ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଦିଲ୍ଲୀ CM ଅରବିନ୍ଦ କେଜରିୱାଲଙ୍କ ଠାରେ କରୋନା ଲକ୍ଷଣ ଦିଶିବା ପରେ ତାଙ୍କ ସ୍ୱାବ୍ ପରୀକ୍ଷା ହେଲା

ଦିଲ୍ଲୀ CM ଅରବିନ୍ଦ କେଜରିୱାଲଙ୍କ ଠାରେ କରୋନା ଲକ୍ଷଣ ଦିଶିବା ପରେ ତାଙ୍କ ସ୍ୱାବ୍ ପରୀକ୍ଷା ହେଲା

କେଜରିୱାଲଙ୍କୁ ଜ୍ୱର ରହିବା ସହ ଗଳାରେ ଯନ୍ତ୍ରଣା ହେଉଥିଲା । କରୋନା ଲକ୍ଷଣ ଦେଖାଦେବା ପରେ ସାବଧାନତା ଅବଲମ୍ବନ କରି ସେ ନିଜକୁ ଅନ୍ୟମାନଙ୍କଠାରୁ ଦୂରେଇ ରଖି ସବୁ ବୈଠକ ବାତିଲ୍‌ କରିଛନ୍ତି ।

ଦିଲ୍ଲୀ CM ଅରବିନ୍ଦ କେଜରିୱାଲଙ୍କ ଠାରେ କରୋନା ଲକ୍ଷଣ ଦିଶିବା ପରେ ତାଙ୍କ ସ୍ୱାବ୍ ପରୀକ୍ଷା ହେଲା
ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରିୱାଲ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ କରୋନା ଭାଇରସ୍‌ ଟେଷ୍ଟ ପାଇଁ ଆଜି ସ୍ବାବ ସଂଗ୍ରହ କରାଯାଇଛି । ଆସନ୍ତା ୨୪ ଘଣ୍ଟା ପରେ ଏହାର ରିପୋର୍ଟ ଆସିବ । କେଜରିୱାଲଙ୍କ ଦେହରେ କରୋନା ଲକ୍ଷଣ ଦେଖାଦେବା ପରେ ତାଙ୍କର କୋଭିଡ ଟେଷ୍ଟ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତାଙ୍କୁ ଜ୍ବର ହେବା ସହ ସେ ଗଳାରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ।

କରୋନା ଲକ୍ଷଣ ଦେଖାଦେବା ପରେ ସାବଧାନତା ଅବଲମ୍ବନ କରି କେଜରିୱାଲ୍‌ ନିଜକୁ ଅନ୍ୟମାନଙ୍କଠାରୁ ଦୂରେଇ ରଖିବା ସହ ସମସ୍ତ ବୈଠକ ବାତିଲ୍‌ କରିଛନ୍ତି । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା କାଲି ଠାରୁ ଅଧିକ ଖରାପ ହୋଇ ନ ଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ କରୋନା ଟେଷ୍ଟ କରାଯିବାକୁ ସେ ନିଷ୍ପତ୍ତି ନେଇଥିଲେ । କେଜରିୱାଲ୍‌ ଅସୁସ୍ଥ ହେବା ଫଳରେ ଦିଲ୍ଲୀର ପ୍ରଶାସନିକ କାର୍ଯ୍ୟକ୍ରମ ଉପରେ ପ୍ରଭାବ ପଡ଼ିବା ସମ୍ଭାବନା ରହିଛି । କିନ୍ତୁ ଦିଲ୍ଲୀ ସରକାରଙ୍କ ସବୁ ମନ୍ତ୍ରୀ ମିଳିମିଶି ସବୁ ସମ୍ଭାଳିନେବେ ବୋଲି କହିଛନ୍ତି ଆପ ନେତାମାନେ ।

ଇତି ମଧ୍ୟରେ ରାଜଧାନୀ ଦିଲ୍ଲୀରେ ବେକାବୁ ହୋଇଛି କରୋନା ଭାଇରସ ସଂକ୍ରମଣ । ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ୨୯,୯୪୩ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୮୭୪ ଜଣଙ୍କ ଜୀବନ ଗଲାଣି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୭,୭୧୨ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି । ୧୧,୩୫୭ ଜଣ ସୁସ୍ଥ ହୋଇସାରିଲେଣି ।

ଦିଲ୍ଲୀରେ ଜଣେ ପୋଲିସ କର୍ମୀ ଦୋକାନୀମାନଙ୍କ ଦେହର ତାପମାତ୍ରା ମାପୁଛନ୍ତି ।


‘‘ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୬ ହଜାର ଛୁଇଁବ ବୋଲି ଆଶଙ୍କା କରାଯାଉଛି। ଜୁଲାଇ ସୁଦ୍ଧା ସାଢ଼େ ୫ ଲକ୍ଷ ଛୁଇଁବ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା । ତେଣୁ ସରକାର ସମସ୍ତ ବ୍ୟବସ୍ଥା ଉପରେ ଧ୍ୟାନ ଦେଉଛନ୍ତି,’’ କହିଛନ୍ତି ଦିଲ୍ଲୀର ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ।

ତେବେ ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । ସେ ରାଜ୍ୟ  ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଡାକିଥିଲେ । ବୈଠକରେ ବର୍ତ୍ତମାନ ରାଜ୍ୟର କରୋନା ସ୍ଥିତି ନେଇ ଆଲୋଚନା ହୋଇଥିଲା ।

ଏହା ବି ପଢ଼ନ୍ତୁ: 

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 9, 2020, 4:33 PM IST