ପଶ୍ଚିମ ଓଡ଼ିଶା ପାଇଁ ସମ୍ବଲପୁରରେ ଖୋଲିବ କରୋନା ଭାଇରସ୍ ପରୀକ୍ଷଣ କେନ୍ଦ୍ର, ପ୍ରୟାସ ଜାରି

କରୋନା ଭାଇରସ୍ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷଣ ପାଇଁ ବୀର ସୁରେନ୍ଦ୍ର ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମସାର୍) ରେ ବାୟୋସେଫେଟି ଲେଭଲ୍ ୨ (ବିଏସ୍ଏଲ୍-୨) ଲାବରେଟରୀ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ।

ପଶ୍ଚିମ ଓଡ଼ିଶା ପାଇଁ ସମ୍ବଲପୁରରେ ଖୋଲିବ କରୋନା ଭାଇରସ୍ ପରୀକ୍ଷଣ କେନ୍ଦ୍ର, ପ୍ରୟାସ ଜାରି
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: March 26, 2020, 9:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡ଼ିଶାରେ କରୋନା ଭାଇରସ୍‌ ଜନିତ ସ୍ଥିତି ଉତ୍କଟ ହୋଇପାରେ ବୋଲି ଆଶଙ୍କା କରି ଅଧିକ ନମୁନା ପରୀକ୍ଷଣ ପାଇଁ ରାଜ୍ୟର ପଶ୍ଚିମାଞ୍ଚଳରେ ଏକ ପରୀକ୍ଷଣ କେନ୍ଦ୍ର ଖୋଲିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏହି ନୂଆ ପରୀକ୍ଷଣ କେନ୍ଦ୍ର ବୀର ସୁରେନ୍ଦ୍ର ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (VIMSAR) ରେ ଖୋଲିବାକୁ ଯାଉଛି ।

ରାଜ୍ୟରେ ବର୍ତ୍ତମାନ ଭୁବନେଶ୍ୱରରେ ଥିବା ଆଞ୍ଚଳିକ ଚିକିତ୍ସୀୟ ଗବେଶଣା କେନ୍ଦ୍ର (ଆର୍‌.ଏମ୍‌.ଆର୍‌.ସି.) ଏକ ମାତ୍ର ପରୀକ୍ଷଣ କେନ୍ଦ୍ର । ରାଜ୍ୟରେ COVID-19 ସନ୍ଦେହରେ ସଂଗ୍ରହ କରାଯାଉଥିବା ସବୁ ନମୁନା ଏଇଠି ପରୀକ୍ଷଣ କରାଯାଉଛି ।

କରୋନା ଭାଇରସ୍ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷଣ ପାଇଁ ବୀର ସୁରେନ୍ଦ୍ର ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମସାର୍‌) ରେ ବାୟୋସେଫେଟି ଲେଭଲ୍ ୨ (ବିଏସ୍ଏଲ୍-୨) ଲାବରେଟରୀ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର କାର୍ଯ୍ୟ ଆରମ୍ଭ କରିଦେଇଥିବା ଜଣାପଡ଼ିଛି ।

‘‘କୋଭିଡ୍‌-୧୯ ପରୀକ୍ଷଣ ଲାବରେଟରୀ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ମାଗିଥିବା ସମ୍ଭାବ୍ୟତା ରିପୋର୍ଟକୁ ଆମ ଅନୁଷ୍ଠାନର ବିଶେଷଜ୍ଞମାନେ ପଠାଇ ସାରିଛନ୍ତି । ଏହି ରିପୋର୍ଟରେ ଭିମସାରର ମାଇକ୍ରୋବିଓଲୋଜି ବିଭାଗରେ ଏହି ପରୀକ୍ଷଣ ଲାବରେଟରୀରେ ଯେତେ ଶୀଘ୍ର ସମ୍ଭବ ସ୍ଥାପନ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି,’’ କହିଛନ୍ତି ଭିମସାରର ଅଧୀକ୍ଷିକା ଜୟଶ୍ରୀ ଦୋରା । ଏହି ପରୀକ୍ଷଣ କେନ୍ଦ୍ର ଚାଲୁ ହେଲେ ଏଠାରେ ରିକମ୍ବିନାଣ୍ଟ ଟେକ୍ନୋଲୋଜି ପଲିମେରେଜ୍ ଚେନ୍ ରିଆକ୍ସନ୍‌ (rt PCR) ପରୀକ୍ଷଣ କାର୍ଯ୍ୟକ୍ଷମ ହୋଇପାରିବ ।

ବର୍ତ୍ତମାନ ରାଜ୍ୟର ସବୁ ଅଞ୍ଚଳର ସ୍ୱାସ୍ଥ୍ୟ କେନ୍ଦ୍ରମାନେ ସନ୍ଦିଗ୍ଧ ଲୋକଙ୍କ ଗଳାରୁ ନିର୍ଗତ ଖଙ୍କାର ଆଦିର ସ୍ୱାବ୍‌ ନମୁନା ଆର୍‌.ଏମ୍‌.ଆର୍‌.ସି.କୁ ପରୀକ୍ଷଣ ପାଇଁ ପଠାଉଛନ୍ତି । ଆଉ ଏକ ପରୀକ୍ଷଣ କେନ୍ଦ୍ର ଭିମସାରରେ ସ୍ଥାପିତ ହେଲେ ପଶ୍ଚିମ ଓଡିଶା ଓ ଆଖପାଖ ଅଞ୍ଚଳର ଲକ୍ଷ ଲକ୍ଷ ଲୋକ ଉପକୃତ ହେବେ ।

ଆଜି ଦିନ ୧୨ଟା ସୁଦ୍ଧା ଓଡ଼ିଶାରେ ମୋ’ଟ ୧୬୪ଟି ନମୁନା ପରୀକ୍ଷା କରାଯାଇଥିଲା । ପୂର୍ବରୁ ସାମନାକୁ ଆସିଥିବା ଦୁଇଟି ପଜିଟିଭ ମାମଲାକୁ ବାଦ୍ ଦେଲେ ଏ ପର୍ଯ୍ୟନ୍ତ ଆଉ କୌଣସି ପଜିଟିଭ୍ ବାହାରି ନାହିଁ । ସମସ୍ତ ରିପୋର୍ଟ ନେଗେଟିଭ୍ ଆସିଛି ବୋଲି କହିଛନ୍ତି ଆଇଇସି ମୁଖ୍ୟ ସୁବ୍ର ବାଗଚୀ ।

ଆଜି ସୁଦ୍ଧା ବିଦେଶ ଓ ଅନ୍ୟ ରାଜ୍ୟରେ ଥିବା ୮୪,୦୦୦ ଜଣ ଓଡ଼ିଆ ରାଜ୍ୟକୁ ଫେରିଛନ୍ତି । ସେମାନଙ୍କୁ ୧୪ ଦିନ ପାଇଁ ସଙ୍ଗରୋଧ ହୋଇ ରହିବାକୁ କୁହାଯାଇଛି ବୋଲି ସେ କହିଛନ୍ତି ।
First published: March 26, 2020, 9:01 PM IST