ଇମତିଆଜ ଅଲି କଶ୍ମୀରରେ ନିଜ ଭାଇ ବାହାଘରରେ ଋଷି କପୁର ନାଚୁଥିବା ଭିଡିଓ ସେଆର କଲେ

ଇମତିଆଜ୍ ନିଜ ଫିଲ୍ମ ‘ଲଭ୍ ଆଜ୍ କଲ୍’ରେ ଋଷିଙ୍କୁ ନିର୍ଦ୍ଦେଶନା ଦେଇଥିଲେ । ସେ ଋଷିଙ୍କ ପୁଅ ରଣବୀର କପୁରଙ୍କ ସହ ‘ରକଷ୍ଟାର’ ଓ ‘ତମାଶା’ରେ କାମ କରିଛନ୍ତି ।

ଇମତିଆଜ ଅଲି କଶ୍ମୀରରେ ନିଜ ଭାଇ ବାହାଘରରେ ଋଷି କପୁର ନାଚୁଥିବା ଭିଡିଓ ସେଆର କଲେ
ନିର୍ଦ୍ଦେଶକ ଇମତିଆଜ ଅଲି (ବାମ) ଓ ଋଷି କପୁର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଫିଲ୍ମ ନିର୍ମାତା ଇମତିଆଜ ଅଲି କାଶ୍ମୀରରେ ତାଙ୍କ ଭାଇଙ୍କ ବିବାହରେ ସ୍ୱର୍ଗତ ଅଭିନେତା ଋଷି କପୁର ନାଚୁଥିବାର ଏକ ପୁରୁଣା ଭିଡିଓ ସେୟାର କରିଛନ୍ତି । ଲ୍ୟୁକେମିଆ ରୋଗ ବିରୋଧରେ ଦୁଇ ବର୍ଷ ଧରି ଯୁଦ୍ଧ କରିବା ପରେ ଗତ ଗୁରୁବାର ଦିନ ଋଷିଙ୍କ ମୃତ୍ୟୁ ହୋଇଥିଲା ।

ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଆଉ ଏକ ଆକାଉଣ୍ଟରୁ ଏହି ଭିଡିଓ ରିପୋଷ୍ଟ୍‌ କରି ଇମତିଆଜ ଲେଖିଛନ୍ତି ‘‘କାଶ୍ମୀରରେ ଆର.କେ.ଙ୍କ ବାରାତ୍‌ (ବରଯାତ୍ରୀ) ନୃତ୍ୟ’’ । ଏହି ଭିଡିଓରେ ଅନ୍ୟ ଅନେକ ଅତିଥି ଏକ ଆନନ୍ଦଦାୟକ ଗୀତ ଗାଉଥିବା ବେଳେ ଋଷି କପୁର ନିଜ ହାତ ଉପରକୁ ଟେକି ବୁଲାଉଥିବା ଓ ନାଚୁଥିବାର ଦେଖାଯାଇଛି ।

ଏହା ପୂର୍ବରୁ ଇମତିଆଜ ଋଷି କପୁରଙ୍କ ମୃତ୍ୟୁକୁ ନେଇ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ସେୟାର କରିଥିଲେ । ସେହି ବାର୍ତ୍ତାରେ ସେ ଋଷି ତାଙ୍କ ଭାଇଙ୍କ ବିବାହରେ ଯୋଗଦେବା ବିଷୟରେ ମଧ୍ୟ କହିଥିଲେ ।

