News18 Odia Digital
ଭୁବନେଶ୍ୱର: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ନିଷ୍ପତ୍ତି କ୍ରମେ ସାରା ଦେଶରେ ସୋମବାର ଠାରୁ ଅନ୍ତର୍ଦେଶୀୟ ଯାତ୍ରୀବାହୀ ବିମାନ ସେବା ଆରମ୍ଭ ହୋଇଥିବା ବେଳେ ଏହି କ୍ରମରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରରୁ ଆରମ୍ଭ ହୋଇଛି ଯାତ୍ରୀ ବିମାନ ସେବା । ପ୍ରାୟ ୬୦ ଦିନ ବ୍ୟବଧାନରେ ଏହି ବିମାନ ସେବା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ୭ଟି ସହରକୁ ମୋଟ ୨୦ଟି ବିମାନ ଚଳାଚଳ ଆରମ୍ଭ ହେବାକୁ ନିଷ୍ପତ୍ତି ହୋଇଥିଲା । ତେବେ ବିଭିନ୍ନ କାରଣରୁ ପ୍ରଥମ ଦିନରେ ଅଧାରୁ ଅଧିକ ଫ୍ଲାଇଟ ବାତିଲ ହୋଇଥିବା ଦେଖିବାକୁ ମିଳିଥିଲା।
ଲମ୍ବା ସମୟ ବ୍ୟବଧାନରେ ଯାତ୍ରୀ ବିମାନ ସେବା ଆରମ୍ଭକୁ ନେଇ ଅନେକ ଯାତ୍ରୀ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା । ବିମାନ ବନ୍ଦର ନିର୍ଦେଶକ କହିଛନ୍ତି ଖୁବ ଶୀଘ୍ର ଉଡାଣ ନିୟମିତ ଓ ସ୍ୱାଭାବିକ ହେବ ।
ଲକଡାଉନ କାରଣରୁ ଗତ ମାର୍ଚ୍ଚ ମାସ ୨୫ ତାରିଖରୁ ମୋଟ ଦୁଇ ମାସ ଧରି ଯାତ୍ରୀ ବିମାନ ସେବା ବନ୍ଦ ରହିବା ପରେ ସୋମବାରଠାରୁ ସାରା ଦେଶରେ ପୁନଃଉଡାଣ ଆରମ୍ଭ କରିଛି ଯାତ୍ରୀବାହୀ ବିମାନ। ପୂର୍ଵସୂଚୀ ଅନୁସାରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରରୁ ସୋମବାର ଠାରୁ ଆରମ୍ଭ ହୋଇଥିଲା ଯାତ୍ରୀ ବିମାନ ସେବା। ସାରଣୀ ଅନୁସାରେ ପ୍ରଥମ ଦିନରେ ଦେଶର ବଡ଼ ବଡ଼ ମୋଟ ୭ଟି ସହରକୁ ଦିନ ତମାମ ୧୦ ଯୋଡା ଯାତ୍ରୀବାହୀ ବିମାନ ଉଡାଣ କରିବାକୁ ସମୟ ଧାର୍ଯ୍ୟ ହୋଇଥିଲା। ଉଡାଣ କରିବାକୁ ଥିବା ସହର ଭିତରେ ଥିଲା ହାଇଦ୍ରାବାଦ, କୋଲକାତା, ମୁମ୍ବାଇ , ଚେନ୍ନାଇ, ବେଙ୍ଗାଳୁରୁ, ଝାରସୁଗୁଡା ଓ ନୂଆଦିଲ୍ଲୀ ।

ସବୁ ଯାତ୍ରୀଙ୍କ ଶରୀରର ତାପ ମାତ୍ରା ମପାଯାଉଥିଲା ବିମାନ ବନ୍ଦରରେ ।
ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ( ଏ.ଏ. ଆଇ.) ପକ୍ଷରୁ ଧାର୍ଯ୍ୟ ବିମାନ ଉଡାଣ ଦାରଣୀ ଅନୁସାରେ, ସୋମବାର ପୂର୍ବାହ୍ନ ୮ଟା ୧୦ରେ ହାଇଦ୍ରାବାଦରୁ ପ୍ରଥମ ଇଣ୍ଡିଗୋ ବିମାନ ପହଞ୍ଚିବା ପରେ ଏହା ସକାଳ ୮ ଟା ୪୦ରେ ହାଇଦ୍ରାବାଦ ଛାଡ଼ିଥାନ୍ତା। ପରେ ପରେ ଝାରସୁଗୁଡା ଅଭିମୁଖେ ଦ୍ୱିତୀୟ ବିମାନ ଉଡିବାକୁ ଥିଲା। ହେଲେ ଅନିବାର୍ଯ୍ୟ କାରଣବଶତଃ ଏହି ଦୁଇ ସହରକୁ ପ୍ରଥମ ଦିନରେ ଉଡିପାରିନଥିଲା ବିମାନ। ତେବେ ସକାଳ ୯ଟା ୧୦ରେ ପ୍ରଥମ ବିମାନ ଭାବେ ବିମାନ ବନ୍ଦରରେ ଅବତରଣ କରିଥିଲା ଭିସ୍ତାର ବିମାନ UK 785 । ଏଥିରେ ଆସିଥିଲେ ୭୦ ଜଣ ଯାତ୍ରୀ। ସମାନ ବିମାନ UK 786 ନାଁ ରେ ପୂର୍ବାହ୍ନ ୯ଟା ୪୫ରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା । ମୋଟ ୬୦ଜଣ ଯାତ୍ରୀଙ୍କୁ ନେଇ ଫେରିଥିଲା ଏହି ବିମାନ। ତେବେ କିଛି ବିମନ ବାତିଲ ଖବର ଯାତ୍ରୀଙ୍କୁ ଜଣାଇ ଦିଆଯାଇନଥିରୁ କିଛି ଯାତ୍ରୀ ଅସନ୍ତୋଷ ଥିବା ଦେଖାଯାଇଥିଲା।
