ଗାମୁଛା, ରୁମାଲ, ଓଢ଼ଣୀ ବା ସ୍କାର୍ଫ କରୋନା ଭାଇରସରୁ ସୁରକ୍ଷା ଦେବ ନାହିଁ, କହିଲେ ବିଶେଷଜ୍ଞ

କୋଭିଡ଼ ଭୂତାଣୁର ଆକାର ମାତ୍ର ୫ ମାଇକ୍ରନ୍‌, ହେଲେ ରୁମାଲ ଓ ଗାମୁଛାରେ ଥିବା ଛିଦ୍ରର ଆକାର ପ୍ରାୟ ୩୦୦ ମାଇକ୍ରନ୍ । ଫଳରେ କୋଭିଡ ଭୂତାଣୁ ଅତି ସହଜରେ ଏଗୁଡ଼ିକୁ ଭେଦ କରିବାରେ ସମର୍ଥ ବୋଲି କହିଛନ୍ତି ଡାକ୍ତର ସିଦ୍ଧାର୍ଥ ଦାସ ।

ଗାମୁଛା, ରୁମାଲ, ଓଢ଼ଣୀ ବା ସ୍କାର୍ଫ କରୋନା ଭାଇରସରୁ ସୁରକ୍ଷା ଦେବ ନାହିଁ, କହିଲେ ବିଶେଷଜ୍ଞ
ଅନେକ ମହିଳା ମାସ୍କ ପରିବର୍ତ୍ତେ ଓଢ଼ଣୀ ବ୍ୟବହାର କରୁଛନ୍ତି ।
  • News18 Odia
  • Last Updated: August 17, 2020, 11:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କରୋନା ସଂକ୍ରମଣରୁ ରକ୍ଷା ପାଇବା ଉଦେଶ୍ୟରେ ନିଜ ମୁହଁକୁ ଢାଙ୍କିବା ପାଇଁ ଲୋକେ ବ୍ୟବହାର କରୁଥିବା ଗାମୁଛା, ରୁମାଲ, ସ୍କାର୍ଫ, ଓଢ଼ଣୀ ଓ ଶାଢୀର କାନି ଇତ୍ୟାଦି ସମ୍ପୂର୍ଣ୍ଣ ଅସୁରକ୍ଷିତ । ଏଗୁଡ଼ିକ କୋଭିଡ଼ ୧୯ ଭାଇରସକୁ ପ୍ରତିରୋଧ କରିବାରେ ସମ୍ପୂର୍ଣ୍ଣ ଅକ୍ଷମ ଓ ନିଜ ମୁହଁ ଢାଙ୍କିବା ପାଇଁ ଏଗୁଡ଼ିକୁ ବ୍ୟବହାର କରୁଥିବା ଲୋକେ ବି ସଂକ୍ରମିତ ହେଉଛନ୍ତି ବୋଲି ସଦ୍ୟ ଗବେଷଣାକୁ ଆଧାର କରି କହିଛନ୍ତି ବିଶେଷଜ୍ଞମାନେ ।

“କୋଭିଡ଼ ଭୂତାଣୁର ଆକାର ମାତ୍ର ୫ ମାଇକ୍ରନ୍‌, କିନ୍ତୁ ଆମେ ବ୍ୟବହାର କରୁଥିବା ରୁମାଲ ଓ ଗାମୁଛାରେ ଥିବା ଛିଦ୍ରର ଆକାର ପ୍ରାୟ ୩୦୦ ମାଇକ୍ରନ୍ । ଅର୍ଥାତ୍‌ ଓଢ଼ଣୀ, ସ୍କାର୍ଫ ଓ ଶାଢୀ କାନୀରେ ଥିବା ଛିଦ୍ରର ଆକାର ବହୁତ ଅଧିକ । କୋଭିଡ ଭୂତାଣୁ ଅତି ସହଜରେ ଏଗୁଡ଼ିକୁ ଭେଦ କରିବାରେ ସମର୍ଥ । ତେଣୁ ଏଗୁଡିକର ବ୍ୟବହାର କରୁଥିବା ବ୍ୟକ୍ତି କୋଭିଡ଼ ଭୂତାଣୁ ଠାରୁ ନିଜକୁ ରକ୍ଷା କରିପାରିବ ନାହିଁ,’’ କହିଛନ୍ତି ରାଜ୍ୟର ପ୍ରତିଷ୍ଠିତ ଭେଜଷ ବିଶେଷଜ୍ଞ ତଥା ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାସ ।

କେବଳ ତିନିଟି ସ୍ତରରେ ଥିବା କପଡ଼ା କିମ୍ବା ସର୍ଜିକାଲ୍ ‌ମାସ୍କ ବା ଏନ.୯୫ ମାସ୍କ ହିଁ ବ୍ୟବହାର କରିବା ଦରକାର ବୋଲି କହିଛନ୍ତି ଡଃ ଦାସ ।

ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାସ


ନୂଆ ଅଧ୍ୟୟନରୁ ଆସିଥିବା ଏହି ତଥ୍ୟ ପୁଣି ମାସ୍କର ଗୁଣବତ୍ତା ବା କୋଭିଡ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମୁହଁକୁ ଢାଙ୍କିବାର ମାଧ୍ୟାମକୁ ନେଇ ଦ୍ବନ୍ଦ୍ୱ ସୃଷ୍ଟି କରିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଜ ନିଜର ଗାଇଡଲାଇନରେ ମାସ୍କ ନ ଥିଲେ କପଡ଼ାରେ ମୁହଁକୁ ଘୋଡ଼ାଇବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ନିର୍ଦ୍ଦେଶନାମା ମୁତାବକ ଲୋକେ ବିଭିନ୍ନ ଉପାୟରେ ନିଜ ମୁହଁକୁ ଢାଙ୍କୁଛନ୍ତି । ହେଲେ ପୂର୍ବରୁ ସ୍ୱୟଂ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏନ.୯୫ ମାସ୍କ କୋଭିଡ ଭୂତାଣୁକୁ ପ୍ରତିରୋଧ କରିବାରେ ଅକ୍ଷମ ବୋଲି ମତ ଦେଇସାରିଛି । ଏମିତି ପରିସ୍ଥିତିରେ ମାସ୍କକୁ ନେଇ ପୁଣି ଦ୍ବନ୍ଦ୍ୱ ସୃଷ୍ଟି ହୋଇଛି ।

ଏହା ବି ପଢ଼ନ୍ତୁ | MS Dhoni Retirement: ଧୋନୀଙ୍କ ଅବସର ଦିନ ପଛରେ ‘୩୯୩୯’ ସଂଖ୍ୟାର ବିଶେଷ ମହତ୍ୱ ରହିଛି

ଏହା ବି ପଢ଼ନ୍ତୁ | ଲାଲ କିଲ୍ଲାରେ ମୋଦୀଙ୍କ ସୁରକ୍ଷାରେ ଲାଗିଥିଲା ଆଣ୍ଟି-ଡ୍ରୋନ୍ ସିଷ୍ଟମ୍; ୨.୫ କି.ମି. ଯାଏଁ ଗୁଳି ମାରିପାରିବ

ପ୍ରଫେସର ଦାସଙ୍କ କଥାରେ ଅନେକ ମାତ୍ରରେ ଏକ ମତ ହୋଇଥିଲେ ମଧ୍ୟ କିଛି କିଛି ନିର୍ଦ୍ଧିଷ୍ଟ ସ୍ଥାନରେ କପଡ଼ା ମାସ୍କକୁ ବ୍ୟବହାର କରାଯାଇପାରେ ବୋଲି କହିଛନ୍ତି ଏସସିବି ପଲ୍ୟୁମନାରୀ ବିଭାଗର ବିଭାଗୀୟ ମୁଖ୍ୟ ତଥା ଏସସିବି ହସ୍ପିଟାଲର କୋଭିଡ଼ ନେଡ଼ାଲ ଅଫିସର ପ୍ରଫେସର ଡାକ୍ତର ମନୋରଞ୍ଜନ ପଟ୍ଟନାୟକ ।



“କୋଭିଡ ରୋଗୀଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସୁଥିବା ଲୋକେ ଯଥା ଡାକ୍ତର ଓ ପାରାମେଡିକାଲଷ୍ଟାଫ ମାନେ ମୁଖ୍ୟତଃ ଏନ.୯୫ କିମ୍ବା ସର୍ଜିକାଲ ମାସ୍କ ବ୍ୟବହାର କରିବା ନିହାତି ଜରୁରୀ । ସେମାନେ ଏହା ବ୍ୟବହାର କରୁଛନ୍ତି ମଧ୍ୟ । କିନ୍ତୁ ଅନ୍ୟମାନଙ୍କୁ ଯଦି କୌଣିସି ପରିସ୍ଥିତିରେ ସର୍ବସାଧାରଣ ସ୍ଥାନ ବା ଭିଡ ସ୍ଥାନକୁ ଯିବାକୁ ପଡୁଛି ତେବେ ସର୍ଜିକାଲ ମାସ୍କ ବା ତିନି ସ୍ତର ବିଶିଷ୍ଟ ମାସ୍କ ପରିଧାନ କରିବା ଉଚିତ । ଅନ୍ୟଥା ଅନ୍ୟ ସ୍ଥାନଗୁଡିକରେ କପଡ଼ା ତିଆରି ମାସ୍କ, ଗାମୁଛା କିମ୍ବା ରୁମାଲ ଇତ୍ୟାଦି ବ୍ୟବହାର କରାଯାଇ ପାରିବ । କିନ୍ତୁ ଲୋକେ ଯଥା ସମ୍ଭବ ସାମାଜିକ ଦୂରତା ନିୟମକୁ ପାଳନ କରିବା ଉଚିଚ। ଅତି ଜରୁରୀ ନ ଥିଲେ ଘରୁ ବାହାରକୁ ବାହାରିବା ଉଚିତ ନୁହେଁ,’’ କହିଛନ୍ତି ଡାକ୍ତର ପଟ୍ଟନାୟକ ।
Published by: Anand Shankar Thankur Das
First published: August 17, 2020, 11:56 PM IST
corona virus btn
corona virus btn
Loading