ଲକଡାଉନ ଯୋଗୁଁ ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ ଇ-ଲର୍ଣ୍ଣିଂ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା ହେଉଛି

ପୂର୍ବରୁ ବିଭିନ୍ନ ଘରୋଇ ବିଦ୍ୟାଳୟ ଇ-ଲର୍ଣ୍ଣିଂ ବ୍ୟବସ୍ଥା ଆରମ୍ଭ କରିସାରିଥିବା ବେଳେ ଏବେ ରାଜ୍ୟ ସରକାର ଏହା ଆରମ୍ଭ କରିବାକୁ ଯାଉଛନ୍ତି । ଏପ୍ରିଲ ୧୪ ପରେ ଏହି ବ୍ୟବସ୍ଥା କିଭଳି କାର୍ଯ୍ୟକ୍ଷମ ହେବ ସେ ନେଇ ଯୋଜନା କରାଯିବ ।

ଲକଡାଉନ ଯୋଗୁଁ ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ ଇ-ଲର୍ଣ୍ଣିଂ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା ହେଉଛି
ଅନଲାଇନ୍ ବ୍ୟବସ୍ଥା ଆରମ୍ଭ ହେଲେ ଛାତ୍ରଛାତ୍ରୀଙ୍କ ସମୟ ନଷ୍ଟ ହେବ ନାହିଁ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦେଶବ୍ୟାପୀ ଲକଡାଉନ୍‌ ଯୋଗୁଁ ରାଜ୍ୟରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ପାଠ ପଢ଼ା ବ୍ୟାହତ ହୋବାକୁ ନ ଦେବା ପାଇଁ ଏଣିକି ଅନଲାଇନରେ ପାଠ ପଢ଼ିବେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ । ଶିକ୍ଷା ଆପ୍‌ ଜରିଆରେ ପିଲାଙ୍କୁ ଷ୍ଟଡି ମଟେରିଆଲ ଯୋଗାଇଦିଆଯିବା ସହ ତାଙ୍କର ସମସ୍ୟା ଦୂର କରାଯିବ ।

ପୂର୍ବରୁ ବିଭିନ୍ନ ଘରୋଇ ବିଦ୍ୟାଳୟ ଇ-ଲର୍ଣ୍ଣିଂ ବ୍ୟବସ୍ଥା ଆରମ୍ଭ କରିସାରିଥିବା ବେଳେ ଏବେ ରାଜ୍ୟ ସରକାର ଏହା ଆରମ୍ଭ କରିବାକୁ ଯାଉଛନ୍ତି । ଏପ୍ରିଲ ୧୪ ତାରିଖ ପରେ ଏହି ଅନଲାଇନ୍‌ ବ୍ୟବସ୍ଥା କିଭଳି କାର୍ଯ୍ୟକ୍ଷମ ହେବ ସେ ନେଇ ଯୋଜନା କରାଯିବ ବୋଲି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ଇ-ଲର୍ଣ୍ଣିଂ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ ଶିକ୍ଷା ଆପ ଜରିଆରେ ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ଜଣାଯାଇଛି । ପିଲାଙ୍କୁ ଷ୍ଟଡି ମଟେରିଆଲ ସହ ସିଲାବସ ଆଧାରିତ ପାଠ୍ୟକ୍ରମ ଯୋଗାଇ ଦିଆଯିବ। ପୁର୍ବରୁ ଏହି ଆପ ଉପଲବ୍ଧ ରହିଥିବାବେଳେ ଆଞ୍ଚଳିକ ଭାଷାକୁ ଏଥିରେ ସାମିଲ କରି ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ


ବର୍ତ୍ତମାନ ରାଜ୍ୟରେ ଶିକ୍ଷା ବିଭାଗର କର୍ମଚାରୀଙ୍କ ସହ ଶିକ୍ଷକମାନେ କରୋନା କାମରେ ନିୟୋଜିତ ହୋଇଛନ୍ତି । ଏଣୁ ଏପ୍ରିଲ ୧୪ ତାରିଖ ପରେ ଏହି ଆପକୁ କିଭଳି କାର୍ଯ୍ୟକ୍ଷମ କରାଯାଇ ପିଲାଙ୍କ କାମରେ ଅଣାଯିବ ସେ ନେଇ ସମ୍ପୂର୍ଣ୍ଣ ବିବରଣୀ ପ୍ରସ୍ତୁତ କରାଯିବ । ଶିକ୍ଷକ ଅନଲାଇନ ପାଠ ପଢ଼ାରେ ସମ୍ପୂର୍ଣ୍ଣ ସାହାଯ୍ୟ କରିବେ, କିନ୍ତୁ ଏହା ଦ୍ୱାରା ବାସ୍ତବରେ କେତେ ଛାତ୍ରଛାତ୍ରୀ ଲାଭବାନ ହେବେ ସେ ନେଇ ପ୍ରଶ୍ନ ଉଠିବା ବି ଆରମ୍ଭ ହୋଇଛି ।

‘‘ଶିକ୍ଷା ବର୍ଷ ଠିକ ସମୟରେ ଆରମ୍ଭ ହୋଇଥିଲେ ଏବେ ସୁଦ୍ଧା ନୂଆ ପାଠ୍ୟକ୍ରମ ସହ ପିଲା ପରିଚିତ ହୋଇସାରିଥାନ୍ତେ । ହେଲେ ଏଭଳି ସ୍ଥିତିରେ ସେମାନେ ଏଥିରୁ ବଞ୍ଚିତ ରହିଛନ୍ତି । ତେଣୁ ଇ-ଲର୍ଣ୍ଣିଂ ବ୍ୟବସ୍ଥା ଆରମ୍ଭ କରିବାକୁ ଗଣ ଶିକ୍ଷା ବିଭାଗ ଯୋଜନା କରୁଛି,’’ କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବା ସହ ଦଶମ ଶ୍ରେଣୀ ପାଠପଢ଼ା  ଆରମ୍ଭ ହୋଇଥାନ୍ତା । ହେଲେ କରୋନା ଭାଇରସ୍‌ ଯୋଗୁଁ ଲାଗୁ ହୋଇଥିବା ଲକଡାଉନ୍‌ ପାଇଁ ତାହା ବାଧାପ୍ରାପ୍ତ ହୋଇଛି । ତେଣୁ ଇଲର୍ଣ୍ଣିଂ ପାଇଁ ରାଜ୍ୟ ସରକାର କରୁଥିବା ଯୋଜନାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ହେଲେ ବର୍ତ୍ତମାନ ଶିକ୍ଷକମାନେ କରୋନା ମୁକାବିଲାକୁ ନେଇ ବିଭିନ୍ନ କାର୍ଯ୍ୟରେ ନିଯୋଜିତ ରହିଥିବାରୁ ପାଠପଢ଼ା କାର୍ଯ୍ୟରେ କେମିତି ନିୟୋଜିତ ହୋଇପାରିବେ ତାକୁ ନେଇ ବି ପ୍ରଶ୍ନ ଉଠିଛି । ଦ୍ୱିତୀୟତଃ ରାଜ୍ୟର କେତେ ପ୍ରତିଶତ ଛାତ୍ରଛାତ୍ରୀ ଇ-ଲର୍ଣ୍ଣିଂ ଦ୍ୱାରା ଲାଭବାନ ହେବେ ତାହା ବି ସଂଶୟର ବିଷୟ ବୋଲି କହିଛନ୍ତି ବରିଷ୍ଠ ଶିକ୍ଷକ ଓ ବୁଦ୍ଧିଜୀବୀମାନେ ।

‘‘ରାଜ୍ୟରେ ୮୦ ପ୍ରତିଶତ ପିଲାଙ୍କ ପାଖରେ କମ୍ପୁଟର, ଲାପଟପ ଓ ଇଣ୍ଟରନେଟର ସୁବିଧା ନାହିଁ । ଭିତ୍ତିଭୂମିର ଏମିତି ଅଭାବ ମଧ୍ୟରେ ଇ-ଲର୍ଣ୍ଣିଂ କିଭଳି ସମ୍ଭବ ହେବ ତାହା ବୁଝି ହେଉନି,’’ ପ୍ରଶ୍ନ କରିଛନ୍ତି ରାଜ୍ୟ ଶିକ୍ଷକ ସଙ୍ଘର ସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି ।
First published: April 8, 2020, 6:10 PM IST
corona virus btn
corona virus btn
Loading