କରୋନା ସ୍ଥିତିରେ ବି ଓଡ଼ିଶାରେ ଚାଷୀଙ୍କ ଠାରୁ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ରବି ଧାନ ସଂଗ୍ରହ ହୋଇଛି

ଓଡ଼ିଶାରେ ରବି ଧାନ ସଂଗ୍ରହ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ରବି ଧାନ ସଂଗ୍ରହ କାର୍ଯ୍ୟ ରାଜ୍ୟର ୧୭ଟି ଜିଲ୍ଲାରେ ୧,୦୬୮ଟି ଧାନ ସଂଗ୍ରହ କେନ୍ଦ୍ର ମାଧ୍ୟମରେ କରାଯାଉଛି ।

କରୋନା ସ୍ଥିତିରେ ବି ଓଡ଼ିଶାରେ ଚାଷୀଙ୍କ ଠାରୁ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ରବି ଧାନ ସଂଗ୍ରହ ହୋଇଛି
ଜୁନ୍ ୧୧ ତାରିଖ ସୁଦ୍ଧା ୧୧ ଲକ୍ଷ ୮୬ ହଜାର ୯୭୬ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ କରାସରିଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କୋଭିଡ୍‌-୧୯ ପରିସ୍ଥିତିରେ ଚାଷୀମାନଙ୍କଠାରୁ ରବି ଧାନ ସଂଗ୍ରହ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି । ଏ ପର୍ଯ୍ୟନ୍ତ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ଧାନ ସଂଗ୍ରହ କରାଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ସରକାରଙ୍କ ତରଫରୁ ଚଳିତ ବର୍ଷ ରବି ଧାନ ସଂଗ୍ରହ ନିମନ୍ତେ ୧୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଜୁନ୍‌ ୧୧ ତାରିଖ ସୁଦ୍ଧା ୧୧ ଲକ୍ଷ ୮୬ ହଜାର ୯୭୬ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ କରାସରିଛି, ଯାହା ଗତ ବର୍ଷ ଏହି ତାରିଖ ତୁଳନାରେ ୪୦ ପ୍ରତିଶତ ଅଧିକ ।

ଗତ ବର୍ଷ ଜୁନ୍‌ ୧୧ ତାରିଖ ସୁଦ୍ଧା ୮ ଲକ୍ଷ ୪୮ ହଜାର ୭୦୪ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ କରାଯାଇଥିଲା । ଚଳିତ ରବି ଧାନ ସଂଗ୍ରହ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ରବି ଧାନ ସଂଗ୍ରହ କାର୍ଯ୍ୟ ରାଜ୍ୟର ୧୭ଟି ଜିଲ୍ଲାରେ ୧,୦୬୮ଟି ଧାନ ସଂଗ୍ରହ କେନ୍ଦ୍ର ମାଧ୍ୟମରେ କରାଯାଉଛି । ଏ ପର୍ଯ୍ୟନ୍ତ ୧ ଲକ୍ଷ ୪୨ ହଜାର ୨୫୩ ଜଣ ରେଜିଷ୍ଟି୍ରଭୁକ୍ତ ଚାଷୀ ସେମାନଙ୍କର ଧାନ ବିକ୍ରି କରିଛନ୍ତି ।

ଚଳିତ ରବି ଋତୁରେ ଧାନ ବିକ୍ରି ନିମନ୍ତେ ରାଜ୍ୟର ୨ ଲକ୍ଷ ୫୭ ହଜାର ୮୯୧ ଜଣ ଚାଷୀ ନାମ ରେଜିଷ୍ଟ୍ରେସନ୍‌ କରିଥିବାବେଳେ ଆଜି ପର୍ଯ୍ୟନ୍ତ ୨ ଲକ୍ଷ ୪୬ ହଜାର ୪୫୨ ଚାଷୀଙ୍କ ନାମ ପଞ୍ଜୀକରଣକୁ ଯାଞ୍ଚ କରାଯାଇ ସାରିଛି । ଗତ ବର୍ଷ ତୁଳନାରେ ପ୍ରାୟ ୪୦ ହଜାରରୁ ଊର୍ଦ୍ଧ ଚାଷୀ ସେମାନଙ୍କର ନାମ ପଞ୍ଜୀକରଣ କରିଛନ୍ତି । ଗତ ବର୍ଷ ରବି ଧାନ ବିକ୍ରି ନିମନ୍ତେ ୨ ଲକ୍ଷ ୧୬ ହଜାର ଚାଷୀ ସେମାନଙ୍କର ନାମ ପଞ୍ଜୀକୃତ କରିଥିଲେ ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ


