କରୋନା ଟିକାର ୨ଟି ଡୋଜ୍ ନେବା ପରେ ବି କାହିଁକି ମୃତ୍ୟୁ ହେଉଛି? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞମାନେ

Causes of Death after 2 Doses of Corona Vaccine | କରୋନା ଟିକାର ଉଭୟ ଡୋଜ୍ ନେବା ପରେ ସଂକ୍ରମିତ ହେଉଥିବା ଲୋକଙ୍କର ମୃତ୍ୟୁ ହେଉ ନାହିଁ ବୋଲି ଦୃଢ଼ ଭାବେ କୁହାଯାଇପାରିବ ନାହିଁ । ଏହାର କାରଣ ବିଷୟରେ ବିଶେଷଜ୍ଞମାନେ କେତେକ ଜରୁରୀ କଥା କହିଛନ୍ତି ।

Causes of Death after 2 Doses of Corona Vaccine | କରୋନା ଟିକାର ଉଭୟ ଡୋଜ୍ ନେବା ପରେ ସଂକ୍ରମିତ ହେଉଥିବା ଲୋକଙ୍କର ମୃତ୍ୟୁ ହେଉ ନାହିଁ ବୋଲି ଦୃଢ଼ ଭାବେ କୁହାଯାଇପାରିବ ନାହିଁ । ଏହାର କାରଣ ବିଷୟରେ ବିଶେଷଜ୍ଞମାନେ କେତେକ ଜରୁରୀ କଥା କହିଛନ୍ତି ।

Causes of Death after 2 Doses of Corona Vaccine | କରୋନା ଟିକାର ଉଭୟ ଡୋଜ୍ ନେବା ପରେ ସଂକ୍ରମିତ ହେଉଥିବା ଲୋକଙ୍କର ମୃତ୍ୟୁ ହେଉ ନାହିଁ ବୋଲି ଦୃଢ଼ ଭାବେ କୁହାଯାଇପାରିବ ନାହିଁ । ଏହାର କାରଣ ବିଷୟରେ ବିଶେଷଜ୍ଞମାନେ କେତେକ ଜରୁରୀ କଥା କହିଛନ୍ତି ।

  • Share this:
News18 Odia Digital

ନୂଆ ଦିଲ୍ଲୀ: କରୋନା ଟିକାର (Coronavirus vaccine) ଦୁଇଟି ଯାକ ଡୋଜ ନେବା ପରେ ବି ଲୋକେ ଏହି ମହାମାରୀର ଶିକାର ହେଉଛନ୍ତି ଓ ସବୁଠାରୁ ଚିନ୍ତାଜନକ ବିଷୟ ଏହା ଯେ ଏଥିରେ କିଛି ଲୋକଙ୍କର ମୃତ୍ୟୁ ମଧ୍ୟ ହେଉଛି । ଟିକାର ଦୁଇଟି ଡୋଜ୍ ଟିକା ନେବା ପରେ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ମଧ୍ୟରେ ସର୍ବାଧିକ ଅଛନ୍ତି ଡାକ୍ତରମାନେ । ଏହାର ସବୁଠାରୁ ବଡ ଉଦାହରଣ ହେଉଛନ୍ତି ପଦ୍ମଶ୍ରୀ ଡାକ୍ତର କେ.କେ. ଅଗ୍ରୱାଲ (Dr KK Agrawal) । ଡାକ୍ତର କେ.କେ. ଅଗ୍ରୱାଲ ଦେଶର ଜଣେ ଜଣାଶୁଣା ଡାକ୍ତର ଥିଲେ ଓ ସେ କୋଭିଡ ଟିକାର ଉଭୟ ଡୋଜ୍‌ (both doses of vaccine) ମଧ୍ୟ ନେଇଥିଲେ ।

