କରୋନା ସୁରକ୍ଷା: ଭିଡ଼ କମେଇବା ପାଇଁ ପୂର୍ବ ତଟ ରେଳବାଇ ବି ପ୍ଲାଟ୍‌ଫର୍ମ ଟିକେଟ୍‌ ଦାମ୍ ବଢ଼େଇ ₹୫୦ କଲା

ଓଡ଼ିଶାର ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, ବ୍ରହ୍ମପୁର, ସମ୍ବଲପୁର ଓ ରାୟଗଡ଼ା ରେଳ ଷ୍ଟେସନ ପାଇଁ ଏଣିକି ପ୍ରତି ପ୍ଲାଟଫର୍ମ ଟିକେଟ୍ ୫୦ ଟଙ୍କା ପଡ଼ିବ ।

କରୋନା ସୁରକ୍ଷା: ଭିଡ଼ କମେଇବା ପାଇଁ ପୂର୍ବ ତଟ ରେଳବାଇ ବି ପ୍ଲାଟ୍‌ଫର୍ମ ଟିକେଟ୍‌ ଦାମ୍ ବଢ଼େଇ ₹୫୦ କଲା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: March 18, 2020, 10:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍ (COVID-19) ସହ ଦୃଢ଼ତାର ସହ ମୁକାବିଲା କରିବା ଓ ଏହାର ପ୍ରସାରକୁ ରୋକିବା ପାଇଁ ହେଉଥିବା ଉଦ୍ୟମରେ ସହଯୋଗ କରି ପୂର୍ବ ତଟ ରେଳବାଇ (East Coast Railway ECoR) ଆଜି ଠାରୁ ତା’ ଅଧୀନରେ ଥିବା ୧୦ଟି ବଡ଼ ଷ୍ଟେସନରେ ପ୍ଲାଟଫର୍ମ ଟିକେଟର ଦାମ୍‌ ୧୦ ଟଙ୍କାରୁ ବଢ଼ାଇ ୫୦ ଟଙ୍କା କରିଛି । ଗତ କାଲି ପଶ୍ଚିମ ରେଳବାଇ ଓ ଉତ୍ତର ରେଳବାଇ ନିଜ ଅଧୀନରେ ଥିବା ବିଭିନ୍ନ ସହରରେ ୨୫୦ଟି ଷ୍ଟେସନରେ ଏହି ନିଷ୍ପତ୍ତି ଲାଗୁ କରିଥିଲେ ।

ପୂର୍ବ ତଟ ରେଳବାଇ ଅଧୀନରେ ଥିବା ଓଡ଼ିଶାର ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, ବ୍ରହ୍ମପୁର, ସମ୍ବଲପୁର ଓ ରାୟଗଡ଼ା ରେଳ ଷ୍ଟେସନ ପାଇଁ ଏଣିକି ପ୍ରତି ପ୍ଲାଟଫର୍ମ ଟିକେଟ୍ ୫୦ ଟଙ୍କା ପଡ଼ିବ । ପୂର୍ବ ତଟ ରେଳବାଇ ଅଧୀନରେ ଥିବା ଓଡ଼ିଶା ବାହାରେ ଅନ୍ୟ ତିନୋଟି ଷ୍ଟେସନ – ଆନ୍ଧ୍ରପ୍ରଦେଶର ବିଶାଖାପଟନମ୍, ଭିଜିଆନଗ୍ରମ୍‌ ଓ ଶ୍ରୀକୁଲମ୍ ରୋଡ୍ – ରେ ବି ଏହି ଦାମ୍‌ ବୃଦ୍ଧି ଲାଗୁ ହୋଇଯାଇଛି ।

‘‘ପ୍ଲାଟଫର୍ମ ଟିକେଟର ଦାମ୍‌ ବଢ଼ାଇବାର ଉଦ୍ଦେଶ୍ୟ କେବଳ ରେଳ ଷ୍ଟେସନରେ ଭିଡ଼କୁ କମ୍‌ କରିବାରେ ସହଠୋଗ କରିବା । ଭିଡ଼ କମ୍‌ ହେଲେ କରୋନା ଭାଇରସ୍‌ ପରି ଭୟଙ୍କର ମହାମାରୀ କମ୍‌ ବ୍ୟାପିବ, ଆଉ ସମସ୍ତଙ୍କୁ ଏହା ବିରୁଦ୍ଧରେ ସଂଗ୍ରାମ କରିବାରେ ସାହାଯ୍ୟ ମିଳିବ । ଏହା ଏକ ଅସ୍ଥାୟୀ (ଟେମ୍ପରାରୀ) ପଦକ୍ଷେପ,’’ କହିଛନ୍ତି ପୂର୍ବ ତଟ ରେଳବାଇର ମୁଖ୍ୟ ସୂଚ଼ନା ଅଧିକାରୀ ଜେ.ପି. ମିଶ୍ର ।

