ଲିଙ୍ଗରାଜ ମନ୍ଦିର ଦର୍ଶନ: ହଟିଲା ବୟସ କଟକଣା; ଏବେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲା

ଏଣିକି ସବୁ ବୟସର ଲୋକ ଲିଙ୍ଗରାଜ ମନ୍ଦିରରେ ପ୍ରବେଶ କରି ଦର୍ଶନ କରିପାରିବେ। କିନ୍ତୁ କୋଭିଡ଼ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ରହିବ । ମନ୍ଦିର ନିକଟରେ BMC ପକ୍ଷରୁ ମାଗଣା କୋଭିଡ ଟେଷ୍ଟିଂର ବ୍ୟବସ୍ଥା କରାଯାଇଛି।

ଲିଙ୍ଗରାଜ ମନ୍ଦିର ଦର୍ଶନ: ହଟିଲା ବୟସ କଟକଣା; ଏବେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲା
ଲିଙ୍ଗରାଜ ମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ଭକ୍ତମାନେ ଖୁବ୍ ଖୁସି ଲାଗୁଥିଲେ ।
  • News18 Odia
  • Last Updated: January 6, 2021, 11:20 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସର୍ବସାଧାରଣଙ୍କ ପାଇଁ ଖୋଲିଛି ଏକାମ୍ର କ୍ଷେତ୍ରର ଲିଙ୍ଗରାଜ ମନ୍ଦିର । କରୋନା କଟକଣା ଯୋଗୁଁ ନଅ ମାସରୁ ଅଧିକ ସମୟ ଧରି ମନ୍ଦିର ବନ୍ଦ ରହିଥିଲା । ପରେ ଡିସେମ୍ବର ଶେଷ ସପ୍ତାହରେ ସେବାୟତ ପରିବାରଙ୍କ ଲାଗି ମନ୍ଦିର ପ୍ରବେଶ ଅନୁମତି ମିଳିଥିଲା । ତା’ ପରେ ଜାନୁୟାରୀ ୩ରୁ ୫ ତାରିଖ ଯାଏଁ ଭୁବନେଶ୍ୱର ବାସୀଙ୍କ ଦର୍ଶନ ପାଇଁ ସୁବିଧା ଉପଲବ୍ଧ ହୋଇଥିଲା । ବୁଧବାର ଠାରୁ ସର୍ବସାଧରଣଙ୍କ ପାଇଁ ମନ୍ଦିର ଖୋଲିଛି । ପ୍ରଥମ ଦିନରେ ଶତାଧିକ ଭକ୍ତ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ଲାଭ କରିଛନ୍ତି ।

ସର୍ବସାଧାରଣଙ୍କ ଦର୍ଶନ ସୁବିଧା ସହ ଭକ୍ତଙ୍କ ଦର୍ଶନରେ କଟକଣା ବି କୋହଳ ହୋଇଛି । ପୂର୍ବରୁ ସରକାରୀ କଟକଣା ଅନୁସାରେ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତି ଓ ୧୦ ବର୍ଷରୁ କମ୍‌ ବୟସର ପିଲାଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ଥିଲା। ଫଳରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ।

ଏହା ବି ପଢ଼ନ୍ତୁ | ପତି ଘରକୁ ଡେରିରେ ଫେରିଲେ ବୋଲି ପତ୍ନୀ ରାଗରେ ତାଙ୍କ ମୁହଁରେ ଗରମ ତେଲ ଢାଳିଦେଲେ

ବାହାର ରାଜ୍ୟରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଦର୍ଶନ ପାଇଁ ଆସି ପହଞ୍ଚୁଥିଲେ । କେତେକଙ୍କର କରୋନା ନେଗେଟିଭ ରିପୋର୍ଟ ମଧ୍ୟ ଥିଲା । ତଥାପି ବୟସ କଟକଣା ଯୋଗୁଁ ମନ୍ଦିର ପ୍ରବେଶ କରିପାରି ନ ଥିଲେ । ଏ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଭକ୍ତଙ୍କ ଆବେଗକୁ ଦେଖି ନିଷ୍ପତ୍ତି ପରବର୍ତ୍ତନ କରିଥିଲା ବିଏମସି ଓ ବୟସ ସୀମା ଉପରୁ ପ୍ରତିବନ୍ଧକ ହଟାଇଥିଲା ।

