ଲକଡାଉନରେ ରାଜ୍ୟରେ ବଢିଲା ଅନଲାଇନ୍ ଗେମର ଚାହିଦା; ପିଲା ଠାରୁ ବୁଢ଼ା ସମସ୍ତଙ୍କର ପ୍ରିୟ

ଅନଲାଇନ୍ ଖେଳ ମାଧ୍ୟମରେ ଘରେ ବସି ନିଜ ସାଙ୍ଗସାଥି ଓ ପ୍ରିୟଜନଙ୍କ ସହ ଖେଳିବାର ସୁବିଧା ରହିଛି । ସେଇଥି ପାଇଁ ଏହା ଲୋକଙ୍କୁ ବେଶୀ ପସନ୍ଦ ଆସୁଥିବା କହିଛନ୍ତି ଲୋକେ ।

ଲକଡାଉନରେ ରାଜ୍ୟରେ ବଢିଲା ଅନଲାଇନ୍ ଗେମର ଚାହିଦା; ପିଲା ଠାରୁ ବୁଢ଼ା ସମସ୍ତଙ୍କର ପ୍ରିୟ
ଅନଲାଇନ୍ ଗେମ୍ ଖେଳିବାରେ ବ୍ୟସ୍ତ ଭୁବନେଶ୍ୱରର ଏକ ପରିବାର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଲକଡାଉନରେ ରାଜ୍ୟରେ ବଢିଛି ଅନଲାଇନ ଗେମର ଡିମାଣ୍ଡ୍‌ । ଘରେ ବସି ସମୟ କାଟିବାର ଉପାୟ ହେଉ ବା ଅନଲାଇନ ଜରିଆରେ ଦୂରରେ ଥିବା ସାଙ୍ଗସାଥିଙ୍କ ସହ ଟାଇମ୍‌ ପାସ୍‌ କରିବା ହେଉ, ଏ ସବୁର ସହଜ ଓ ସୁନ୍ଦର ଉପାୟ ଆଣିଦେଇଛି ଅନଲାଇନ ଗେମ୍‌ । ମାର୍ଚ୍ଚ ଓ ଏପ୍ରିଲ ମାସରେ ଓ ଏହି ମାସର ଏ ପର୍ଯ୍ୟନ୍ତ ରାଜ୍ୟରେ ଲକ୍ଷାଧିକ ଗ୍ରାହକ ଯୋଡ଼ି ହୋଇଛନ୍ତି ଅନଲାଇନ ଗେମ୍‌ ଦୁନିଆରେ ।

ଦେଢ଼ ମାସରୁ ଅଧିକ ସମୟ ହେବ ଲକଡାଉନ ପରିସ୍ଥିତିରେ ଲୋକେ ଘରେ ବନ୍ଦ୍ ହୋଇ ରହିଛନ୍ତି । ନା କାହାରି ସାଙ୍ଗରେ ଦେଖା ହେଉଛି ନା ସାଙ୍ଗସାଥି ଗହଣରେ ପୂର୍ବ ଭଳି ଚାଲିଛି ମଉଜ ମସ୍ତି । ତା’ରି ଭିତରେ ଅନଲାଇନ ଗେମ ପାଲଟିଛି ଅଧିକାଂଶ ଲୋକଙ୍କ ଟାଇମ ପାସର ନୂଆ ଉପାୟ । ଖାଲି ଛୋଟ ପିଲା ବା ଯୁବପିଢ଼ି ନୁହେଁ, ଗେମ୍‌ ଖେଲିବାରେ ସବୁ ବୟସର ଲୋକଙ୍କୁ ମସଗୁଲ୍‌ ଥିବା ଦେଖିବାକୁ ମିଳିଛି ।

ଯେଉଁଠି ପାଠପଢାରୁ ମନ ହାଲୁକା କରିବା ପାଇଁ ଘରେ ରହି ପିଲାଏ ମୋବାଇଲ୍‌ ଫୋନ୍‌ ବା ଟ୍ୟାବ୍‌ ଧରି ଅନଲାଇନ ଗେମ୍‌ ଖେଳୁଛନ୍ତି, ସେଠି ଘର କାମ ସାରି ଗୃହିଣୀ ବି ପିଲାଙ୍କ ସାଙ୍ଗରେ ଲାଗି ଯାଉଛନ୍ତି ଖେଳରେ । କାହାର ଲୁଡୋ ପସନ୍ଦ ତ ଆଉ କାହାର କ୍ୟାଣ୍ଡିକ୍ରସ୍‌ ପସନ୍ଦ । ପବଜି ଆଉ କ୍ୟାରମର ବି ଚାହିଦା ବହୁତ ।