ଗତ ସପ୍ତାହକ ଭିତରେ କରୋନା ଭାଇରସର ବଢ଼ୁଥିବା ପ୍ରକୋପ ଯୋଗୁଁ ସାରା ଦେଶର ଟ୍ରେନ୍‌ ଓ ବିମାନରେ ଲୋକଙ୍କ ଯାତାୟାତ ବହୁ ମାତ୍ରାରେ କମିଯାଇଛି । ଯାତାୟାତକୁ କମ୍‌ କରି କରୋନା ଭାଇରସର ପ୍ରସାରକୁ କମ୍‌ କରିବା ଉଦ୍ଦେଶ୍ୟରେ ରେଳବାଇ ସାରା ଦେଶରେ ୮୧ଟି ଟ୍ରେନ୍‌କୁ ବାତିଲ କରିଛି ।

କେବଳ ପୂର୍ବତଟ ରେଳପଥ (East Coast Railway ECoR) ରେ ଗତ ଛଅ ଦିନରେ ଲକ୍ଷେରୁ ଊର୍ଦ୍ଧ୍ବ ଟିକେଟ୍‌ ବାତିଲ ହୋଇଛି । ଏହି ସଂଖ୍ୟା ଗତ ବର୍ଷ ବାତିଲ ହୋଇଥିବା ମୋଟ ଟିକେଟ୍‌ ସଂଖ୍ୟା ଠାରୁ ଏହା ୬୭ ପ୍ରତିଶତ ଅଧିକ ।

ପୂର୍ବତଟ ରେଳବାଇ ପକ୍ଷରୁ ପାଞ୍ଚ ଯୋଡ଼ା ୧୦ଟି ସ୍ବତନ୍ତ୍ର ଟ୍ରେନ୍‌କୁ ମଧ୍ୟ ବାତିଲ କରାଯାଇଛି । ବାତିଲ ହୋଇଥିବା ଟ୍ରେନ ଗୁଡ଼ିକ ହେଉଛି  ବିଶାଖପାଟଣା-ତିରୁପତି-ବିଶାଖପାଟଣା, ବିଶାଖପାଟଣା-ସିକନ୍ଦରାବାଦ-ବିଶାଖପାଟଣା,  ସମ୍ବଲପୁର-ବନସୱାଡ଼ି-ସମ୍ବଲପୁର, ଭୁବନେଶ୍ବର-ସିକନ୍ଦରାବାଦ-ଭୁବନେଶ୍ବର ଓ  ପୁରୀ-ସାନ୍ତରାଗାଛି-ପୁରୀ ସ୍ବତନ୍ତ୍ର ଏକ୍ସପ୍ରେସ । ଯଦି ଆବଶ୍ୟକ ପଡ଼େ ତେବେ ଅଧିକ ଟ୍ରେନ୍‌ ବାତିଲ କରାଯିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି ।

କରୋନା ଭାଇରସର ସଂକ୍ରମଣ ରୋକିବା ପାଇଁ ପୁରୀ, ଭୁବନେଶ୍ବର, ବିଶାଖପାଟଣା ଓ ସମ୍ବଲପୁର ଡିପୋରୁ ଛାଡ଼ିବାକୁ ଥିବା ଟ୍ରେନରୁ କମ୍ବଳ ଓ ପରଦା ହଟାଇ ଦିଆଯାଇଛି । ଯାତ୍ରୀମାନେ ଚାହିଁଲେ ନିଜର ବ୍ଲାଙ୍କେଟ ବା ଚାଦର ନେଇ ଟ୍ରେନରେ ଯାଇପାରିବେ ।
First published: March 18, 2020, 10:31 PM IST
corona virus btn
corona virus btn
Loading