ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଭୁବନେଶ୍ୱରରେ ଆରମ୍ଭ ହେଲା ‘ଡ୍ରାଇଭ୍-ଇନ୍ ଟେଷ୍ଟିଂ’ ଅଭିଯାନ; ପ୍ରଥମ ଦିନ ୧୩୦ ଜଣଙ୍କ ଟେଷ୍ଟ ହେଲା

ଭୁବନେଶ୍ୱରରେ ଆରମ୍ଭ ହେଲା ‘ଡ୍ରାଇଭ୍-ଇନ୍ ଟେଷ୍ଟିଂ’ ଅଭିଯାନ; ପ୍ରଥମ ଦିନ ୧୩୦ ଜଣଙ୍କ ଟେଷ୍ଟ ହେଲା

‘ଡ୍ରାଇଭ୍-ଇନ୍ ଟେଷ୍ଟିଂ’ ସେବା ଆରମ୍ଭ ହେବା ଦ୍ୱାରା ଲୋକେ ହସପିଟାଲରେ ଭିଡ଼ ନ କରି ସିଧା ଏହି ଟେଷ୍ଟିଂ ସ୍ଥଳକୁ ଆସି ସମୟର ଅପଚୟ ନ କରି ନିଜ କରୋନା ପରୀକ୍ଷା କରାଇପାରୁଛନ୍ତି ।

ଭୁବନେଶ୍ୱରରେ ଆରମ୍ଭ ହେଲା ‘ଡ୍ରାଇଭ୍-ଇନ୍ ଟେଷ୍ଟିଂ’ ଅଭିଯାନ; ପ୍ରଥମ ଦିନ ୧୩୦ ଜଣଙ୍କ ଟେଷ୍ଟ ହେଲା
‘ଡ୍ରାଇଭ୍-ଇନ୍ ଟେଷ୍ଟିଂ’ ସେବାର ଏକ ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ଆରମ୍ଭ ହୋଇଛି ‘ଡ୍ରାଇଭ୍‌-ଇନ୍‌ ଭ୍ୟାକ୍ସିନେସନ୍‌’, ଅର୍ଥାତ ଗାଡ଼ିରେ ଆସି ଓ ଗାଡ଼ିରେ ବସି ଟିକା ନେବା ବ୍ୟବସ୍ଥା । ଏହା ପରେ ବୁଧବାର ଦିନ ଭୁବନେଶ୍ୱରର ଭବାନୀ ମଲର ପାର୍କିଂ ସ୍ଥଳରେ ପରୀକ୍ଷାମୂଳକ ଭାବେ ଡ୍ରାଇଭ୍‌-ଇନ୍‌ କରୋନା ପରୀକ୍ଷଣ ଆରମ୍ଭ କରିଛି ବି.ଏମ୍‌.ସି. । ପ୍ରଥମ ଦିନରେ ୧୩୦ ଜଣ ରାଜଧାନୀ ବାସିନ୍ଦା ଏହି ସେବାରେ ନିଜର କରୋନା ଟେଷ୍ଟ କରାଇଛନ୍ତି ।

‘ଡ୍ରାଇଭ୍‌-ଇନ୍‌ ଟେଷ୍ଟିଂ’ ସେବା ଆରମ୍ଭ ହେବା ଦ୍ୱାରା ଲୋକେ ହସପିଟାଲରେ ଭିଡ଼ ନ କରି ସିଧା ଏହି ଟେଷ୍ଟିଂ ସ୍ଥଳକୁ ଆସି ସମୟର ଅପଚୟ ନ କରି ନିଜ କରୋନା ପରୀକ୍ଷା କରାଇପାରୁଛନ୍ତି । ‘‘ଏଠାରେ ପ୍ରଥମେ ନାଁ ପଞ୍ଜୀକରଣ କରିବା ସହ ଟେଷ୍ଟ କରିବାର ସୁବିଧା କରାଯାଇଛି । ଏଥି ପାଇଁ କୌଣସି ସ୍ଲଟ୍‌ ବୁକିଂ କରିବାକୁ ପଡି଼ବ ନାହିଁ । ସବୁ ବର୍ଗର ଲୋକେ ଆସି ଟେଷ୍ଟିଂ କରିପାରିବେ,’’ କହିଛନ୍ତି ବି.ଏମ୍‌.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘କିଛି ବାହାରୁନି ଏଥିରୁ…’’ ଖାଲି ଅମ୍ଳଜାନ ମାସ୍କ ଧରି ମୃତ୍ୟୁ ପୂର୍ବରୁ VIDEOରେ କହିଥିଲେ ରାହୁଲ ଭୋରା

