ଫେସବୁକ୍ ଓ ସିଲଭର ଲେକର ଜିଓ ସହ ଚୁକ୍ତି ରିଲାଏନ୍ସ ବୃହତ ଯୋଜନାର ଅଂଶ: ଇରାନି

ଦୁଇ ସପ୍ତାହ ପୂର୍ବରୁ ଫେସବୁକ୍ ସହ ଏକ ବଡ଼ ଚୁକ୍ତି ଓ ଏବେ ସିଲଭର୍ ଲେକ୍ ସହ ଚୁକ୍ତି ଦର୍ଶାଉଛି ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ନିଜ ବ୍ୟବସାୟରେ ଗଠନମୂଳକ ଢଙ୍ଗରେ ଗତି କରୁଛି ବୋଲି କହିଛନ୍ତି ଏଡେଲୱେଇସ୍ ଫିନାନସିଆଲ୍ ସର୍ଭିସେଜର ବରିଷ୍ଠ ଉପସଭାପତି ।

ଫେସବୁକ୍ ଓ ସିଲଭର ଲେକର ଜିଓ ସହ ଚୁକ୍ତି ରିଲାଏନ୍ସ ବୃହତ ଯୋଜନାର ଅଂଶ: ଇରାନି
ସିଲଭର ଲେକ୍ ରିଲାଏନ୍ସ ଜିଓ ପ୍ଲାଟଫର୍ମରେ ୫,୬୫୫.୭୫ କୋଟି ଟଙ୍କା ବିନିଯୋଗ କରିବ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL) ଯେ କେବଳ ନିଜ ବ୍ୟବସାୟରେ ଏକ ଗଠନମୂଳକ ଢଙ୍ଗରେ ଗତି କରୁଛି ତାହା ନୁହେଁ, କମ୍ପାନୀ ନିଜ ବାଲାନ୍ସ ଶୀଟକୁ ମଜବୁତ କରିବା ପାଇଁ ବି ଧ୍ୟାନ ଦେଇଚାଲିଛି ବୋଲି ଏଡେଲୱେଇସ୍‌ ଫିନାନସିଆଲ୍‌ ସର୍ଭିସେଜର ବରିଷ୍ଠ ଉପସଭାପତି ଜଲ୍ ଇରାନୀ CNBC-TV18କୁ ଏକ ସାକ୍ଷାତକାରରେ କହିଛନ୍ତି।

‘‘ସେମାନେ ନିୟମିତ ଢଙ୍ଗରେ ଋଣ ପରିମାଣ ହ୍ରାସ କରୁଛନ୍ତି,’’ କହିଛନ୍ତି ଇରାନୀ ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଆଜି କହିଛି ଯେ ଆମେରିକାର ଘରୋଇ ଇକ୍ୱିଟି ଫାର୍ମ ସିଲଭର ଲେକ୍ ରିଲାଏନ୍ସ ଜିଓ ପ୍ଲାଟଫର୍ମରେ ୫,୬୫୫.୭୫ କୋଟି ଟଙ୍କା ବିନିଯୋଗ କରିବ, ଯାହା ଭାରତର ଏହି ଟେକ୍ନୋଲୋଜି ସହାୟକ କମ୍ପାନୀକୁ ୪.୯ ଲକ୍ଷ କୋଟି ଟଙ୍କାର ଇକ୍ୱିଟି ମୂଲ୍ୟ ଦେବ।

ଦୁଇ ସପ୍ତାହ ପୂର୍ବରୁ ଫେସବୁକ କହିଛି ଯେ ଜିଓ ପ୍ଲାଟଫର୍ମରେ ଏହା ୯.୯୯ ପ୍ରତିଶତ ଅଂଶଧନ ପାଇଁ ୪୩,୫୭୪ କୋଟି ଟଙ୍କା ବିନିଯୋଗ କରିବ।

‘‘ସେମାନେ ଯାହା କରୁଛନ୍ତି ତାହା ହେଉଛି ପ୍ରମୁଖ ବ୍ୟବସାୟରେ, ଯଥା ଜିଓ ପ୍ଲାଟଫର୍ମ ବ୍ୟବସାୟରେ, ରଣନୈତିକ ଭାଗୀଦାରୀ ପାଉଛନ୍ତି, ଆଉ ସେମାନେ ନିର୍ଦ୍ଦିଷ୍ଟଭାବରେ କହିଛନ୍ତି ଯେ ସାଉଦି ଆରାମକୋର ଯଥୋଚିତ ଅନୁଧ୍ୟାନ କାର୍ଯ୍ୟ ଚାଲିଛି । ତେଣୁ ରଣନୈତିକ ଅଂଶୀଦାର ପାଇବା ପାଇଁ ଏହା ଏକ ଗଠନମୂଳକ ବୃହତ ଖେଳ ଯୋଜନାର ଅଂଶ । ଏହା ଦ୍ୱାରା ଋଣ ହ୍ରାସ ହେବ ଓ ସେମାନଙ୍କ ବ୍ୟବସାୟରେ ମୂଲ୍ୟ ଯୁକ୍ତ ହେବ, ଆଉ କଠିନ ସମୟରେ ଯଥେଷ୍ଟ ସୁସ୍ଥ କରିବା ଓ ଅଧିକ ଶକ୍ତିଶାଳୀ ହେବାରେ ସାହାଯ୍ୟ କରିବ,’’ କହିଛନ୍ତି ଇରାନି ।

ସେ ଆହୁରି କହିଛନ୍ତି ଯେ ଏହି ଯୋଜନାଟି ଭଲ ଭାବରେ ଚିନ୍ତା କରାଯାଇଛି ଏବଂ ଏହା ମଧ୍ୟ ଭଲ ଭାବରେ କାର୍ଯ୍ୟକାରୀ ହେଉଛି ।
First published: May 4, 2020, 5:49 PM IST
corona virus btn
corona virus btn
Loading