ରାଜ୍ୟରେ ଅନେକ ବସ୍ ଚାଲିବା ଅବସ୍ଥାରେ ନାହିଁ; ଜିମ୍ ଓ ଯାତ୍ରା କଳାକାରମାନେ ସହାୟତା ମାଗିଲେ

ସାରା ରାଜ୍ୟରେ ବସ୍ ଚଳାଚଳ ପାଇଁ ସରକାର ଅନୁମତି ଦେଇଥିଲେ ବି ଅନେକ ଘରୋଇ ବସ୍ ଚାଲିବା ଅବସ୍ଥାରେ ନାହିଁ । କଟକଣାରେ କମ୍ ଯାତ୍ରୀଙ୍କୁ ନେଇ ବସ୍ ଚାଲିଲେ କ୍ଷତି ହେବ ବୋଲି ମାଲିକମାନେ ଆଶଙ୍କିତ ।

ରାଜ୍ୟରେ ଅନେକ ବସ୍ ଚାଲିବା ଅବସ୍ଥାରେ ନାହିଁ; ଜିମ୍ ଓ ଯାତ୍ରା କଳାକାରମାନେ ସହାୟତା ମାଗିଲେ
ଅନେକ ବସ୍ ଚାଲିବା ସ୍ଥିତିରେ ନାହିଁ । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: July 16, 2021, 12:06 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍‌ ସଂକ୍ରମଣର  ସ୍ଥିତିକୁ ଗୁରୁତ୍ୱ ଦେଇ ସରକାର ଘୋଷଣା କରିଥିବା ସାନି ଆଂଶିକ ଲକଡାଉନରେ କିଛି ବ୍ୟବସାୟକୁ କୋଭିଡ କଟକଣା ମୁକ୍ତ କରାଯାଇଥିବା ବେଳେ ଆଉ କିଛି ବ୍ୟବସାୟକୁ ପୂର୍ବ ପରି କଟକଣା ଭିତରେ ରଖାଯାଇଛି । ଏହାକୁ ନେଇ ପ୍ରକାଶ ପାଇଛି ଭିନ୍ନ ଭିନ୍ନ ପ୍ରତିକ୍ରିୟା । କିଛି ସଂସ୍ଥା ସରକାରୀ ନିଷ୍ପତ୍ତିକୁ ସ୍ୱାଗତ କରିଥିବା ବେଳେ ଅନ୍ୟମାନେ ସରକାରଙ୍କୁ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି।

ଆଂଶିକ ଲକଡାଉନକୁ ସ୍ୱାଗତ କରିବା ସହିତ ବସ୍‌ ଚଳାଚଳ ପାଇଁ ଅନୁମତିକୁ ଯଥାର୍ଥ ବୋଲି କହିଛି ରାଜ୍ୟ ଘରୋଇ ବସ୍‌ ମାଲିକ ସଙ୍ଘ । ପୂର୍ବ ଭଳି ୨୦ଟି ଜିଲ୍ଲାରେ ନୁହେଁ, ଏବେ ସାରା ରାଜ୍ୟରେ ବସ୍‌ ଚଳାଚଳ ହେବା ବୋଲି ଖୁସି ବ୍ୟକ୍ତ କରିଛନ୍ତି ରାଜ୍ୟ ଘରୋଇ ବସ୍‌ ମାଲିକ ସଙ୍ଘର ମୁଖପାତ୍ର ଦେବାଶିଷ ନାୟକ । ସେ କହିଛନ୍ତି ଯେ ସରକାରୀ ନିଷ୍ପତ୍ତି ସଙ୍ଘକୁ ମାନିବ, ହେଲେ ଅନେକ ବସ୍‌ ମାଲିକ ଅସୁବିଧା ଦେଇ ଗତି କରୁଛନ୍ତି ।

ଏହା ବି ପଢ଼ନ୍ତୁ | ଓଃ, କି ମର୍ମନ୍ତୁଦ ଦୁର୍ଘଟଣା! କିଆ ସେଲ୍ଟୋସ୍ କାର୍ ମଝିରୁ ଖଣ୍ଡ ହୋଇଗଲା; ଜଣଙ୍କ ମୃତ୍ୟୁ ହେଲା

