କଟକର ପ୍ରସିଦ୍ଧ ଦୁର୍ଗା ପୂଜା ଆୟୋଜିତ ହେବ; ମା'ଙ୍କ ମୂର୍ତ୍ତିର ଉଚ୍ଚତା ୫ ଫୁଟ ମଧ୍ୟରେ ସୀମିତ ରହିବ

ମୂର୍ତ୍ତିର ଆକାର ଛୋଟ କରାଯାଉଥିବାରୁ ମଣ୍ଡପରେ ମା'ଙ୍କ ମଥାରେ ଲାଗୁଥିବା ସୁନା ଓ ରୂପା ମୁକୁଟ ଛୋଟ ମୂର୍ତ୍ତିରେ ଲାଗି ପାରିବ ନାହିଁ। ପୂଜା ମଣ୍ଡପ କର୍ତ୍ତୃପକ୍ଷ ସୋସିଆଲ ମିଡ଼ିଆରେ ମଣ୍ଡପର ଲାଇଭ୍‌ ଷ୍ଟ୍ରିମିଙ୍ଗ୍ କରାଇବେ ।

କଟକର ପ୍ରସିଦ୍ଧ ଦୁର୍ଗା ପୂଜା ଆୟୋଜିତ ହେବ; ମା'ଙ୍କ ମୂର୍ତ୍ତିର ଉଚ୍ଚତା ୫ ଫୁଟ ମଧ୍ୟରେ ସୀମିତ ରହିବ
କଟକରେ ଏକ ଦୁର୍ଗା ମେଢ଼ର ଫାଇଲ୍ ଫଟୋ
  • News18 Odia
  • Last Updated: September 3, 2020, 5:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କଟକର ପ୍ରସିଦ୍ଧ ଦୁର୍ଗା ପୂଜା ବା ଦଶହରା ଯେତିକି ଯେତିକି ପାଖେଇ ଆସୁଛି ପୂଜାକୁ ନେଇ ତତ୍ପରତା ବି ସେତିକି ବୃଦ୍ଧି ପାଇବାରେ ଲାଗିଛି । ବାଲୁବଜାର ପୂଜା କମିଟିକୁ ପୂଜା ସମ୍ପନ୍ନ କରିବା ପାଇଁ ହାଇ କୋର୍ଟଙ୍କ ଅନୁମତି ପରେ ସହରର ସବୁ ପୂଜା ମଣ୍ଡପରେ ମା' ଦଶଭୁଜାଙ୍କ ପୂଜା ବିଷୟରେ ଆଲୋଚନା ପାଇଁ ଏକାଠି ହୋଇଥିଲେ ପୋଲିସ କତ୍ତୃପକ୍ଷ ଓ ସହରର ବିଭିନ୍ନ ରାଜନୈତିକ ବ୍ୟକ୍ତି ବିଶେଷ ।

ଏହି ଭର୍ଚ୍ଚୁଆଲ ବୈଠକରେ ପୋଲିସ କମିଶନର ଓ କଟକ ଡିସିପିଙ୍କ ସହିତ କଟକ ସହର ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଧ ଭାଗ ନେଇଥିଲେ । ଏହି ବୈଠକରେ କୋଭିଡ କଟକଣାକୁ ମାନି କିପରି ପରମ୍ପରାକୁ ବଜାୟ ରଖି ହେବ ସେ ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।

