ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ପୁରୀରେ ମଦ୍ୟପ ଯୁବକର ଧମକ: ‘ମୋବାଇଲ୍ ନ ଫେରାଇଲେ ବଡ଼ ଦେଉଳକୁ ପଥର ମାରି ଭାଙ୍ଗିଦେବି’

ପୁରୀରେ ମଦ୍ୟପ ଯୁବକର ଧମକ: ‘ମୋବାଇଲ୍ ନ ଫେରାଇଲେ ବଡ଼ ଦେଉଳକୁ ପଥର ମାରି ଭାଙ୍ଗିଦେବି’

ନିଜକୁ ‘‘ମୁଖ୍ୟ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଲୋକ’’ ବୋଲି କହୁଥିଲା ଯୁବକ ଜଣକ। ‘‘ମୁଖ୍ୟ ମନ୍ତ୍ରୀ ମଦ ଦୋକାନ ଖୋଲିଛନ୍ତି, ମୁଁ ମଦ ପିଇଛି’’ ବୋଲି ପୋଲିସକୁ ରୋକଠୋକ୍ ଜବାବ ଦେଇଥିଲା ସେ। ପୋଲିସ କର୍ମୀମାନେ ତାକୁ ସିଂହଦ୍ୱାର ଫାଣ୍ଡିକୁ ନେଇଯାଇଥିଲେ ।

ପୁରୀରେ ମଦ୍ୟପ ଯୁବକର ଧମକ: ‘ମୋବାଇଲ୍ ନ ଫେରାଇଲେ ବଡ଼ ଦେଉଳକୁ ପଥର ମାରି ଭାଙ୍ଗିଦେବି’
ପୋଲିସ ସହ ଯୁବକର ବଚସା ବେଳର ଏକ ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଶ୍ରୀମନ୍ଦିର ଫାଣ୍ଡି ନିକଟରେ ପୋଲିସକୁ ନାଲି ଆଖି ଦେଖାଇ ବଡ଼ ଦେଉଳକୁ ଭାଙ୍ଗିଦେବ ବୋଲି ଧମକ ଦେଇଛି ଜଣେ ମଦ୍ୟାସକ୍ତ ଯୁବକ । ମଦ ନିଶାରେ ଟଳ ଟଳ ହେଉଥିବା ଅବସ୍ଥାରେ ସେ ଶ୍ରୀମନ୍ଦିର ଭିତରକୁ ଯିବାକୁ ଚେଷ୍ଟା କରୁଥବା ବେଳେ ତାକୁ ପୋଲିସ କର୍ମୀମାନେ ଅଟକାଇବାରୁ ସେ ସେମାନଙ୍କ ସହ ବାକ୍‌ ଯୁଦ୍ଧ ବେଳେ ବଡ଼ ଦେଉଳକୁ ଭାଙ୍ଗି ଦେବ ବୋଲି ଧମକ ଦେଇଥିଲା ।

ମଙ୍ଗଳବାର ଶ୍ରୀମନ୍ଦିର ସାମନାରେ ଏହି ଘଟଣା ଭିଆଇଥିବା ଯୁବକ ୩୮ ବର୍ଷୀୟ ଅଚ୍ଯୁତ ପାଣିଗ୍ରାହୀ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଅଞ୍ଚଳର ବାସିନ୍ଦା । ସେ ମଦ୍ୟ ପାନ କରିଥିବାରୁ ଓ କୋଭିଡ୍‌ ନିୟମ ଉଲ୍ଲଙ୍ଘନ କରି ମୁହଁରେ ମାସ୍କ ପିନ୍ଧି ନ ଥିବାରୁ ତାକୁ ପୋଲିସ କର୍ମୀମାନେ ମନ୍ଦିର ଭିତରକୁ ପ୍ରବେଶ କରିବାରୁ ରୋକିଥିଲେ । ସେ ପୋଲିସ କର୍ମୀମାନଙ୍କ ଭିଡିଓ ମୋବାଇଲ୍‌ ଫୋନରେ ଉତ୍ତୋଳନ କରୁଥିବାରୁ ତା’ ମୋବାଇଲ୍‌ ଫୋନ୍‌ ଜଣେ ପୋଲିସ କର୍ମୀ ନେଇଯିବାରୁ ସେ ଏହି ଧମକ ଦେଇଥିଲା ।

ଏହା ବି ପଢ଼ନ୍ତୁ | ଯୁବ ଲେଖକମାନଙ୍କ ପାଇଁ PM ମୋଦି ଆଣିଲେ ଏକ ସ୍କିମ୍; ମାସରେ ମିଳିବ ଲକ୍ଷ ଟଙ୍କା