କରୋନା ଟିକାର ଉଦ୍ଦେଶ୍ୟ ହେଉଛି କରୋନା ସଂକ୍ରମଣକୁ ରୋକିବା, କିନ୍ତୁ ଡଃ ଅଗ୍ରୱାଲଙ୍କ ମାମଲା ଅନେକ ଲୋକଙ୍କୁ ଚିନ୍ତାରେ ପକାଇଛି । ଏହି ବରିଷ୍ଠ ଡାକ୍ତର ଟିକାର ଦୁଇଟି ଡୋଜ୍‌ ନେବା ପରେ ବି ସଂକ୍ରମିତ ହେଲେ ଓ ତାଙ୍କର ମୃତ୍ୟୁ ହୋଇଗଲା । ବାସ୍ତବରେ ଏମିତି ବହୁ ସଂଖ୍ୟକ ଲୋକ ଅଛନ୍ତି ଯେଉଁମାନେ ଟିକାକରଣ ପରେ ବି କରୋନା ପଜିଟିଭ୍ ହୋଇଛନ୍ତି । କିନ୍ତୁ ଏହା ମଧ୍ୟ ସତ୍ୟ ଯେ ଏମିତି ଲୋକଙ୍କ ମଧ୍ୟରେ କୋଭିଡର ଲକ୍ଷଣ ବହୁତ କମ୍‌ ଦେଖାଯାଇଛି ବା ପ୍ରାୟ ଦେଖାଯାଇ ନାହିଁ ।

ଏହା ବି ପଢ଼ନ୍ତୁ ଓ ତାଙ୍କ ଗୀତ ଶୁଣନ୍ତୁ | ‘ଜୀବନରେ ଯେବେ ମୋ’ର ଆସିବ ସନ୍ଧ୍ୟା…’: ଭୁଲି ହେବନି ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କୁ

କେତେକ କ୍ଷେତ୍ରରେ କରୋନା ଟିକାକରଣ ପରେ ମୃତ୍ୟୁ ହେଉଥିବା ଦେଖାଯାଇଛି, ମାତ୍ର ଏ ପର୍ଯ୍ୟନ୍ତ ଏମିତି ଘଟଣା ବହୁତ କମ୍ ଘଟିଛି । କିନ୍ତୁ ଏଥିରୁ କରୋନା ଟିକାର ଉଭୟ ଡୋଜ୍‌ ନେବା ପରେ ମୃତ୍ୟୁ ହେଉ ନାହିଁ ବୋଲି ଦୃଢ଼ ଦାବି କରି କୁହାଯାଇପାରିବ ନାହିଁ । ଏହା ଉପରେ ବିଶେଷଜ୍ଞମାନଙ୍କ କହିବା କଥା ଯେ ଟିକାକରଣ ପରେ ମୃତ୍ୟୁ ବରଣ କରୁଥିବା ଲୋକମାନଙ୍କ ଶରୀରରେ ଆଣ୍ଟିବଡି ତିଆରି ହୋଇ ନ ଥାଏ ବା ବହୁତ କମ୍‌ ତିଆରି ହୋଇଥାଏ । ବିଶେଷଜ୍ଞମାନେ ଏହା ବି କହୁଛନ୍ତି ଯେ ଟିକାର ଉଭୟ ଡୋଜ୍‌ ନେବା ପରେ ବି ସଂକ୍ରମିତ ହୋଇ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ମଧ୍ୟରେ ପୂର୍ବରୁ କେତେକ ରୋଗ ଥାଏ ଓ ସେହିମାନଙ୍କ ମୃତ୍ୟୁ ହେଉଥିବା ଦେଖାଯାଉଛି ଯେଉଁମାନଙ୍କ ଶରୀରରେ ଭାଇରାଲ୍‌ ଲୋଡ୍‌ ଅଧିକ ହୋଇଯାଇଥାଏ ।

ଏହା ବି ପଢ଼ନ୍ତୁ | Ambulance Charge: ରାଜ୍ୟରେ ରୋଗୀ ପରିବହନ ପାଇଁ ଆମ୍ବୁଲାନ୍ସ ଭଡ଼ା ଧାର୍ଯ୍ୟ ହେବା ପରେ ଲୋକଙ୍କୁ ଆଉ ଅସୁବିଧା ହେବନି

କୋଭିଶିଲ୍ଡ ଟିକା ୮୦ ପ୍ରତିଶତ ପ୍ରଭାବଶାଳୀ ଓ କୋଭାକ୍ସିନ୍ ଟିକା ୯୦ ପ୍ରତିଶତ ପ୍ରଭାବଶାଳୀ ବୋଲି ଦାବି କରାଯାଇଛି ।


