ରାଜ୍ୟରେ ପ୍ରଥମ: ବ୍ରହ୍ମପୁରରେ ଘରକୁ ଘର ବୁଲି ବୟସ୍କ ଓ ଭିନ୍ନକ୍ଷମଙ୍କ ଟିକାକରଣ ଆରମ୍ଭ ହେଲା

ଦୁଇ ଦିନ ତଳେ ଘରକୁ ଘର ବୁଲି ବୟସ୍କ ଓ ଭିନ୍ନକ୍ଷମ ଲୋକଙ୍କ ସ୍ବାବ୍ ସଂଗ୍ରହ କରିବା ପାଇଁ ଏକ ଗାଡ଼ିର ଶୁଭାରମ୍ଭ କରାଯାଇଥିଲା । ଏବେ ଆରମ୍ଭ ହୋଇଥିବା ଘରକୁ ଘର ବୁଲି ଟିକାକରଣ ପ୍ରକ୍ରିୟାକୁ ଲୋକେ ସ୍ୱାଗତ କରିଛନ୍ତି ।

ରାଜ୍ୟରେ ପ୍ରଥମ: ବ୍ରହ୍ମପୁରରେ ଘରକୁ ଘର ବୁଲି ବୟସ୍କ ଓ ଭିନ୍ନକ୍ଷମଙ୍କ ଟିକାକରଣ ଆରମ୍ଭ ହେଲା
ଘରକୁ ଘର ବୁଲି ଟିକାକରଣ ସୁବିଧାର ଶୁଭାରମ୍ଭ କରୁଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ରାଜ୍ୟରେ ପ୍ରଥମ ଥର ପାଇଁ ବ୍ରହ୍ମପୁରରେ ଆରମ୍ଭ ହୋଇଛି ଘରକୁ ଘର ବୁଲି ଟିକାକରଣ । ସହରରେ ୭୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଓ ଭିନ୍ନକ୍ଷମ ଲୋକଙ୍କ ପାଇଁ ଏହି ସୁବିଧା ଉପଲବ୍ଧ କରାଇଛି ବ୍ରହ୍ମପୁର ମହାନଗର ନିଗମ (ବି.ଏମ୍‌.ସି.) ।

ଟିକାକରଣ ପାଇଁ ଜାରି କରାଯାଇଥିବା ଫୋନ୍‌ ନମ୍ବରରେ କଲ୍‌ କରି ପଞ୍ଜୀକରଣ କରିଥିବା ଲୋକଙ୍କ ଘରେ ଟିକାକରଣ ଗାଡ଼ି ପହଞ୍ଚି ଟିକା ଦେଉଛି । ବି.ଏମ୍‌.ସି. କାର୍ଯ୍ୟାଳୟରେ ସୋମବାର ଦିନ ଏହି ଟିକାକରଣ ଗାଡ଼ିର ଶୁଭାରମ୍ଭ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ । ଏହି ଗାଡ଼ି ଦ୍ବାରା ବିଶେଷ କରି ବୟସ୍କ ଓ ଭିନ୍ନକ୍ଷମମାନେ ଉପକୃତ ହୋଇପାରିବେ । ପୂର୍ବରୁ ଭିନ୍ନକ୍ଷମ ଓ ବୟସ୍କ ବ୍ୟକ୍ତିମାନେ ଟିକାକରଣ କେନ୍ଦ୍ରକୁ ଯାଇ ଭିଡ଼ରେ ଘଣ୍ଟା ଘଣ୍ଟା ଧରି ଠିଆ ହେବା ପରେ ଟିକା ନେଉଥିଲେ । ଏବେ ଆଉ ସେ ସମସ୍ୟା ହେବ ନାହିଁ । ବି.ଏମ୍‌.ସି.ର ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି ସହରବାସୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କରୋନା ୱାର୍ଡ଼ରେ ଫିଲ୍ମ ଗୀତ ଶୁଣୁଥିବା ଭାଇରାଲ୍‌ VIDEO ସେହି ଯୁବତୀଙ୍କ ମୃତ୍ୟୁ ହେଲା; ସୋନୁ ସୁଦ୍ ଦୁଃଖିତ

‘‘ଘରକୁ ଘର ବୁଲି ଲୋକଙ୍କୁ ଟିକା ଦେବା ବ୍ୟବସ୍ଥା ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ କରିଛି ବି.ଏମ୍‌.ସି. । ଲୋକେ ଫୋନ୍‌ ନମ୍ବର ଦ୍ବାରା ଯୋଗାଯୋଗ କରି ନିଜର ନାମ ଓ ଠିକଣା ଦେଇ ସ୍ଳଟ୍‌ ବୁକିଂ କରିପାରିବେ । ସ୍ଳଟ୍‌ ବୁକିଂ ସ୍ବୀକୃତ ହେବା ପରେ ବି.ଏମ୍‌.ସି. ପକ୍ଷରୁ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଟିକା ଦିଆଯିବା ନେଇ ପୂର୍ବରୁ ସୂଚିତ କରାଯିବ । ଦିଆଯାଇଥିବା ସୂଚନା ମୁତାବକ ଭ୍ୟାକ୍ସିନେଟରମାନେ ଯାଇ ପହଞ୍ଚିବେ ଓ ଲୋକଙ୍କୁ ଟିକା ଦେବେ । ବୟସ୍କ ଓ ଭିନ୍ନକ୍ଷମ ଲୋକେ ଏହି ସୁବିଧାର ଲାଭ ଉଠାଇବାକୁ ମୁଁ ଅନୁରୋଧ କରୁଛି,’’ କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