‘‘ପୂର୍ବରୁ ଏହି ପ୍ରସଙ୍ଗରେ ଆମେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲୁ । ଯଦି ସରକାର ଆମକୁ ଆଲୋଚନା ପାଇଁ ଡାକିଥାନ୍ତେ, ଭଲ ହୋଇଥାନ୍ତା। ଏବେ ଆମେ ବସ୍‌ ଚଳାଇବୁ। ଯେଉଁ ବସଗୁଡ଼ିକ ଚାଲିବା ଅବସ୍ଥାରେ ଅଛି ସେଗୁଡ଼ିକ ଚାଲିବ। କିନ୍ତୁ ଅନେକ ବସ୍‌ ଚାଲିବା ଅବସ୍ଥାରେ ନାହିଁ। ଯେଉଁ ବସ୍‌ ଚାଲିବ ତାହା କ୍ଷତିରେ ଚାଲିବ। ଯାତ୍ରୀ ହେବେ ନାହିଁ। କୋଭିଡ କଟକଣା କାରଣରୁ କମ୍‌ ଯାତ୍ରୀଙ୍କୁ ନେଇ ଯିବାକୁ ପଡ଼ିବ।  ଆମର କିଛି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଆମକୁ ଆଲୋଚନା ପାଇଁ ଡାକିବାକୁ ଆମେ ଅନୁରୋଧ କରୁଛୁ,’’ କହିଛନ୍ତି ନାୟକ ।

ଏହା ବି ପଢ଼ନ୍ତୁ | Actress Arrested: ଦୁର୍ବ୍ୟବହାର ଅଭିଯୋଗରେ ବଲିଉଡ ଅଭିନେତ୍ରୀ ପାୟଲ୍ ରୋହତାଗୀ ଗିରଫ ହେଲେ

ରାଜ୍ୟ ସରକାର ଏପ୍ରିଲ୍‌ ମାସରୁ ଜୁଲାଇ ମାସ ପର୍ଯ୍ୟନ୍ତ ବସ୍‌ ବାବଦରେ କିଛି ଦେୟ ଛାଡ଼ କରିଥିବା ଘୋଷଣା କରିଥିଲେ ବି ତାହା ଯଥେଷ୍ଟ ନୁହେଁ ବୋଲି କହିଛି ବସ୍‌ ମାଲିକ ସଙ୍ଘ । ‘‘ଏପ୍ରିଲରୁ ସବୁ ବସ୍‌ ଠିଆ ହୋଇ ରହିଛନ୍ତି । ସେଥି ପାଇଁ ଟ୍ୟାକ୍ସ ଛାଡ଼ର ମାନେ କିଛି ନାହିଁ। ଜୁଲାଇ ଅଧା ସରିଲାଣି। ତେଣୁ ବିଭିନ୍ନ ବାବଦରେ ଦେୟ ଛାଡ଼ କରାଯିବା ସେଭଳି ଗୁରୁତ୍ୱ ରଖେ ନାହିଁ । ଆମ ସ୍ଥିତିକୁ ଆଖିରେ ରଖି ରାଜ୍ୟ ସରକାର ଜୁଲାଇରୁ ସେପ୍ଟେମ୍ବର  ପର୍ଯ୍ୟନ୍ତ ଟ୍ୟାକ୍ସ ଓ ବିଭିନ୍ନ ଦେୟ ଛାଡ଼ କରିବା ଦରକାର,’’ କହିଛନ୍ତି ନାୟକ ।

ଏହା ବି ପଢ଼ନ୍ତୁ | ରିଲାଏନ୍ସ Jio ଆଣିଲା ନୂଆ ସ୍ମାର୍ଟଫୋନ୍ଜିଓଫୋନ୍ ନେକ୍ସଟ୍’; ଜଲ୍ଦି ବଜାରକୁ ଆସିବ ଏହି JioPhone Next

ସରକାରଙ୍କ ଜିମ୍‌ ଖୋଲିବାକୁ ଅନୁମତି ପାଇଁ ଅଲ୍‌-ଓଡି଼ଶା ଜିମ୍‌ ଓନର୍ସ୍‌ ଆସୋସିଏସନର ସଭାପତି ସତ୍ୟଜିତ ଦାସ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  ‘‘ଜିମ୍‌ ପାଇଁ ଯେଉଁମାନେ ଆସିବେ ସେମାନଙ୍କ ପାଇଁ ଆମେ ସ୍ୱତନ୍ତ୍ର ଗାଇଡଲାଇନ୍‌ କରିବୁ ଓ କୋଭିଡର ସବୁ ନିୟମ କଡ଼ାକଡି଼ ପାଳନ କରିବୁ । ତା’ ସହ ସବୁ ଜିଲ୍ଲାର ଜିମ୍‌ ସେଣ୍ଟରମାନଙ୍କୁ ଏକ ଏସ୍‌.ଓ.ପି. ପଠାଯିବ । ହେଲେ ଜିମ୍‌ ଖୋଲିବା ନିଷ୍ପତ୍ତି ପରେ କ୍ଷତି ସହିଥିବା ମାଲିକମାନଙ୍କୁ ସରକାର ଆର୍ଥିକ ସହାୟତା ଦେବା ପାଇଁ ଆମେ ନିବେଦନ କରୁଛୁ,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | TV ସିରିଏଲରେ ଭଗବାନ ଶିବଙ୍କ ଭୂମିକାରେ ଏହି ଅଭିନେତାମାନେ ଖୁବ୍ ପ୍ରଶଂସିତ ହୋଇଥିଲେ

