପାଟଣା ବ୍ଳକର ଦୁଇ ବିଡିଓ, କୋଭିଡ଼ ମ୍ୟାନେଜମେଣ୍ଟର ସ୍ଵତନ୍ତ୍ର ଏଡିଏମ ବିଶାଳ ସିଂ, ତହସିଲଦାର ଓ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ l ବୈଠକରେ କରୋନା ସଂକ୍ରମଣ କମ୍‌ କରିବାକୁ ଖୋର୍ଦ୍ଧା ପାଇଁ ପ୍ରସ୍ତୁତ ହୋଇଛି ନୂଆ ମାଷ୍ଟର ପ୍ଲାନ l

ଖୋର୍ଦ୍ଧା ପାଇଁ ପ୍ରସ୍ତୁତ ହୋଇଥିବା ପ୍ଲାନଗୁଡ଼ିକ ହେଉଛି:

ଟେଷ୍ଟିଂ ଓ ଟ୍ରେସିଂକୁ ବଢାଯିବ;

ସହର ଓ ଗ୍ରାମାଞ୍ଚଳରେ ଥିବା ବସ୍ତିଗୁଡ଼ିକ ଉପରେ ଅଧିକ ଫୋକସ ଦିଆଯିବ;

ବାଲିଅନ୍ତା ଓ ବାଲିପାଟଣାରୁ ଭୁବନେଶ୍ଵରକୁ ଆସୁଥିବା ସବୁ ବ୍ୟବସାୟୀଙ୍କ ଉପରେ ନଜର ରଖାଯିବ

ଭୁବନେଶ୍ଵରକୁ ଆସୁଥିବା ଲୋକଙ୍କୁ ବିନା ଟେଷ୍ଟିଂରେ ସହର ଭିତରକୁ ଛଡାଯିବ ନାହିଁ  l

‘‘ସହର ଭିତରେ ଯେପରି କରୋନା ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି, ରାଜଧାନୀରେ ଉପକଣ୍ଠରେ ଥିବା ଗାଁମାନଙ୍କରେ ବି ରୋଗୀ ସଂଖ୍ୟା ବଢୁଛି l ଏହାର ମୂଳ କାରଣ ହେଉଛି ବାଲିଅନ୍ତା ଓ ବାଲିପାଟଣାରୁ ପ୍ରତି ଦିନ ଭୁବନେଶ୍ୱରକୁ ଆସୁଛନ୍ତି ପରିବା ଓ କ୍ଷୀର ବ୍ୟବସାୟୀମାନେ l ସେମାନଙ୍କ ଯିବା ଆସିବା ଯୋଗୁଁ ଅଧିକ ସଂକ୍ରମଣ ହେଉଛି l ତେଣୁ ଗାଁରୁ ସହର ସବୁଠି ଟେଷ୍ଟିଂ ଓ ଟ୍ରେସିଙ୍ଗ ଉପରେ ଏବେ ଅଧିକ ଗୁରୁତ୍ଵ ଦିଆଯିବ,’’ କହିଛନ୍ତି ଜିଲ୍ଲାପାଳ ସନତ ମହାନ୍ତି ।

ଏହି ବି ପଢ଼ନ୍ତୁ | ଏଣିକି ଟ୍ରେନ୍ ଭିତରେ ଭିକ ମାଗିଲେ ଓ ସିଗାରେଟ୍ ଟାଣିଲେ ଜେଲ୍ ଦଣ୍ଡ ହେବ ନାହିଁ; ବଦଳୁଛି ନିୟମ

ଏହି ବି ପଢ଼ନ୍ତୁ | ଭାରତକୁ ମିଳିଲା ଆମେରିକା ସମେତ ୪ଟି ବଡ଼ ଦେଶର ସମର୍ଥନ; ଚୀନରୁ ଭାରତ ଆସିଲା Apple ର ୮ଟି କାରଖାନା

ବିଏମସିର ତଥ୍ୟ କହୁଛି ଯେ ସେପଟେମ୍ବର ଆରମ୍ଭରୁ ଭୁବନେଶ୍ଵରରେ କ୍ରମାଗତ ଭାବେ କରୋନା ରୋଗୀଙ୍କ ସଂଖ୍ୟା ୫୦୦ ଉପରେ ରହୁଛି l ସେପଟେମ୍ବର ୨ ତାରିଖରେ ୫୪୧ ଜଣ କରୋନା ପଜିଟିଭ ଭୁବନେଶ୍ଵରରୁ ଚିହ୍ନଟ ହୋଇଥିବାବେଳେ, ୩ ତାରିଖରେ ୫୮୦ ଜଣ, ୪ ତାରିଖରେ ୫୫୦ ଜଣ ଏବଂ ୫ ତାରିଖରେ ୪୦୯ ଜଣ କରୋନା ରୋଗୀ ଭୁବନେଶ୍ଵରରୁ ବାହାରିଛନ୍ତି l ଏହା ସହର ବାସିଙ୍କ ପାଇଁ ଚିନ୍ତା ବଢାଇଛି l



‘‘ଗଞ୍ଜାମ ପରେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଖୋର୍ଦ୍ଧାର ସ୍ଥିତି l ଏବେ ଠାରୁ ଯଦି ଏହାକୁ ନିୟନ୍ତ୍ରଣ କରା ନ ଯାଏ ତେବେ ଆଗକୁ ସ୍ଥିତି ଆହୁରି ଖରାପ ହେବ l ସେଥିପାଇଁ ଟେଷ୍ଟିଂ ଓ ଟ୍ରେସିଂ ଉପରେ ଅଧିକ ଗୁରୁତ୍ଵ ଦିଆଯିବ,’’ କହିଛନ୍ତି କୋଭିଡ଼ ମ୍ୟାନେଜମେଣ୍ଟର ସ୍ଵତନ୍ତ୍ର ଏଡିଏମ ବିଶାଳ ସିଂ ।
Published by: Anand Shankar Thankur Das
First published: September 8, 2020, 8:29 PM IST
corona virus btn
corona virus btn
Loading