ରାଜ୍ୟର ହସପିଟାଲଗୁଡ଼ିକରେ ସ୍ଥାପନ ହେଲା ୯ଟି ଏକମୋ ମେସିନ୍; ଅଗଷ୍ଟ ୧୫ରୁ କାର୍ଯ୍ଯକ୍ଷମ ହେବ

କରୋନା ଭାଇରସ୍ ଦ୍ୱାରା ଗୁରୁତର ଭାବେ ସଂକ୍ରମିତ ହୋଇଥିବା ରୋଗୀମାନଙ୍କ ଚିକିତ୍ସା ପାଇଁ ଆବଶ୍ୟକ ପଡୁଥିବା ଏହି ବ୍ୟୟବହୁଳ ଏକମୋ ସେବା ଯୋଗାଇଦେବାକୁ ତାଲିମପ୍ରାପ୍ତ ମାନବ ସମ୍ବଳ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି ।

ରାଜ୍ୟକୁ ନଅଟି ଏକମୋ ମେସିନ୍ ଆସିଛି ।

ରାଜ୍ୟକୁ ନଅଟି ଏକମୋ ମେସିନ୍ ଆସିଛି ।

  • Share this:
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ସଂକ୍ରମଣର ଦ୍ଵିତୀୟ ଲହର ସମୟରେ ଜରୁରୀ ହୋଇପଡି଼ଥିବା ଏକମୋ ମେସିନ୍‌ ସ୍ଥାପନ ନେଇ ସରକାର ଅଣ୍ଟା ଭିଡ଼ିଛନ୍ତି । ଗୁରୁତର ଭାବେ ସଂକ୍ରମିତ ରୋଗୀମାନଙ୍କ ଚିକିତ୍ସା ପାଇଁ ଏହି ବ୍ୟୟବହୁଳ ମେସିନ୍‌ ଆବଶ୍ୟକ ହେଉଥିବାରୁ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଏ ପର୍ଯ୍ୟନ୍ତ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରାଯାଉଥିଲା । ହେଲେ ଅଗଷ୍ଟ ୧୫ ତାରିଖରୁ ଓଡ଼ିଶାରେ ଏକମୋ ମେସିନ୍‌ ଦ୍ୱାରା ଚିକିତ୍ସା ସେବା ଆରମ୍ଭ ହେବାକୁ ଯାଉଥିବାରୁ ଆଉ ରୋଗୀମାନଙ୍କୁ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ ।

ଓଡ଼ିଶାର ବିଭିନ୍ନ ହସପିଟାଲରେ ପ୍ରଥମ ପର୍ଯ୍ୟାୟରେ ନଅଟି ଏକମୋ ମେସିନ୍‌ ସ୍ଥାପନ କରାଯିବା ସହ ମାନବ ସମ୍ବଳ ନିଯୁକ୍ତି ବି ସରିଛି । ଏହି ନଅଟି ମେସିନ୍‌ ପୃଥକ ପୃଥକ ଭାବେ ବ୍ୟବହାର କରାଯିବ । କୋଭିଡରେ ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ତିନିଟି ମେସିନ୍‌ ରଖାଯାଇଥିବା ବେଳେ କୋଭିଡ୍‌ ପରବର୍ତ୍ତୀ ଅବସ୍ଥାରେ ମେସିନ୍‌ ଆବଶ୍ୟକ ପଡ଼ୁଥିବାରୁ ବାକି ଛଅଟି ମେସିନ୍‌ ରଖାଯାଇଛି ।

ଏହା ବି ପଢ଼ନ୍ତୁ | ଦେଶର . କୋଟି ଚାକିରିଜୀବୀ ଲୋକଙ୍କ ପାଇଁ ଭଲ ଖବର: ଥର PF ଖାତାରେ ଆସିବ ଅଧିକ ଟଙ୍କା

ରାଜ୍ୟରେ ଦୈନିକ ସଂକ୍ରମଣ ଲାଗତାର ଭାବେ ହ୍ରାସ ପାଇବା ସହ ଆକ୍ଟିଭ୍‌ କେସ୍‌ କମିବା ଆଶ୍ୱସ୍ତି ଆଣିଛି । ଦିତୀୟ ଲହର ନିୟନ୍ତ୍ରଣକୁ ଆସୁଥିବା ବେଳେ ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି କରି ରାଜ୍ୟ ସରକାର ଏହି ଏକମୋ ମେସିନଗୁଡ଼ିକୁ ଶ୍ଥାପନ କରାଇଛନ୍ତି । ଏଥି ପାଇଁ ଭିତ୍ତିଭୂମିଠୁ ଆରମ୍ଭ କରି ମାନବ ସମ୍ବଳ ବି ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ଅଧିକାରୀମାନେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମୋଦି Olympicsରେ Gold Medal ଜିତିଥିବା ନୀରଜ ଚୋପ୍ରାଙ୍କ ସହ କଥା ହେଲେ; ଦେଖନ୍ତୁ VIDEO

