ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»କରୋନା କାଳରେ ରୋଗ ପ୍ରତିରୋଧକ ଶକ୍ତି ଓ ଅମ୍ଳଜାନ ସ୍ତର ବୃଦ୍ଧି କରିବାକୁ ଏହି ଜିନିଷଗୁଡିକ ନିଶ୍ଚିତ ଖାଆନ୍ତୁ

କରୋନା କାଳରେ ରୋଗ ପ୍ରତିରୋଧକ ଶକ୍ତି ଓ ଅମ୍ଳଜାନ ସ୍ତର ବୃଦ୍ଧି କରିବାକୁ ଏହି ଜିନିଷଗୁଡିକ ନିଶ୍ଚିତ ଖାଆନ୍ତୁ

କରୋନା ଭାଇରସ୍ ସଂକ୍ରମଣରୁ (Coronavirus Infection) ରକ୍ଷା ପାଇବା ପାଇଁ ଶରୀରର ରୋଗ ପ୍ରତିରୋଧକ ଶକ୍ତି (immunity) ସହିତ ରକ୍ତରେ ଏକ ଭଲ ପରିମାଣର ଅମ୍ଳଜାନ (Oxygen) ମଧ୍ୟ ରହିବା ଆବଶ୍ୟକ । ଏପରି ପରିସ୍ଥିତିରେ ଆପଣଙ୍କ ଭୋଜନରେ ଅଧିକ ପୁଷ୍ଟିକର ଖାଦ୍ୟ ସାମିଲ କରନ୍ତୁ ।

କରୋନା କାଳରେ ରୋଗ ପ୍ରତିରୋଧକ ଶକ୍ତି ଓ ଅମ୍ଳଜାନ ସ୍ତର ବୃଦ୍ଧି କରିବାକୁ ଏହି ଜିନିଷଗୁଡିକ ନିଶ୍ଚିତ ଖାଆନ୍ତୁ
ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଓ ଅମ୍ଳଜାନ ସ୍ତର ବୃଦ୍ଧି କରିବାକୁ ଏହି ଖାଦ୍ୟ ଖାଆନ୍ତୁ
  • News18 Odia
  • Last Updated: April 22, 2021, 10:13 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
କରୋନା ଭାଇରସର (Coronavirus) ବଢୁଥିବା ସଂକ୍ରମଣ (Infection) ମଧ୍ୟରେ ଏହା ଜରୁରୀ ଯେ ଆମେ ଆମର ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣ ଯତ୍ନ ନେବା ଓ ଆମ ଭୋଜନରେ ଏପରି କିଛି ଖାଦ୍ୟ ସାମିଲ କରିବା ଯାହାଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିବ ଓ ଏହା ସହ ରକ୍ତରେ ଭଲ ପରିମାଣର ଅମ୍ଳଜାନ ରହିପାରିବ । ଭୋଜନ ସମୟରେ ଏପରି କଛି ଖାଦ୍ୟ ସାମିଲ କରନ୍ତୁ ଯାହା ରକ୍ତରେ ହେମୋଗ୍ଲୋବିନ୍ ବୃଦ୍ଧି କରିବାରେ ସହାୟକ ହେବ । ଏହି ପରିପ୍ରେକ୍ଷୀରେ ହାର୍ଭାର୍ଡ ହେଲ୍ଥ ଓ ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ ଦ୍ୱାରା କୁହାଯାଇଛି ଯେ ଶରୀରରେ ହେମୋଗ୍ଲୋବିନର (Hemoglobin) ଉପଯୁକ୍ତ ପରିମାଣ ବଜାୟ ରଖିବା ପାଇଁ ଆପଣଙ୍କ ଖାଦ୍ୟରେ କପର, ଆଇରନ, ଭିଟାମିନ୍ ଓ ଫୋଲିକ୍ ଏସିଡ୍ ସାମିଲ କରିବା ଆବଶ୍ୟକ । ଏହି ପୋଷକ ତତ୍ତ୍ୱ ରକ୍ତରେ ଅମ୍ଳଜାନର ସ୍ତର ବଢ଼ାଇବାରେ ସାହାଯ୍ୟ କରିବ ।

ଆଳୁ, ତେଲ, କାଜୁ ଓ ମସ୍ରୁମରେ ପ୍ରଚୁର ପରିମାଣରେ କପର ମିଳିଥାଏ ।

ଏହା ବ୍ୟତୀତ ଆପଣ ଆଇରନ ପାଇଁ ଚିକେନ୍, ମାଂସ ଓ ଏହା ବ୍ୟତୀତ ବିନ୍ସ, ସବୁଜ ପତ୍ରଯୁକ୍ତ ପନିପରିବା ଓ ଡାଲି ଖାଇପାରିବେ ।