ଲିଙ୍ଗରାଜ ମନ୍ଦିରରେ ଦର୍ଶନ ପାଇଁ ଲମ୍ବା ଧାଡ଼ି ଲାଗିଛି ।


ଏଣିକି ସବୁ ବୟସର ଲୋକ ଲିଙ୍ଗରାଜ ମନ୍ଦିରରେ ପ୍ରବେଶ କରି ଦର୍ଶନ କରିପାରିବେ। କିନ୍ତୁ କୋଭିଡ଼ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ରହିବ । ମନ୍ଦିର ନିକଟରେ ବିଏମସି ପକ୍ଷରୁ ମାଗଣା କୋଭିଡ ଟେଷ୍ଟିଂର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଏହା ବି ପଢ଼ନ୍ତୁ | Big Boss 14 ଘରେ ପ୍ରବେଶ କରିବେ ରାଖୀ ସାନ୍ତଙ୍କ ସ୍ାମୀ; ସଲମାନ ଖାଁଙ୍କୁ ପ୍ରଶଂସା କଲେ

‘‘ସୁରକ୍ଷା ଦୃଷ୍ଟିରୁ ବୟସ ସୀମା କଟକଣା କରାଯାଇଥିଲା। ହେଲେ ବହୁ ଭକ୍ତ ଦୂରରୁ ଆସି ଦର୍ଶନରୁ ବଞ୍ଚିତ ରହିଥିଲେ। ଛୋଟ ପିଲାଙ୍କୁ ବାପା ମାଆ ବାହାରେ ଛାଡ଼ି ମନ୍ଦିର ଭିତରକୁ ଯିବାରେ ସମସ୍ୟା ରହୁଥିଲା । ଏ ସବୁକୁ ନଜରରେ ରଖି ବିଏମସି ନିଷ୍ପତ୍ତି ପରିବର୍ତନ କରିଛି,’’ କହିଛନ୍ତି ବିଏମସି ଜେଡିସି ଅଂଶୁମାନ ରଥ ।

ମନ୍ଦିର ନିକଟରେ ଟେଷ୍ଟିଙ୍ଗ କାଉଣ୍ଟର ସଂଖ୍ୟା ବଢ଼ାଇବା ପାଇଁ ଯୋଜନା ହେଉଛି । ବୁଧବାର ଦିନ ପ୍ରଥମ ଦିନରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଅନୁଧ୍ୟାନ କରି ଗୁରୁବାର ଠାରୁ ଟେଷ୍ଟିଙ୍ଗ କାଉଣ୍ଟର ବଢ଼ାଯିବ ବୋଲି ବିଏମସି କହିଛି । ଗୋଟିଏରୁ ଚାରୋଟି ଯାଏ କାଉଣ୍ଟର ବଢାଇବାକୁ ଯୋଜନା ରଖିଛି ବିଏମସି ।

ଏହା ବି ପଢ଼ନ୍ତୁ | କୁଆଡ଼େ ନିଖୋଜ ହୋଇଗଲେ ଚୀନ୍‌ର ଅନ୍ୟତମ ଧନୀ ବ୍ୟକ୍ତି ଆଲିବାବାର ମାଲିକ ଜ୍ୟାକ୍ ମା?

ଏହି ନିଷ୍ପତ୍ତିକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ବିଶେଷ କରି ପ୍ରଥମ ଦିନରେ ଅଣଓଡ଼ିଆ ଭକ୍ତଙ୍କ ସମାଗମ ହୋଇଥିଲା ମନ୍ଦିର ପରିସରରେ ।

‘‘ବର୍ଷକ ବ୍ୟବଧାନରେ ଭଗବାନଙ୍କ ଦ୍ୱାରକୁ ମୁଁ ଆସିଛି। ଏତେ ସୁନ୍ଦର ଦର୍ଶନ ଆଗରୁ କେବେ ହୋଇ ନ ଥିଲା। ଯାହା ହଉ ଆଜି ଦର୍ଶନ କଲି, ଆତ୍ମା ତୃପ୍ତି ମିଳିଲା,’’ କହିଛନ୍ତି କଟକ ବାସିନ୍ଦା ସୁରମୟୀ ।



ଝାଡ଼ଖଣ୍ଡରୁ ଆସିଥିବା ସ୍ମିତା କହିଛନ୍ତି, ‘‘ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିପାରିଲୁନି, ହେଲେ ଏଠି ବହୁତ ଭଲରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲୁ। ଅପେକ୍ଷାରେ ଥିଲୁ କେବେ ମନ୍ଦିର ଖୋଲିବ ଓ ଦର୍ଶନ କରିବୁ। ଯାହା ହେଉ ଆଜି ସେ ସୁଯୋଗ ମିଳିଲା । ବହୁତ ଖୁସି ଲାଗୁଛି ।’’
Published by: Anand Shankar Thankur Das
First published: January 6, 2021, 11:20 PM IST