କଟକରେ କଟକଣା ମଧ୍ୟରେ ପାଳିତ ହେଲା ପବିତ୍ର ଇଦ୍; କରୋନା ଦୂର କରିବାକୁ ସଭିଁଏ ପ୍ରାର୍ଥନା କଲେ

କଟକ ସହରରେ ଛୋଟ ବଡ଼ କରି ୪୦ରୁ ଅଧିକ ମସଜିଦ୍ ରହିଛି । ଏଥର କରୋନା ଯୋଗୁଁ ମସଜିଦ୍ ଭିତରକୁ ସର୍ବସାଧାରଣଙ୍କ ପ୍ରବେଶ ନିଷେଧ ଥିଲା ।

କଟକରେ କଟକଣା ମଧ୍ୟରେ ପାଳିତ ହେଲା ପବିତ୍ର ଇଦ୍; କରୋନା ଦୂର କରିବାକୁ ସଭିଁଏ ପ୍ରାର୍ଥନା କଲେ
କଟକରେ ଏକ ମସଜିଦ୍ ସାମନାରେ ଇଦର ନମାଜ ପାଠ କରୁଥିବା ଏକ ପରିବାର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଆଜି ପବିତ୍ର ଇଦ୍‌ । ଭାଇଚାରା ଓ ଶାନ୍ତିର ବାର୍ତ୍ତା ବହନ କରୁଥିବା ଏହି ପର୍ବକୁ ସମଗ୍ର ବିଶ୍ବରେ ବେଶ୍‌ ଧୁମଧାମରେ ପାଳନ କରାଯାଇଛି । ଏଥିରୁ ବାଦ୍‌ ପଡ଼ି ନାହିଁ କଟକ ସହର । ଭାଇଚାରାର ଏହି ପର୍ବ କରୋନା କଟକଣା ଯୋଗୁଁ ଫିକା ରହିଛି କଟକ ସହରରେ ।
ପୂର୍ବ ବର୍ଷଗୁଡିକ ଭଳି ସହରର ସମସ୍ତ ମସଜିଦରେ ସକାଳ ୭ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସମୟରେ ପାଠ ହେଇଥିଲା ଇଦର ନମାଜ । କିନ୍ତୁ କରୋନା କଟକଣା ଲାଗିଥିବାରୁ ମସଜିଦ୍ ଓ ଇଦଗାଗୁଡିକରେ ଜଣେ ଜଣେ ମୌଲାନା ବା ମୌଲବୀଙ୍କ ସହ ମୋଟ ଚାରି ଜଣ ହିଁ ଏଥିରେ ସାମିଲ ହୋଇଥିଲେ । ସେମାନଙ୍କ ବ୍ୟତୀତ ଆଉ କାହାରିକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥିଲା ।
‘‘ସକାଳ ୮ଟା ବେଳେ ଆମେ ମସଜିଦରେ ଇଦର ନମାଜ ପାଠ କଲୁ । କଟକଣା ଥିବାରୁ କେବଳ ୪ ଜଣ ହିଁ ଏଥିରେ ସାମିଲ ହୋଇଥିଲୁ । ତେବେ କରୋନା ଯୋଗୁଁ ପ୍ରଥମ ଥର ଲାଗି ଏହି ପବିତ୍ର ପର୍ବରେ ମସଜିଦରେ ସାମୁହିକ ନମାଜ ହୋଇ ପାରିଲା ନାହିଁ । କିନ୍ତୁ କିଛି ଉପାୟ ନାହିଁ । ଏହି ମହାମାରୀ କେମିତି ସମଗ୍ର ବିଶ୍ବରୁ ଦୂର ହେଉ ସେଥି ପାଇଁ ଆଜି ପ୍ରାର୍ଥନା ମଧ୍ୟ କରିଛୁ,’’ କହିଛନ୍ତି କଟକ ଦରଘା ବଜାର ଠାରେ ଥିବା କଦମ-ଇ-ରସୁଲର ଇମାମ ସୟଦଦିନ୍ ।