‘‘ଦେଶରେ ଏ ପର୍ଯ୍ୟନ୍ତ ପାଖାପାଖି ୧୩ କୋଟି ଲୋକ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି ଓ ପ୍ରାୟ ୩.୭୫ କୋଟି ଲୋକ ଟିକାର ଦୁଇଟି ଡୋଜ୍‌ ନେଇଛନ୍ତି । ମହାମାରୀର ଏହି ଦ୍ୱିତୀୟ ଲହରରେ କରୋନାର ନୂଆ ଷ୍ଟ୍ରେନ୍ ଅନେକ ଲୋକଙ୍କୁ ସଂକ୍ରମିତ କରିଛି । ଲୋକେ ଭାବିଥିଲେ ଯେ ଏହି ଟିକା ସେମାନଙ୍କୁ ସଂକ୍ରମଣରୁ ସୁରକ୍ଷା ଦେବ, କିନ୍ତୁ କୌଣସି ଟିକା ଶତପ୍ରତିଶତ ପ୍ରଭାବଶାଳୀ ନୁହେଁ,’’ କହିଛନ୍ତି ଦିଲ୍ଲୀର ଆପୋଲୋ ହସ୍ପିଟାଲର ସିନିୟର ଇଣ୍ଟରଭେନସନାଲ କାର୍ଡିଓଲୋଜିଷ୍ଟ ପ୍ରଫେସର୍‌ ଡକ୍ଟର ବିବେକ ଗୁପ୍ତା ।

ଏହା ବି ପଢ଼ନ୍ତୁ | ଗଞ୍ଜାମରେ HIV COVID ପଜିଟିଭ୍ ମହିଳା ଜନ୍ମ ଦେଲେ ଶିଶୁ କନ୍ୟା; ସେ କିନ୍ତୁ COVID ନେଗେଟିଭ୍

ସେ କହିଛନ୍ତି ଯେ କୋଭିଶିଲ୍ଡ ଟିକା (Covishield) ୮୦ ପ୍ରତିଶତ ପ୍ରଭାବଶାଳୀ ଓ କୋଭାକ୍ସିନ୍‌ ଟିକା (Covaxin) ୯୦ ପ୍ରତିଶତ ପ୍ରଭାବଶାଳୀ ବୋଲି ଦାବି କରାଯାଇଛି, ହେଲେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରରେ ଭାଇରସ୍‌ ପୂର୍ବ ଠାରୁ ଅଧିକ ବିପଜ୍ଜନକ ରୂପରେ ସାମନାକୁ ଆସିଛି । ’’ଏବେ ଏହି ଭାଇରସ୍‌ ଜଣେ ରୋଗୀଠାରୁ ଅନ୍ୟ ଜଣକୁ ସଂକ୍ରମଣ କରିବାରେ ପୂର୍ବ ଅପେକ୍ଷା ଅନେକ ଗୁଣ ଅଧିକ କ୍ଷମତା ରଖୁଛି । କେବଳ ଏତିକି ନୁହେଁ, ଏଥିରେ ରୋଗୀମାନେ ନିମୋନିଆରେ ଆକ୍ରାନ୍ତ ହେଉଛନ୍ତି ଓ ସେମାନଙ୍କୁ ଅମ୍ଳଜାନର ଆବଶ୍ୟକତା ପଡ଼ୁଛି,’’ କହିଛନ୍ତି ଡଃ ଗୁପ୍ତା ।

ଏହା ବି ପଢ଼ନ୍ତୁ | ଏଣିକି ମର୍ଣ୍ଣିଂ ୱାକ୍ କରିବା ସାଇକେଲ୍ ଚଳେଇବା ମନା; କଟକ ଭୁବନେଶ୍ୱରରେ ଲାଗିଲା କଟକଣା

