କରୋନା ମୁକାବିଲା ପାଇଁ କମ୍ପାନୀମାନଙ୍କ ରାଜ୍ୟ ସରକାରଙ୍କୁ ଦାନ ବି CSR ଭାବେ ଗଣା ଯିବ

ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ମାର୍ଗ ମାଧ୍ୟମରେ କୋଭିଡ୍-୧୯ ପାଇଁ କୌଣସି ରାଜ୍ୟ ସରକାରଙ୍କୁ CSR ଅବଦାନ ଦେବାରେ କୌଣସି କମ୍ପାନୀ ପାଇଁ ଅସୁବିଧା ନାହିଁ ବୋଲି ଆଇନ୍ ବିଷେଷଜ୍ଞମାନେ ସ୍ପଷ୍ଟ କରିଛନ୍ତି ।

କରୋନା ମୁକାବିଲା ପାଇଁ କମ୍ପାନୀମାନଙ୍କ ରାଜ୍ୟ ସରକାରଙ୍କୁ ଦାନ ବି CSR ଭାବେ ଗଣା ଯିବ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: April 12, 2020, 10:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ ସି.ଏସ୍.ଆର୍. (CSR) ପାଇଁ ଯୋଗ୍ୟ ନୁହେଁ ବୋଲି କହି ଆରମ୍ଭ ହୋଇଥିବା ବିବାଦର କାରଣ ଆଇନ ଓ ଏହା ସମ୍ପର୍କରେ ଥିବା ତଥ୍ୟ ବିଷୟରେ ଅସମ୍ପୂର୍ଣ୍ଣ ଜ୍ଞାନ ବୋଲି କହିଛନ୍ତି ବିଶେଷଜ୍ଞମାନେ ।

କମ୍ପାନୀ ବିଲ୍, ୨୦୧୨ ସଂସଦ ଦ୍ୱାରା ଜୁଲାଇ ୮, ୨୦୧୩ ରେ ଗୃହୀତ ହୋଇଥିଲା ଓ ଜୁଲାଇ ୨୯, ୨୦୧୩ରେ ରାଷ୍ଟ୍ରପତିଙ୍କ ସମ୍ମତି ପାଇଥିଲା ଓ କମ୍ପାନୀ ଅଧିନିୟମ ୨୦୧୩ରେ ପରିଣତ ହୋଇଇଥିଲା ।

ସି.ଏସ୍‌.ଆର୍‌. ବିଷୟରେ କହୁଥିବା ଏହି ଆଇନର ଅନୁସୂଚୀ VII ସମେତ ଧାରା ୧୩୫ ଏକ ସରକାରୀ ବିଜ୍ଞପ୍ତି ଅନୁସାରେ ଫେବୃଆରୀ ୨୭, ୨୦୧୪ ତାରିଖରୁ କାର୍ଯ୍ୟକାରୀ ହୋଇଥିଲା । ଫେବୃଆରୀ ୨୭, ୨୦୧୪ରେ କେନ୍ଦ୍ର ସରକାର CSR ଅବଦାନ ଗ୍ରହଣ କରିବାକୁ ଯୋଗ୍ୟ ପାଣ୍ଠି ସମ୍ବନ୍ଧିତ ଅନୁସୂଚୀ VIIକୁ ସଂଶୋଧନ କରିଥିଲେ।

ସଂଶୋଧିତ ଅନୁସୂଚୀ VII ଅନୁଯାୟୀ 'ଯୋଗ୍ୟ ପାଣ୍ଠି' ମଧ୍ୟରେ କେବଳ ପ୍ରଧାନ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି (PMRF) ଓ ଏଥିରେ ଉଲ୍ଲେଖ କରାଯାଇଥିବା ଉଦ୍ଦେଶ୍ୟ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥାପିତ ଅନ୍ୟ ଯେଣସି ପାଣ୍ଠି ଅନ୍ତର୍ଭୁକ୍ତ ଥିଲା । ସେହି ଅନୁଯାୟୀ ସଂଶୋଧିତ କାର୍ଯ୍ୟସୂଚୀ VII ରେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ପାଣ୍ଠିକୁ ବାଦ ଦିଆଯାଇଥିଲା ।

ଅନ୍ୟ ଅର୍ଥରେ, ଯେତେବେଳେ ଏପ୍ରିଲ୍ ୧, ୨୦୧୪ରେ ପ୍ରଥମ ଥର ପାଇଁ ଅନୁସୂଚୀ VII କାର୍ଯ୍ୟକାରୀ ହେଲା, ସେତେବେଳେ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ସମେତ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ପାଣ୍ଠି ଏହା ଭ୍ତରେ ଅନ୍ତର୍ଭୂକ୍ତ କରାଯାଇ ନ ଥିଲା । ସେହି କାରଣରୁ ଅଧିକାଂଶ କଂଗ୍ରେସ ମୁଖ୍ୟ ମନ୍ତ୍ରୀ ଉଠାଇଥିବା ପ୍ରସଙ୍ଗ ବାସ୍ତବରେ ୟୁପିଏ ସରକାରଙ୍କ ଦ୍ୱାରା ତିଆରି ହୋଇଥିବା ଏକ ଆଇନର ଫଳ ।

କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ମାର୍ଚ୍ଚ ୨୩, ୨୦୨୦ରେ ଏକ ସାଧାରଣ ସର୍କୁଲାରରେ ସଠିକ୍ ଭାବରେ ସ୍ପଷ୍ଟ କରିଛି ଯେ ଆଇଟମ୍‌ ନମ୍ବର (i) ଓ (xii) ଅଧୀନରେ ଆସୁଥିବା କୋଭିଡ୍‌-୧୯ କାର୍ଯ୍ୟକଳାପ ଯଥା ସ୍ୱାସ୍ଥ୍ୟ ସେବା ପ୍ରୋତ୍ସାହନ, ପ୍ରତିଷେଧକ ବ୍ୟବସ୍ଥା ଓ ପରିମଳ ଏବଂ ବିପର୍ଯ୍ୟୟ ପରିଚାଳନା ଆଦି CSR ଖର୍ଚ୍ଚ ଭାବରେ ଯୋଗ୍ୟ ହେବ ।

ଯଦିଓ ଏଥିରେ CMRF କିମ୍ବା ଅନ୍ୟ କୌଣସି ରାଜ୍ୟ ପାଣ୍ଠିର ଅବଦାନ ଅନ୍ତର୍ଭୂକ୍ତ ହେବ ନାହିଁ, ଏହା ସ୍ପଷ୍ଟ କରାଯାଇଛି ଯେ କୋଭିଡ୍‌-୧୯ର ମୁକାବିଲାର ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ପାଣ୍ଠିକୁ ଦାନ CSR ଖର୍ଚ୍ଚ ହିସାବରେ ପରିଗଣିତ ହେବ । ତେଣୁ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ମାର୍ଗ ମାଧ୍ୟମରେ କୋଭିଡ୍‌-୧୯ ପାଇଁ କୌଣସି ରାଜ୍ୟ ସରକାରଙ୍କୁ CSR ଅବଦାନ ଦେବାରେ କୌଣସି କମ୍ପାନୀ ପାଇଁ କୌଣସି ଅସୁବିଧା ହେବା ଉଚିତ୍ ନୁହେଁ ବୋଲି ଆଇନ୍‌ ବିଷେଷଜ୍ଞମାନେ ସ୍ପଷ୍ଟ କରିଛନ୍ତି ।
First published: April 12, 2020, 10:03 PM IST
corona virus btn
corona virus btn
Loading