ସ୍ପା, ସେଲୁନ୍ ଓ ବିୟୁଟି ପାର୍ଲର୍‌ ଖୋଲିବା ପାଇ ରାଜ୍ୟ ସରକାର  ଅନୁମତି ଦେଇଥିବାରୁ ଓଡ଼ିଶା ବିୟୁଟି ଆସୋସିଏସନ୍ ମୁଖ୍ୟ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛି । ଏଥି ସହ ବି.ଏମ୍‌.ସି.ର ସବୁ ଗାଇଡଲାଇନ୍ ପାଳନ କରିବା ସହିତ କୋଭିଡ୍‌ ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ପୁର୍ବରୁ ଯାହା ନିଷ୍ପତ୍ତି ନିଆ ଯାଇଛି ତାକୁ କଡ଼ାକଡି଼ ପାଳନ କରି କାମ ହେବ ବୋଲି ସଙ୍ଘ କହିଛି । ସଙ୍ଘର ଅଧ୍ୟକ୍ଷା ବୈଶାଳୀ ମହାପାତ୍ର କହିଛନ୍ତି, ‘‘ଏବେ ବି ପି.ପି.ଇ. ପିନ୍ଧି ଡ୍ୟୁଟି କରିବାକୁ ଆମେ ନିଷ୍ପତ୍ତି ନେଇଛୁ । ଆମର ସବୁ କର୍ମଚାରୀ ଟିକା ନେଇ ସାରିଲେଣି । ତେଣୁ କିଛି ବି ଅସୁବିଧା ହେବ ନାହିଁ ।’’

ଏହା ବି ପଢ଼ନ୍ତୁ | ବର୍ଷା ଋତୁ ପୂର୍ବରୁ ସବୁ ପିଲା ଇନ୍ଫ୍ଲୁଏଞ୍ଜା ଟିକା ନେବା ଉଚିତ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି

ଅନ୍ୟ ପକ୍ଷରେ ଏହି ଅନଲକକୁ ନେଇ ଯାତ୍ରା କଳାକାରମାନେ ନିରାଶା ବ୍ୟକ୍ତ କରିଛନ୍ତି । ଯାତ୍ରା ଅଭିନେତା ଗୌର ଦାସ କହିଛନ୍ତି, ‘‘ଯାତ୍ରାକୁ ଅନୁମତି ନ ଦେବା ନେଇ ସରକାରଙ୍କ ନିଷ୍ପତ୍ତି ସମୟୋପଯୋଗୀ ହୋଇପାରେ, କିନ୍ତୁ ଆମେ ଏବେ କରିବୁ କ‘ଣ? ସରକାର ସବୁବେଳେ କଳାକାରଙ୍କ ପାଇଁ ଉଦାସୀନ । ଅନ୍ୟଙ୍କୁ ସରକାର ସହାୟତା କରୁଛନ୍ତି । ତେଣୁ ଆମ ପାଇଁ କିଛି ବିକଳ୍ପ ବ୍ୟବସ୍ଥା କରନ୍ତୁ ବୋଲି ଆମେ ଦାବି କରୁଛୁ ।’’



ଡିଜିଟାଲ ମାଧ୍ୟମରେ ଯାତ୍ରା ପରିବେଷଣ ପାଇଁ ସରକାର ଅନୁମତି ଦେଲେ ତାକୁ ଯାତ୍ରା କଳାକାରମାନେ ସ୍ୱାଗତ କରିବେ ବୋଲି ସେ କହିଛନ୍ତି । ‘‘ନହେଲେ ଯାତ୍ରା କଳାକାର ମରିଯିବେ । ତେଣୁ ଯାତ୍ରା କଳାକାର ଓ କର୍ମଚାରୀଙ୍କ ପାଇଁ ସରକାର କିଛି ବିକଳ୍ପ ବ୍ୟବସ୍ଥା କରିବା ଉଚିତ,’’ କହିଛନ୍ତି ଦାସ ।
Published by: Anand ST Das
First published: July 16, 2021, 12:06 AM IST