News18 Odia Digital
ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବାରଣ ପରେ ବି ଭୁବନେଶ୍ୱରରେ ଡ୍ରାଇଭ୍-ଇନ୍ ଭାକ୍ସିନେସନ୍ ଚାଲିଥିଲେ ବି ଏଥିରେ ପରିବର୍ତ୍ତନ କରାଯାଇଛି ଓ ଏହାକୁ ୨୨ ତାରିଖ ପରେ ବନ୍ଦ କରାଯିବ ବୋଲି କହିଛନ୍ତି ନଗର ନିଗମ କର୍ତ୍ତୃପକ୍ଷ । ଡ୍ରାଇଭ୍-ଇନ୍ ଭାକ୍ସିନେସନ ଓ ଡୋର୍-ଟୁ-ଡୋର୍ ଭାକ୍ସିନେସନ କେନ୍ଦ୍ର ସରକାରଙ୍କ କୋଭିଡ ଗାଇଡ଼ଲାଇନ ପରିସରଭୁକ୍ତ ନ ଥିବାରୁ ରାଜ୍ୟ ସରକାର ଏହାକୁ ବନ୍ଦ କରିବାକୁ ବୁଧବାର ଦିନ ନିର୍ଦ୍ଦେଶ ଜାରି କରିଥିଲେ ।
ଏହା ବି ପଢ଼ନ୍ତୁ | ଟିକା ନେଇ ଗର୍ଭବତୀଙ୍କ ମୃତ୍ୟୁ ହେବାରୁ ସବୁ ଗର୍ଭବତୀ ମହିଳାମାନଙ୍କ ଟିକାକରଣ ବନ୍ଦ କଲା ବ୍ରାଜିଲ୍ଭୁବନେଶ୍ୱରର ତିନୋଟି ଜୋନର ପାଞ୍ଚଟି ସେଣ୍ଟରରେ ଚାଲିଛି ଡ୍ରାଇଭ୍-ଇନ୍ ଭାକ୍ସିନେସନ। ହେଲେ ଗୁରୁବାରଠାରୁ ଲୋକେ ଗାଡ଼ିରେ ଆସି ପହଞ୍ଚୁଥିଲେ ବି ଆଗ ଭଳି ଆଉ ଗାଡ଼ିରେ ବସି ନେଉନାହାନ୍ତି ଭାକ୍ସିନ୍ । ଟିକା ନେବା ପରେ ଟିକାକରଣ ସ୍ଥାନରେ ଅଧ ଘଣ୍ଟା ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ଲୋକେ ଗାଡି଼ରୁ ଓହ୍ଲାଇ ଭାକ୍ସିନ୍ ନେବା ପରେ ଅଧ ଘଣ୍ଟା ବସିବାକୁ ପରାମର୍ଶ ଦିଆଯାଉଛି ।
ଏହା ବି ପଢ଼ନ୍ତୁ | କରୋନା ଟିକାର ୨ଟି ଡୋଜ୍ ନେବା ପରେ ବି କାହିଁକି ମୃତ୍ୟୁ ହେଉଛି? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞମାନେରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ଡ୍ରାଇଭ୍-ଇନ୍ ଭାକ୍ସିନେସନକୁ ୨୨ ତାରିଖଠାରୁ ବନ୍ଦ କରିଦିଆଯିବ ବୋଲି କହିଛି ବି.ଏମ୍.ସି. । ଯେହେତୁ ପୂର୍ବରୁ ୨୨ ତାରିଖ ପର୍ଯ୍ୟନ୍ତ ସ୍ଲଟ୍ ବୁକିଂ ସରିଛି, ଲୋକେ ଯେମିତି ହଇରାଣ ନ ହେବେ ସେଥି ପାଇଁ ୨୨ ତାରିଖ ପର୍ଯ୍ୟନ୍ତ ଡ୍ରାଇଭ୍-ଇନ୍ ଭାକ୍ସିନେସନ ଜାରି ରହିବ ବୋଲି କହିଛନ୍ତି ବି.ଏମ୍.ସି. କର୍ତ୍ତୃପକ୍ଷ ।

ଡ୍ରାଇଭ୍-ଇନ୍ ଟିକାକରଣ ଦ୍ୱାରା ବହୁତ ଲୋକ ଉପକୃତ ହେଉଥିଲେ ।