ଦୀର୍ଘ ଦୁଇ ମାସ ବ୍ୟବଧାନରେ ଏହି ବିମାନ ସେବା ଆରମ୍ଭ ହୋଇଥିବାରୁ ଯାତ୍ରୀମାନେ ଥିଲେ ବେଶ ଉତ୍ସାହିତ ଥିଲେ। ଉଭୟ ଯିବା ଓ ଆସିବା ଯାତ୍ରୀଙ୍କ ଭିତରେ ଉତ୍ସାହ ବାରିହୋଇ ପଡୁଥିବା ଦେଖିବାକୁ ମିଳିଥିଲା । " ପ୍ରାୟ ଅଢେ଼ଇ ମାସ ପରେ ମୁଁ ମୋ ମାଟିକୁ ଫେରିଛି। ଲକ୍ ଡାଉନ କାରଣରୁ ଫେରିପାରିନଥିଲି। ସପରିବାର ଦିଲ୍ଲୀରେ ଅଟକି ରହିବାକୁ ବାଧ୍ୟ ହେଉଥିଲୁ। ଏବେ ମତେ ଖୁବ ଖୁସି ଲାଗୁଛି । ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଜ୍ୟ ସରକାରଙ୍କୁ ଅନେକ ଧନ୍ୟବାଦ" ବୋଲି ଓଡ଼ିଶା ଫେରିବା ପରେ କହିଛନ୍ତି ସାଂସଦ ଅନୁଭବ ମହାନ୍ତି। ସପରିବାର ଓଡ଼ିଶା ଫେରିଥିଲେ ଅନୁଭବ। ସେହିଭଳି ଭିସ୍ତାରା ବିମାନରେ ଓଡ଼ିଶା ଫେରିବା ପରେ ବିଶ୍ୱରଂଜନ ସାହୁ କହିଛନ୍ତି " ବିମାନରେ ଚଢିବା ପୂର୍ବରୁ କରୋନା ସଂକ୍ରମଣକୁ ନେଇ ଭୟ ଲାଗୁଥିଲା। କିନ୍ତୁ ବିମାନ ଭିତରେ ଓ ଟର୍ମିନାଲ ଭିତରେ ଖୁବ ସୁନ୍ଦର ବ୍ୟବସ୍ଥା ହୋଇଛି। ସବୁ ବ୍ୟବସ୍ଥିତ। ଘରକୁ ବହୁ ଦିନ ପରେ ଫେରିଥିବାରୁ ଭଲ ଲାଗୁଛି। "
ତେବେ ବିଭିନ୍ନ କାରଣରୁ ପ୍ରଥମ ଦିନରେ ଅଧାରୁ ଅଧିକ ଫ୍ଲାଇଟ ବାତିଲ ହୋଇଥିବା ଦେଖିବାକୁ ମିଳିଥିଲା। କେବଳ ଭୁବନେଶ୍ୱର-ନୂଆଦିଲ୍ଲୀ ଓ ଭୁବନେଶ୍ୱର-ବେଙ୍ଗାଳୁରୁ ଭିତରେ ୫ଟି ବିମାନକୁ ଛାଡ଼ିଦେବା ପରେ ଅନ୍ୟ ସବୁ ଫ୍ଲାଇଟ ବାତିଲ ହୋଇଥିବା ଦେଖିବାକୁ ମିଳିଥିଲା। ବିମାନ ବନ୍ଦର ନିର୍ଦେଶକ ଭି ଭି ରାଓ କହିଛନ୍ତି " ଭିନ୍ନ ଭିନ୍ନ କାରଣରୁ ବିଭିନ୍ନ ସହରକୁ ଉଡିପାରିନାହିଁ ବିମାନ। ତେବେ ଖୁବଶୀଘ୍ର ସ୍ଥିତି ସ୍ୱାଭାବିକ ହେବ। "
ବିମାନ ଉଡାଣ ପୂର୍ବରୁ ବେସାମରିକ ବିମାନ ଚଳାଚଳ ବିଭାଗର ନିର୍ଦ୍ଦେଶକ୍ରମେ ବିମାନ ବନ୍ଦର ଭିତରେ କରୋନା ନୀତିନିୟମକୁ କଡାକଡି କରାଯାଇଥିବା ଦେଖିବାକୁ ମିଳିଥିଲା। ବନ୍ଦରକୁ ଚେକ ଇନ ସମୟରେ ସାମାଜିକ ଦୂରତ୍ୱ ଓ ଆରୋଗ୍ୟ ସେତୁ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଥିଲା। ଖୁବ ଶୀଘ୍ର ଅନ୍ତରାଷ୍ଟ୍ରୀୟ ବିମାନ ଯାତ୍ରୀ ସେବା ଆରମ୍ଭ ହେବ ବୋଲି ଏହି ଅବସରରେ ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଥିଲେ।
ଦୟାକରି ଦୁଇ ମିନିଟ୍ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍ ସର୍ଭେଦେଖନ୍ତୁ ଫଟୋ: ନିକ୍ ଜୋନାସ୍ ହନିମୁନରେ ଗିଟାର ବଜାଇଲେ, ଶୁଣି ପ୍ରିୟଙ୍କା ହେଲେ ରୋମାଣ୍ଟିକ୍ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲାଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।