Delhi Corona Death: କରୋନାରେ ହାହାକାର; ଶ୍ମଶାନ ଫୁଲ ହେଲା, ପାର୍କରେ ହେଉଛି ଅନ୍ତିମ ସଂସ୍କାର

ଦିଲ୍ଲୀରେ କରୋନା କାରଣରୁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । କେବଳ ଏତିକି ନୁହେଁ କ୍ରମାଗତ ହେଉଥିବା ମୃତ୍ୟୁ ଯୋଗୁଁ (Delhi Corona Death) ଶ୍ମଶାନ ଘାଟରେ ଶବଦାହ କରିବା ପାଇଁ ମଧ୍ୟ ସମସ୍ୟା ଦେଖାଦେଇଛି ।

Delhi Corona Death: କରୋନାରେ ହାହାକାର; ଶ୍ମଶାନ ଫୁଲ ହେଲା, ପାର୍କରେ ହେଉଛି ଅନ୍ତିମ ସଂସ୍କାର
ପାର୍କରେ ହେଉଛି ଅନ୍ତିମ ସଂସ୍କାର
  • News18 Odia
  • Last Updated: April 25, 2021, 3:34 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା କାରଣରୁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ଦିଲ୍ଲୀରେ ଗତ କିଛି ଦିନ ହେବ ପ୍ରାୟ ୨୪ ହଜାର ଉପରେ କରୋନା ସଂକ୍ରମଣର ରିପୋର୍ଟ ଆସୁଛି ଓ ଏହା ସହ ରେକର୍ଡ ସଂଖ୍ୟକ ଲୋକଙ୍କର ମୃତ୍ୟୁ ମଧ୍ୟ ହେଉଛି । ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ଶବକୁ ପୋଡିବା ପାଇଁ ଶ୍ମଶାନ ଘାଟରେ ଲମ୍ବା ୱେଟିଂ ଦେଖାଯାଉଛି । ଯାହାଫଳରେ ଅନେକ ସ୍ଥାନରେ ପାର୍କରେ ଶବଦାହ କରାଯାଉଥିବା ଦେଖାଯାଉଛି । ଏହିପରି କିଛି ଦିଲ୍ଲୀର ସାରାଇ କାଲେ ଖାନ ଶ୍ମଶାନ ଘାଟରେ ଦେଖିବାକୁ ମିଳୁଛି ।

ଦିଲ୍ଲୀର ତିନୋଟି ମ୍ୟୁନିସିପାଲିଟି କର୍ପୋରେସନର ୯ ଟି ଅଞ୍ଚଳରେ ୨୧ ଟି ଶ୍ମଶାନ ଅଛି । କିନ୍ତୁ ଦିନକୁ ଦିନ ବୃଦ୍ଧି ପାଉଥିବା ମୃତ୍ୟୁ ଯୋଗୁଁ ସବୁ ସ୍ଥାନରେ ୱେଟିଂ ଚାଲିଛି । ଏହି ସମୟରେ ସାରାଇ କାଲେ ଖାନ ସବୁଜ ପାର୍କରେ ମଧ୍ୟ ମୃତଦେହର ଶବଦାହ କରାଯାଉଛି । ଯେଉଁଠାରେ ଲୋକମାନେ ବୁଲିବାକୁ ଓ ଶୀତଳ ପବନ ଖାଇବାକୁ ଯାଉଥିଲେ।

ପାର୍କରେ ୫୦ ଟି ପ୍ଲାଟଫର୍ମ ପ୍ରସ୍ତୁତ ହେଉଛି
ଦିଲ୍ଲୀର ସାରାଇ କାଲେ ଖାନ ଅଞ୍ଚଳରେ କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶେଷ ରୀତିନୀତି ପାଇଁ ପାର୍କରେ ପୃଥକ ୫୦ଟି ପ୍ଲାଟଫର୍ମ ପ୍ରସ୍ତୁତ କରାଯାଉଛି । ସାରାଇ କାଲେ ଖାନ ଶ୍ମଶାନରେ ପୂର୍ବରୁ ୨୦ ଟି ପ୍ଲାଟଫର୍ମ ଥିଲା । ଏହି ସମୟରେ ପ୍ଲାଟଫର୍ମ ପ୍ରସ୍ତୁତ କରିଥିବା କଣ୍ଟ୍ରାକ୍ଟର କହିଛନ୍ତି ଯେ ଶବ ଏତେ ମାତ୍ରାରେ ଆସୁଛି ଯେ ଶବଦାହ ଛୋଟ ହୋଇଯାଇଛି । ତେଣୁ ଏଥିପାଇଁ ନୂତନ ପ୍ଲାଟଫର୍ମ ପ୍ରସ୍ତୁତ ହେଉଛି ।

କେବଳ ଏତିକି ନୁହେଁ ସାରାଇ କାଲେ ଖାନର ଏହି ଶ୍ମଶାନ ଘାଟରେ କାଠର ଅଭାବ ମଧ୍ୟ ରହିଛି । ପରିସ୍ଥିତି ଏପରି ଯେ ବେଳେବେଳେ ମୃତ ଦେହର ଶବଦାହର MCD ଅନ୍ୟ ଆଡୁ କାଠର ବ୍ୟବସ୍ଥା କରୁଛନ୍ତି ।

ଦିଲ୍ଲୀରରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ମୃତ୍ୟୁ
ଶନିବାର ଦିନ ଦିଲ୍ଲୀରେ ୨୪,୦୦୦ ରୁ ଅଧିକ ନୂତନ ସଂକ୍ରମଣ ରିପୋର୍ଟ ହୋଇଥିବା ବେଳେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ସର୍ବାଧିକ ୩୫୭ ଜଣଙ୍କର ମୃତ୍ୟୁ ଘଟିଛି । ଯେତେବେଳେ କି ଦିଲ୍ଲୀରେ ଲୋକଙ୍କ ସଂକ୍ରମଣ ହାର ୩୨.୨୭ ପ୍ରତିଶତ ରେକର୍ଡ କରାଯାଇଛି । ଏଥି ସହିତ ଗତ ୨୪ ଘଣ୍ଟାର ତଥ୍ୟ ଅନୁଯାୟୀ ଦିଲ୍ଲୀରେ ଚିକିତ୍ସିତ ହେଉଥିବା ମାମଲା ସଂଖ୍ୟା ଏକ ଲକ୍ଷ ପାଖାପାଖି ପହଞ୍ଚିଛି ।
Published by: Jagdish Barik
First published: April 25, 2021, 3:34 PM IST