ଦେଶର ବିଭିନ୍ନ ପ୍ରବାସୀ ଓଡ଼ିଆ ସଙ୍ଗଠନ ସହ ଆଲୋଚନା କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଏକ ଭିଡିଓ କନ୍ଫରେନ୍ସରେ ପ୍ରବାସୀ ଓଡିଆ ଶ୍ରମିକମାନଙ୍କୁ ସହାୟତାର ହାତ ବଢାଇବା ପାଇଁ ବିଭିନ୍ନ ଓଡ଼ିଆ ସଙ୍ଗଠନର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଦେଶର ବିଭିନ୍ନ ପ୍ରବାସୀ ଓଡ଼ିଆ ସଙ୍ଗଠନ ସହ ଆଲୋଚନା କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କ ପତ୍ନୀ ମୃଦୁଳା ପ୍ରଧାନ ଆଲୋଚନାରେ ଭାଗ ନେଉଛନ୍ତି ।
  • News18 Odia
  • Last Updated: April 30, 2020, 5:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଲିପିକା ମହାନ୍ତ | News18 Odia Digital

ନୂଆ ଦିଲ୍ଲୀ: ଦେଶର କୋଣ ଅନୁକୋଣରେ ଥିବା ପ୍ରବାସୀ ଓଡିଆଙ୍କ ସହ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀ ସ୍ଥିତ ଓଡ଼ିଆ ସମାଜ ଦ୍ୱାରା ଆୟୋଜିତ ଏକ ଭିଡିଓ କନ୍ଫରେନ୍ସରେ ପ୍ରବାସୀ ଓଡିଆ ଶ୍ରମିକମାନଙ୍କୁ ସହାୟତାର ହାତ ବଢାଇବା ପାଇଁ ବିଭିନ୍ନ ଓଡ଼ିଆ ସଙ୍ଗଠନର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନ ।

ଦେଶବ୍ୟାପୀ ଲକଡାଉନ ଯୋଗୁଁ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ଅହମ୍ମଦାବାଦ, ପୁଣେ ଓ ସୁରଟରେ ରହିଥିବା ଅନେକ ପ୍ରବାସୀ ଓଡ଼ିଆ ଶ୍ରମିକ ଜୀବିକା ହରାଇବା ସହ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଭିଡ଼ିଓ କନଫରେନ୍ସରେ ପ୍ରଧାନ ଦିଲ୍ଲୀ ଏନସିଆରରେ ରହୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ସାହାଯ୍ୟ କରିବା ପାଇଁ ଓଡିଆ ସମାଜ ସଙ୍ଗଠନର ଉଦ୍ୟମକୁ ପ୍ରଂଶସା କରିଥିଲେ ।

ବିଭିନ୍ନ ସହରରେ ଥିବା ଓଡ଼ିଆ ସଙ୍ଗଠନର ସଦସ୍ୟମାନଙ୍କୁ ସରକାରଙ୍କ ଦ୍ଵାରା ଜାରି ହୋଇଥିବା କୋଭିଡ଼-୧୯ ନିର୍ଦ୍ଦେଶାବଳୀର ନିୟମ ଗୁଡିକ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଅନୁରୋଧ କରିଥିଲେ ପ୍ରଧାନ । ସର୍ବଦା ମାସ୍କ ବ୍ୟବହାର, ନିୟମିତ ବ୍ୟବଧାନ ରେ ସାନିଟାଇଜର ବ୍ୟବହାର ଓ ହାତ ଧୋଇବା ସହ ସାମାଜିକ ଦୂରତା ଉପରେ ଗୁରୁତ୍ଵାରୋପ କରିଥିଲେ ସେ ।

