କରୋନା ଭାଇରସ ଭୟରେ ଭୁବନେଶ୍ବରରେ ଚିକେନ ବିକ୍ରି କମିଲା; ଦାମ୍ ତଳକୁ ଖସିଲା

କିଛି ଦିନ ତଳ ପର୍ଯ୍ୟନ୍ତ କିଲେ ଚିକେନର ଦାମ୍ ପାଖାପାଖି ୧୫୦ ଟଙ୍କା ଥିଲା, କିନ୍ତ ଏବେ ୭୦ ଟଙ୍କାରୁ ୮୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ ଅଧିକାରୀ ଓ କୁକୁଡ଼ା ଫାର୍ମ ସଙ୍ଗଠନ ତରଫରୁ ସ୍ପଷ୍ଟ କରାଯାଇଛି ଯେ ଚିକେନ୍, ମଟନ୍ ଓ ସାମୁଦ୍ରିକ ଖାଦ୍ୟ ଖାଇବା ଦ୍ବାରା କରୋନା ଭାଇରସ୍ ବ୍ୟାପେ ନାହିଁ ।

କରୋନା ଭାଇରସ ଭୟରେ ଭୁବନେଶ୍ବରରେ ଚିକେନ ବିକ୍ରି କମିଲା; ଦାମ୍ ତଳକୁ ଖସିଲା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: March 15, 2020, 2:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଚିକେନ୍, ମଟନ୍ ଓ ସାମୁଦ୍ରିକ ଖାଦ୍ୟ ଖାଇବା ଦ୍ବାରା କରୋନା ଭାଇରସ୍ ବ୍ୟାପୁଥିବା ନେଇ କୌଣସି ବୈଜ୍ଞାନିକ ପ୍ରମାଣ ନ ଥିବା ସତ୍ତ୍ୱେ ଚିକେନ୍ ଖାଇବା ଦ୍ବାରା କରୋନା ଭାଇରସ୍ ସଂକ୍ରମଣ ହୋଇପାରେ ବୋଲି ଗୁଜବ ଯୋଗୁଁ ଭୁବନେଶ୍ୱର ସମେତ ଓଡ଼ିଶାରେ ଚିକେନ୍ ବିକ୍ରି ହ୍ରାସ ପାଇଛି ।

କରୋନା ଭାଇରସ୍‌ ଭୟରେ ଲୋକେ କୁକୁଡ଼ା ମାଂସ ଫାଇବା କମ୍‌ କରିଦେଇଥିବାରୁ ଫାର୍ମ ମାଲିକମାନେ କେତେକ ସ୍ଥାନରେ ପ୍ରାୟ ମାଗଣାରେ ଚିକେନ୍ ଦେଉଛନ୍ତି । ଏକ କିଲୋଗ୍ରାମ କୁକୁଡ଼ା ଖାଦ୍ୟର ମୂଲ୍ୟ ୩୫ ଟଙ୍କା, ହେଲେ ଲୋକଙ୍କୁ ଏବେ ମାତ୍ର ୨୦ରୁ ୩୦ ଟଙ୍କାଦେଲେ ଗୋଟେ ଜିଅନ୍ତା କୁକୁଡ଼ା ମିଳିଯାଉଛି ।

କିଛି ଦିନ ତଳ ପର୍ଯ୍ୟନ୍ତ କିଲେ ଚିକେନର ଦାମ୍‌ ପାଖାପାଖି ୧୫୦ ଟଙ୍କା ଥିଲା, କିନ୍ତ ଏବେ ୭୦ ଟଙ୍କାରୁ ୮୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ‘‘ମୋ ଦୋକାନରେ ମୁଁ ୪୦୦ରୁ ୫୦୦ଟି କୁକୁଡା ପ୍ରତି ଦିନ ବିକ୍ରି କରେ, ହେଲେ ଏବେ ୩୦ଟି ବିକିବା କଷ୍ଟକର ହୋଇ ପଡ଼ିଛି,’’ ଭୁବନେଶ୍ୱରରେ ଏକ କୁକୁଡ଼ା ମାଂସ ବିକ୍ରେତା କହିଛନ୍ତି।

