ରାଜ୍ୟରେ ପ୍ରଥମ: କଟକରେ ଡାକ୍ତର କରୋନାରେ ସଂକ୍ରମିତ ହେଲେ; ବଜ୍ରକାପ୍ତାର ହେବ ଟେଷ୍ଟ୍

କଟକ ସିଟି ହସ୍ପିଟାଲରେ କାର୍ଯ୍ୟ କରୁଥିବା ୩୬ ବର୍ଷୀୟ ଡାକ୍ତର ନିଜ ପତ୍ନୀଙ୍କୁ ଆଣିବା ଲାଗି କେନ୍ଦ୍ରାପଡ଼ା ଯାଇ ଫେରିବା ପରେ ଆକ୍ରାନ୍ତ ହୋଇଛନ୍ତି । ଆଠଗଡ଼ରେ ଏକ କ୍ୱାରେଣ୍ଟିନ ସେଣ୍ଟରରେ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଛି ।

ରାଜ୍ୟରେ ପ୍ରଥମ: କଟକରେ ଡାକ୍ତର କରୋନାରେ ସଂକ୍ରମିତ ହେଲେ; ବଜ୍ରକାପ୍ତାର ହେବ ଟେଷ୍ଟ୍
ମହୁଲିଆ ଗ୍ରାମ ପଞ୍ଚାୟତରେ ଏକ କ୍ୱାରେଣ୍ଟିନ ସେଣ୍ଟରରେ ବଜ୍ରକାପ୍ତାଟି ଉଦ୍ଧାର ହୋଇଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କଟକରେ ଚିନ୍ତା ବଢ଼ାଉଛି କରୋନା। ପ୍ରବାସୀ ଓଡ଼ିଆଙ୍କୁ ନେଇ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏବେ ଜଣେ ଡାକ୍ତର କରୋନାରେ ଆକ୍ରାନ୍ତ ହେବା ପ୍ରଶାସନର ନିଦ ହଜାଇ ଦେଇଛି। ସମ୍ପୃକ୍ତ ଡ଼ାକ୍ତରଙ୍କୁ ଅଶ୍ୱିନୀ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ତାଙ୍କର କଣ୍ଟାଣ୍ଟ ଟ୍ରେସିଂ ଆରମ୍ଭ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ କଟକ ସିଟି ହସ୍ପିଟାଲରେ କାର୍ଯ୍ୟ କରୁଥିବା ସମ୍ପୃକ୍ତ ଡ଼ାକ୍ତର ଜଣକ କିଛି ଦିନ ତଳେ ନିଜ ପତ୍ନୀଙ୍କୁ ଆଣିବା ଲାଗି କେନ୍ଦ୍ରାପଡ଼ା ଯାଇଥିଲେ । ସେଠାରୁ ଫେରିବାର କିଛି ଦିନ ପରେ ତାଙ୍କ ଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା । ଏହା ପରେ ତାଙ୍କର ସ୍ୱାବ ପରୀକ୍ଷା ହୋଇଥିଲା ଏବଂ ଆଜି ତାହା ପଜିଟିଭି ଆସିଛି ।

"କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସଂପୃକ୍ତ ଡାକ୍ତରଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ପତ୍ନୀଙ୍କ ସ୍ୱାବ ଆସନ୍ତାକାଲି ପରୀକ୍ଷା କରାଯିବ। ଏହା ସହିତ ତାଙ୍କର କଣ୍ଟାଣ୍ଟ କଣ୍ଟାକ୍ଟ ଟ୍ରେସିଂ ପାଇଁ ଏକ ଟିମ ଗଠନ କରାଯାଇଛି। ଯେଉଁ ମାନେ ବି ବିଗତ କିଛିଦିନ ତଳେ ତାଙ୍କ ସଂସ୍ପର୍ଶରେ ଆସି ଥିବେ ସେମାନଙ୍କୁ କ୍ୱାରେଣ୍ଟିନ ରଖାଯିବ," କହିଛନ୍ତି CMC ର ଡେପୁଟି କମିଶନର ଡ଼କ୍ଟର ଅବିନାଶ ରାଉତ।

