ରାଜ୍ୟରେ ଆଉ ୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହେଲେ; ଏବେ ମୋଟ ଆକ୍ରାନ୍ତ ୧୧୧

କୋରାପୁଟ ଜିଲ୍ଲାରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଜଣେ ୨୨ ବର୍ଷୀୟ ଷ୍ଟାଫ୍ ନର୍ସ । ସେ ଏହି ଜିଲ୍ଲାର ପ୍ରଥମ ଆକ୍ରାନ୍ତ ଓ ରାଜ୍ୟର ପ୍ରଥମ ସଂକ୍ରମିତ ସ୍ୱାସ୍ଥ୍ୟ କର୍ମୀ । ତାଙ୍କ ନିକଟରେ କୌଣସି ଲକ୍ଷଣ ନ ଥିଲା ।

ରାଜ୍ୟରେ ଆଉ ୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହେଲେ; ଏବେ ମୋଟ ଆକ୍ରାନ୍ତ ୧୧୧
ଗୁଜରାଟରେ ଜଣେ କରୋନା ଆକ୍ରାନ୍ତଙ୍କ ଶବକୁ ମୁନିସିପାଲିଟି କର୍ମୀମାନେ ଗାଡ଼ିରୁ ଓହ୍ଲାଉଛନ୍ତି ।
  • News18 Odia
  • Last Updated: April 27, 2020, 5:20 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆଉ ସାତ ଜଣ କରୋନା ଭାଇରସ୍‌ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରେ ଅଛନ୍ତି କୋରାପୁଟ ଜିଲ୍ଲାର ଜଣେ,  ଯାଜପୁର ଜିଲ୍ଲାର ଜଣେ ଓ ବାଲେଶ୍ବର ଜିଲ୍ଲାର ଛଅ ଜଣ । ଏଥି ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧୧୧ ହୋଇଛି ।

ବାଲେଶ୍ବର ଜିଲ୍ଲାରେ ଛଅ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ସମସ୍ତ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଜିଲ୍ଲା ପାଇଁ ପୂର୍ବରୁ ନିଜାମୁଦ୍ଦିନ ଫେରନ୍ତା ଚିନ୍ତା ବଢ଼ାଇଥିବା ବେଳେ ଏବେ କୋଲକାତା ଲିଙ୍କ ମୁଣ୍ଡ ବଥାର କାରଣ ସାଜିଛି । ହେଲେ ନୂଆ ୬ ଜଣ କେମିତି ଓ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହେଲେ ସେ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର ।

କୋରାପୁଟ ଜିଲ୍ଲାରେ ଚିହ୍ନଟ ହୋଇଥିବା ଏହି ବ୍ୟକ୍ତି ଜଣେ ୨୨ ବର୍ଷୀୟ ଷ୍ଟାଫ୍‌ ନର୍ସ । ସେ କୋରାପୁଟ ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତ ଓ ରାଜ୍ୟର ପ୍ରଥମ ସଂକ୍ରମିତ ସ୍ୱାସ୍ଥ୍ୟ କର୍ମୀ । ତାଙ୍କ ନିକଟରେ କୌଣସି ଲକ୍ଷଣ ନ ଥିଲା ବୋଲି ଜଣାଯାଇଛି । ସେ ଏପ୍ରିଲ୍‌ ୧୪ ତାରିଖରେ କୋଲକାତାରୁ ଫେରିବା ପରେ ହୋମ୍‌ କ୍ୱାରାଣ୍ଟାଇନରେ ଥିଲେ । ସେ ଏ ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେଇ ନ ଥିଲେ ।

ଆଜି ପ୍ରଥମେ ବାଲେଶ୍ୱର ଜିଲ୍ଲାରେ ଚିହ୍ନଟ ହୋଇଥିବା ପାଞ୍ଚ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଚାରି ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି । ମହିଳାମାନଙ୍କ ବୟସ ୫୫, ୨୨, ୨୩ ଓ ୨୯ ବର୍ଷ । ପୁରୁଷ ଆକ୍ରାନ୍ତଙ୍କ ବୟସ ୨୭ ବର୍ଷ । ସେମାନେ ସମସ୍ତେ ହୋମ୍ କ୍ବାରେଣ୍ଟାଇନରେ ଥିଲେ । ସମସ୍ତଙ୍କର ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା । ସମସ୍ତ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପରେ ଚିହ୍ନଟ ହୋଇଥିବା ଆଉ ଜଣେ ଆକ୍ରାନ୍ତ ୩୨ ବର୍ଷୀୟ ପଶ୍ଚିମ ବଙ୍ଗ ଫେରନ୍ତା ବ୍ୟକ୍ତି ।

ବାଲେଶ୍ବର ଜିଲ୍ଲାରେ ସଂକ୍ରମଣ ରୋକିବାକୁ ୬୦ ଘଣ୍ଟିଆ ସଟଡାଉନ୍ ଗତ କାଲି (ରବିବାର) ସକାଳ ୧୦ଟାରେ ଉଠିଥିଲା । ଜିଲ୍ଲାର ନୀଳଗିରି ଓ ନିଳିଆବାଗର ତିନିଟି ଲେଖାଏ ୱାର୍ଡ ଏବେ ମଧ୍ୟ କଣ୍ଟେନମେଣ୍ଟ ଜୋନରେ ରହିଛି । ନିଳିଆବାଗର କଣ୍ଟେନମେଣ୍ଟ ଜୋନ ଅବଧି ମେ ୨ ଯାଏଁ ବୃଦ୍ଧି ହୋଇଥିବା ବେଳେ ଆଜି ରାତି ୧୨ଟାରେ ସରିବାକୁ ଥିବା ନୀଳଗିରିର କଣ୍ଟେନମେଣ୍ଟ ଜୋନ ଅବଧି ମଧ୍ୟ ବଢ଼ିବାର ସମ୍ଭାବନା ରହିଛି । ଏହା ସହ ଜିଲ୍ଲା ପ୍ରଶାସନ ସଂକ୍ରମଣକୁ ନଜରରେ ରଖି ଯାଜପୁର ଭଳି ଆଉ କିଛି କଡ଼ା ପଦକ୍ଷେପ ନେଇପାରେ ।

ଏ ଯାଏଁ ରାଜ୍ୟରେ ୭୩ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଓ ୩୭ ଜଣ ସୁସ୍ଥ ହୋଇ ଫେରିଛନ୍ତି ।
First published: April 27, 2020, 5:20 PM IST
corona virus btn
corona virus btn
Loading