ବୈଠକରେ ମା’ଙ୍କ ମୂର୍ତ୍ତିର ଉଚ୍ଚତା ସମେତ ଅନେକ ପ୍ରସ୍ତାବ ଗୃହୀତ ହୋଇଥିଲା । ମା'ଙ୍କ ମୂର୍ତ୍ତିର ଉଚ୍ଚତାକୁ ୫ ପୁଟ ମଧ୍ୟରେ ସୀମିତ ରଖିବା ପ୍ରସ୍ତାବରେ ଅଧିକାଂଶ ବ୍ୟକ୍ତି ବିଶେଷ ସମ୍ମତି ପ୍ର୍ରଦାନ କରିଥିଲେ । ପୂଜା ପାଞ୍ଚ ଦିନ ଯାକ ଅର୍ଥାତ ଷଷ୍ଠୀ ଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ମଣ୍ଡପ ଆଗରେ ପରଦା ଟଙ୍ଗାଯିବା ପ୍ରସଙ୍ଗ ଉପରେ ବି ଆଲୋଚନା ହୋଇଥିଲା । କିଛି ବ୍ୟକ୍ତି ବିଶେଷ ମଣ୍ଡପ ଆଗରେ ପରଦା ବ୍ୟବହାର ନ କରିବାକୁ ପରାମର୍ଶ ଦେଇଥିଲେ । ପୂଜା ମଣ୍ଡପଗୁଡ଼ିକ ସୋସିଆଲ ମିଡ଼ିଆରେ ସେମାନଙ୍କ ମଣ୍ଡପର ଲାଇଭ୍‌ ଷ୍ଟ୍ରିମିଙ୍ଗ୍ କରିବା ଉପରେ ବି ଆଲୋଚନା ହୋଇଥିଲା ।

ଭର୍ଚ୍ଚୁଆଲ୍ ବୈଠକର ଏକ ଦୃଶ୍ୟ


‘‘ଏହି ବୈଠକରେ ଅନେକ ବିଷୟରେ ଆଲୋଚନା ହୋଇଥିଲା । ମୂର୍ତ୍ତିର ଉଚ୍ଚତା ୫ ଫୁଟ କରିବା ଓ ମଣ୍ଡପରେ ମା’ଙ୍କ ସାମନାରେ ପରଦା ନ ରଖିବା ପ୍ରସଙ୍ଗରେ ବି ଆଲୋଚନା ହେଲା । ଲୋକଙ୍କ ଧାର୍ମୀୟ ଭାବନାକୁ ସମ୍ମାନ ଦେବାକୁ ପଡ଼ିବ । ଏବେ ତ ସବୁ କିଛି ଖୋଲାଗଲାଣି । ନିଟ୍ ‌ରୀରିକ୍ଷା ବି କରାଯାଇଛି । ତେଣୁ ୬ ମାସ ହେଲା ବନ୍ଦ ଥିବା ମନ୍ଦିର, ମସଜିଦ, ଗୀର୍ଜା ଓ ଗୁରୁଦ୍ବାରା ଭଳି ଧାର୍ମିକ ପ୍ରତିଷ୍ଠାନଗୁଡ଼ିକୁ ଶ୍ରଦ୍ଧାଳୁ କିପରି ଯାଇପାରିବେ ସେ ନେଇ ବି ଚିନ୍ତା କରିବା ଦରକାର,’’ କହିଛନ୍ତି ଏହି ଭର୍ଚ୍ଚୁଆଲ ବୈଠକରେ ଯୋଗ ଦେଇଥିବା ବାରବାଟୀ-କଟକର ବିଧାୟକ ମହମ୍ମଦ ମୋକିମ ।

କଟକ ଡିସିପି ପ୍ରତୀକ ସିଂ କହିଛନ୍ତି ଯେ ଏହି ବୈଠକରେ ସମସ୍ତେ ନିଜ ମତ ରଖିଥିଲେ । ‘‘ପୂଜା ତ କେବଳ କଟକରେ ହେବ ନାହିଁ, ପୂରା ରାଜ୍ୟରେ କରାଯିବ । ତେଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ହିଁ ସବୁ କିଛି ହେବ । ଅକ୍ଟୋବର ପ୍ରଥମ ସପ୍ତାହ ସୁଦ୍ଧା ଆଉ ଏକ ବୈଠକ କରି ପୂଜା ବାବଦରେ ପୂର୍ଣ୍ଣାଙ୍ଗ ନିଷ୍ପତ୍ତି ଗ୍ରହଣ କରାଯିବ,’’ କହିଛନ୍ତି ସିଂ ।