ଜଙ୍ଗଲରେ ଛାଡ଼ିବା ପୂର୍ବରୁ OUAT ରେ ବଜ୍ରକାପ୍ତାର ସ୍ୱାବ ପରୀକ୍ଷା ହେବ ।


ତେବେ ସମ୍ପୃକ୍ତ ୩୬ ବର୍ଷୀୟ ଡାକ୍ତର ଗତ କିଛିଦି ନ ମଧ୍ୟରେ ହସ୍ପିଟାଲ ସହ ନିଜର କ୍ଲିନିକରେ ମଧ୍ୟ ଅନେକ ରୋଗୀ ଦେଖିଛନ୍ତି। ତେଣୁ ତାଙ୍କ ସଂସ୍ପର୍ଶରେ ଆସି ଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ଏକ ଟିମ ମଧ୍ୟ ଗଠିତ ହୋଇଛି ।

ସେପଟେ କଟକ ଆଠଗଡ଼ରେ ଏକ ଅଭାବନୀୟ ଘଟଣା ଘଟିଛି। ମହୁଲିଆ ଗ୍ରାମ ପଞ୍ଚାୟତର ଏକ ସ୍କୁଲକୁ କ୍ୱାରେଣ୍ଟିନ ସେଣ୍ଟର କରାଯାଇଥିବା ବେଳେ ସେଠାରୁ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଛି। ଯେହେତୁ କ୍ୱାରେଣ୍ଟିନ ସେଣ୍ଟରରେ ପ୍ରବାସୀ ଓଡ଼ିଆଙ୍କୁ ରଖାଯାଇଛି, ବଜ୍ରକାପତାଟି ସେମାନଙ୍କ ସଂସ୍ପର୍ଶରେ ଆସିଛି, ତେଣୁ ବଜ୍ରକାପ୍ତାର ବି କୋଭିଡ଼ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି ବନ ବିଭାଗ ।

"ଆଠଗଡ଼ ଜଙ୍ଗଲରେ ବଜ୍ରକାପ୍ତା ଅଛନ୍ତି । ଏଇ ଗୋଟିକ ଜଙ୍ଗଲ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟର ଭିତରକୁ ଆସିଯାଇଥିବ। ଆମେ ଖବର ପାଇ ତାକୁ ସେଠାରୁ ଉଦ୍ଧାର କରିଛୁ। ବଜ୍ରକାପ୍ତାଟି କ୍ୱାରେଣ୍ଟିନରେ ଥିବା ଲୋକଙ୍କ ସଂସ୍ପର୍ଶରେ ଆସିଛି। ତେଣୁ ଜଙ୍ଗଲରେ ଛାଡ଼ିବା ପୂର୍ବରୁ OUAT ରେ ଆମେ ତାର ସ୍ୱାବ ପରୀକ୍ଷା କରାଇବୁ। ପୂର୍ବରୁ ଆମେରିକାରେ ଏକ ବାଘ କରୋନାରେ ଆକ୍ରାନ୍ତ ହୋଇଥିଲା । ଆମ ଜଙ୍ଗଲ ମଧ୍ୟରେ ବହୁ ସଂଖ୍ୟକ ବନ୍ୟ ପ୍ରାଣୀ ରହୁଥିବାରୁ ଆମେ ବିନା ପରୀକ୍ଷାରେ ବଜ୍ରକାପ୍ତାଟିକୁ ଜଙ୍ଗଲରେ ଛାଡ଼ିବୁ ନାହିଁ,’’ କହିଛନ୍ତି ଆଠଗଡ଼ ବନ ଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କା।

କୌଣସି ବଜ୍ରକାପ୍ତାର କୋଭିଡ଼ ପରୀକ୍ଷା ହେବାର ନଜିର ଭାରତରେ ନ ଥିବା ବେଳେ ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ଏକ ଘଟଣା ଘଟିବାକୁ ଯାଉଛି । ଏହା ସମଗ୍ର ରାଜ୍ୟରେ ଅଲୋଡ଼ନ ସୃଷ୍ଟି କରିଛି।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଦେଖନ୍ତୁ ଫଟୋ: ବିନା ମେକ୍-ଅପରେ ନିଜର କିଛି ହଟ୍ ଫଟୋ ଶେଆର୍ କରିଛନ୍ତି ଅଭିନେତ୍ରୀ ବିପାଶା ବସୁ

ଦେଖନ୍ତୁ ଫଟୋ: ନିକ୍ ଜୋନାସ୍ ହନିମୁନରେ ଗିଟାର ବଜାଇଲେ, ଶୁଣି ପ୍ରିୟଙ୍କା ହେଲେ ରୋମାଣ୍ଟିକ୍

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 26, 2020, 9:40 PM IST
corona virus btn
corona virus btn
Loading