News18 Odia Digital
କଟକ: ରାଜ୍ୟର ଚିକିତ୍ସା ଅଧ୍ୟାୟରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ । ଏସ୍.ସି.ବି. ହସପିଟାଲରେ ଉଦଘାଟିତ ହୋଇଛି ପୂର୍ବ ଭାରତର ସର୍ବ ବୃହତ ଏକମୋ ୟୁନିଟ୍ । ଶୁକ୍ରବାର ଦିନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍.ସି.ବି.ର କାର୍ଡି଼ଓ-ଭାସକୁଲାର୍ ବିଭାଗରେ ସ୍ଥାପିତ ହୋଇଥିବା ନଅଟି ଏକମୋ ମେସିନକୁ ଜନସାଧାରଣଙ୍କ ପାଇଁ ଲୋକାର୍ପିତ କରିଛନ୍ତି ।
ଏହି ଦୁଇଟି ୟୁନିଟ୍ କାର୍ଯ୍ୟକ୍ଷମ ହେବା ପରେ ଅତି କମରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ଉପଲବ୍ଧ ହେଉଥିବା ଏହି ବ୍ୟୟବହୁଳ ଏକମୋ ଚିକିତ୍ସା ରୋଗୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ମଳିବ । ଏହା ସହ ସରକାରୀ ଭାବରେ ଓ ବିନା ଖର୍ଚ୍ଚରେ ଏକମୋ ସେବା ଯୋଗାଇବାରେ ସମଗ୍ର ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ମଧ୍ୟ ପରିଗଣିତ ହୋଇଛି । କୋଭିଡ ଓ ଅନ୍ୟ ସଂକ୍ରାମକ ରୋଗରେ ଫୁସଫୁସ ସଂକ୍ରମଣର ଶିକାର ହେଉଥିବା ରୋଗୀଙ୍କୁ ଏହି ସେବା ପ୍ରଦାନ କରାଯିବ । ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | Dehradun Bridge Collapse: ଦେହରାଡୁନରେ ବର୍ଷା ଯୋଗୁଁ ମଝିରୁ ଭାଙ୍ଗିଗଲା ପୋଲ; ଦେଖନ୍ତୁ VIDEOଫୁସଫୁସ୍ ରୋଗରେ ଗୁରୁତର ଆକ୍ରାନ୍ତ ହୋଇଥିବା ରୋଗୀମାନଙ୍କ ପାଇଁ ଏକମୋ ମେସିନ୍ ଏକ ଜୀବନ ରକ୍ଷାକାରୀ ବ୍ୟବସ୍ଥା ହୋଇଥିବା ବେଳେ ଓଡିଶାରେ ଏହି ସୁବିଧା ବିଶେଷ ନ ଥିବାରୁ ପୂର୍ବରୁ ଗୁରୁତର ରୋଗୀମାନଙ୍କୁ ଅନ୍ୟ ରାଜ୍ୟକୁ ଯିବାକୁ ପଡ଼ୁଥିଲା । କିନ୍ତୁ ଏବେ ସେହି ରୋଗୀ ଓ ସେମାନଙ୍କ ପରିବାର ଉନ୍ନତ ଚିକିତ୍ସା ଓ ଆର୍ଥିକ ଦୃଷ୍ଟିକୋଣରୁ ଆଶ୍ବସ୍ତ ହୋଇପାରିବା ସହ ଲୋକଙ୍କ ଜୀବନ ରକ୍ଷା ଦିଗରେ ଏହି ସେବା ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି ।
ଏହା ବି ପଢ଼ନ୍ତୁ | ‘‘ଆତଙ୍କବାଦୀମାନଙ୍କୁ ଖୋଜି ଖୋଜି ମାରିବୁ’’: କାବୁଲରେ ବିସ୍ଫୋରଣ ପରେ କହିଲେ ଜୋ ବାଇଡେନ୍‘‘କରୋନା ସଂକ୍ରମଣର ଦ୍ବିତୀୟ ଲହର ସାରା ଦେଶରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଆଗୁଆ ଯୋଜନା ଓ ଉପଯୁକ୍ତ ପରିଚାଳନା ଯୋଗୁଁ ଓଡି଼ଶାରେ ଆମେ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିପାରିଛୁ । ବିଶେଷଜ୍ଞମାନେ ତୃତୀୟ ଲହରୀର ସମ୍ଭାବନା ଏବଂ ଏଥିରେ ପିଲାମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ପ୍ରକାଶ କରୁଥିବାରୁ ରାଜ୍ୟ ସରକାର ଜିଲ୍ଲା ସ୍ତରରେ କୋଭିଡ ହସପିଟାଲଗୁଡି଼କରେ ଶିଶୁ ଚିକିତ୍ସା ଉପରେ ଗୁରୁତ୍ବ ଦେଇ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରୁଛନ୍ତି,’’ କହିଛନ୍ତି ମୁଖ୍ୟ ମନ୍ତ୍ରୀ ।
ଏହା ବି ପଢ଼ନ୍ତୁ | ‘‘ଆମେ ଚିତ୍କାର କଲୁ, କେହି ଶୁଣିଲେନି…’’: ପାକିସ୍ତାନରେ କାରଖାନାରେ ନିଆଁ ଲାଗିଲା; ୧୫ ଜଣ ଶ୍ରମିକ ମଲେଏସ୍.ସି.ବି. ହସପିଟାଲର କାର୍ଡି଼ଓ-ଭାସକୁଲାର ବିଭାଗରେ ଲଗାଯାଇଥିବା ନଅଟି ଏକମୋ ମେସିନକୁ ଦୁଇଟି ୟୁନିଟରେ ବିଭକ୍ତ କରାଯାଇଛି । ବିଭାଗର ତଳ ମହଲାର ଏକ ସ୍ବତନ୍ତ୍ର ପ୍ରକୋଷ୍ଠରେ ଥିବା ପ୍ରଥମ ୟୁନିଟରେ ତିନିଟି ମେସିନ୍ ଲାଗିଥିବା ବେଳେ ଚତୁର୍ଥ ମହଲାରେ ଦ୍ବିତୀୟ ୟୁନିଟରେ ବାକି ଛଅଟି ମେସିନ୍ ଲଗାଯାଇଛି । ପ୍ରଥମ ୟୁନିଟକୁ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଓ ଦ୍ବୀତୀୟ ୟୁନିଟକୁ ଅଣ-କୋଭିଡ଼ ରୋଗୀଙ୍କ ପାଇଁ ବ୍ୟବହାର କରାଯିବ ।
ଏହା ବି ପଢ଼ନ୍ତୁ | ବଡ଼ ଖବର: ଟ୍ରେନ୍ରେ AC ଯାତ୍ରା ଶସ୍ତା ହେବାକୁ ଯାଉଛି; ରେଳବାଇ ଏହି ସବୁ ପରିବର୍ତ୍ତନ କରୁଛିଜର୍ମାନୀରୁ ଆମଦାନୀ ହୋଇଥିବା ପ୍ରତି ଏକମୋ ମେସିନର ଦାମ ୫୦ ଲକ୍ଷ ଟଙ୍କା । ଏହି ମେସିନ୍ ପାଇଁ ଭିତ୍ତିଭୁମି ପ୍ରସ୍ତୁତ କରିବା ଓ ଏହାକୁ ପରିଚାଳନା କରୁଥିବା ୨୦ ଜଣ କର୍ମଚାରୀଙ୍କ ତାଲିମ୍ ପାଇଁ ରାଜ୍ୟ ସରକାର ପ୍ରାୟ ଛଅ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ପ୍ରତି ଏକମୋ ମେସିନରେ ଜଣେ ଲେଖାଏଁ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରାଯିବ, କିନ୍ତୁ ଆବଶ୍ୟକତା ପଡ଼ିଲେ ଗୋଟିଏ ମେସିନରେ ଏକକାଳୀନ ଦୁଇ ଜଣ ରୋଗୀଙ୍କୁ ଚିକିତ୍ସା କରାଯାଇପାରିବ ।
‘‘ଏକମୋ ମେସିନର ଆବଶ୍ୟକତା ବହୁ ଦିନରୁ ଥିଲା । ଏବେ ଏହି ୟୁନିଟ କାର୍ଯ୍ୟକ୍ଷମ ହେବା ପରେ ଶନିବାରଠାରୁ ଆମେ ଏହି ୟୁନିଟରେ ରୋଗୀ ଭର୍ତ୍ତି କରିବା ଆରମ୍ଭ କରିବୁ । ସେଥି ପାଇଁ କିଛି ରୋଗୀଙ୍କୁ ବି ଆମେ ଚିହ୍ନଟ କରିଛୁ,’’ କହିଛନ୍ତି ଏସ୍.ସି.ବି. ହସପିଟାଲର ଅଧୀକ୍ଷକ ପ୍ରଫେସର୍ ଡାକ୍ତର ଲୁସି ଦାସ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।