‘‘ଗୁଜବ ଯୋଗୁଁ ଲୋକେ ଚିକେନ୍ ଖାଉ ନାହାଁନ୍ତି । ଏବେ ଦିନକୁ ୫୦ ରୁ ୭୦ଟି କୁକୁଡ଼ା ବିକିବା କଷ୍ଟକର ହୋଇ ପଡ଼ିଛି । ପୂର୍ବରୁ ଆମେ ଦିନକୁ ୪୦ ରୁ ୫୦ କିଲୋ ଚିକେନ୍ ବିକ୍ରି କରୁଥିଲୁ । ଗୋଟିଏ ମାସରେ ଆମେ ପ୍ରାୟ ୨୦ ହଜାରରୂ ୩୦ ହଜାର ଟଙ୍କା ରୋଜଗାର କରୁଥିଲୁ, କିନ୍ତୁ ଏବେ ପାଞ୍ଚ ହଜାର ଟଙ୍କା ରୋଜଗାର କରିବା କଷ୍ଟକର,’’ କହିଛନ୍ତି ଅନ୍ୟ ଜଣେ ବିକ୍ରେତା ।

ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀ ଓ କୁକୁଡ଼ା ଫାର୍ମଗୁଡ଼ିକର ସଙ୍ଗଠନ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଥିଲେ ମଧ୍ୟ ତାହା ଏହି ଡରକୁ ରୋକିବାରେ ବିଫଳ ହୋଇଛି । ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ (ଡିଏମଏଟି)ର ନିର୍ଦ୍ଦେଶକ ଡଃ ସି.ବି.କେ. ମହାନ୍ତି କହିଛନ୍ତି ଯେ ଚିକେନ୍ ମାଧ୍ୟମରେ କରୋନା ଭାଇରସ୍ ବିସ୍ତାର ହେବାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ।

‘‘କରୋନା ଭାଇରସ୍ ଯେ ଚିକେନ୍ ଖାଇବା ଲୋକକୁ ଧରେ, ବର୍ତ୍ତମାନ ସୁଦ୍ଧା ସେପରି କୌଣସି ପ୍ରମାଣ ନାହିଁ। ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ । ଏହା କେବଳ ଏକ ଗୁଜବ,’’ କହିଛନ୍ତି ଡକ୍ଟର ମହାନ୍ତି ।

ବରିଷ୍ଠ ଚିକିତ୍ସକ ଡଃ ଇନ୍ଦ୍ରମଣି ଜେନା ମଧ୍ୟ ସମାନ ମତ ଦେଇ କହିଛନ୍ତି ଯେ ଚିକେନ୍ ଖାଇବା ସହିତ କରୋନା ଭାଇରସ୍ ବିସ୍ତାରର କୌଣସି ସମ୍ପର୍କ ନାହିଁ। ‘‘ଚିକେନ୍ ଖାଇବା ଦ୍ବାରା ଜଣେ ବ୍ୟକ୍ତି କରୋନା ଭାଇରସ୍ ଦ୍ୱାରା ପ୍ରଭାବିତ ହେବେ ଏହା ସମ୍ଭବ ନୁହେଁ । ଖାଦ୍ୟ ମାଧ୍ୟମରେ କରୋନା ଭାଇରସ୍ ସଂକ୍ରମଣ ହୁଏ ବେଲି ବିଜ୍ଞାନରେ ଏ ପର୍ଯ୍ୟନ୍ତ ଜଣାଯାଇ ନାହିଁ,’’ ସେ ସ୍ପଷ୍ଟ କରିଛନ୍ତି।
First published: March 15, 2020, 2:50 PM IST
corona virus btn
corona virus btn
Loading