କଟକର ଦରଘା ବଜାରରେ ଇଦର ପ୍ରାର୍ଥନା କରୁଥିବା ଏକ ବାଳକ


ତେବେ ସର୍ବସାଧାରଣଙ୍କ ପ୍ରବେଶ ନିଷେଧ ଥିବାରୁ ମସଜିଦ ଭିତରକୁ ଯେମିତି କେହି ପ୍ରବେଶ ନ କରନ୍ତି ସେଥି ପାଇଁ ମସଜିଦଗୁଡିକର ମୁଖ୍ୟ ଫାଠକରେ ତାଲା ପଡିଥିଲା । ମସଜିଦ କିମ୍ବା ଆଖାପାଖ ଅଞ୍ଚଳଗୁଡ଼ିକରେ ଇଦ୍‌ ଦିନ ଦେଖାଯାଉଥିବା ଗହଳି ବି ଦେଖିବାକୁ ମିଳି ନ ଥିଲା । ସମୟ ସମୟରେ କିଛି କିଛି ଲୋକ ମସଜିଦକୁ ଆସୁଥିଲେ । କିନ୍ତୁ ମସଜିଦ ବାହାରେ ରହି ସାମାଜିକ ଦୂରତ୍ବ ରକ୍ଷା କରି ପ୍ରାର୍ଥନା କରି ଘରକୁ ଫେରିଥିଲେ ।
‘‘ଅନ୍ୟ ବର୍ଷଗୁଡିକ ଭଳି ଏଥର ଇଦରେ ମୁଁ ଖୁସି ଅନୁଭବ କରୁଛି । କିନ୍ତୁ କରୋନା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ମନକୁ ଅନେକ କଷ୍ଟ ଦେଇଛି । ରମଜାନ୍ ମାସରେ ମୁଁ ଘରେ ରହି ନମାଜ ପାଠ କରିଥିଲି । ଆଜି ମଧ୍ୟ ଇଦର ନମାଜକୁ ପରିବାର ସହ ଘରେ ପାଠ କରିଛି । ଅନ୍ୟ ବର୍ଷ ଗୁଡିକ ଭଳି ଘରେ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ ହୋଇଛି । କିନ୍ତୁ ବନ୍ଧୁ ବାନ୍ଧବଙ୍କ ଘରକୁ ଯିବା କିମ୍ବା ପରିବାର ସହ ବାହାରକୁ ବୁଲିବାକୁ ଯିବା ପାଇଁ ଆଗ୍ରହ ନାହିଁ,’’ କହିଛନ୍ତି ଦରଘାବଜାର ବାସିନ୍ଦା ମୁନାୱର ଖାନ ।

ବିଭିନ୍ନ ମସଜିଦ ଓ ଇଦଗାରେ ବ୍ୟାପକ ପୋଲିସ ମୁତୟନ ହୋଇଥିଲା ।


ସରକାରୀ କଟକଣା ସେମିତି ସଠିକ ଢଙ୍ଗରେ ପାଳନ ହେବ ତାହାକୁ ତଦାରଖ କରିବା ପାଇଁ ସହରର ବିଭିନ୍ନ ମସଜିଦ ଓ ଇଦଗାରେ ବ୍ୟାପକ ପୋଲିସ ମୁତୟନ ହୋଇଥିଲା । କିନ୍ତୁ ପ୍ରତିଟି ସ୍ଥାନରେ ସରକାରୀ ନିୟମକୁ ସମ୍ମାନ ଦିଆଯାଇଥିବା ଦେଖିବାକୁ ମିଳିଥିଲା ।
କଟକ ସହରରେ ଛୋଟ ବଡ କରି ୪୦ରୁ ଉର୍ଦ୍ଧ ମସଜିଦ୍ ରହିଛି । ପ୍ରତି ବର୍ଷ ଇଦ୍‌ ସମୟରେ ଏହି ମସଜିଦଗୁଡିକରେ ଲକ୍ଷାଧିକ ସଂଖ୍ୟାରେ ଇସଲାମ୍ ଧର୍ମାଲମ୍ବୀମାନେ ଏକତ୍ରିତ ହୋଇ ସାମୁହିକ ନମାଜ ପାଠ କରିଥାନ୍ତି । କିନ୍ତୁ କରୋନା ଯୋଗୁଁ ଚଳିତ ବର୍ଷ ମସଜିଦ୍ ବଦଳରେ ଘରେ ରହି ନମାଜ ପାଠ କରିଛନ୍ତି ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଦେଖନ୍ତୁ ଫଟୋ: ନିକ୍ ଜୋନାସ୍ ହନିମୁନରେ ଗିଟାର ବଜାଇଲେ, ଶୁଣି ପ୍ରିୟଙ୍କା ହେଲେ ରୋମାଣ୍ଟିକ୍

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 25, 2020, 8:33 PM IST
corona virus btn
corona virus btn
Loading