‘‘ମା’ ରାଣ, ମୋବାଇଲ୍‌ ନ ଫେରାଇଲେ ବଡ଼ ଦେଉଳକୁ ପଥର ମାରି ଭାଙ୍ଗିଦେବି,’’ ଗର୍ଜନ କରି ପୋଲିସକୁ ଚେତାବନୀ ଦେଇଥିଲା ଅଚ୍ଯୁତ ପାଣିଗ୍ରାହୀ । ନିଜକୁ ‘‘ମୁଖ୍ୟ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଲୋକ’’ ବୋଲି ସେ କହୁଥିଲା ଓ ‘‘ମୁଖ୍ୟ ମନ୍ତ୍ରୀ ମଦ ଦୋକାନ ଖୋଲିଛନ୍ତି, ମୁଁ ମଦ ପିଇଛି’’ ବୋଲି ପୋଲିସକୁ ରୋକଠୋକ୍‌ ଜବାବ ଦେଇଥିଲା । ପୋଲିସ କର୍ମୀମାନେ ତାକୁ ସିଂହଦ୍ୱାର ଫାଣ୍ଡିକୁ ନେଇଯାଇଥିଲେ ।

ପୋଲିସର ବାରଣକୁ ଅମାନ୍ୟ କରି ଶ୍ରୀମନ୍ଦିର ଭିତରକୁ ଯିବାକୁ ଜିଦ୍ ଧରିଥିଲା ଅଚ୍ୟୁତ ପାଣିଗ୍ରାହୀ ।


ଏହା ବି ପଢ଼ନ୍ତୁ | SBI ଆଲର୍ଟ! ଏବେ ATMରୁ ଟଙ୍କା ଉଠାଇବା ମହଙ୍ଗା ହେବ, ଚେକ୍ ବୁକ୍ ନିୟମ ବି ବଦଳିବ

ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ସୁବେଦାର ଯୋଗେଶ ସ୍ୱାଇଁଙ୍କ କହିବା ଅନୁସାରେ ବଳିଆପଣ୍ଡା ଅଞ୍ଚଳରେ ଏହି ମଦ୍ଯପ ଯୁବକର ଭଉଣୀର ଘର । ଆଜି ସାବିତ୍ରୀ ଓଷା ଭାର ନେଇ ସେ ପୁରୀ ଆସିଥିଲା । ‘‘ଦିନ ପ୍ରାୟ ଅଢ଼େଇଟା ବେଳେ ଭଉଣୀ ପାଇଁ ମହାପ୍ରସାଦ ନେବାକୁ ଭିଣୋଇ ସହିତ ଶ୍ରୀମନ୍ଦିରର ଉତ୍ତର ଦ୍ୱାର ନିକଟକୁ ସେ ଆସିଥିଲା । ଜଣେ ସୁଆର ସେବକଙ୍କୁ ମହାପ୍ରସାଦ ପାଇଁ ଦେଇଥିଲା ୩୦୦ ଟଙ୍କା । କିନ୍ତୁ ଦୀର୍ଘ ସମୟ ଧରି ତାକୁ ମହାପ୍ରସାଦ ନ ମିଳିବାରୁ ଆଉ ଅପେକ୍ଷା ନ କରି ସେ କେଉଁଠିକୁ ଯାଇ ମଦ୍ଯ ପାନ କରି ଫେରିଥିଲା ଓ ଉତ୍ତର ଦ୍ୱାର ନିକଟରେ ସଂପୃକ୍ତ ସେବକମାନଙ୍କୁ ଗାଳିଗୁଲଜ କରୁଥିଲା । ଶେଷରେ ସମ୍ପୃକ୍ତ ସୁଆରକୁ ଖୋଜିବା ପାଇଁ ମନ୍ଦିର ଭିତରକୁ ଯିବାକୁ ଉଦ୍ୟମ କରୁଥିଲା,’’ କହିଛନ୍ତି ସ୍ୱାଇଁ ।

ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ହସପିଟାଲରେ ଅକ୍ସିଜେନ୍ ବନ୍ଦ କରି ଦେଖିଲେ କେତେ ରୋଗୀ ମରିବେ; ୫ ମିନିଟରେ ମଲେ ୨୨ – VIDEO

ନିଶାସକ୍ତ ଅବସ୍ଥାରେ ଅଚ୍ୟୁତର ପାଦ ଏପଟ ସେପଟ ହେଉଥିବା ବେଳେ ସେ ଅଶ୍ଳୀଳ ଭାଷାରେ ଗାଳି କରୁଥିଲା ବୋଲି କହିଛନ୍ତି ପୋଲିସ କର୍ମୀ ଓ ସେବାୟତମାନେ । ସେଠାରୁ ପୋଲିସ କର୍ମୀମାନେ ତାକୁ ସିଂହଦ୍ୱାର ଫାଣ୍ଡିକୁ ନେଇଯିବା ପରେ ତା’ର ନିଶା ଆହୁରି ମୁଣ୍ଡକୁ ଚଢି଼ଯାଇଥିଲା । ଦୀର୍ଘ ସମୟ ଧରି ସେ ପୋଲିସ କର୍ମୀମାନଙ୍କ ସହ ବାକ୍ ଯୁଦ୍ଧ କରିଥିଲା । ତାକୁ ସିଂହଦ୍ୱାର ଥାନାକୁ ହସ୍ତାନ୍ତର କରିବା ପରେ ତା ବିରୁଦ୍ଧରେ କୋଭିଡ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗ ଆଣିଥିଲା ପୋଲିସ ।