ବିଭିନ୍ ପ୍ରକାର ଅନଲାଇନ୍ ଗେମ୍ ଏବେ ମୋବାଇଲ୍ ଫୋନରେ ଉପଲବ୍ଧ


‘‘ଘର କାମ ସାରିବା ପରେ ଏବେ ପିଲାଙ୍କୁ ସମୟ ଦେବା କଥା । ଖାଲି ତ ପାଠ ପଢ଼େଇଲେ ହେବନି, ପିଲାଙ୍କ ସାଙ୍ଗରେ ଖେଳିବାକୁ ବି ପଡିବ । ନୂଆ ପିଢ଼ି ସହିତ ନୂଆ ଷ୍ଟାଇଲ ରେ ଖେଳିବାକୁ ମଜା ଲାଗୁଚି । ଏ ସବୁ ଆମ ସମୟରେ ନ ଥିଲା । ଏବେ ଏହା ବେଶ୍‌ ମଜା ଲାଗୁଛି,’’ କହିଛନ୍ତି ରାଜଧାନୀ ଭୁବନେଶ୍ୱରର ଗୃହିଣୀ କୌଶଲ୍ୟା ପରିଡା ।

ଲକଡାଉନ ଜାରି ହେବା ପରେ ଅନଲାଇନ୍‌ ଗେମ ଦୁନିଆ ସହ ଯୋଡି ହେଇଛନ୍ତି ଅନେକ ଗ୍ରାହକ । ବଢ଼ିଛି ଖେଳିବା ଲୋକଙ୍କ ସଂଖ୍ୟା । ପ୍ରତି ଦିନ ଲୁଡୋ କିଙ୍ଗ ସହ ଚାରି ଲକ୍ଷ ନୂଆ ସବସକ୍ରାଇବର ଯୋଡ଼ି ହେଉଥିବା ବେଳେ ମାର୍ଚ୍ଚ ଓ ଏପ୍ରିଲ ମାସରେ ରମି ଓ ତୀନପତ୍ତି ସହ ଯୋଡି ହୋଇଛନ୍ତି ୫୦ ମିଲିଅନ ଲୋକ । ସେହି ଭଳି ପବଜି ଓ କ୍ୟାରମର ଚାହିଦା ୫୦ ପ୍ରତିଶତ ବୃଦ୍ଧି ପାଇଛି ।

କାହାର ଲୁଡୋ ପସନ୍ଦ ତ ଆଉ କାହାର କ୍ୟାଣ୍ଡିକ୍ରସ୍‌ ପସନ୍ଦ । ପବଜି ଆଉ କ୍ୟାରମର ବି ଚାହିଦା ବହୁତ ।


ଏହି ଅନଲାଇନ୍‌ ଖେଳ ମାଧ୍ୟମରେ ଘରେ ବସି ନିଜ ସାଙ୍ଗସାଥି ଓ ପ୍ରିୟଜନଙ୍କ ସହ ଖେଳିବାର ସୁବିଧା ରହିଛି । ସେଇଥି ପାଇଁ ଏହା ଲୋକଙ୍କୁ ବେଶୀ ପସନ୍ଦ ଆସୁଥିବା କହିଛନ୍ତି ଖେଳୁଥିବା ଲୋକେ ।

ଡିଏଭି ସ୍କୁଲର ଛାତ୍ର ଶୁଭଙ୍କର କହିଛନ୍ତି, ‘‘ଏବେ ଯେଉଁ ପରିସ୍ଥିତି ହୋଇଛି ସେଥିରେ ଘରୁ ବାହାରିବା ମୁସ୍କିଲ । ଅନଲାଇନ ଗେମ ସାହାଯ୍ୟରେ ସାଙ୍ଗସାଥୀଙ୍କ ସହ ଦେଖା ହଉଚି, ଖେଳୁଛୁ । ଆମକୁ ବେଶ ମଜା ଲାଗୁଚି ଆଉ ଟାଇମ ବି ପାସ୍‌ ହେଉଛି ।’’

ବାହାରକୁ ନ ଯାଇ ଓ କାହା ସହ ଦେଖା ନ କରି ଖେଳିବାର ସୁଯୋଗ ଆଣିଦେଇଛି ଅନଲାଇନ ଗେମ୍‌ । ଏହାକୁ ହାତଛଡା କରିନାହାନ୍ତି ପିଲା ଠାରୁ ବୁଢ଼ା । ସମସ୍ତଙ୍କୁ ଘରେ ବାନ୍ଧି ରଖିଛି ଏହି ଅନଲାଇନ ଗେମ୍‌ ।

ଏହା ବି ପଢ଼ନ୍ତୁ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ପାର୍ କଲା; ଆଜି ଗୋଟେ ଦିନରେ ନୂଆ ୧୦୦ ଆକ୍ରାନ୍ତ ଟିହ୍ନଟ

ଏହା ବି ପଢ଼ନ୍ତୁ: ବଡ ନିଷ୍ପତ୍ତି: କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସର କ୍ୟାଣ୍ଟିନ ଓ ଷ୍ଟୋରରେ ସ୍ୱଦେଶୀ ବସ୍ତୁ ବିକ୍ରି ହେବ

ଏହା ବି ପଢ଼ନ୍ତୁ: ‘ଆତ୍ମନିର୍ଭର ଭାରତ’ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ PM ମୋଦି

ଏହା ବି ପଢ଼ନ୍ତୁ: ଚତୁର୍ଥ ପର୍ଯାୟର ଲକଡାଉନ୍ ଆଗ ଠାରୁ ଭିନ୍ନ ହେବ; ନୂଆ ନିୟମ ଲାଗୁ ହେବ: PM ମୋଦି
First published: May 13, 2020, 4:12 PM IST
corona virus btn
corona virus btn
Loading