‘‘ଆଉ ଗୋଟେ ଦିନ ମୁଁ ତାଙ୍କୁ କାଶ୍ମୀରରେ ମୋ ଭାଇଙ୍କ ବିବାହକୁ ନିମନ୍ତ୍ରଣ କରିଥିଲି । କେହି ଏତେ ଦୂର ଆସନ୍ତି ନାହିଁ । ଏଗୁଡ଼ାକ ହେଉଛି ଔପଚାରିକତା । କିନ୍ତୁ ସେ ଆସିଲେ । ଯେତେବେଳେ ବରଯାତ୍ରୀ ସେହି ସ୍ଥାନରେ ପ୍ରବେଶ କରୁଥିଲା, ସେ କହିଲେ ତୁମେମାନେ ଆଗକୁ ଯାଅ, ମୁଁ ଶେଷରେ ଆସିବି । ମୁଁ ପରେ ବୁଝିଲି ଯେ ସେ ବର ଉପରୁ ଲୋକଙ୍କ ଧ୍ୟାନ ତାଙ୍କ ନିଜ ଆଡ଼କୁ ଯିବାକୁ ଚାହୁଁ ନ ଥିଲେ । ଆଉ ଆଜି ସେ ଚାଲିଗଲେ । ଆଜି କିଛି ମୂଲ୍ୟବାନ ଅତୀତ ହୋଇଗଲା । କିନ୍ତୁ ଏଥର ସମୟ ତାଙ୍କୁ ନେଇଯିବ ନାହିଁ । ମୁଁ ଅନେକ ଦିନ ହେଲା ତାଙ୍କୁ ଭେଟି ନାହିଁ । ମୁଁ ଭାବିବି ଯେ ସେ ଅଛନ୍ତି ଓ ହସୁଛନ୍ତି । ଆଉ ମୁଁ ତଥାପି ତାଙ୍କ ସହ ବିତାଇଥିବା ଟିକିଏ ସମୟ ବିଷୟରେ ଭାବିପାରିବି ଏବଂ ତାଙ୍କ ସହ ହସିବି,’’ ଇମତିଆଜ ଲେଖିଛନ୍ତି ।



 




View this post on Instagram




 

#riprishikapoor @imtiazaliofficial


A post shared by Khawar Jamsheed (@khawarjamsheed) on






ଇମତିଆଜ୍‌ ନିଜ ଫିଲ୍ମ ‘ଲଭ୍ ଆଜ୍ କଲ୍‌’ରେ ଋଷିଙ୍କୁ ନିର୍ଦ୍ଦେଶନା ଦେଇଥିଲେ । ସେ ଋଷିଙ୍କ ପୁଅ ରଣବୀର କପୁରଙ୍କ ସହ ‘ରକଷ୍ଟାର’ ଓ ‘ତମାଶା’ରେ କାମ କରିଛନ୍ତି ।

ଋଷି କପୁର ୬୭ ବର୍ଷ ବୟସରେ ଗତ ଗୁରୁବାର ମୁମ୍ବାଇର ଏଚ୍‌. ଏନ୍‌. ରିଲାଏନ୍ସ ହସ୍ପିଟାଲରେ ମୃତ୍ୟୁ ବରଣ କଲେ । ତାଙ୍କ ପରିବାର କହିଛନ୍ତି ଯେ ସେ ମୃତ୍ୟୁ ପର୍ଯ୍ୟନ୍ତ ଗତ ଦୁଇ ବର୍ଷ ଦୁଇଟି ମହାଦେଶରେ ଚିକିତ୍ସା ସମୟରେ ଖୁବ୍‌ ଖୁସି ଥିଲେ ଓ ସମ୍ପୂର୍ଣ୍ଣ ଜୀବନକୁ ପୂରା ଜୀଇଁବାକୁ ସଂକଳ୍ପବଦ୍ଧ ଥିଲେ । ପରିବାର, ବନ୍ଧୁ, ଖାଦ୍ୟ ଓ ସିନେମା ତାଙ୍କ ଫୋକସରେ ଥିଲା ଓ ଏହି ସମୟରେ ତାଙ୍କୁ ଭେଟିଥିବା ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ଯେ ସେ ନିଜ ଅସୁସ୍ଥତା ବିଷୟରେ କାହାରିକୁ କହୁ ନ ଥିଲେ ବୋଲି ତାଙ୍କ ପରିବାର ଲୋକେ ଏକ ବିବୃତ୍ତିରେ କହିଛନ୍ତି । ଲୋକେ ତାଙ୍କୁ “ଲୁହ ସହିତ ନୁହେଁ, ବରଂ ମୁହଁରେ ହସ ସହିତ’’ ମନେ ରଖନ୍ତୁ ବୋଲି ଏହି ଅଭିନେତା ଚାହିଁବେ ବୋଲି ତାଙ୍କ ପରିବାର କହିଛି ।
First published: May 5, 2020, 7:35 PM IST
corona virus btn
corona virus btn
Loading