ଅଣ୍ଡାରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ ମିଳିଥାଏ । ଏହା ବ୍ୟତୀତ ଏହା ମିଠା ଆଳୁ, ଗାଜର, ନାଉ, ଆମ୍ବ ଓ ପାଳଙ୍ଗ ଇତ୍ୟାଦିରେ ମଧ୍ୟ ମିଳିଥାଏ ।
ଯେତେବେଳେ କି ଓଟସ୍, କଦଳୀ, ଅଣ୍ଡା, ବାଦାମ, ପନିର, ରୁଟି ଓ କ୍ଷୀର ଇତ୍ୟାଦିରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ରାଇବୋଫ୍ଲାଭିନ ଥାଏ । ଆପଣ ଏଗୁଡିକୁ ମଧ୍ୟ ଆପଣଙ୍କର ଖାଦ୍ୟରେ ସାମିଲ କରିପାରିବେ ।

ଭିଟାମିନ୍ ବି୩ ମାଂସରୁ ପ୍ରଚୁର ପରିମାଣରେ ନିଆଯାଇପାରେ । ଏହା ବ୍ୟତୀତ ଏହା ଗହମ, ରୋଷ୍ଟେଡ଼ ସୂର୍ଯ୍ୟମୁଖୀ ଓ ନାଉ ମଞ୍ଜି, କଦଳୀ ଭଜାରୁ ମଧ୍ୟ ମିଳିପାରିବ ।

ଚିକେନ୍, ଚୁନା ମାଛ, ଅଣ୍ଡା ଇତ୍ୟାଦିରୁ ଭିଟାମିନ୍ ବି୫ ମିଳିପାରିବ । ଏହା ବ୍ୟତୀତ ଏହା ମସ୍ରୁମ, ବାଦାମ, ଆଭୋକାଡୋ, ଫୁଲକୋବି ଓ ବ୍ରାଉନ୍ ଚାଉଳ ଇତ୍ୟାଦି ସହିତ ମଧ୍ୟ ଏହାକୁ ପୂରଣ କରାଯାଇପାରେ ।

ଏହା ବ୍ୟତୀତ ଭିଟାମିନ୍ ବି୬ ଓ ବି୯ ଚିକେନ୍, ମାଛ, ବନ୍ଧାକୋବି, ପାଳଙ୍ଗ ଶାଗ ଇତ୍ୟାଦିରେ ମଧ୍ୟ ପ୍ରଚୁର ପରିମାଣରେ ଥାଏ ।

ଏହି ଜିନିଷଗୁଡ଼ିକ ଅମ୍ଳଜାନର ସ୍ତରକୁ ମଧ୍ୟ ବଢାଇଥାଏ
ଏହା ବ୍ୟତୀତ ଲେମ୍ବୁରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ମିଳିଥାଏ । ଆପଣ ଏହାକୁ ନିଜ ଖାଦ୍ୟରେ ମଧ୍ୟ ସାମିଲ କରିବା ଜରୁରୀ । ଏହା ଅନେକ ରୋଗରୁ ରକ୍ଷା ପାଇବାରେ ସାହାଯ୍ୟ କରିବ । ଏହା ସହିତ ଏହା ଅମ୍ଳଜାନର ସ୍ତର ବଢାଇବାରେ ମଧ୍ୟ ସହାୟକ ହେବ ବୋଲି ବିଶ୍ୱାସ କରାଯାଏ ।

ରସୁଣ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଏଥିରୁ ଅଲକାଲାଇନ ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ । ଏହା ଅମ୍ଳଜାନ ବୃଦ୍ଧିରେ ମଧ୍ୟ ସାହାଯ୍ୟ କରେ ।

ଗଜା ଶସ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥିବାବେଳେ ଶରୀରରେ ଅମ୍ଳଜାନର ପରିମାଣ ବଢାଇବା ପାଇଁ ମଧ୍ୟ କାର୍ଯ୍ୟ କରିଥାଏ । ଏଥିପାଇଁ ଆପଣ ନିଜ ଭୋଜନରେ ଗଜା ବୁଟ, ଡାଲି ଓ ମୁଗ ଇତ୍ୟାଦିକୁ ସାମିଲ କରି ପାରିବେ । (ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସମସ୍ତ ତଥ୍ୟ ଓ ସୂଚନା ସାଧାରଣ ସୂଚନା ଉପରେ ଆଧାରିତ । ଓଡ଼ିଆ ନ୍ୟୁଜ ୧୮ ଏଗୁଡିକ ନିଶ୍ଚିତ କରେ ନାହିଁ । ଏଗୁଡିକ କାର୍ଯ୍ୟକାରୀ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରନ୍ତୁ)
Published by: Jagdish Barik
First published: April 22, 2021, 10:13 AM IST