‘‘କୋଭିଡରୁ ସୁସ୍ଥ ହେବା ପରେ ବି ଅଧିକାଂଶ ରୋଗୀଙ୍କର ଏକମୋ ମୋସିନ୍‌ ଦ୍ୱାରା ଚିକିତ୍ସା ଆବଶ୍ୟକ ପଡ଼ୁଥିବାରୁ ନଅଟି ମେସିନ ମଧ୍ୟରୁ ଛଅଟି ସେମାନଙ୍କ ପାଇଁ ରଖାଯାଇଛି । କୋଭିଡ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ଲାଗି ତିନିଟି ମେସିନ୍‌ ରଖାଯାଇଛି । କୋଭିଡରୁ ସୁସ୍ଥ ହୋଇଥିବା ରୋଗୀଙ୍କ ପରବର୍ତ୍ତୀ ଚିକିତ୍ସା ପାଇଁ ଅଧିକ ଏକମୋ ମେସିନର ଆବଶ୍ୟକତା ପଡୁଥିବାରୁ ସେଭଳି ରୋଗୀଙ୍କ ପାଇଁ ଏକ ବଡ଼ ୟୁନିଟ୍‌ କରାଯିବ । ସବୁ ଯାକ ମେସିନ୍‌ ଇନଷ୍ଟଲ ହୋଇ ସାରିଛି । ପ୍ରସ୍ତୁତିକରଣ ପ୍ରାୟ ଶେଷ ହୋଇଛି। ଏଥି ପାଇଁ ଆବଶ୍ୟକ ମାନବ ସମ୍ବଳ ବି ନିଯୁକ୍ତି ସରିଛି,’’ କହିଛନ୍ତି ଡି.ଏମ୍‌.ଇ.ଟି. ଡଃ ସି.ବି.କେ. ମହାନ୍ତି କହିଛନ୍ତି । ଏକମୋ ମେସିନ୍‌ ଚଳାଇବା ପାଇଁ ଗୋଟିଏ ବ୍ୟାଚ୍‌ କୋଲକାତାରୁ ଟ୍ରେନିଂ ନେଇ ଫେରିଥିବା ବେଳେ ଆଉ ଗୋଟିଏ ଟିମ୍‌ ଖୁବ୍‌ ଶୀଘ୍ର କୋଲକାତା ଯିବ ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | Olympics Gold: ନୀରଜ ଚୋପ୍ରାଙ୍କୁ ଜଣେ ଅଜ୍ଞାତ ବ୍ୟକ୍ତି କହିଥିଲେ, ‘‘ଭାରତର ସମ୍ମାନ ରକ୍ଷା କରି ଦେ…’’

ରାଜ୍ୟରେ ଏବେ କୋଭିଡ ସ୍ଥିତିରେ ନିୟନ୍ତ୍ରଣକୁ ଦେଖାଯାଉଛି ଓ ଦୈନିକ ସଂକ୍ରମଣ ଚାରି ଅଙ୍କ ରହୁଥିଲେ ବି ଟି.ପି.ଆର୍‌. ଦୁଇ ପ୍ରତିଶତ ତଳକୁ ଖସିବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି । ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡଃ ନିରଞ୍ଜନ ମିଶ୍ର କହିଛନ୍ତି, ‘‘ଦୈନିକ ସଂକ୍ରମଣ ସଂଖ୍ୟା କମିବା ସହ ଏବେ ଆକ୍ଟିଭ୍‌ କେସ୍‌ କମି ୧୨,୦୦୦ ତଳେ ରହିଛି। ହସ୍ପିଟାଲରେ ରୋଗୀଙ୍କ ଆଡମିସନ ସଂଖ୍ୟା ବି କମିଛି। ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସ୍ଥିତି ପୂର୍ବରୁ ଚିନ୍ତାଜନକ ରହିଥିଲା, ହେଲେ ଏବେ ଆଉ ନାହିଁ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | VIDEO: ‘‘ବିଶ୍ୱାସ କର, ମୁଁ କିଛି ବି ପିନ୍ଧିନି’: ଇନଷ୍ଟା LIVEରେ ନଗ୍ନ ହୋଇ ଲୋକଙ୍କୁ କହିଲେ ଗେହନା ବଶିଷ୍ଟ

‘‘କେରଳରେ କରୋନା ସଂକ୍ରମଣ ବଢି଼ଥିଲେ ବି ଓଡ଼ିଶାର ଆଗାମୀ ସ୍ଥିତିକୁ ନେଇ ଆତଙ୍କିତ ହେବାର ନାହିଁ ବୋଲି କହିଛନ୍ତି ଡଃ ମିଶ୍ର । ଆଗାମୀ ଛଅ ମାସକୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରାଯାଉଥିବା ବେଳେ ଯଦି ଛଅ ମାସରେ ସଂକ୍ରମଣ ହାର ନିୟନ୍ତ୍ରଣରେ ରହିବ ତେବେ ଆତଙ୍କିତ ହେବା ଭଳି କିଛି ନାହିଁ,’’ କହିଛନ୍ତି ଡଃ ମିଶ୍ର ।



କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦେଶ ସହିତ ରାଜ୍ୟରେ ଆତଙ୍କ ଖେଳାଇଥିବା ବେଳେ ତୃତୀୟ ଲହର ଏଡ଼ାଇବାକୁ କୋଭିଡ୍‌ ନିୟମଗୁଡ଼ିକର ଅନୁପାଳନ ଉପରେ ଗୁରୁତ୍ୱ ଦେଇଛନ୍ତି ବିଶେଷଜ୍ଞମାନେ ।
Published by:Anand S.T. Das
First published: