DCGI ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକର କରୋନା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରି ଦେଲା
ରବିବାର ଦିନ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ଏକ ସାମ୍ବାଦିକ ସମ୍ମିଳନୀରେ ଟିକାର (COVID 19 Vaccine) ମଞ୍ଜୁରି ବିଷୟରେ ସୂଚନା ଦେଇଛି ।

DCGI କୋଭିଶିଲ୍ଡ ଓ କୋଭାକ୍ସିନ୍ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରି ଦେଲା
- News18 Odia
- Last Updated: January 3, 2021, 12:07 PM IST
ନୂଆ ଦିଲ୍ଲୀ: ଦେଶରେ କରୋନା ଟିକା ଟୀକାକରଣ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଶନିବାର ଦିନ ମଧ୍ୟ ଦେଶରେ ଏହାର ପ୍ରସ୍ତୁତି ଦେଖିବାକୁ ଏକ ଡ୍ରାଇ ରନ୍ କରାଯାଇଥିଲା । ଏହି ସମୟରେ ରବିବାର ଦିନ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ଏକ ସାମ୍ବାଦିକ ସମ୍ମିଳନୀ କରି ଟିକା (COVID 19 Vaccine) ବିଷୟରେ ସୂଚନା ଦେଇଛନ୍ତି । ଏହି ସମୟ ମଧ୍ୟରେ ଏହା କୁହାଯାଇଥିଲା ଯେ ଦେଶରେ ଜରୁରୀକାଳୀନ ପରିସ୍ଥିତି ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିଶିଲ୍ଡ ଭ୍ୟାକ୍ସିନ୍ (Covishield) ଓ ଭାରତ ବାୟୋଟେକର କୋଭାକ୍ସିନ୍ (Covaxin) ଅନୁମୋଦିତ ହୋଇଛି । ସେରମ୍ ଇନଷ୍ଟିଚ୍ୟୁଟ୍ ଅକ୍ସଫୋର୍ଡ ୟୁନିଭରସିଟି ସହିତ କୋଭିଶିଲ୍ଡ ସହ ମିଶି ଉତ୍ପାଦନ କରୁଛି ।
Vaccines of Serum Institue of India and Bharat Biotech are granted permission for restricted use in emergency situation: DCGI pic.twitter.com/fuIfPQ9i7B
— ANI (@ANI) January 3, 2021
ଡିସିଜିଆଇ ଭିଜି ସୋମାନି ଗଣମାଧ୍ୟମ ସହ ବାର୍ତ୍ତାଳାପରେ କହିଛନ୍ତି ଯେ ଯଦି କୌଣସି ଜିନିଷରେ ସାମାନ୍ୟ ତ୍ରୁଟି ଥାଏ । ତେବେ ଆମେ ଏହାକୁ ଅନୁମତି ଦେବୁ ନାହିଁ । ଟିକା ୧୧୦ ପ୍ରତିଶତ ସୁରକ୍ଷିତ ଅଟେ । ଏହାର କିଛି ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ଅଛି । ଯେପରିକି ସାମାନ୍ୟ ଜ୍ୱର, ଯନ୍ତ୍ରଣା ଓ ଆଲର୍ଜି । ଅପାରଗତା ରହିବା ସମ୍ପୂର୍ଣ୍ଣ ଭୁଲ୍ ।
ଡିସିଜିଆଇ ଦ୍ୱାରା ସୂଚନା ଦିଆଯାଇଛି ଯେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ଅକ୍ସଫୋର୍ଡ ୟୁନିଭରସିଟି ସହାୟତାରେ କୋଭସିଲ୍ଡ ପ୍ରସ୍ତୁତ କରିଛି । SII ଦାବି କରିଛି ଯେ ଏହା ୨୩,୭୪୫ ସ୍ୱେଚ୍ଛାସେବୀମାନଙ୍କ ଠାରେ ଏହି ଟିକା ଟେଷ୍ଟ କରିଛି । ଏଥିରେ ଏହାର ପ୍ରଭାବ ୭୦.୪୨ ପ୍ରତିଶତ ହୋଇଛି । ଏହା ପରେ ଦେଶର ୧୬୦୦ ଲୋକଙ୍କ ଉପରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟେଷ୍ଟ ପାଇଁ ଏହାକୁ ଅନୁମୋଦନ କରାଯାଇଥିଲା । ଏହାର ସମୀକ୍ଷା ପରେ ଜରୁରୀକାଳୀନ ବ୍ୟବହାର ପାଇଁ ବିଶେଷଜ୍ଞ କମିଟି ଏହାକୁ ଅନୁମୋଦନ କରିଛନ୍ତି ।