ତେବେ ପୂଜା ସମ୍ପନ୍ନ କରିବା ନେଇ ଏହି ବୈଠକରେ ସାମିଲ ଥିବା ବିଜେପି ନେତା ତଥା ନିମସାହି ପୂଜା ମଣ୍ଡପର ସଭାପତି ନିଜସ୍ବ ଭିନ୍ନ ମତ ତଥା ଦିଗ ବାବଦରେ ସୂଚନା ଦେଇଛନ୍ତି ।

ଏହା ବି ପଢ଼ନ୍ତୁ ୭ ବର୍ଷର ବାଳକ ଭୋକରେ ମରିଗଲା; ତା’ ମା’ ମୃତ ଦେହ ପାଖରେ ୩ ଦିନ ବସିରହିଲା

ଏହା ବି ପଢ଼ନ୍ତୁ କୁକୁରକୁ ରଙ୍ଗ ଲଗେଇ ବାଘ ବନେଇଦେଲେ; ‘ମିନି ଟାଇଗର’କୁ ଦେଖି ପଶୁ ପ୍ରେମୀ ନାରାଜ ହେଲେ

‘‘ବିଧି ମୁତାବକ ଖଡ଼ି ଚଢ଼ା ଅମାବାସ୍ୟା ଦିନ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିରେ ଖଡ଼ି ରଙ୍ଗ ଲାଗି କରାଯିବାର ପରମ୍ପରା ରହିଛି । ଅମାବାସ୍ୟାକୁ ଆଉ ୧୫ ଦିନ ବାକି ରହିଲା । ଏହା ପୂର୍ବରୁ ମୂର୍ତ୍ତିର ଆକାର ସହ ପୂଜା ସମ୍ପନ୍ନ କରିବା ନେଇ ଏକ ପ୍ରାଥମିକ ସହମତିର ଆବଶ୍ୟକତା ଥିଲା, ଯାହା ଏହି ବୈଠକରେ ପୂରା ହେଲା । ଏବେ ଆମେ ୮ ଫୁଟ ବଦଳରେ ୫ ଫୁଟର ମୂର୍ତ୍ତି କରିବୁ । ମୂର୍ତ୍ତିର ଆକାର ଛୋଟ କରାଯାଉଥିବାରୁ ମଣ୍ଡପଗୁଡ଼ିକ ମା'ଙ୍କ ମଥାରେ ଲାଗୁଥିବା ସୁନା ଓ ରୂପା ମୁକୁଟ ଛୋଟ ମୂର୍ତ୍ତିରେ ଲାଗି ପାରିବ ନାହିଁ । କିନ୍ତୁ କିଛି ଅସୁବିଧା ନାହିଁ; ମା ଙ୍କ ପୂଜା ହେଉଛି ସେତିକି ବହୁତ ।’’



ଅକ୍ଟୋବର ୨୨ ତାରିଖରୁ ଆରମ୍ଭ ହେଉଛି ଶାରଦୀୟ ଦୁର୍ଗା ପୂଜା । ତା ପୂର୍ବରୁ ଅକ୍ଟୋବର ମାସ ପ୍ରଥମ ସପ୍ତାହ ସୁଦ୍ଧା କେନ୍ଦ୍ର ସରକାରଙ୍କ କୋଭିଡ ଗାଇଡଲାଇନ କଣ ହେବ ଓ ସେତେବେଳେ ସହରର କୋଭିଡ ପରିସ୍ଥିତି କିପରି ଥିବ ତା’ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛି ଚଳିତ ବର୍ଷ କଟକ ଦଶହରାର ରୂପରେଖ ।
Published by: Anand Shankar Thankur Das
First published: September 3, 2020, 5:03 PM IST
corona virus btn
corona virus btn
Loading