କୋଭିଡ କଟକଣା ଭିତରେ ବିନା ଭକ୍ତରେ ମା’ ସମଲେଶ୍ବରୀଙ୍କର ଧବଳମୁଖୀ ବେଶ ସମ୍ପନ୍ନ ହେଲା

ବର୍ଷ ତମାମ ମା’ ସମଲେଶ୍ୱରୀ ଲାଲ୍ ରଙ୍ଗରେ ପୂଜା ପାଉଥିବା ବେଳେ କେବଳ ମହାଳୟାରେ ଧଳା ରଙ୍ଗରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏହି ଅବସରରେ ମା’ଙ୍କ ପୀଠରେ ସ୍ବତନ୍ତ୍ର ଭାବେ ତିଆରି ହୋଇଥିବା ଗୁଡ଼-ବରା ଭୋଗ ଲାଗି ହୁଏ ।

କୋଭିଡ କଟକଣା ଭିତରେ ବିନା ଭକ୍ତରେ ମା’ ସମଲେଶ୍ବରୀଙ୍କର ଧବଳମୁଖୀ ବେଶ ସମ୍ପନ୍ନ ହେଲା
ଧବଳମୁଖୀ ବେଶରେ ମା’ ସମଲେଶ୍ବରୀ; (ଡାହାଣ) ମା’ଙ୍କ ମନ୍ଦିର
  • News18 Odia
  • Last Updated: September 18, 2020, 11:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସମ୍ବଲପୁର: କୋଭିଡ କଟକଣା ମଧ୍ୟରେ ସମ୍ପନ୍ନ ହୋଇଛି ଇଷ୍ଟ ଦେବୀ ମା’ ସମଲେଶ୍ବରୀଙ୍କର ଧବଳମୁଖୀ ବେଶ । ପିତୃପକ୍ଷ ପାଳନର ଅନ୍ତିମ ଦିନ ମହାଳୟା ଉପଲକ୍ଷେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କୁ ଧବଳମୁଖୀ ବେଶରେ ସଜ୍ଜିତ କରାଯାଇଛି । ଏହି ବେଶକୁ ଗଙ୍ଗା ଦର୍ଶନ ବେଶ ବୋଲି ମଧ୍ୟ କହାଯାଏ ।

ମହାଳୟା ଦିନ ମା’ଙ୍କୁ ଗଙ୍ଗା ଦର୍ଶନ ବା ଧବଳମୁଖୀ ବେଶରେ ଦର୍ଶନ କଲେ ପିତୃ ପୁରୁଷ ଶାନ୍ତିରେ ରହିଥାନ୍ତି ବୋଲି ବିଶ୍ବାସ ରହିଛି । ଏବେ ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମା’ ସମଲେଶ୍ବରୀ ଧବଳମୁଖୀ ବେଶରେ ପୂଜା ପାଉଛନ୍ତି । ୧୫ ଦିନ ଧରି ପାଳନ ହେଉଥିବା ପିତୃପକ୍ଷକୁ ସମାପନ ଦିନ ମହଳୟାରେ ମା’ ସମଲେଶ୍ବରୀଙ୍କୁ ଧବଳମୁଖୀ ବେଶ କରାଯିବା ପରେ ସେ ନିଜ ସବୁଦିନିଆ ରଙ୍ଗ ଲାଲ ପରିବର୍ତ୍ତେ ଶ୍ବେତ ବର୍ଣ୍ଣରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

ବର୍ଷ ତମାମ ମା’ ସିନ୍ଦୂର ବର୍ଣ୍ଣରେ ପୂଜା ପାଉଥିବା ବେଳେ କେବଳ ମହାଳୟାରେ ଶ୍ବେତ ବର୍ଣ୍ଣରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏହି ଅବସରରେ ମା’ଙ୍କ ପୀଠରେ ସ୍ବତନ୍ତ୍ର ଭାବେ ତିଆରି ହୋଇଥିବା ଗୁଡ଼-ବରା ଭୋଗ ଲାଗି ହୋଇଥାଏ । ମା’ଙ୍କର ଏହି ବେଶକୁ ମହା ସରସ୍ୱତୀ ବେଶ ମଧ୍ୟ କୁହାଯାଇଥାଏ ।