ଦିଲ୍ଲୀର ଓଡ଼ିଆ ସମାଜ ପକ୍ଷରୁ ପ୍ରବାସୀ ଶ୍ରମିକମାନଙ୍କୁ ସହାୟତା ଦିଆଯାଉଛି ।


ନୂଆ ଦିଲ୍ଲୀର ଓଡ଼ିଆ ସମାଜର ସଭାପତି ସିଦ୍ଧାର୍ଥ ପ୍ରଧାନ ଏହି ଭିଡ଼ିଓ କନଫରେନ୍ସର ଉଦ୍ଦେଶ୍ୟ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ନିକଟରେ ପହଞ୍ଚିବା ପାଇଁ ଓଡିଆ ସମାଜର ସ୍ଵେଚ୍ଛାସେବୀ ମାନଙ୍କ ପକ୍ଷରୁ କରାଯାଇଥିବା ବିଭିନ୍ନ ପ୍ରୟାସ ଉପରେ ଆଲୋଚନା କରି ସେମିନାରର ଆରମ୍ଭ କରିଥିଲେ । ସେ କହିଥିଲେ ଯେ ଆଜି ପର୍ଯ୍ୟନ୍ତ ଓଡ଼ିଆ ସମାଜ, ନୂଆଦିଲ୍ଲୀ ପକ୍ଷରୁ ୯,୦୦୦ ପ୍ରବାସୀ ଓଡ଼ିଆଙ୍କ ପାଇଁ ସହଯୋଗର ହାତ ବଢ଼ାଯାଇଛି । ମାଗଣା ଆଇନ ସହାୟତା ବ୍ୟତୀତ ଶୁଖିଲା ରାସନ ପ୍ୟାକେଟ୍ ମଧ୍ୟ ଯୋଗାଇ ଦିଆଯାଇଛି ।

‘‘ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଓ ୟୁପିର ବିଭିନ୍ନ ସ୍ଥାନରେ ପ୍ରବାସୀ ଓଡ଼ିଆଙ୍କୁ ସହାୟତା ର ହାତ ବଢ଼ାଯାଇଛି। ପ୍ରାୟ ୧୮-୨୦ଟି ଜଗନ୍ନାଥ ମନ୍ଦିର ଏକତ୍ରିତ ହୋଇ ଏହି ଅଭିନବ କାର୍ଯ୍ୟରେ ଓଡିଆ ସମାଜ ସହ ହାତ ମିଶାଇଥିଲେ । ହାଉଜ ଖାସ୍, ଫରିଦାବାଦ, କୋଟଲା, ରୋହିଣୀ, ସଙ୍ଗମ ବିହାର, ଭିୱାଡି, ବାହାଦୁରଗଡ଼ ଓ ସେକ୍ଟର ୧୨୧ର ଜଗନ୍ନାଥ ମନ୍ଦିର ପ୍ରମୁଖ ଏଥିରେ ସାମିଲ୍‌ ଅଛନ୍ତି । ଏହା ସହ ୩୦ରୁ ୪୦ଟି ଓଡ଼ିଆ ସଙ୍ଗଠନ ମଧ୍ୟ ଓଡ଼ିଆ ସମାଜକୁ ସହଯୋଗର ହାତ ବଢ଼ାଇବା ସହ ଅଭାବୀ ପ୍ରବାସୀ ପରିବାର ନିକଟରେ ପହିଞ୍ଚିଛନ୍ତି,’’ କହିଛନ୍ତି ଓଡ଼ିଆ ସମାଜର ଟ୍ରଷ୍ଟି ହିରଣ୍ୟ ମହାନ୍ତି ।

ୱେବିନାର ମାଧ୍ୟମରେ ହେଉଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କ ପତ୍ନୀ ମୃଦୁଳା ପ୍ରଧାନ, ଓଡ଼ିଆ ସମାଜର ସଭାପତି ସିଦ୍ଧ।ର୍ଥ ପ୍ରଧାନ, ଓଡ଼ିଆ ସମାଜର ଗ୍ରଷ୍ଟି ହିରଣ୍ୟ ମହାନ୍ତି ଓ ଟ୍ରଷ୍ଟି ସନ୍ଦୀପ  ମହାପାତ୍ର ଯୋଗ ଦେଇ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଓଡ଼ିଆ ସଙ୍ଗଠନର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ ।
First published: April 30, 2020, 5:14 PM IST
corona virus btn
corona virus btn
Loading