ଧାନ ସଂଗ୍ରହ ବାବଦକୁ ଏ ପର୍ଯ୍ୟନ୍ତ ୧,୭୦୨ କୋଟି ୩୩ ଲକ୍ଷ ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଛି । ରବି ୨୦୧୯-୨୦ ବର୍ଷରେ ରାଜ୍ୟରେ ମୂଲ୍ୟ ସହାୟକ ଯୋଜନାରେ ସମବାୟ ବିଭାଗ ପକ୍ଷରୁ ଜୁନ୍‌ ୧୧ ତାରିଖ ପର୍ଯ୍ୟନ୍ତ ୨୨ କୋଟିରୁ ଊଦ୍ଧ୍ୱର୍ ମୂଲ୍ୟର ଡାଲି ଓ ତୈଳବୀଜ ଚାଷୀମାନଙ୍କଠାରୁ ସଂଗ୍ରହ କରାଯାଇଛି । ଏଥି ମଧ୍ୟରେ ମୁଗ ୧,୭୬୧ ମେଟ୍ରିକ ଟନ୍‌, ଚିନାବାଦାମ ୧,୯୮୫ ମେଟ୍ରିକ ଟନ୍‌ ଏବଂ ସୂର୍ଯ୍ୟମଖୀ ମଞ୍ଜି ୧୭ ମେଟ୍ରିକ୍‌ ଟନ୍‌ ଅନ୍ତର୍ଭୁକ୍ତ । ରାଜ୍ୟର ୧୭ଟି ଜିଲ୍ଲାରେ ୧୭୧ଟି ପ୍ୟାକ୍ସ ମାଧ୍ୟମରେ ଡାଲି ଓ ତୈଳବୀଜ ସଂଗ୍ରହ କରାଯାଉଛି । ଏଥି ନିମନ୍ତେ ଚଳିତ ବର୍ଷ ୧୭,୦୯୫ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିବାବେଳେ ଗତ ବର୍ଷ ୮,୮୧୬ ଜଣ ଚାଷୀ ନାମ ପଞ୍ଜୀକୃତ କରିଥିଲେ ।

କୋଭିଡ୍‌-୧୯ ପରିସ୍ଥିତିରେ ଖରିଫ୍‌ ଋତୁରେ ସମବାୟ ସଂସ୍ଥା ମାଧ୍ୟମରେ ଚାଷୀମାନଙ୍କ ୯,୦୦୦ କୋଟି ଟଙ୍କା ଫସଲ ଋଣ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଆଜି ସୁଦ୍ଧା ୩,୬୩୦ କୋଟି ଟଙ୍କା ଫସଲ ଋଣ ଯୋଗାଇ ଦିଆଯାଇଛି । ଗତ ବର୍ଷ ଜୁନ୍‌ ୧୧ ସୁଦ୍ଧା ଚାଷୀମାନଙ୍କୁ ମୋଟ ୧,୬୩୦ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଥିଲା । ଗତ ବର୍ଷ ଜୁନ୍‌ ୧୧ ତାରିଖ ତୁଳନାରେ ୨୨୬ ପ୍ରତିଶତ ଅଧିକ ଫସଲ ଋଣ ଯୋଗାଇ ଦିଆଯାଇଛି । ଏ ପର୍ଯ୍ୟନ୍ତ ୮ ଲକ୍ଷ ୪୧ ହଜାର ଚାଷୀଙ୍କୁ ଫସଲ ଋଣ ଯୋଗାଇ ଦିଆଯାଇଛି । ଗତ ବର୍ଷ ଏହି ସମୟ ମଧ୍ୟରେ ୪ ଲକ୍ଷ ୧୪ ହଜାର ୪୫ ଜଣ ଚାଷୀଙ୍କୁ ଖରିଫ ଫସଲ ଋଣ ଯୋଗାଇ ଦିଆଯାଇଥିଲା ।

କୋଭିଡ୍‌-୧୯ ପରିସ୍ଥିତିରେ ଖରିଫ୍‌ ଚାଷ ନିମନ୍ତେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଯୁଗ୍ମଦେୟ ଗୋଷ୍ଠୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ନୂତନ ଭାବେ ପଞ୍ଜୀକୃତ ହୋଇଥିବା ଚାଷୀଙ୍କୁ ଫସଲ ଋଣ ଯୋଗାଇଦେବା ଉପରେ ମନ୍ତ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରୁଛନ୍ତି । ଏଥି ସହିତ ବିଭିନ୍ନ ପ୍ୟାକ୍ସରେ ପର୍ଯ୍ୟାପ୍ତ ପରିମାଣର ବିହନ ଓ ସାର ମହଜୁଦ କରି ରଖିବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 13, 2020, 3:36 PM IST
corona virus btn
corona virus btn
Loading