ମା’ ସମଲେଶ୍ବରୀ ମନ୍ଦିର ବାହାରେ ଭକ୍ତମାନେ ପ୍ରଣାମ କରୁଛନ୍ତି


‘‘ମହାଳୟାର ରାତି ୪ଟାରୁ ମନ୍ଦିର ଦ୍ବାର ଖୋଲିବା ପରେ ମା’ଙ୍କ ପୁଜାର୍ଚ୍ଚନା କରାଯିବା ସହ ମହା ଆଳତି କରାଯାଇଥିଲା । ଏ ବର୍ଷ କେଭିଡ କଟକଣା ଯୋଗୁଁ ମନ୍ଦିର ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଥିବାରୁ ଭକ୍ତଙ୍କ ବିନା ମନ୍ଦିର ପରିସର ଖାଁ ଖାଁ ରହଥିଲା । ଏ ବର୍ଷ ଧବଳମୁଖୀ ବେଶରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଛି । ପୂର୍ବ ବର୍ଷମାନଙ୍କରେ ଇଷ୍ଟ ଦେବୀ ମା’ ସମଲେଶ୍ବରୀ ଧବଳମୁଖୀ ବେଶରେ ଧଳା ରଙ୍ଗରେ, ଧଳା ବସ୍ତ୍ର ଓ ଧଳା ପୁଷ୍ପ ଲାଗି ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ମନ୍ଦିରର ପୂଜକମାନେ କିନ୍ତୁ ଚିରାଚରିତ ବସ୍ତ୍ର ପରିଧାନ କରୁଥିଲେ । ଏ ବର୍ଷ କିନ୍ତୁ ପ୍ରଥମ ଥର ପାଇଁ ମା’ ସମଲେଶ୍ବରୀ ମହିମା ପ୍ରଚାର ସମିତି ଉଦ୍ୟମରେ ପୂଜକମାନେ ବନାରସରୁ ଆସିଥିବା ଧଳା ପାଟ ବସ୍ତ୍ର ପରିଧାନ କରି ମା’ଙ୍କର ପୂଜାର୍ଚନା କରିଥିଲେ,’’ କହିଛନ୍ତି ସମଲେଶ୍ବରୀ ମନ୍ଦିରର ମୁଖ୍ୟ ପୁଜକ ଅମ୍ବିକା ରାୟ ।

ଏହା ବି ପଢ଼ନ୍ତୁ | Gold Silver Price: ୨ ଦିନ ପରେ ପୁଣି ବଢ଼ିଲା ସୁନାର ଦାମ୍; ରୂପା ବି ମହଙ୍ଗା ହେଲା; ଜାଣନ୍ତୁ ଦାମ୍

ଏହା ବି ପଢ଼ନ୍ତୁ | ଚିଟ୍ ଫଣ୍ଡ୍ ସ୍କାମ୍: ଖୋଲିଲା ସି-ସୋର ଫାଇଲ; BJD MLA ଦେବୀ ପ୍ରସାଦ ମିଶ୍ରଙ୍କ ଘରେ CBI ରେଡ଼ କଲା

କୋରୋନା କଟକଣା ଯୋଗୁ ସର୍ବ ସାଧାରଙ୍କ ପାଇଁ ଦର୍ଶନ ବନ୍ଦ ରହିଛି । କେବଳ ପୂଜକମାନଙ୍କ ଦ୍ବାରା ରୀତିନୀତି ସମ୍ପନ୍ନ ହେଉଛି । ମା’ଙ୍କୁ ଦର୍ଶନ କରି ପାରୁ ନ ଥିବାରୁ ଭକ୍ତମାନେ ମନ୍ଦିର ନିକଟକୁ ଆସି ମନ୍ଦିର ଚୂ଼ଡ଼ାରେ ଲାଗିଥିବା ଧ୍ବଜାକୁ ଦର୍ଶନ କରୁଛନ୍ତି ।



‘‘ଭକ୍ତଙ୍କ ଦର୍ଶନ ପାଇଁ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ସିଧା ପ୍ରସାରଣ ଜରିଆରେ ଡିଜିଟାଲ ଦର୍ଶନର ବ୍ୟବସ୍ଥା କରାଯାଇଛି । ଗୁରୁବାର ଠାରୁ ଧବଳମୁଖୀ ବେଶରରେ ଦର୍ଶନ ଦେଉଥିବା ମାଆ ସମଲେଶ୍ବରୀଙ୍କ ଏହି ବେଶ ଅଢେଇ ଦିନ ପର୍ଯ୍ୟନ୍ତ ରହିବ,’’ କହିଛନ୍ତି ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ।
Published by: Anand Shankar Thankur Das
First published: September 18, 2020, 11:40 PM IST
corona virus btn
corona virus btn
Loading