News18 Odia Digital
ଭୁବନେଶ୍ୱର: ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ରାଜ୍ୟରେ ଟିକା ପହଞ୍ଚିବା ପରେ ଶନିବାର ଦିନ ଭୁବନେଶ୍ୱରରେ ଏହାର ଡ୍ରାଏ ରନ୍ ବା ସାଙ୍କେତିକ ଅଭ୍ୟାସ ହୋଇଛି । ୫୦ ଜଣ ହିତାଧିକାରୀଙ୍କୁ ଦିଆଯାଇଛି ଟିକା । ଏହା ସହ ପଞ୍ଜିକରଣ କରିଥିବା ହିତାଧିକାରୀଙ୍କ ପାଇଁ ସୋମବାର ଅପରାହ୍ଣରୁ ଆରମ୍ଭ ହୋଇଛି ସ୍ଲଟ୍ ବଣ୍ଟନ । ମିଳିଥିବା ସ୍ଲଟ୍ ସମୟରେ ଆସି ଟିକା ନେବାକୁ ବି.ଏମ୍.ସି. କମିଶନର୍ ଅନୁରୋଧ କରିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଭାଉଜ ପଞ୍ଚମ ଥର ମା’ ହୋଇପାରିଲେନି ବୋଲି ଭଉଣୀ ଗର୍ଭବତୀ ହେଲେ, ଭାଇର ପିଲାକୁ ଜନ୍ମ ଦେଲେତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଭୁବନେଶ୍ୱର ନୟାପଲ୍ଲୀ ସହରାଞ୍ଚଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ୍ରାଏ ରନ୍ ହୋଇଥିଲା । ଟିକାକରଣ ବିଧିବଦ୍ଧ ଭାବେ ଆରମ୍ଭ ହେବା ପୂର୍ବରୁ କୌଣସି ପ୍ରକାର ଯାନ୍ତ୍ରିକ ତ୍ରୁଟି ଏଡ଼ାଇବା ପାଇଁ ହୋଇଥିବା ଏହି ପ୍ରତୀକାତ୍ମକ ଟିକାକରଣର ସମୀକ୍ଷା କରିଥିଲେ ବି.ଏମ୍.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ୫୦ ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘ଏମିତି କହିବୁ ତ ଦୁଇ ଚାପୁଡ଼ ଖାଇବୁ’: ଅକ୍ସିଜେନ୍ ଅଭାବରୁ ହତାଶ ବ୍ୟକ୍ତିକୁ କହିଲେ କେନ୍ଦ୍ର ମନ୍ତ୍ରୀପୂର୍ବରୁ ଯେମିତି ଟିକାକରଣ ହେଉଥିଲା ସେମିତି ସୋମବାର ଠାରୁ ଜାରି ରହିବ । ୪୫ ବର୍ଷରୂ ଉର୍ଦ୍ଧ୍ବ ବୟସର ବଳକା ଥିବା ୭୦ରୁ ୮୦ ହଜାର ଲୋକଙ୍କୁ ଟୀକା ଦିଆଯିବା ସହ ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସର ହିତାଧିକାରୀଙ୍କୁ ମଧ୍ୟ ଟିକା ଦିଆଯିବ। ଏଥି ପାଇଁ ପଞ୍ଜୀକୃତ ହିତାଧିକାରୀମାନଙ୍କୁ ସୋମବାର ଅପରାହ୍ଣଠାରୁ ସ୍ଲଟ୍ ମିଳିବା ଆରମ୍ଭ ହୋଇଛି । ୧୮ରୁ ୪୪ ବର୍ଷ ବୟସର ହିତାଧିକାରୀମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସହ ହସ୍ପିଟାଲରେ ଅଧିକ କାଉଣ୍ଟର କରାଯିବ ବୋଲି କହିଛନ୍ତି ଚୌଧୁରୀ । କେନ୍ଦ୍ରଗୁଡ଼ିକରେ ଗହଳି ନ କରିବାକୁ ଅନୁରୋଧ କରି କେବଳ ସ୍ଲଟ୍ ମିଳିଥିବା ସମୟରେ ଆସିବାକୁ ସେ ପରାମର୍ଶ ଦେଇଛନ୍ତି ।

ଡ୍ରାଏ ରନ୍ ବେଳେ ଟିକା ନେବା ପାଇଁ ଅପେକ୍ଷା କରିଥିବା କେତେକ ଯୁବକ
‘‘ଶନିବାର ଓ ରବିବାର ସଟଡାଉନ ଯୋଗୁଁ ଟିକା ଦିଆଯାଉ ନାହିଁ । ସୋମବାର ପ୍ରବଳ ଗହଳି ହେବ । କିଛି ଲୋକଙ୍କୁ ନେଇ ଏକ ସାଙ୍କେତିକ ଟିକାକରଣ କରାଯାଇଛି । ଯେମିତି ଟେକ୍ନିକାଲ କିମ୍ବା ଅନ୍ୟ କୌଣସି ପ୍ରକାର ଅସୁବିଧା ନ ହେବ ସେଥି ପାଇଁ ଆମେ ଏହା କରିଛୁ । ଲୋକେ ରେଜିଷ୍ଟ୍ରେସନ କରି ସ୍ଲଟ୍ ବୁକ୍ କରନ୍ତୁ ଓ ସ୍ଲଟ୍ ଅନୁଯାୟୀ କେନ୍ଦ୍ରକୁ ଆସନ୍ତୁ । ଅଯଥା ଗହଳି କରନ୍ତୁ ନାହିଁ,’’ କହିଛନ୍ତି ପ୍ରେମଚନ୍ଦ୍ର ଚୌଧୁରୀ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଲକଡାଉନ୍ ରାଜ୍ୟମାନଙ୍କ ପାଇଁ ଶେଷ ବିକଳ୍ପ ହେଉ: କହିଲେ PM ନରେନ୍ଦ୍ର ମୋଦି; ଦେଖନ୍ତୁ VIDEOଯେତେ ଶୀଘ୍ର ସମ୍ଭବ ସମସ୍ତେ ଟିକା ପାଇବା ଦରକାର ବୋଲି ଲୋକେ କହିଛନ୍ତି । ପରିସ୍ଥିତି ଯେମିତି ଅସମ୍ଭାଳ ହେଲାଣି ଟିକା ହିଁ କରୋନା ସଂକ୍ରମଣରୁ ରକ୍ଷା ପାଇବାର ଏକ ମାତ୍ର ଉପାୟ ବୋଲି ଲୋକେ କହିଛନ୍ତି ।
‘‘ମୁଁ ଟିକା ନେଇ ରିଲାକ୍ସ ଫିଲ୍ କରୁଛି । ସ୍ଥିତି ଯାହା ହେଲାଣି ଏବେ ଟିକା ହିଁ ପ୍ରାଣ ରକ୍ଷାର ଏକ ମାତ୍ର ଉପାୟ । ତେଣୁ ସମସ୍ତଙ୍କୁ କହିବି ଯେ ଟିକା ନିଶ୍ଚିତ ନିଅନ୍ତୁ ଓ ସୁସ୍ଥ ରୁହନ୍ତୁ। ସରକାରଙ୍କୁ ବି କହିବି ଯେ ଛୋଟ ପିଲାଙ୍କ ସୁରକ୍ଷା ପାଇଁ ମଧ୍ୟ ଚିନ୍ତା କରି ସେମାନଙ୍କ ପାଇଁ ଟିକା କିମ୍ବା ଔଷଧର ବ୍ୟବସ୍ଥା କଲେ ବେଶ୍ ଭଲ,’’ କହିଛନ୍ତି ରାଜଧାନୀବାସୀ ସ୍ମୃତିଶିଖା ପଟ୍ଟନାୟକ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।