ଦେଶରେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୯ ହେଲା; କୋଲକାତାରେ ୫୫ ବର୍ଷୀୟ ଚାଲିଗଲେ; ସଂକ୍ରମିତ ୪୬୪

ତାଙ୍କ ମୃତଦେହ ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ ନାହିଁ, ବରଂ ଜାତୀୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ ଅନୁସରଣ କରାଯିବ । ତାଙ୍କର ବିଦେଶ ଭ୍ରମଣର ଇତିହାସ ନ ଥିଲା ଓ ସେ ନିକଟରେ କୌଣସି ବିଦେଶୀଙ୍କ ସଂସ୍ପର୍ଶରେ ବି ଆସି ନ ଥିଲେ ।

ଦେଶରେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୯ ହେଲା; କୋଲକାତାରେ ୫୫ ବର୍ଷୀୟ ଚାଲିଗଲେ; ସଂକ୍ରମିତ ୪୬୪
କୋଲକାତାରେ ଏକ ଔଷଧ ଦୋକାନରେ ଲାଗିଥିବା ପୋଷ୍ଟର ପଢ଼ୁଛନ୍ତି ଜଣେ ମାସ୍କପିନ୍ଧା ପ୍ରୌଢ଼ । (ପିଟିଆଇ ଫଟୋ)
  • News18 Odia
  • Last Updated: March 23, 2020, 9:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଲକାତା/ନୂଆ ଦିଲ୍ଲୀ: କୋଲକାତାରେ ଜଣେ ବ୍ୟକ୍ତିଙ୍କର କରୋନା ଭାଇରସ ସଂକ୍ରମଣ ପରେ ମୃତ୍ୟୁ ହେବାରୁ ସୋମବାର ସନ୍ଧ୍ୟା ସୁଦ୍ଧା ସମଗ୍ର ଭାରତରେ ଏହି ମହାମାରୀରେ ଏ ପର୍ଯ୍ୟନ୍ତ ହୋଇଥିବା ମୃତ୍ୟୁ ସଂଖ୍ୟା ନଅକୁ ବୃଦ୍ଧି ପାଇଛି । ଦେଶରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୪୬୪ରେ ପହଞ୍ଚିଛି ।

କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଓ COVID-19 ପଜିଟିଭ୍ ଥିବା ଜଣେ ୫୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ସୋମବାର ଅପରାହ୍ଣରେ ମୃତ୍ୟୁ ଘଟିଥିଲା । ପଶ୍ଚିମ ବଙ୍ଗରେ କରୋନା ଭାଇରସ କାରଣରୁ ଏହା ପ୍ରଥମ ମୃତ୍ୟୁ । ଦମଦମ୍‌ ନିବାସୀ ଏହି ବ୍ୟକ୍ତିଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା ବୋଲି ପସପିଟାଲ କର୍ତ୍ତୃପକ୍ଷ କହିଛନ୍ତି । ତେବେ ସେ ଶ୍ୱାସକ୍ରିୟାରେ ଅସୁବିଧା ଅନୁଭବ କରିବା ପରେ ଡାକ୍ତରଖାନାର ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ) ରେ ଭର୍ତ୍ତି ହୋଇଥିଲେ ଓ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।

ତାଙ୍କର ନମୁନାଗୁଡିକ NICED ଓ SSKM ଡାକ୍ତରଖାନାକୁ ପଠାଯାଇଥିଲା, ସେଥି ମଧ୍ୟରୁ ଗୋଟିଏ ପଜିଟିଭ୍‌ ଥିଲା । ଘରୋଇ ଡାକ୍ତରଖାନାର ସୂତ୍ରଙ୍କ ଅନୁଯାୟୀ ମୃତ ବ୍ୟକ୍ତିଙ୍କ ପରିବାରର ସଦସ୍ୟମାନେ କହିଛନ୍ତି ଯେ ତାଙ୍କର ବିଦେଶ ଭ୍ରମଣର କୌଣସି ଇତିହାସ ନ ଥିଲା ବା ସେ ନିକଟରେ କୌଣସି ବିଦେଶୀ ବ୍ୟକ୍ତିଙ୍କ ସଂସ୍ପର୍ଶରେ ବି ଆସି ନ ଥିଲେ ।

ତାଙ୍କ ମୃତଦେହ ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ ନାହିଁ, ବରଂ ଜାତୀୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ ଅନୁସରଣ କରାଯିବ ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ । ଉକ୍ତ ବ୍ୟକ୍ତିଙ୍କ ପରିବାର ସଦସ୍ୟ, ସେମାନଙ୍କର ଚାକର, ତାଙ୍କୁ ପ୍ରଥମେ ଚିକିତ୍ସା କରିଥିବା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି । ସେମାନଙ୍କର ନମୁନା ମଧ୍ୟ ପରୀକ୍ଷା ପାଇଁ ପଠାଯାଇଛି । ଆଜି ପର୍ଯ୍ୟନ୍ତ ପଶ୍ଚିମ ବଙ୍ଗରେ ସାତ ଜଣ କରୋନା ପଜିଟିଭ୍ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ।

