ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»DRDO ଦ୍ୱାରା ନିର୍ମିତ କରୋନା ଔଷଧ 2-DG ଲଞ୍ଚ ହେଲା; ଆଜିଠାରୁ ରୋଗୀଙ୍କୁ ଦିଆଯାଇପାରିବ

DRDO ଦ୍ୱାରା ନିର୍ମିତ କରୋନା ଔଷଧ 2-DG ଲଞ୍ଚ ହେଲା; ଆଜିଠାରୁ ରୋଗୀଙ୍କୁ ଦିଆଯାଇପାରିବ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ DRDO ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ ୨-ଡିଜି ଔଷଧ ଲଞ୍ଚ କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ଅଧିକ ଗୁରୁତର ରୋଗୀଙ୍କୁ ଏହି ଔଷଧ ଦିଆଯିବ ନାହିଁ କିନ୍ତୁ ଯେଉଁମାନଙ୍କଠାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଛି, ସେମାନଙ୍କୁ ଆଜିଠାରୁ ଏହି ଔଷଧ ଦିଆଯିବ ।

DRDO ଦ୍ୱାରା ନିର୍ମିତ କରୋନା ଔଷଧ 2-DG ଲଞ୍ଚ ହେଲା; ଆଜିଠାରୁ ରୋଗୀଙ୍କୁ ଦିଆଯାଇପାରିବ
DRDO ଦ୍ୱାରା ନିର୍ମିତ କରୋନା ଔଷଧ 2-DG ଲଞ୍ଚ ହେଲା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: କରୋନା ଭାଇରସ୍ (Coronavirus) ସହିତ ଦେଶର ଲଢ଼େଇରେ ସମର୍ଥନ ଦେବା ପାଇଁ ପ୍ରସ୍ତୁତ ହୋଇଥିବା ୨-ଡିଜି ଔଷଧକୁ ଆଜି ଲଞ୍ଚ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ DRDO ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ ୨-ଡିଜି ଔଷଧ ଲଞ୍ଚ କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ଅଧିକ ଗୁରୁତର ରୋଗୀଙ୍କୁ ଏହି ଔଷଧ ଦିଆଯିବ ନାହିଁ କିନ୍ତୁ ଯେଉଁମାନଙ୍କଠାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଛି, ସେମାନଙ୍କୁ ଆଜିଠାରୁ ଏହି ଔଷଧ ଦିଆଯିବ ।

DRDO ବୈଜ୍ଞାନିକ ମାନଙ୍କର ଗବେଷଣା ଓ କଠିନ ପରିଶ୍ରମ ପରେ ଭାରତ କରୋନା ବିରୁଦ୍ଧରେ ଏହି ଔଷଧ ପ୍ରସ୍ତୁତ କରିଛି । ଯାହା ଲୋକଙ୍କୁ ଆରାମ ପ୍ରଦାନ କରିବ ବୋଲି ଆଶା କରାଯାଉଛି । ୨-ଡିଜି ଔଷଧର ୧୦ ହଜାର ଡୋଜର ପ୍ରଥମ ବ୍ୟାଚ୍ ଆଜି ଲଞ୍ଚ କରାଯାଇଛି । DRDO ଅଧିକାରୀ କହିଛନ୍ତି ଯେ ଏହି ଔଷଧ ରୋଗୀଙ୍କ ଶୀଘ୍ର ପୁନରୁଦ୍ଧାର କରିବାରେ ସାହାଯ୍ୟ କରିଥାଏ ଓ ଅକ୍ସିଜେନ ଉପରେ ସେମାନଙ୍କର ନିର୍ଭରଶୀଳତାକୁ ମଧ୍ୟ ହ୍ରାସ କରିଥାଏ । ଭବିଷ୍ୟତରେ ଏହାର ବ୍ୟବହାର ପାଇଁ ଡ୍ରଗ୍ ଉତ୍ପାଦନକାରୀମାନେ ଔଷଧର ଉତ୍ପାଦନକୁ ତ୍ୱରାନ୍ୱିତ କରିବାକୁ କାର୍ଯ୍ୟ କରୁଛନ୍ତି । ମେଡିସିନ୍ ଡାକ୍ତର ଅନନ୍ତ ନାରାୟଣ ଭଟ୍ଟଙ୍କ ସହ ବୈଜ୍ଞାନିକ ମାନଙ୍କର ଏକ ଟିମ୍ ଗଠନ କରାଯାଇଛି ।

କରୋନା ଔଷଧରେ କ’ଣ ଅଛି?
ଏହି ଔଷଧ ଫେସ୍ ୨ ଓ ଫେସ୍ ୩ ର କ୍ଲିନିକାଲ୍ ପରୀକ୍ଷଣରେ ବହୁତ ଭଲ ପ୍ରଦର୍ଶନ କରିଛି । ମେ' ରୁ ଅକ୍ଟୋବର ମଧ୍ୟରେ କରାଯାଇଥିବା ପରୀକ୍ଷଣରେ ଏହି ଔଷଧ କୋଭିଡ ରୋଗୀଙ୍କ ଉପରେ କାମ କରିଥିଲା ଓ ଏହା ମଧ୍ୟ ସୁରକ୍ଷିତ ଥିଲା । ଔଷଧର ବ୍ୟବହାର ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହେବାର ଦିନ ମଧ୍ୟ କମ୍ ଥିଲା ଓ ଅକ୍ସିଜେନ ସହାୟତା ନେବା ଆବଶ୍ୟକ ନଥିଲା । ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଔଷଧ ଏକ ପ୍ରକାର ସୁଡୋ ଗ୍ଲୁକୋଜ୍ ମୋଲେକଲ, ଯାହା କରୋନା ଭୂତାଣୁ ବୃଦ୍ଧିକୁ ରୋକିଥାଏ । ଏହି ଔଷଧ ଦୁନିଆର ଅଳ୍ପ କିଛି ଔଷଧ ମଧ୍ୟରୁ ଗୋଟିଏ ହୋଇପାରିଛି । ଯାହାକି କୋଭିଡକୁ ରୋକିବା ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ।

ଔଷଧର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ
ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) DRDO ଦ୍ୱାରା ବିକଶିତ ହୋଇଥିବା ଆଣ୍ଟି-କୋଭିଡ୍ ଔଷଧର ଜରୁରୀକାଳୀନ ବ୍ୟବହାରକୁ ୮ ମଇରେ ଅନୁମୋଦନ କରିଛି । ପାଟି ଦ୍ୱାରା ନିଆଯାଇଥିବା ଏହି ଔଷଧକୁ କରୋନା ଭୁତାଣୁର ମଧ୍ୟମରୁ ଗୁରୁତର ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସାରେ ଏକ ସହାୟକ ପଦ୍ଧତି ଭାବରେ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି । ୨-ଡିଜି ଔଷଧ ପାଉଡର ଆକାରରେ ଏକ ପ୍ୟାକେଟରେ ଆସେ ଓ ଏହାକୁ ପାଣିରେ ଗୋଳାଇ ପିଇବାକୁ ପଡିବ ।
Published by: Jagdish Barik
First published: May 17, 2021, 11:32 AM IST