କରୋନା: ହ୍ୟାଣ୍ଡ ସାନିଟାଇଜର୍ ଅଭାବ ସମୟରେ ଟ୍ୱିଟରରେ ଅଦିତିଙ୍କୁ ନେଇ ମଜାଳିଆ ମିମ୍‌ ଖୁବ୍ ଚାଲିଛି

ଟ୍ୱିଟରରେ ଏହି ଅଭିନେତ୍ରୀଙ୍କ ବିଭିନ୍ନ ପ୍ରକାରର ପୋଷାକର ରଙ୍ଗ ସହିତ ହ୍ୟାଣ୍ଡ ସାନିଟାଇଜର ମେଳ କରି ଅନେକ ପୋଷ୍ଟ୍ ଆସିଛି ଓ ବହୁ ସଂଖ୍ୟାରେ ଲାଇକ୍ ଓ ରିଟ୍ୱିଟ ହେବାରେ ଲାଗିଛି ।

କରୋନା: ହ୍ୟାଣ୍ଡ ସାନିଟାଇଜର୍ ଅଭାବ ସମୟରେ ଟ୍ୱିଟରରେ ଅଦିତିଙ୍କୁ ନେଇ ମଜାଳିଆ ମିମ୍‌ ଖୁବ୍ ଚାଲିଛି
ଅଦିତି ରାଓ ହାଇଦରି ଓ ଟ୍ୱିଟରରେ ଏକ କଳ୍ପିତ ହ୍ୟାଣ୍ଡ୍‌ ସାନିଟାଇଜର୍‌
  • News18 Odia
  • Last Updated: March 18, 2020, 4:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: କରୋନା ଭାଇରସକୁ ନେଇ ଖେଳିଯାଇଥିବା ଆତଙ୍କ ଯୋଗୁଁ ଲୋକେ ହ୍ୟାଣ୍ଡୱାଶ୍‌, ଟଏଲେଟ୍ ରୋଲ୍ ଓ ସବୁ ଠାରୁ ବେଶୀ ହ୍ୟାଣ୍ଡ ସାନିଟାଇଜର୍ କିଣିବା ପାଇଁ ଦୋକାନକୁ ଦୌଡୁଛନ୍ତି । ଏହି ଆତଙ୍କଭରା ସମୟରେ ସୋସିଆଲ ମିଡ଼ିଆରେ କରୋନା ଭାଇରସକୁ ନେଇ ଅନେକ କୌତୁକିଆ ମିମ୍ ପ୍ରସାରିତ ହେଉଛି ଓ ଲୋକଙ୍କ ମନୋରଞ୍ଜନ କରୁଛି । ମିମ୍‌ ତାଲିକାରେ ଏବେ ଯୋଡ଼ିହୋଇଯାଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ଅଦିତି ରାଓ ହାଇଦରୀ ।

ଟ୍ୱିଟରରେ ଏହି ଅଭିନେତ୍ରୀଙ୍କ ବିଭିନ୍ନ ପ୍ରକାରର ପୋଷାକର ରଙ୍ଗ ସହିତ ହ୍ୟାଣ୍ଡ ସାନିଟାଇଜର ମେଳ କରି ଅନେକ ପୋଷ୍ଟ୍‌ ଆସିଛି ଓ ବହୁ ସଂଖ୍ୟାରେ ଲାଇକ୍‌ ଓ ରିଟ୍ୱିଟ ହେବାରେ ଲାଗିଛି । ଗ୍ଲାମରସ୍‌ ଅଭିନେତ୍ରୀ ଅଦିତିଙ୍କ ଫଟୋ ସହିତ ଲାଲ୍ ଠାରୁ ବାଇଗଣୀ ଠାରୁ ଗୋଲାପୀ ଓ କମଳା ପର୍ଯ୍ୟନ୍ତ ବିଭିନ୍ନ ରଙ୍ଗର ସାନିଟାଇଜର ମ୍ୟାଚ୍‌ କରି ଟ୍ୱିଟରରେ ଏକ ଥ୍ରେଡ୍‌ ଏବେ ଚାଲିଛି ।