ଦିଲ୍ଲୀର ଏକ କରୋନା ଭାଇରସ୍ ସ୍କ୍ରିନିଂ କ୍ୟାମ୍ପର ଦୃଶ୍ୟ (ଏ.ପି. ଫଟୋ)


ସମଗ୍ର ମହାରାଷ୍ଟ୍ରରେ କର୍ଫ୍ୟୁ ଘୋଷଣା ହୋଇଥିବା ବେଳେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଦେଶର ଏକାଧିକ ରାଜ୍ୟ ତଥା ୧୦୦ରୁ ଅଧିକ ସହର ଲକଡାଉନ୍‌ କରିଛନ୍ତି। ବୁଧବାର ଠାରୁ ଭାରତରେ କୌଣସି ଘରୋଇ ବ୍ୟବସାୟିକ ବିମାନ ଚଳାଚଳ କରିବ ନାହିଁ ବୋଲି ବିମାନ ଚଳାଚଳ ମନ୍ତ୍ରଣାଳୟ ସୋମବାର କହିଛି ।

ମହାରାଷ୍ଟ୍ରରୁ ଉତ୍ତର ପ୍ରଦେଶ ଏବଂ ପଞ୍ଜାବରୁ କେରଳ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ କରୋନା ଭାଇରସ୍ ମାମଲା ବୃଦ୍ଧି ପାଇବା ପରେ ବିଭିନ୍ନ ରାଜ୍ୟ ଅନେକ କଟକଣାତ୍ମକ ପଦକ୍ଷେପ ଘୋଷଣା କରିଛନ୍ତି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିବେଦନ ପରେ ସାରା ଦୋଶରେ ଲୋକେ ରବିବାର ଦିନ ୧୪ ଘଣ୍ଟିଆ ସ୍ବେଚ୍ଛାକୃତ ‘ଜନତା କର୍ଫ୍ୟୁ’ ପାଳନ କରିଥିଲେ ।

ପଞ୍ଜାବରୁ ଫେରି ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ଚିବା ପରେ ଛାତ୍ରଛାତ୍ରୀମାନେ ।


କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭାଇରସରେ ସଂକ୍ରମିତ ୨୪ ଜଣ ବ୍ୟକ୍ତି ଜଣ ଆରୋଗ୍ୟ ଲାଭ କରିଛନ୍ତି ଓ ୯ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ର, କେରଳ, ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ଏ ପର୍ଯ୍ୟନ୍ତ କରୋନା ପଜିଟିଭ ସର୍ବାଧିକ ମାମଲା ଆସିଛି ।

ସକ୍ରିୟ କରୋନାଭାଇରସ୍ ମାମଲା ଥିବା ୮୦ଟି ଜିଲ୍ଲା ଲକଡାଉନରେ ଅଛନ୍ତି । ରାଜସ୍ଥାନ, ପଞ୍ଜାବ, ପଶ୍ଚିମ ବଙ୍ଗ ଓ ଅନ୍ୟାନ୍ୟ ରାଜ୍ୟ ରାଜ୍ୟବ୍ୟାପୀ ଲକଡାଉନ୍‌ ଘୋଷଣା କରିଛନ୍ତି । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଭାରତୀୟ ରେଳବାଇ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ସେବା ବନ୍ଦ କରି ଦେଇଛି । ଏହି ଅବଧିରେ କେବଳ ମାଲ ଗାଡ଼ି ସେବା ଚାଲୁ ରହିବ ।

ଦିଲ୍ଲୀ, ମୁମ୍ବାଇ, କୋଲକାତା, ଲକ୍ଷ୍ନୌ, ଚେନ୍ନାଇ, ବେଙ୍ଗାଲୁରୁ ଆଦି ଅନେକ ସହରରେ ମେଟ୍ରୋ ଟ୍ରେନ୍‌ ଓ ସବରବାନ୍‌ ଟ୍ରେନ୍ ସେବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ଡାକ୍ତରଖାନା, ମେଡିକାଲ୍ ଷ୍ଟୋର, ଗ୍ରୋସରୀ ଦୋକାନ ଓ ପନିପରିବା ଦୋକାନଗୁଡିକୁ ସାଧାରଣ ଭାବରେ ଖୋଲା ରଖିବାକୁ କୁହାଯାଇଛି ।
First published: March 23, 2020, 9:51 PM IST