ପ୍ରଥମ ଥର ପାଇଁ ଓ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ଏହି ସେବା ସକାଳ ୮ଟା ୩୦ରୁ ମଧ୍ୟାନ୍ନ ୧୨ଟା ୩୦ ପର୍ଯ୍ୟନ୍ତ ଚାଲୁ ରହୁଛି । ଲୋକେ ସକାଳୁ ସକାଳୁ ଧାଡି଼ ବାନ୍ଧି ନିଜ ନିଜ ଗାଡି଼ରେ ଭବାନୀ ମଲର ପାର୍କିଂ ପ୍ଲେସକୁ ଆସିଥିଲେ । ପ୍ରଥମ ଦିନରେ ଟେଷ୍ଟିଂ ପାଇଁ ନମୁନା ଦେଇଥିବା ୧୩୦ ଜଣ ଲୋକଙ୍କ ମଧ୍ୟରୁ ୯୨ ଜଣଙ୍କର ଆର୍‌.ଟି.ପି.ସି.ଆର୍‌. ଟେଷ୍ଟ୍‌ ଓ ୩୮ ଜଣଙ୍କର ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଥିଲା ବୋଲି କହିଛନ୍ତି ଚୌଧୁରୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବାପା ହେବାକୁ ଯାଉଛନ୍ତି ପ୍ୟାଟ୍ କମିନ୍ସ; ତାଙ୍କ ପ୍ରେମିକା ଏହି ଖୁସି ଖବର ଶୁଣାଇଲେ!

‘ଡ୍ରାଇଭ୍-ଇନ୍ ଟେଷ୍ଟିଂ’ ସେବାର ଉଦ୍ଘାଟନ ପରେ .ଏମ୍.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀ (ବାମରୁ ଦ୍ୱିତୀୟ)


ଏହା ବି ପଢ଼ନ୍ତୁ | ଚନ୍ଦା ମୁଣ୍ଡ ଥିବା ପୁରୁଷମାନଙ୍କଠାରେ କରୋନା ସଂକ୍ରମିତ ହେବା ପରେ ମୃତ୍ୟୁ ସମ୍ଭାବନା ଅଧିକ: ରିସର୍ଚ୍ଚ

‘‘ଯେଉଁମାନେ ଆଣ୍ଟିଜେନ୍‌ ଟେଷ୍ଟ କରାଉଛନ୍ତି ସେମାନଙ୍କୁ ରିପୋର୍ଟ ସଙ୍ଗେ ସଙ୍ଗେ ମିଳିଯାଉଛି । ଆର୍‌.ଟି.ପି.ସି.ଆର୍‌. ଟେଷ୍ଟ କରାଇଥିବା ଲୋକଙ୍କୁ ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ମେସେଜ୍‌ ଯାଉଛି । ଆଗକୁ ରାଜଧାନୀର ଅନ୍ୟ କେତେକ ସ୍ଥାନରେ ଏହି ଡ୍ରାଇଭ୍‌-ଇନ୍‌ ଟେଷ୍ଟିଂ ସେବା ଖୋଲିବା ଯୋଜନା ରହିଛି,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଦେଶରେ ସାର୍ବଜନୀନ ଟିକାକରଣ ହେଉ, ରାଜ୍ୟମାନଙ୍କୁ ଟିକା ମାଗଣା ମିଳୁ: ସୁପ୍ରିମ କୋର୍ଟରେ ମମତା ସରକାର

ରାଜଧାନୀରେ ଗତ ଦୁଇ ସପ୍ତାହ ଧରି କରୋନା ଭାଇରସ୍‌ ସଂକ୍ରମଣ ଉପର ମୁହାଁ ହୋଇ ରହିଛି । ପ୍ରତି ଦିନ ୧,୦୦୦ ଉପରେ ରହୁଛି ସଂକ୍ରମିତ ଲୋକଙ୍କ ସଂଖ୍ୟା । ସଂକ୍ରମଣକୁ ରୋକିବା ପାଇଁ ଏବେ ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ୱ ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବି.ଏମ୍‌.ସି.)।



ବି.ଏମ୍‌.ସି.ର ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ରାଜଧାନି ବାସିନ୍ଦା । ପୂର୍ବରୁ ଟେଷ୍ଟିଂ ପାଇଁ ହସ୍ପିଟାଲରେ ଲମ୍ବା ଲାଇନ ଲଗାଇବାକୁ ପଡୁଥିଲା । ସେଠାରେ ସାମାଜିକ ଦୂରତା ପ୍ରତି ଲୋକଙ୍କର ଖୁବ୍‌ କମ୍‌ ଧ୍ୟାନ ରହୁଥିଲା । ହେଲେ ଡ୍ରାଇଭ୍‌-ଇନ୍‌ ଟେଷ୍ଟିଂ ସେବାରେ ଗହଳି ହେଉ ନ ଥିବା ବେଳେ ସଙ୍ଗେ ସଙ୍ଗେ ଟେଷ୍ଟିଂ ହୋଇ ପାରୁଥିବାରୁ ଏହାକୁ ଅଧିକରୁ ଅଧିକ ସ୍ଥାନରେ ଖୋଲିବା ଉଚିତ ବୋଲି କହିଛନ୍ତି ଅନେକ ଭୁବନେଶ୍ୱର ବାସିନ୍ଦା ।
Published by: Anand ST Das
First published: May 12, 2021, 11:59 PM IST