‘‘ସାନିଟାଇଜର୍ ଭାବରେ ଅଦିତି ରାଓ ହାଇଦରୀ, ଏକ ଥ୍ରେଡ୍‌,’’ ଲେଖି ଜଣେ ଟ୍ୱିଟର ବ୍ୟବହାରକାରୀ ଲଗେଇଥିବା ଫଟୋଗୁଡ଼ିକ କ୍ରମଶଃ ଅଧିକରୁ ଅଧିକ ଲାଇକ୍‌ ଓ ରିଟ୍ୱିଟ୍‌ ହେବାରେ ଲାଗିଛି । ନାଲିରୁ ଗୋଲାପୀ, ବାଇଗଣୀ, ସୁନେଲି, କଳା, ହଳଦିଆ ଓ କମଳା ପର୍ଯ୍ୟନ୍ତ ଟ୍ୱିଟର ବ୍ୟବହାରକାରୀ ପ୍ରାୟ ସମସ୍ତ ରଙ୍ଗ ମେଳ କରି ଏହି ମିମଗୁଡ଼ିକ ବନେଇଛନ୍ତି ।

ଅଦିତି ରାଓ ହାଇଦରି ଓ କଳ୍ପିତ ହ୍ୟାଣ୍ଡ୍‌ ସାନିଟାଇଜରକୁ ନେଇ ଆସିଥିବା ମୂଳ ଟ୍ୱିଟ୍‌ ଥ୍ରେଡ୍‌


କରୋନା ଭାଇରସ୍‌ ପରି ଭୟଙ୍କର ଭୂତାଣୁ ଠାରୁ ରକ୍ଷା ପାଇବା ପାଇଁ ଲୋକଙ୍କ ପାଖରେ ଏକ ମାତ୍ର ପ୍ରତିରକ୍ଷା ଉପାୟ ହେଉଛି ସ୍ୱଚ୍ଛ ହାତ। ସେଇଥି ପାଇଁ ହ୍ୟାଣ୍ଡ ସାନିଟାଇଜରର ବିକ୍ରି ଓ ଡିମାଣ୍ଡ୍‌ ଖୁବ୍‌ ବଢ଼ିଯାଇଛି । ଏହି ସମୟରେ କିଛି ଲୋକ ଅଦିତିଙ୍କ ଡ୍ରେସର ରଙ୍ଗ ସହିତ ମ୍ୟାଚ୍‌ କରୁଥିବା ହ୍ୟାଣ୍ଡ୍‌ ସାନିଟାଇଜର୍‌ କଳ୍ପନା କରି ତା’ର ଫଟୋ ଲଗେଇ ଟ୍ୱିଟରରେ ବେଶ୍‌ ମଜା କରୁଛନ୍ତି ।

ସେହି ଥ୍ରେଡ୍‌ର ଆଉ ଏକ ଟ୍ୱିଟ୍‌


କୌଣସି ବଲିଉଡ ଗୀତର ରିମେକ୍ ହେଉ ବା ବଲିଉଡ ଚଳଚ୍ଚିତ୍ରର ଟାଇଟଲ୍ ହେଉ, ଟ୍ୱିଟର ମନୋରଞ୍ଜନ ଓ ହାସ୍ୟର ଏକ ମିଶ୍ରଣ କରି କରୋନା ଭାଇରସ ଯୋଗୁଁ ଅଲଗା ଓ ଏକା (ଆଇସୋଲେସନ୍‌) ରହୁଥିବା ଲୋକଙ୍କୁ ବ୍ୟସ୍ତ ରଖୁଛି ।
First published: March 18, 2020, 4:09 PM IST
corona virus btn
corona virus btn
Loading