ଏହା ବି ପଢ଼ନ୍ତୁ | ଫୁଟବଲରେ ଆଗକୁ ବଢ଼ିଲା ଭାରତ, ହରାଇଲା ବାଂଲାଦେଶକୁ; ସୁନୀଲ୍ ଛେତ୍ରୀ ୨ଟି ଗୋଲ୍ କଲେ

‘‘ମଦ୍ୟପ ଯୁବକଟି ନିଜକୁ ମୁଖ୍ୟ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଲୋକ ବୋଲି କହୁଥିଲା । ସେ ପୋଲିସ କର୍ମୀମାନଙ୍କୁ କହୁଥିଲା ‘ମୁଖ୍ୟ ମନ୍ତ୍ରୀ ମଦ ଦୋକାନ ଖୋଲିଛନ୍ତି, ମୁଁ ମଦ ପିଇଛି’ ବୋଲି । ପୋଲିସ ତାକୁ ବାରଣ କରିବା ସମୟରେ ସେ ପୋଲିସର ଭିଡିଓ ନିଜ ମୋବାଇଲ୍‌ ଫୋନରେ ସୁଟିଂ କରିବା ଆରମ୍ଭ କରିଥିଲା । ସେଇଠୁ ଜଣେ କାର୍ଯ୍ୟରତ ପୋଲିସ କର୍ମୀ ତା’ ମୋବାଇଲ୍‌ ଫୋନ୍‌ ନେଇଯିବା ସହ ତାକୁ ଫାଣ୍ଡିକୁ ନେଇଥିଲେ,’’ କହିଛନ୍ତି ସେଠାରେ ଉପସ୍ଥିତ ଥିବା ଶ୍ରୀମନ୍ଦିର ବୋଝିଆ ମନୋଜ ମହାନ୍ତି ।

ଏହା ବି ପଢ଼ନ୍ତୁ | Vaccine: ଘରୋଇ ହସପିଟାଲ୍ଗୁଡ଼ିକ ପାଇଁ କରୋନା ଟିକାର ଦାମ୍ ସ୍ଥିର କଲେ କେନ୍ଦ୍ର ସରକାର

ମଦ ନିଶାରେ ଟଳମଳ ହେଉଥିବା ଅଚ୍ୟୁତ କହୁଥିଲା, ‘‘ମାଆ ରାଣ, ମୋବାଇଲ୍‌ ନ ଫେରାଇଲେ ଶ୍ରୀମନ୍ଦିରକୁ ପଥର ମାରି ଭାଙ୍ଗିଦେବି । ଇୟେ ହେଉଛି ମୋ’ ରଣ ହୁଙ୍କାର । ଇଏ ମନ୍ଦିର, ଆଉ ସେଇଟା କ'ଣ ମଶାଣି?’’



‘‘ଦୀର୍ଘ ସମୟ ଧରି ପୋଲିସ ସହ ବାକ୍ ଯୁଦ୍ଧ ପରେ ଫାଣ୍ଡି ଅଧିକାରୀ ସେହି ଯୁବକକୁ ସିଂହଦ୍ୱାର ଥାନାକୁ ହସ୍ତାନ୍ତର କରିଥିଲେ । ତା’ ବିରୁଦ୍ଧରେ କୋଭିଡ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗ ଆଣିଥିଲେ ଥାନାଧିକାରୀ । ନିଶା ଛାଡି଼ବା ପରେ ସେ ନିଜ ଭୁଲ୍‌ ବୁଝି ଘରକୁ ଫେରିବ ବୋଲି କହିଥିଲା । ସେ ୧୦୦ ଟଙ୍କା ଜୋରିମାନା ଦେବା ପରେ ପୋଲିସ ପକ୍ଷରୁ ତାକୁ ଏକ ମାସ୍କ ଦିଆଯାଇଥିଲା ଓ ସେ ନିଜ ଭଉଣୀ ଘରକୁ ଫେରିଥିଲା,’’ କହିଛନ୍ତି ସିଟି ଡି.ଏସ୍‌.ପି. ନିରଞ୍ଜନ ପାଢ଼ୀ ।
Published by: Anand ST Das
First published: June 8, 2021, 11:43 PM IST