ଲକଡାଉନ୍ କୋହଳତା: ଭୁବନେଶ୍ୱରରେ ଏବେ ଅନେକ ପ୍ରକାରର ଦୋକାନ ଓ ବ୍ୟବସାୟ ଖୋଲା ରହିପାରିବ

ରେସ୍ତୋରାଁଗୁଡ଼ିକ ଖୋଲା ରହିବ, ମାତ୍ର ଲୋକେ ସେଠାରୁ କେବଳ ପାର୍ସଲରେ ଖାଦ୍ୟ ନେଇପାରିବେ । ସେଠାରେ ବସି ଖାଇପାରିବେ ନାହିଁ । ବିଗ୍‌ ବଜାର, ଓମ୍‌ଫେଡ୍‌, ଓପୋଲଫେଡ୍‌, ଚିଲିକା ଫ୍ରେସ୍‌ ଓ ରିଲାଏନ୍ସ ଫ୍ରେସ୍‌ ଖୋଲା ରହିବ ।

ଲକଡାଉନ୍ କୋହଳତା: ଭୁବନେଶ୍ୱରରେ ଏବେ ଅନେକ ପ୍ରକାରର ଦୋକାନ ଓ ବ୍ୟବସାୟ ଖୋଲା ରହିପାରିବ
କଟକ ରୋଡ଼ରେ ଖୋଲା ରହିଥିବା ଏକ ଇଲେକ୍ଟ୍ରିକାଲ୍ ସାମଗ୍ରୀର ଦୋକାନ
  • News18 Odia
  • Last Updated: April 29, 2020, 4:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆଜି ଠାରୁ ଭୁବନେଶ୍ୱର ମହାନଗର ନିଗମ (ବି.ଏମ୍‌.ସି.)ର ନୂଆ ଗାଇଡଲାଇନ୍‌ ଆସିବା ପରେ ରାଜଧାନୀରେ କୋହଳ ହୋଇଛି ଲକଡାଉନ୍‌ କଟକଣା । ନିର୍ଦ୍ଦେଶାବଳୀ ଅନୁସାରେ ଭୁବନେଶ୍ବରରେ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନମାନଙ୍କ ସହ ଅନ୍ୟ ଅନେକ ପ୍ରକାରର ଦୋକାନ ଖୋଲା ରହିବା ଆରମ୍ଭ ହୋଇଛି ।

ଏହି ସବୁ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ହେଉଛନ୍ତି ବୈଦ୍ୟୁତିକ ଯନ୍ତ୍ରପାତି, ମୋବାଇଲ୍‌ ଫୋନ୍‌, କମ୍ପ୍ୟୁଟର, ଗାଡ଼ି ମରାମତି ଦୋକାନ, ମୋଟର ଗ୍ୟାରେଜ୍‌, ବ୍ୟାଟେରୀ ଦୋକାନ, ଟାୟାର ଦୋକାନ ଓ ଲ୍ୟୁବ୍ରିକାଣ୍ଟ ଦୋକାନ । କାଠ କାମ, ଇଲେକ୍ଟ୍ରିକ ମରାମତି ଓ ପାଇପ୍‌ ମିସ୍ତ୍ରୀମାନେ ଏବେ କାମ କରିପାରିବେ ।

ରେସ୍ତୋରାଁଗୁଡ଼ିକ ଖୋଲା ରହିବ, ମାତ୍ର ଲୋକେ ସେଠାରୁ କେବଳ ପାର୍ସଲରେ ଖାଦ୍ୟ ନେଇପାରିବେ । ସେଠାରେ ବସି ଖାଇପାରିବେ ନାହିଁ । ବିଗ୍‌ ବଜାର, ଓମ୍‌ଫେଡ୍‌, ଓପୋଲଫେଡ୍‌, ଚିଲିକା ଫ୍ରେସ୍‌ ଓ ରିଲାଏନ୍ସ ଫ୍ରେସ୍‌ ଖୋଲା ରହିବ ।

ଭୁବନେଶ୍ୱରରେ ଏକ ମାଛ ମାର୍କେଟର ଦୃଶ୍ୟ


ଶିଳ୍ପ ଅନୁଷ୍ଠାନ ଓ ବ୍ୟବସାୟ ସଂସ୍ଥାମାନଙ୍କର ଅଫିସ୍‌ ଖୋଲା ରହିବ, ମାତ୍ର  ସରକାରୀ ନିୟମ ଅନୁସାରେ ୨୫ ପ୍ରତିଶତ କର୍ମଚାରୀଙ୍କ ସହ ଏ ସବୁ ଅଫିସ୍‌ କାର୍ଯ୍ୟ କରିବ । ହେଡ୍‌ ଅଫିସଗୁଡ଼ିକ ପୋଲିସ୍‌ ଠାରୁ ଅନୁମତି ଆଣି କାର୍ଯ୍ୟ କରିପାରିବେ ।  ମାର୍କେଟ୍‌ କମ୍ପ୍ଲେକ୍ସ ଓ ମଲ୍‌ ବନ୍ଦ ରହିବ ।

କୌଣସି ଦୋକାନ ଭିତରେ ୫ ଜଣରୁ ଅଧିକ ଗ୍ରାହକ ପ୍ରବେଶ କରିବାର ଅନୁମତି ନାହିଁ । ଦୋକାନର ସବୁ କର୍ମଚାରୀ ମାସ୍କ ପିନ୍ଧିବା ଆବଶ୍ୟକ । ସାମାଜିକ ଦୂରତା ରକ୍ଷା କରିବାକୁ ଦୋକାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଜିମ୍‌, ବିୟୁଟି ପାର୍ଲର, ଗେମ୍‌ ପାର୍ଲର, ସେଲୁନ୍‌ ଓ ମସାଜ୍‌ ପାର୍ଲର ବନ୍ଦ ରହିବ । ପାନ, ଚା, କଫି ଷ୍ଟଲ୍‌ ଓ ଫାଷ୍ଟ ଫୁଡ୍‌ ଦୋକାନ ବି ବନ୍ଦ ରହିବ । ଟିଫିନ୍‌ ଓ ଫଳ ରସ ଦୋକାନ ଖୋଲିବାକୁ ଅନୁମତି ନାହିଁ । ବି.ଏମ୍‌.ସି. ଅଧୀନ ଅଞ୍ଚଳରେ ନିର୍ମାଣ କାମ ଜାରି ରହିବ, କିନ୍ତୁ ବାହାରୁ ଶ୍ରମିକ ଆଣିପାରିବେ ନାହିଁ । ସିମେଣ୍ଟ, ଲୁହା ରଡ଼ ଓ ଚିପ୍ସ ଦୋକାନ ଖୋଲାରହିବ । ବାଲି ଓ ଚିପ୍ସ ଆଦିର ପରିବହନ କେବଳ ରାତି ସମୟରେ ହୋଇପାରିବ ।
First published: April 29, 2020, 4:52 PM IST
corona virus btn
corona virus btn
Loading