‘‘ଆମେ ସରକାରଙ୍କ ନିର୍ଦ୍ଦେଶ ମାନି ୨୨ ତାରିଖରୁ ଏହି ଡ୍ରାଇଭ୍-ଇନ୍ ଟିକାକରଣ ବନ୍ଦ କରିବାକୁ ଯାଉଛୁ । ଆଗରୁ ଯେତିକି ଲୋକଙ୍କୁ ସ୍ଲଟ୍ ମିଳିଛି ତାଙ୍କର ଟିକାକରଣ ସରିବା ପରେ ବନ୍ଦ୍ କରିଦେବୁ । ଏ ନେଇ ଆମେ ନିଷ୍ପତ୍ତି ନେଇସାରିଛୁ,’’ କହିଛନ୍ତି ବି.ଏମ୍.ସି.ର ଜୋନାଲ୍ ଡେପୁଟି କମିଶନର୍ ଅଂଶୁମାନ ରଥ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ୩୪ ବର୍ଷର ହେଲେଣି ‘ଜନ୍ନତ୍ ଗର୍ଲ’ ସୋନାଲ୍ ଚୌହାନ; ସେ ମିସ୍ ୱାର୍ଲ୍ଡ ଟୁରିଜିମ୍ ହୋଇଥିଲେଭୁବନେଶ୍ୱରର ପ୍ରତି ଡ୍ରାଇଭ୍-ଇନ୍ ସେଣ୍ଟରରେ ଦୈନିକ ୫୦୦ ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଉଛି । ଡ୍ରାଇଭ୍-ଇନ୍ ସୁବିଧା ଅନେକ ଲୋକଙ୍କୁ ଟିକା ନେବାରେ ସାହାଯ୍ୟ କରୁଛି । ସାଧାରଣ ଟିକାକରଣ କେନ୍ଦ୍ରରେ ଟିକା ନେବା ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନରେ ଠିଆ ହେବାକୁ ପଡୁଥିବା ବେଳେ ଏଠି ଅପେକ୍ଷା ନ କରି କାରରେ ଆସି ଭାକ୍ସିନ ନେଉଛନ୍ତି ଲୋକେ । ଟିକା ପାଇଁ ସହଜରେ ସ୍ଲଟ୍ ମଧ୍ୟ ବୁକ ହୋଇପାରୁନାହିଁ ବୋଲି ଲୋକେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ସ୍ତ୍ରୀ ଓ ପିଲାକୁ ବଞ୍ଚାଇବାକୁ ଚିତାବାଘ ସହ ଲଢ଼ି ତାକୁ ମାରିଦେଲେ; VIDEOରେ ଦିଶିଲା ସାହସ‘‘ଡ୍ରାଇଭ୍-ଇନ୍ ଟିକାକରଣ କେନ୍ଦ୍ରରେ ବହୁତ ସୁବିଧା ହେଉଥିଲା । ଏବେ ସ୍ଲଟ୍ ମିଳୁନି ଟିକା ନେବାକୁ। ମିଳିଲେ ବି ଲମ୍ବା ଲାଇନ୍ ଲାଗୁଛି । ଘରଠୁ ବହୁତ ଦୂର ଟିକା କେନ୍ଦ୍ର ଯିବାକୁ ପଡୁଛି । ସରକାର ଡ୍ରାଇଭ୍-ଇନ୍ ଟିକାକରଣ ପୁଣି ଚାଲୁ କରିବା ଉପରେ ଚିନ୍ତା କରିବା ଦରକାର,’’ କହିଛନ୍ତି ରାଜଧାନିବାସୀ ତନ୍ମୟ ରାଉତ ।
ଲୋକଙ୍କ ସୁବିଧା ପାଇଁ ବି.ଏମ୍.ସି. ଡ୍ରାଇଭ୍-ଇନ୍ ଭାକ୍ସିନେସନ ସହ ବରିଷ୍ଠ ଲୋକ ଓ ଗର୍ଭବତୀଙ୍କ ପାଇଁ ଡୋର୍-ଟୁ-ଡୋର୍ ଟେଷ୍ଟିଂ ମଧ୍ୟ ଆରମ୍ଭ କରିଥିଲା । ହେଲେ ଟିକାକରଣ ପାଇଁ କେନ୍ଦ୍ର ସରକାର ଜାରି କରିଥିବା ନିୟମାବଳୀ ଅନୁସାରେ ଏଥି ପାଇଁ ଅନୁମୋଦନ ନ ଥିବାରୁ ଏହାକୁ ବନ୍ଦ କରିବାକୁ ପଡୁଛି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।