କାଲି ପବିତ୍ର ଇଦ୍; ମସଜିଦରେ ସାମୁହିକ ନମାଜ ପାଠକୁ ନେଇ ଆଶଙ୍କାରେ ଇସଲାମ ଧର୍ମାବଲମ୍ବୀ

କରୋନା କଟକଣା ଯୋଗୁଁ ପବିତ୍ର ରମଜାନ ମାସରେ ମୁସଲିମମାନେ ମସଜିଦ ବଦଳରେ ଘରେ ରହି ନମାଜ ପାଠ କରିଛନ୍ତି । ଇଦର ନମାଜକୁ ଘରେ ରହି ପାଠ କଲେ ବି ତାହା ଗ୍ରହଣୀୟ ହେବ ବୋଲି ଅନେକଙ୍କ ମତ ।

କାଲି ପବିତ୍ର ଇଦ୍; ମସଜିଦରେ ସାମୁହିକ ନମାଜ ପାଠକୁ ନେଇ ଆଶଙ୍କାରେ ଇସଲାମ ଧର୍ମାବଲମ୍ବୀ
କଟକରେ ବାରବାଟୀ ଦୁର୍ଗ ନିକଟରେ ଥିବା ବୁଖାରୀ ବାବାଙ୍କ ପୀଠ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଆସୁଛି ପବିତ୍ର ଇଦ୍-ଉଲ୍-ଫିତର୍‌ ବା ଇଦ୍ । କିନ୍ତୁ କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ପବିତ୍ର ରମଜାନ୍ ମାସରେ ମସଜିଦଗୁଡିକରେ ସମୁହ ନମାଜ ପାଠ ହୋଇ ପାରି ନ ଥିବା ବେଳେ ଇଦରେ ମଧ୍ୟ ସାମୁହିକ ନମାଜ ପାଠର ସମ୍ଭାବନା କମ୍‌ ରହିଛି । ଏହି ପରିସ୍ଥିତିରେ କିଭଳି ପାଳିବେ ଇଦ୍ ସେହି ଚିନ୍ତାରେ ଅଛନ୍ତି ଇସଲାମ ଧର୍ମାବଲମ୍ବୀ ।

ଇଦ ପାଳନକୁ ନେଇ ପ୍ରତି ବର୍ଷ କଟକ ସହରର ସମସ୍ତ ମସଜିଦ ଓ ଇଦଗାଗୁଡିକରେ ବ୍ୟାପକ ଆୟୋଜନ କରାଯାଇଥାଏ । ଇଦ ପୂର୍ବରୁ ହିଁ ସେଠାରେ ଗହଳି ଦେଖା ଦେଇଥାଏ । କିନ୍ତୁ ପୂର୍ବ ବର୍ଷଗୁଡିକ ଭଳି ଚଳିତ ବର୍ଷ କଟକର କୌଣସି ମସଜିଦ ଓ ଇଦଗାରେ ଇଦର ଆୟୋଜନ ନେଇ ପ୍ରସ୍ତୁତି ଦେଖିବାକୁ ମିଳିନାହିଁ ।

ସବୁ ମସଜିଦ୍ ଓ ଇଦଗାରେ ଏବେ ଖାଁ ଖାଁ ପରିବେଶ । କେବଳ ମୌଲାନା କିମ୍ବା ମୌଲବୀଙ୍କ ସହ ଦୁଇ ତିନି ଜଣ ଲୋକଙ୍କୁ ବାଦ ଦେଲେ ସେଠାରେ ଆଉ କାହାରିକୁ ଦେଖିବାକୁ ମିଳୁନାହିଁ । ଏହା ବ୍ୟତୀତ ଭାଇଚାରାର ଏହି ସହରର ବାସିନ୍ଦାଙ୍କ ମଧ୍ୟରେ ବି ଇଦକୁ ନେଇ ପୂର୍ବ ବର୍ଷଗୁଡିକ ଭଳି ଉତ୍ସାହ ମଧ୍ୟ ଏଥର ଦେଖିବାକୁ ମିଳିନାହିଁ ।

ଏ ଥର ଇଦରେ ନୂଆ ଡ୍ରେସ୍ ନ ହେଉଛି ବୋଲି ଦୁଃଖ କରୁ ନାହିଁ ସାଫିଆ ଫିର୍ଦ୍ଦୋସ


‘‘ସବୁ ବର୍ଷ ଇଦରେ ଅବୁ ମୋ’ ପାଇଁ ନୂଆ ଡ୍ରେସ ଆଣି ଥାନ୍ତି । ଏଥର ମୋ’ର ଏଥର ନୂଆ ଡ୍ରେସ ହେବ ନାହିଁ । ଲକଡାଉନ ପାଇଁ ପଇସା ନ ଥିବାରୁ ଏଥର ମୋ’ର ନୂଆ ଡ୍ରେସ ହେବ ନାହିଁ । ଆର ବର୍ଷକୁ ହେବ ବୋଲି ଅବୁ କହିଛନ୍ତି,’’ କହିଛନ୍ତି ଷ୍ଟାଣ୍ଡାର୍ଡ ୪ରେ ପଢୁଥିବା ସେଖ୍‌ ବଜାର ଅଞ୍ଚଳର କୁନି ଝିଅ ସାଫିଆ ଫିର୍ଦ୍ଦୋସ ।

‘‘ପୂରା ରମଜାନ ମାସକ ଯାକ ଘରେ ରହି ନମାଜ ପଢିଛୁ । ପରିବାର ସହ ଉପବାସ ମଧ୍ୟ ଖୋଲିଛୁ । ଯଦି ସରକାରଙ୍କ ଅନୁମତି ମିଳିବ ତେବେ ମସଜିଦରେ ଇଦର ନମାଜ ପଢିବୁ, ନହେଲେ ଘରେ ରହି ଇଦର ନମାଜ ପଢିବୁ,’’ କହିଛନ୍ତି ସେଖ ବଜାର ବାସିନ୍ଦା ସେଖ୍ ୟୁନୁସ ।

ରମଜାନ ମାସର ପ୍ରତିଟି ଶୁକ୍ରବାର ବା ଜୁମ୍ମା ଦିନ ହେଉଥିବା ‘ଫର୍ଜ ନମାଜ’ ଠାରୁ ଇଦ ଦିନ ହେଉଥିବା ‘ୱାଜିବ ନମାଜ’ କମ୍‌ ମହତ୍ବପୂର୍ଣ୍ଣ । ତେଣୁ ଯେହେତୁ ପାଖାପାଖି ସହରର ସବୁ ମୁସଲମାନ ଜୁମ୍ମାର ନମାଜ ପାଠ ଘରେ ରହି କରିସାରିଛନ୍ତି, ତେଣୁ ଇଦର ନମାଜକୁ ନିଜ ଘରେ ରହି ପାଠ କରିବାରେ କିଛି ଅସୁବିଧା ନାହିଁ ଓ ତାହା ଗ୍ରହଣୀୟ ବୋଲି କହିଛନ୍ତି କହିଛନ୍ତି ଆଦାରେ ସରିଆ (ଓଡିଶା)ର ସାଧାରଣ ସମ୍ପାଦକ ମୌଲାନା ଅର୍ସଦ-ଉଲ୍ଲ-କାଦରୀ ମିସୱା ।

ଏ ଥର ଇଦରେ ନୂଆ ଡ୍ରେସ୍ ନ ହେଉଛି ବୋଲି ଦୁଃଖ କରୁ ନାହିଁ ସାଫିଆ ଫିର୍ଦ୍ଦୋସ


‘‘ମୋ’ର କିଛି ହିନ୍ଦୁ ଭାଇମାନଙ୍କ ସହ ମୁଁ କଥା ହେଉଥିଲି । ସେମାନେ ପ୍ରଥମ ଥର ଲାଗି ସାବିତ୍ରୀ ବତ୍ରକୁ ନିଜ ଘରେ ରହି ପାଳନ କରିଥିବା କହିଛନ୍ତି । କାଲି ଆମର ପର୍ବ ଆସିବ । ଆମେ ବି ଘରେ ରହି ନମାଜ ପାଠ କରିବୁ । ଯଦି ଭିଡ଼ ହେବ, ତେବେ କେରୋନା ବ୍ୟାପିବାର ଆଶଙ୍କା ରହିଛି । ତେଣୁ ଯାହା ସରକାରଙ୍କ ନିର୍ଦ୍ଦେଶ ରହିବ ସେହି ହିସାବରେ ସବୁ ହେବ । ଏଥିରେ ଅସୁବିଧା କିଛି ନାହିଁ,’’ କହିଛନ୍ତି ମିସୱା ।

ଇସଲାମ ଧର୍ମାବଲମ୍ବୀ ମାନେ ଇଦ ଦିନ ମସଜିଦରେ ଏକତ୍ରିତ ହୋଇ  ସାମୁହିକ ନମାଜ ପାଠ କରିବା ସହ ନୂଆ ବସ୍ତ୍ର ପରିଧାନ କରି ଦୁଃଖିରଙ୍କିଙ୍କୁ ଦାନ ଦେବାର ପରମ୍ପରା ରହିଛି । କିନ୍ତୁ ଏ ବର୍ଷ କରୋନା ଏଥିରେ ବିରାଟ ପ୍ରତିବନ୍ଧକ ସୃଷ୍ଟି କରିଛି ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 23, 2020, 6:57 PM IST
corona virus btn
corona virus btn
Loading