ଏହା ବି ପଢ଼ନ୍ତୁ | ସନ୍ନି ଲିଓନି ୪୦ ବର୍ଷର ହେଲେ; ନର୍ସ ହେବାକୁ ଚାହୁଁଥିଲେ, ହେଲେ ଆଡଲ୍ଟ ଫିଲ୍ମରେ କାମ କରିବାକୁ ପଡ଼ିଥିଲା

ପ୍ରଥମ ଦିନରେ ୧୦୦ ଜଣ ଲୋକଙ୍କ ଘରକୁ ଯାଇ ଟିକାକରଣ କରିବା ଲକ୍ଷ୍ୟ ରଖାଯାଇଥିଲା ।


ଏହା ବି ପଢ଼ନ୍ତୁ | ଆସିଲା କରୋନା ପଛରେ ଥିବା ସାଙ୍ଘାତିକ ସତ୍ୟ: ଚୀନ୍ ଏହାକୁ ଜୈବିକ ଅସ୍ତ୍ର ଭାବେ ପରୀକ୍ଷା କରୁଥିଲା!

ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା କହିଛନ୍ତି, ‘‘ବର୍ତ୍ତମାନ ସମୟରେ ବ୍ରହ୍ମପୁର ସହରରେ କରୋନା ସଂକ୍ରମଣ ବୃଦ୍ଧି ହେଉଥିବା ବେଳେ ବୟସ୍କ ଓ ଭିନ୍ନକ୍ଷମ ଲୋକଙ୍କ ଘରେ ପହଞ୍ଚି ଟିକା ଦେବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ମହାମାରୀ ସମୟରେ ଲୋକଙ୍କ ଘର ନିକଟରେ ଟିକାକରଣର ବ୍ୟବସ୍ଥା ରାଜ୍ୟରେ ପ୍ରଥମ ଥର ପାଇଁ ସହରରେ ହୋଇଥିବାରୁ ମୁଁ ମୁଖ୍ୟ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ପୂର୍ବରୁ ଘରକୁ ଘର ବୁଲି ସ୍ବାବ୍‌ ସଂଗ୍ରହ ମଧ୍ୟ ହେଉଛି ।’’

ଏହା ବି ପଢ଼ନ୍ତୁ |ସାର୍, ମୁଁ ମୋଝିଅର ମୁଣ୍ଡ କାଟି ତାକୁ ମାରିଦେଇଛି’: କଟା ମୁଣ୍ଡ ଧରି ପୋଲିସକୁ କହିଲା ବାପା

‘‘ଦୁଇ ଦିନ ତଳେ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଘରକୁ ଘର ବୁଲି ବୟସ୍କ ଓ ଭିନ୍ନକ୍ଷମ ଲୋକଙ୍କ ସ୍ବାବ୍‌ ସଂଗ୍ରହ ପାଇଁ ଏକ ଗାଡ଼ିର ଶୁଭାରମ୍ଭ କରାଯାଇଥିଲା । ସେହି ଗାଡ଼ି ଲୋକଙ୍କ ନିକଟକୁ ଯାଇ ସ୍ବାବ୍‌ ସଂଗ୍ରହ କରୁଛି । ଏବେ ବୟସ୍କ ଓ ଭିନ୍ନକ୍ଷମମାନଙ୍କ ପାଇଁ ଘରକୁ ଘର ବୁଲି ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ବି.ଏମ୍‌.ସି.ର ଏହି ପଦକ୍ଷେପକୁ ଆମେ ସ୍ବାଗତ କରୁଛୁ,’’ କହିଛନ୍ତି ବ୍ରହ୍ମପୁର ବାସିନ୍ଦା ସରୀତା ପଣ୍ଡା ।



ପ୍ରଥମ ଦିନରେ ୧୦୦ ଜଣ ଲୋକଙ୍କ ଘରକୁ ଯାଇ ଟିକାକରଣ କରିବା ଲକ୍ଷ୍ୟ ରଖାଯାଇଥିଲା । ଯଦି କମ୍‌ ସମୟ ମଧ୍ୟରେ ଏହା ଶେଷ ହେଉଛି ତେବେ ଟିକାକରଣ ସଂଖ୍ୟା ବଢ଼ାଇବା ସହିତ ଏଥି ପାଇଁ ଅଧିକ ଗାଡ଼ିର ବ୍ୟବସ୍ଥା କରି ଟିକାକରଣକୁ ବ୍ୟାପକ କରିବା ପାଇଁ ଲକ୍ଷ୍ୟ ରଖିଛି ବି.ଏମ୍‌.ସି. ।
Published by: Anand ST Das
First published: May 17, 2021, 11:43 PM IST