ଲକଡାଉନରେ ସ୍କୁଲ୍ କଲେଜ୍ ବନ୍ଦ, ହେଲେ ଇଲର୍ଣ୍ଣିଂ ବ୍ୟବସ୍ଥାରେ ଘରେ ରହି ପାଠ ପଢ଼ା ଚାଲିଛି

ଲକଡାଉନ ଯୋଗୁଁ ଛାତ୍ରଛାତ୍ରୀମାନଙ୍କୁ ପାଠପଢ଼ାରୁ ବଞ୍ଚିତ ହେବାକୁ ନ ଦେଇ ଅନଲାଇନ ଶିକ୍ଷାଦାନର ସୁଯୋଗ ଆଣିଛନ୍ତି ଭୁବନେଶ୍ୱରର ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନ। ଇଞ୍ଜିନିୟରିଂ ଓ ମେଡିକାଲ ପରୀକ୍ଷା ଆଗକୁ ଥିବାରୁ ଏହି ବ୍ୟବସ୍ଥା ବହୁତ ସାହାଯ୍ୟ କରୁଛି ।

ଲକଡାଉନରେ ସ୍କୁଲ୍ କଲେଜ୍ ବନ୍ଦ, ହେଲେ ଇଲର୍ଣ୍ଣିଂ ବ୍ୟବସ୍ଥାରେ ଘରେ ରହି ପାଠ ପଢ଼ା ଚାଲିଛି
ଘରେ ରହି ଅନଲାଇନ ବ୍ୟବସ୍ଥାରେ ପାଠ ପଢ଼ୁଥିବା ରାଜଧାନୀର ଜଣେ ଛାତ୍ର
  • News18 Odia
  • Last Updated: March 27, 2020, 6:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସାରା ଦେଶରେ ବର୍ତ୍ତମାନ ଲକଡାଉନ ପାଇଁ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇ ଆସନ୍ତା ଏପ୍ରିଲ ୧୫ ତାରିଖ ପଯ୍ୟନ୍ତ ସବୁ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାବେଳେ ଶିକ୍ଷା ବ୍ୟବସ୍ଥା ଭୀଷଣ ବାଧାପ୍ରାପ୍ତ ହୋଇଛି । ଏହାକୁ ଆଖିରେ ରଖି ବିଭିନ୍ନ ଘରୋଇ ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଅନଲାଇନ ପାଠପଢ଼ା ଆରମ୍ଭ କରିଛନ୍ତି । ଅନଲାଇନ ମାଧ୍ୟମରେ ଷ୍ଟଡି ମଟେରିଆଲ ଶିକ୍ଷାନୁଷ୍ଠାନ ପକ୍ଷରୁ ଯୋଗାଇ ଦେବା ସହ ଶିକ୍ଷାଦାନ ମଧ୍ୟ ଦିଆଯାଉଛି ।

ଏପ୍ରିଲ ଓ ମେ ମାସରେ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେଉଥିବା ବେଳେ ଚଳିତ ବର୍ଷ ଏଥିରେ ବ୍ୟାଘାତ ସୃଷ୍ଟି ହୋଇଛି । ମାର୍ଚ୍ଚ ମାସରେ ପରୀକ୍ଷା ଶେଷ ହେବା ପରେ ଏପ୍ରିଲ ଓ ମେ ଦୁଇ ମାସରେ ଛାତ୍ରଛାତ୍ରୀଙ୍କୁ ନୂଆ ପାଠ୍ୟକ୍ରମ ପଢ଼ାଇବା ସହ ହୋମ୍‌ ୱାର୍କ ଦିଆଯାଇଥାଏ । ହେଲେ ଚଳିତ ବର୍ଷ ପରୀକ୍ଷା ଅଧାରେ ରହିଥିବାବେଳେ ଆଗକୁ କେବେ ସ୍ଥିତି ବଦଳିବ ସେ ନେଇ ମଧ୍ୟ କୌଣସି ସୂଚନା ଏ ପର୍ଯ୍ୟନ୍ତ ନାହିଁ ।

‘‘ଗ୍ରୀଷ୍ମ ଅବକାଶ ପୂର୍ବରୁ ପିଲାଙ୍କୁ ନୂଆ ସିଲାବସ ସହିତ ପରିଚିତ କରିବା ପାଇଁ ଆମେ ଅନଲାଇନ୍‌ ଲର୍ଣ୍ଣିଂ ଆରମ୍ଭ କରିଛୁ,’’ କହିଛନ୍ତି ସାଇ ଇଣ୍ଟରନାସନାଲ ଶିକ୍ଷକ ତନୁଜ କୁମାର ସାହୁ ।

ଅନଲାଇନ୍ ବ୍ୟବସ୍ଥା ଯୋଗୁଁ ଛାତ୍ରଛାତ୍ରୀଙ୍କ ସମୟ ନଷ୍ଟ ହେଉ ନାହିଁ ।


ଆଗକୁ ଇଂଜିନିୟରିଂ ଓ ମେଡିକାଲ ପରୀକ୍ଷା ଥିବାରୁ ଚିନ୍ତାରେ ରହିଛନ୍ତି ଛାତ୍ରଛାତ୍ରୀମାନେ । ଏହାକୁ ନେଇ କୋଚିଂ ଇନଷ୍ଟିଚ୍ୟୁଟ ପକ୍ଷରୁ ମଧ୍ୟ ଦିଆଯାଉଛି ଅନଲାଇନ ଶିକ୍ଷା ସୁବିଧା । ଛାତ୍ରଛାତ୍ରୀ ଘରେ ରହି ଅନଲାଇନରେ ପ୍ରଶ୍ନ ଉତ୍ତର ଜାଣିବା ସାଙ୍ଗକୁ ଅନଲାଇନରେ ମେଡିକାଲ ଓ ଇଞ୍ଜିନିୟରିଂ ପାଟର୍ଣ୍ଣରେ ପରୀକ୍ଷା ମଧ୍ୟ ଦେଇ ପାରୁଛନ୍ତି । ଖାଲି ସେତିକି ନୁହେଁ, ଅନେକ ଛାତ୍ରଛାତ୍ରୀ ଅନଲାଇନ ଜରିଆରେ ଆଡ଼ମିସନ୍‌ କରି ପାଠ ପଢ଼ା ଜାରି ରଖିଛନ୍ତି ।

‘‘ପୂର୍ବରୁ ଆମ ଇନଷ୍ଟିଚ୍ୟୁଟ (ଆକାଶ ଇନଷ୍ଟିଚ୍ୟୁଟ)ରେ ଅନଲାଇନ ଶିକ୍ଷା ବ୍ୟବସ୍ଥା ଥିଲା । ଏଥି ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଲଗ୍‌ ଇନ୍‌ ଆଇଡି ଓ ପାସୱାର୍ଡ ଦିଆଯାଇଛି । ବର୍ତ୍ତମାନ ଭଳି ଘଡିସନ୍ଧି ମୁହୂର୍ତ୍ତରେ ଏହି ମାଧ୍ୟମରେ ହିଁ ପିଲାଙ୍କୁ ପାଠ ପଢ଼ାଯାଉଛି ଓ ଉଚ୍ଚଶିକ୍ଷା ପାଇଁ ପ୍ରସ୍ତୁତ କରାଯାଉଛି,’’ କହିଛନ୍ତି ଆକାଶ ଇନଷ୍ଟିଚ୍ୟୁଟର ସିଇଓ ଅଜୟ ବାହାଦୂର ସିଂ ।

ଆଧୁନିକ ଜ୍ଞାନକୌଶଳ ଯୁଗରେ ଇଲର୍ଣ୍ଣିଂ ଏକ ଭଲ ବ୍ୟବସ୍ଥା ଯାହା ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ସହାୟକ ହେବ ବୋଲି ଶିକ୍ଷାବିତମାନେ ମତ ଦେଇଛନ୍ତି ।
First published: March 27, 2020, 6:35 PM IST
corona virus btn
corona virus btn
Loading