ସେ ଆହୁରି କହିଛନ୍ତି ଯେ ଟିକାର ଦୁଇଟି ଡୋଜ୍‌ ନେବା ପରେ ଗୋଟିଏ ମାସ ବିତିଯିବା ପରେ ବି କରୋନା ଭାଇରସ୍‌ ଲୋକଙ୍କୁ ନିଜ ଶିକାର ବନାଉଥିବା ଦେଖାଯାଉଛି । ଟିକାର ଉଭୟ ଡୋଜ୍‌ ନେଇଥିବା ଲୋକଙ୍କୁ ସଂକ୍ରମଣ ହେଲେ ତାହା କମ୍ ହେବ ଓ ସେ ଶୀଘ୍ର Yଲ ହୋଇଯିବେ ବୋଲି ସମସ୍ତେ ଭାବୁଥିଲେ । କିନ୍ତୁ ଏବେ ଦେଖାଯାଉଛି ଯେ ଟିକାର ଦୁଇଟି ଡୋଜ୍‌ ନେବା ପରେ ବି କେତେକ ଲୋକ ସଂକ୍ରମିତ ହୋଇ ମରୁଛନ୍ତି ଓ ସେମାନଙ୍କ ମଧ୍ୟରେ ଅନେକ ଡାକ୍ତର ଅଛନ୍ତି ।

ଏହା ବି ପଢ଼ନ୍ତୁ | କରୋନାରେ FCI କର୍ମଚାରୀଙ୍କ ପ୍ରାଣ ଗଲା; ଟିକାକରଣରେ ପ୍ରାଥମିକତା ମିଳୁ ଥିବାରୁ କ୍ଷୋଭ ବଢୁଛି

‘‘ଏମିତି ହେବାର କାରଣ ଏହା ହୋଇପାରେ ଯେ ସେହି ଲୋକମାନଙ୍କ ଶରୀରରେ ଟିକା ନେବା ପରେ ଆଣ୍ଟିବଡି ତିଆରି ହୋଇ ନ ଥିଲା । ଟିକାର ଦୁଇ ଡୋଜ ନେବା ପରେ ମଧ୍ୟ ୭୦ରୁ ୮୦ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ତିଆରି ହେବ । ଅବଶିଷ୍ଟ ୨୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ତିଆରି ହେବ ନାହିଁ,’’ କହିଛନ୍ତି ଡଃ ଗୁପ୍ତା ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଶୀଘ୍ର ତିଆରି ହେବ ୬ଟି ଅମ୍ଳଜାନ କାରଖାନା ୧୬ଟି ଜିଲ୍ଲାରେ RTPCR ପରୀକ୍ଷା କେନ୍ଦ୍ର

ଡାକ୍ତରମାନେ କହିଛନ୍ତି ଯେ ଯଦି କୌଣସି କରୋନା ସଂକ୍ରମିତ ରୋଗୀଙ୍କର ପୂର୍ବରୁ ମଧୁମେହ, ରକ୍ତ ଚାପ, ହୃଦୟ ବା କିଡନୀର ରୋଗ ଆଦି ଥାଏ, ତେବେ ତାଙ୍କୁ କରୋନା ସଂକ୍ରମଣ ପରେ ବଞ୍ଚାଇବା ବହୁତ କଷ୍ଟକର। ତା’ ଛଡ଼ା ଟିକିଏ ବିଳମ୍ବରେ କରୋନାର ଚିକିତ୍ସା ଆରମ୍ଭ କରିଥିବା ରୋଗୀଙ୍କ ପାଇଁ ବିପଦ ବଢ଼ିଯାଇଥାଏ ।



ଠିକ୍ ସମୟରେ କରୋନା ଚିକିତ୍ସା ଆରମ୍ଭ ହେଲେ ରୋଗୀମାନେ ଆରୋଗ୍ୟ ହେବାର ଅଧିକ ସମ୍ଭାବନା ଥାଏ । ଯଦି ଚିକିତ୍ସା ବିଳମ୍ବରେ ଆରମ୍ଭ ହୁଏ ତେବେ କରୋନା ରୋଗୀଙ୍କୁ ନିମୋନିଆ ଆକ୍ରାନ୍ତ କରେ ଓ ତାଙ୍କ ଅବସ୍ଥା ସାଙ୍ଘାତିକ ହୋଇଯାଏ ।
Published by:Anand S.T. Das
First published: